ବଡ଼ ଖବର : ଏହି କମ୍ପାନୀ ଭାରତୀୟ ବଜାରକୁ ଆଣିଲା କରୋନା ଔଷଧ ! ଜାଣନ୍ତୁ ଏହାର ମୂଲ୍ୟ କେତେ ?

ବଡ଼ ଖବର : ଏହି କମ୍ପାନୀ ଭାରତୀୟ ବଜାରକୁ ଆଣିଲା କରୋନା ଔଷଧ ! ଜାଣନ୍ତୁ ଏହାର ମୂଲ୍ୟ କେତେ ?

କରୋନା ଭାଇରସ୍ ଦୁନିଆରେ ପ୍ରଳୟ ସୃଷ୍ଟି କରିଦେଇଛି । ଏହି ଭାଇରସ୍ ଆୟତ୍ତରେ କୋଟି କୋଟି ଲୋକ ଆସିଯାଇଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିସାରିଛି । ଭାରତରେ ମଧ୍ୟ କରୋନା ଭାଇରସରୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବିକ୍ରାଳ ରୂପ ଧାରଣ କରିଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶ ପାଖରେ ଏହି ଭାଇରସକୁ ଶେଷ କରିବା ଔଷଧ ପ୍ରସ୍ତୁତି ହୋଇ ନାହିଁ କିନ୍ତୁ ଏଥି ମଧ୍ୟରେ ବର୍ତ୍ତମାନ ଔଷଧ କ୍ଷେତ୍ରର ପ୍ରମୁଖ କମ୍ପାନୀ ଲୁପିନ୍ କରୋନା ଭାଇରସର ଔଷଧକୁ ଭାରତୀୟ ବଜାରକୁ ଆଣିଛନ୍ତି । ବାସ୍ତବରେ ଏହି କମ୍ପାନୀକୁ Covid – 19ର ଅଳ୍ପ ଓ କମ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧ ଫେବିପୀରାବିରକୁ କୋବିହାଲଟ ବ୍ରାଣ୍ଡ ନାମ ସହିତ ବଜାରକୁ ଆଣିଛନ୍ତି । ଯାହାର ସୂଚନା କମ୍ପାନୀ ତରଫରୁ ଦେଇ ଦିଆଯାଇଛି ।

google

ଲୁପିନ୍ କମ୍ପାନୀ ସୂଚନା ଦେଇ କହିଥିଲେ ଯେ ଫେବିପୀରାବିରକୁ ଆପାଦକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଭାରତକୁ ଔଷଧ ମହାନିୟନ୍ତ୍ରଣରୁ ଅନୁମତି ମିଳିଯାଇଛି । କୋବିହାଲଟରେ ଔଷଧ ମାତ୍ରାକୁ ପ୍ରଶାସନର ସୁବିଧାକୁ ଧ୍ୟାନରେ ରଖି ବିକଶିତ କରାଯାଇଛି । ଏହି ଔଷଧ ୨୦୦ ମିଲିଗ୍ରାମକୁ ଟାବ୍ଲେଟ୍ ଭାବରେ ୧୦ଟି ଟାବ୍ଲେଟର ଷ୍ଟ୍ରିପ୍ ରୂପେ ଉପଲବ୍ଧି ହେବ । ଏହି ଟାବ୍ଲେଟର ମୂଲ୍ୟ ୪୯ ଟଙ୍କା ରଖାଯାଇଛି । ଯଦିଓ ଲୁପିନ୍ କମ୍ପାନୀରୁ ପ୍ରଥମେ ସନ୍ ଫାର୍ମାସ୍ୟୁଟିକଲ ଇଣ୍ଡଷ୍ଟ୍ରି ମଧ୍ୟ ଫେବିପୀରାବିରକୁ ଫ୍ଲୁଗାର୍ଡ ବ୍ରାଣ୍ଡ ନାମରେ ବଜାରରେ ଉପଲବ୍ଧ ହେବ । ଏହି କମ୍ପାନୀ ଏହି ଗୋଟିଏ ଔଷଧର ମୂଲ୍ୟ ୩୫ ଟଙ୍କା ରଖିଥିଲେ ।

google

ଏତିକିନୁହେଁ, କରୋନା ଭାଇରସରୁ କମ୍ ସଂକ୍ରମିତ ରୋଗୀଙ୍କ ପାଇଁ ଔଷଧ କମ୍ପାନୀ ବିଡ଼ିଆର ଫାର୍ମାସ୍ୟୁଟିକଲ୍ସ ମଧ୍ୟ ଫେବିପୀରାବିରର ଔଷଧକୁ ଭାରତୀୟ ବଜାରରେ ଆଣିବା ପାଇଁ ମଞ୍ଜୁରୀ ମିଳିଯାଇଛି । କମ୍ପାନୀ ଏହି ଔଷଧକୁ ଫେବିଜେନ୍ ବ୍ରୋଡ଼ ନାମରେ ଉପଲବ୍ଧ କରାଇବ।

Leave a Reply

Your email address will not be published. Required fields are marked *