ବଡ ଖବର: ଭାରତର ଏହି ୭ଟି ମାର୍ଗରେ ଚାଲିବ ବୁଲେଟ୍ ଟ୍ରେନ୍ ! ଆରମ୍ଭ ହୋଇସାରିଛି ପ୍ରସ୍ତୁତି ।

ବଡ ଖବର: ଭାରତର ଏହି ୭ଟି ମାର୍ଗରେ ଚାଲିବ ବୁଲେଟ୍ ଟ୍ରେନ୍ ! ଆରମ୍ଭ ହୋଇସାରିଛି ପ୍ରସ୍ତୁତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ବୁଲେଟ୍ ଟ୍ରେନ୍ ଚାଲିବା ନେଇ ସ୍ୱପ୍ନ ଦେଖାଇଥିଲେ। ଯାହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଦୀର୍ଘ ସମୟ ଧରି କାମ ଚାଲି ଆସୁଛି, କିନ୍ତୁ ବର୍ତ୍ତମାନ ବୁଲେଟ୍ ଟ୍ରେନକୁ ନେଇ ଆଉ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି ।

google

ବାସ୍ତବରେ ବୁଲେଟ୍ ଟ୍ରେନ୍ ନେଟୱାର୍କ ଉପରେ ନିଷ୍ପତ୍ତି ନିଆଯାଇ ସାରିଛି । ସରକାର ଏଭଳି ୭ଟି ସ୍ଥାନ ଚିହ୍ନଟ କରିଛନ୍ତି । ଯେଉଁଠାରେ ବୁଲେଟ୍ ଟ୍ରେନ୍ ଆଗାମୀ ଦିନରେ ଚାଲିବ । କେବଳ ଏତିକି ନୁହେଁ, ଏହି ମାର୍ଗ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ଏତିକି ନୁହଁ, ଏହି ମାର୍ଗ ଗୁଡିକୁ ଚୁଡାନ୍ତ ମଧ୍ୟ କରିଦିଆଯାଇଛି । ବର୍ତ୍ତମାନ ଖୁବ୍ ଶୀଘ୍ର ରେଲୱେ ଏବଂ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ମିଳିତ ଭାବେ ଜମି ଅଧିଗ୍ରହଣ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବେ ।

କାମ ହୋଇଗଲା ଆରମ୍ଭ । 

କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଚାରିଜଣ ସଦସ୍ୟଙ୍କ ଏକ କମିଟି ମଧ୍ୟ ଗଠନ କରାଯାଇଛି ।

google

ଏଥି ସହିତ ସରକାରଙ୍କ ଏହି ନିଷ୍ପତ୍ତି ପରେ ରେଳ ବୋର୍ଡ ମଧ୍ୟ ଏନଏଟଏଆଇକୁ ଏକ ଚିଠି ଲେଖିଛି । ଯେଉଁଥିରେ ପ୍ରାୟ ସାତଟି ନୂତନ ହାଇସ୍ପିଡ୍ କରିଡର ବିଷୟରେ ସୂଚନା ଦିଆଯାଇଛି | । କେବଳ ଏତିକି ନୁହେଁ ଏହି ପ୍ରକଳ୍ପକୁ ମଧ୍ୟ ଆରମ୍ଭ କରିଦିଆଯାଇଛି ।

ଏହି ୭ଟି ମାର୍ଗରେ ବୁଲେଟ୍ ଟ୍ରେନ୍ ଚାଲିବାକୁ ଯାଉଛି ।

ଏହି ୭ଟି ନୂତନ ହାଇସ୍ପିଡ୍ କରିଡରରେ ଏକ ବୁଲେଟ୍ ଟ୍ରେନ୍ ଘଣ୍ଟା ପ୍ରତି ୩୦୦କିଲୋମିଟର ବେଗରେ ଚାଲିପାରେ ଏବଂ ସେମି ହାଇସ୍ପିଡ୍ କରିଡରରେ ଟ୍ରେନ୍ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଲି ପାରିବ ।

google

ଏହି ନୂତନ ମାର୍ଗରେ ଦିଲ୍ଲୀରୁ ବାରାଣାସୀ (ନୋଏଡା, ଆଗ୍ରା ଏବଂ ଲକ୍ଷ୍ନନୋ), ବାରାଣାସୀରୁ ହାୱରା (ପାଟନା), ଦିଲ୍ଲୀଠାରୁ ଅହମ୍ମଦାବାଦ (ଜୟପୁର ଏବଂ ଉଦୟପୁର), ଦିଲ୍ଲୀରୁ ଅମୃତସର (ଚଣ୍ଡିଗଡ଼, ଲୁଧିଆନା ଏବଂ ଜଲନ୍ଦର), ମୁମ୍ବାଇରୁ ନାଗପୁର (ନାଶିକ୍ ମାଧ୍ୟମରେ), ମୁମ୍ବାଇରୁ ହାଇଦ୍ରାବାଦ (ପୁଣେ), ଚେନ୍ନାଇରୁ ମାଇସୋର (ବାଙ୍ଗାଲୋର) ମଧ୍ୟ ସାମିଲ ଅଛି ।

Leave a Reply

Your email address will not be published. Required fields are marked *