ପର୍ବପର୍ବାଣି ସମୟରେ ଯାତ୍ରୀ ମାନଙ୍କୁ ବଡ଼ ଉପହାର ! ୧୫ ଅକ୍ଟୋବରରୁ ୨୦୦ ଟି ବିଶେଷ ଟ୍ରେନ୍ ଚଳାଇବ ରେଳ ବିଭାଗ ।

ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି । ବାସ୍ତବରେ, ରେଳ ବିଭାଗ ୧୫ ଅକ୍ଟୋବର ଠାରୁ ୨୦୦ଟି ଅତିରିକ୍ତ ଟ୍ରେନ୍ ଚଳାଚଳ କରିବା ନିର୍ଣ୍ଣୟ ନେଇଛନ୍ତି ।

ରେଳବାଇ ଚ୍ୟାୟରମ୍ୟାନ୍ ଓ ସିଇଓ ବିନୋଦ କୁମାର ୟାଦବ ଗୁରୁବାରକୁ ପ୍ରେସ କନ୍ଫରେନ୍ସରେ କହିଛନ୍ତି ଯେ ୧୫ ଅକ୍ଟୋବର ଠାରୁ ୩୦ ନଭେମ୍ବର ମଧ୍ୟରେ ଆହୁରି ୨୦୦ଟି ବିଶେଷ ରେଳ ଚଳାଚଳ କରିବା ପାଇଁ ଯୋଜନା କରାଯାଉଛି, କିନ୍ତୁ ଯାତ୍ରୀ ମାନଙ୍କ ଭାର ଅନୁସାରେ ଏହାକୁ ବଢାଯାଇପାରେ । ସେ କହିଛନ୍ତି ଯେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଏହି ନିର୍ଣ୍ଣୟ ନିଆଯିବ ଯେ ପର୍ବପର୍ବାଣି ସମୟରେ କେତୋଟି ବିଶେଷ ଟ୍ରେନ୍ ଚଳାଯିବ ।

ସିଇଓ ବିନୋଦ କୁମାର କହିଛନ୍ତି ଯେ ୨୦୦ଟି ବିଶେଷ ଟ୍ରେନ୍ ଚଳାଇବା ଯୋଜନାରେ ବର୍ତ୍ତମାନ ଅନ୍ତିମ ମୋହର ଲାଗିବା ବାକି ରହିଛି । ଟ୍ରେନ୍ ସଂଖ୍ୟା ଓ ଟାଇମ୍ ଟେବୁଲ ସ୍ଥିର ହେବା ପରେ ଖୁବଶୀଘ୍ର ବୁକିଂ ଆରମ୍ଭ କରାଯିବ । ଜଣାଇଦେଉଛୁ ଯେ ୨୨ ମାର୍ଚ୍ଚ ଠାରୁ ବର୍ତ୍ତମାନ ସମସ୍ତ ନିୟମିତ ଯାତ୍ରୀ ଟ୍ରେନ୍ ଗୁଡ଼ିକୁ ରଦ୍ଦ କରିଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ଟ୍ରେନର ପରିଚାଳନା ଆରମ୍ଭ ହେବାକୁ ଯାଉଛି ।

Be the first to comment

Leave a Reply

Your email address will not be published.


*