ମହିଳା ଜଣକ ଆରୋପ ଲାଗିଛନ୍ତି : ବିଜେପି ବିଧାୟକଙ୍କ ସମେତ ପରିବାରର ୬ ଜଣ ଲୋକ ଗଣଧର୍ଷଣ କରିଥିଲେ ।

ପିଡ଼ିତା ମହିଳା ଆରୋପ ଲଗାଇଛନ୍ତି, ମୋତେ ମୁମ୍ବାଇରୁ ଭଦେହୀ ଡକାଯାଇ ହୋଟେଲରେ ବିଜେପି ବିଧାୟକ ରବିନ୍ଦ୍ରନାଥ ତ୍ରିପାଠୀ ଏବଂ ପରିବାରର ଛଅ ଜଣ ବ୍ୟକ୍ତି ଧର୍ଷଣ କରିଥିଲେ । ପୀଡିତଙ୍କ ଆରୋପ ପରେ ଭଦେହୀ ଥାନା ଅଧିକାରୀ ଆପିସି ଧାରା 376 D, 313, 504, 506 ଅନୁସାରେ କେଶ ଦାୟର କରାଛନ୍ତି ।

ଉତ୍ତରପ୍ରଦେଶର ଭଦେହୀରେ ବିଜେପି ବିଧାୟକ ରବିନ୍ଦ୍ରନାଥ ତ୍ରିପାଠୀ ଏବଂ ରବିନ୍ଦ୍ରନାଥଙ୍କ ପରିବାରର ୬ଜଣ ସଦସ୍ୟଙ୍କ ଉପରେ ବଳାତ୍କାରର ଆରୋପ ଲାଗିଛି । ଜଣେ ବିଧବା ମହିଳାଙ୍କ ସହ ବିଧାୟକ ଏବଂ ବିଧାୟକଙ୍କ ପରିବାର ସଦସ୍ୟମାନେ ବଳାତ୍କାର କରିଥିବା ଆରୋପ ଲାଗିଛି । ମହିଳାଙ୍କ ଆରୋପ ପରେ ପୋଲିସ ଭିନ୍ନ ଭିନ୍ନ ଧାରାରେ କେଶ ରଜ୍ଜୁ କରାଇଛି । ପିଡ଼ିତା ମହିଳାଙ୍କ ଅନୁସାରେ ୨୦୧୭ ବିଧାନସଭା ନିର୍ବାଚନ ସମୟରେ ଭଦେହୀର ଏକ ହୋଟେଲରେ ମହିଳାଙ୍କ ସହ ବଳାତ୍କାର ହୋଇଥିଲା ।

ମହିଳାଙ୍କୁ ମୁମ୍ବାଇରୁ ଭଦେହୀ ଡକାଯାଇଥିଲା :

ପିଡ଼ିତା ମହିଳା ବାରଣାସୀର ବାସିନ୍ଧା ଅଟନ୍ତି ଏବଂ ମହିଳା ଜଣଙ୍କ ପୋଲିସ ଏସ.ପିଙ୍କ ସହ ଭେଟି ବଳାତ୍କାର ବିଷୟରେ ଜଣାଇଥିଲେ । ମହିଳା ଏସ.ପିଙ୍କୁ କହିଥିଲେ ୨୦୧୭ ବିଧାନସଭା ନିର୍ବାଚନ ସମୟରେ ବିଜେପି ବିଧାୟକ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ପୁତୁରା ସନ୍ଦୀପ ତ୍ରିପାଠୀ ମହିଳାଙ୍କୁ ମୁମ୍ବାଇରୁ ଭଦେହୀ ଡକାଇଥିଲେ । ଭଦେହୀର ଏକ ହୋଟେଲରେ ମହିଳାଙ୍କୁ ରଖାଯାଇଥିଲା । ପ୍ରଥମେ ମହିଳାଙ୍କ ସହ ବିଜେପି ବିଧାୟକ ରବିନ୍ଦ୍ରନାଥ ତ୍ରିପାଠୀ ବଳାତ୍କାର କରିଥିଲେ ପରେ ରବିନ୍ଦ୍ରନାଥଙ୍କ ପୁଅ ଏବଂ ପୁତୁରା ମହିଳାଙ୍କ ସହ ଭିନ୍ନ ଭିନ୍ନ ଦିନରେ ବଳାତ୍କାର କରିଥିଲେ ।

ବିଧାୟକଙ୍କ ପୁତୁରା ମହିଳାଙ୍କୁ ବିବାହ ନିମନ୍ତେ ପ୍ରତିଶୃତି ଦେଇଥିଲେ :

ପୀଡିତା ମହିଳା ନିଜର ପ୍ରାଥନା ପତ୍ରରେ ଲେଖିଥିଲେ, ୨୦୧୪ରେ ବିଧାୟକ ରବିନ୍ଦ୍ରନାଥଙ୍କ ପୁତୁରା ସନ୍ଦୀପ ତ୍ରିପାଠୀ ମହିଳାଙ୍କୁ ମୁମ୍ବାଇ ଯାତ୍ରା ସମୟରେ ଭେଟିଥିଲେ । ଟ୍ରେନରେ ମହିଳା ଏବଂ ସନ୍ଦିପଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଯାଇଥିଲା ଏବଂ ଦୁହେଁ ନିଜ ନିଜ ମୋବାଇଲ ନମ୍ବର ପରସ୍ପରକୁ ଦେଇଥିଲେ । ପରେ ମହିଳାଙ୍କୁ ସନ୍ଦୀପ ବିବାହର ପ୍ରତିଶୃତି ଦେଇ ଅନେକ ବର୍ଷ ପର୍ଯ୍ୟନ୍ତ ଶାରୀରିକ ଶୋଷଣ କରିଥିଲେ । ୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ସନ୍ଦୀପ ମହିଳାଙ୍କୁ ମୁମ୍ବାଇରୁ ଭଦେହୀ ଡକାଇଥିଲେ ଏବଂ ଅନେକ ଦିନ ପର୍ଯ୍ୟନ୍ତ ମହିଳା ଜଣଙ୍କ ଭଦେହୀର ଏକ ହୋଟେଲରେ ରହିଥିଲେ ।

ପୋଲିସ କେଶ ରଜ୍ଜୁ କରି ଯାଞ୍ଚ ଆରମ୍ଭ କରିଛି :

ମହିଳାଙ୍କ ଆରୋପ ଥିଲା ବିଧାୟକ ରବିନ୍ଦ୍ରନାଥ ତ୍ରିପାଠୀ ଏବଂ ରବିନ୍ଦ୍ରନାଥଙ୍କ ପରିବାରର ୬ଜଣ ସଦସ୍ୟ ମିଳିତ ରୂପରେ ମହିଳାଙ୍କ ସହ ବଳାତ୍କାର କରିଥିଲେ । ମହିଳାଙ୍କ ଆରୋପ ଆଧାରରେ ପୋଲିସ ଆପିସି ଧାରା 376 D, 313, 504,506 ଅନୁସାରେ କେଶ ଦାୟର କରିଛି । ଭଦେହୀ ଏସ.ପି ରାମ ବଦନ ସିଂହ କହିଛନ୍ତି, ବିଧାୟକଙ୍କ ସମେତ ଅନ୍ୟ ଲୋକଙ୍କ ଉପରେ କେଶ ଦାୟର ହୋଇଛି ଏବଂ କେଶର ଯାଞ୍ଚ ଆରମ୍ଭ ହୋଇଯାଇଛି । ଯାଞ୍ଚ ପରେ କେଶ ଆଗକୁ ବଢିବ ।

Be the first to comment

Leave a Reply

Your email address will not be published.


*