‘ସୋନୁ ସୁଦ୍’ଙ୍କ ସମ୍ମୁଖରେ ଭାରତୀ ସିଂହ ରୋକିପାରିଲେ ନାହିଁ ନିଜ ଲୁହ ! କହିଲେ- ଏ କାରଣରୁ ଚାହିଁଲେ ମଧ୍ୟ ହୋଇପାରିବେ ନାହିଁ ମାଁ…

‘ସୋନୁ ସୁଦ୍’ଙ୍କ ସମ୍ମୁଖରେ ଭାରତୀ ସିଂହ ରୋକିପାରିଲେ ନାହିଁ ନିଜ ଲୁହ ! କହିଲେ- ଏ କାରଣରୁ ଚାହିଁଲେ ମଧ୍ୟ ହୋଇପାରିବେ ନାହିଁ ମାଁ…

କରୋନା ମହାମାରୀ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଛି । ଆଜି ସମସ୍ତେ ଏହି ସ୍ଥିତିରୁ ମୁକ୍ତି ପାଇବା ପାଇଁ ଚାହଁନ୍ତି । ସମସ୍ତେ ଚାହଁନ୍ତି ଯେ ଜୀବନ ପୁଣିଥରେ ସାମାନ୍ୟ ହୋଇଯାଉ । କେବଳ ସାଧାରଣ ଲୋକ ଚିନ୍ତିତ ନୁହଁନ୍ତି ବରଂ କିଛି ଟିଭି କଳାକାର ମଧ୍ୟ ଏହି ସମସ୍ୟାରୁ ଦୁଃଖିତ ଅଛନ୍ତି । ଆଜି ଆମେ ଏପରି ଏକ ଟିଭି କଳାକାରଙ୍କ ବିଷୟରେ ଆଲୋଚନା କରିବା ଯିଏକି ଏହି କରୋନା ମହାମାରୀ ଯୋଗୁଁ ବହୁତ ନିରାଶ ଅଛନ୍ତି । ବାସ୍ତବରେ ଅଭିନେତ୍ରୀ ଓ କମେଡ଼ି କୁଇନ୍ ଭାରତୀ ସିଂହ ସର୍ବଦା ନିଜ କଥା ଓ ଅଭିନୟରୁ ସମସ୍ତଙ୍କ ଚେହେରାରୁ ହସ ନେଇ ଆସନ୍ତି । କିନ୍ତୁ ଏଥର ଏପରି କିଛି ହୋଇଯାଇଛି ଯେ ଭାରତୀ ନିଜେ ମଧ୍ୟ ଖୁବ୍ କାନ୍ଦୁଛନ୍ତି ଏବଂ ନିଜ କଥାରୁ ସମସ୍ତଙ୍କ ଆଖିରେ ଲୁହ ଭରିଦେଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ବର୍ତ୍ତମାନ ସେ ନିଜ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ସହ ‘ଡାନ୍ସ ଦିୱାନେ ୩’କୁ ହୋଷ୍ଟ କରୁଛନ୍ତି ।

ହୃଦୟକୁ ଛୁଇଁଲା ଭଳି ପ୍ରଦର୍ଶନ କଲେ

ଆପଣଙ୍କୁ ସୁଚାଇଦେଉଛୁ ଯେ ବର୍ତ୍ତମାନ ଶୋ’ରେ ‘ସୋନୁ ସୁଦ୍’ଙ୍କ ସ୍ପେଶାଲ୍ କାର୍ଯ୍ୟକ୍ରମ ଜାରି ରହିଛି । ଯଦିଓ ତାଙ୍କ ବ୍ୟତୀତ ନୋରା ଫତେହି ମଧ୍ୟ ଜର୍ଜ ଭାବେ ନଜର ଆସୁଛନ୍ତି । ବାସ୍ତବରେ ଭାରତୀ କହିଲେ ଯେ ବର୍ତ୍ତମାନ ସେ କାହିଁକି ମାଁ ହେବାକୁ ଚାହୁଁ ନାହାଁନ୍ତି । ଏହାସବୁ କହିବା ଯୋଗୁଁ ଭାରତୀ ସହ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଭରିଗଲା । ଜଣାଇଦେଉଛୁ ଯେ ଏସବୁ ସେତେବେଳେ ହେଲା ଯେତେବେଳେ ଶନିବାର ଏପିଷୋଡ଼ରେ ଜଣେ ପ୍ରତିଯୋଗୀ ନିଜ ନୃତ୍ୟ ମାଧ୍ୟମରେ ହୃଦୟ ଛୁଇଁଲା ଭଳି ଏକ ସତ ଘଟଣା ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶିତ କଲେ ।

ସମସ୍ତେ ହେଲେ ଭାବୁକ

ବାସ୍ତବରେ ଏହି ନୃତ୍ୟ ପ୍ରଦର୍ଶନରେ ଦେଖାଯାଇଥିଲା ଯେ ପାଖାପାଖି ୨ ମାସର ଶିଶୁ କରୋନା ପଜିଟିଭ୍ ହୋଇଯାଇଛି, ଯାହାକୁ ଡାକ୍ତରମାନେ ଶତଚେଷ୍ଟା କରିବା ପରେ ମଧ୍ୟ ବଞ୍ଚାଇ ପାରିଲେ ନାହିଁ । ଶିଶୁର ମୃତ୍ୟୁ ଘଟିଯାଏ । ଏହି ପ୍ରଦର୍ଶନ ପରେ ସମସ୍ତଙ୍କ ଆଖିରୁ ଲୁହ ଝରି ପଡ଼ିଲା । ସ୍ପଷ୍ଟ କଥା ଯେ ଭାରତୀ କରୋନା ଯୋଗୁଁ ବିଗିଡ଼ି ଯାଇଥିବା ପରିସ୍ଥିତି କାରଣରୁ ଭାବୁକ ହୋଇଗଲେ । ସେ ଏହା ମଧ୍ୟ କହିଲେ ଯେ ତାଙ୍କ ମାଁ’ଙ୍କୁ ମଧ୍ୟ କରୋନା ହୋଇଥିଲା । ଏଥିରୁ ସମସ୍ତଙ୍କ ମନ ଦୁଃଖିତ ହୋଇଥିଲା ।

କରୋନା ଯୋଗୁଁ କରିପାରିବେ ନାହିଁ ବେବି ପ୍ଲାନ୍

ଯଦିଓ ଭାରତୀ ଏହା ମଧ୍ୟ କହିଥିଲେ ଯେ ଏ ରୋଗ ଆମକୁ ଭାଙ୍ଗି ଦେଇଛି । ସେ କହିଥିଲେ ଯେ, “ଆମେ ଗତ କିଛି ସମୟରୁ ବେବି ପ୍ଲାନ କରୁଛୁ, କିନ୍ତୁ ଏପରି ସବୁ ପରିସ୍ଥିତି ଦେଖି ବର୍ତ୍ତମାନ ଆଉ ମନ ମାନୁ ନାହିଁ । ଆମେ ପରସ୍ପର ମଧ୍ୟରେ ଏହାକୁ ନେଇ କିଛି କହିପାରୁ ନାହୁଁ, କାହିଁକିନା ମୁଁ ଏଭଳି କାନ୍ଦିବା ପାଇଁ ଚାହେଁ ନାହିଁ ।” ଭାରତୀଙ୍କୁ ଏଭଳି ଦେଖି ନୋରା ଓ ସୋନୁ ମଧ୍ୟ ନିଜ ଲୁହ ଅଟକାଇ ପାରିଲେ ନାହିଁ । ବାସ୍ତବରେ ଏହି ସ୍ଥିତି ସମସ୍ତଙ୍କ ପାଇଁ ଗମ୍ଭୀର ଅଟେ ଏବଂ ସମସ୍ତେ ଏଠାରୁ ବାହାରିବାକୁ ଚାହଁନ୍ତି ।

Leave a Reply

Your email address will not be published. Required fields are marked *