କୋରନାର ହାହାକାର ମଧ୍ୟରେ ଏକ ଖୁସି ଖବର ! ଭାରତରେ ୧୦୦ କାରୋନା ପୀଡିତ ହେଲେ ସୁସ୍ଥ !

କୋରନାର ହାହାକାର ମଧ୍ୟରେ ଏକ ଖୁସି ଖବର ! ଭାରତରେ ୧୦୦ କାରୋନା ପୀଡିତ ହେଲେ ସୁସ୍ଥ !

ନୂଆଦିଲ୍ଲୀ:- କୋରନା ଭାଇରସ ପାଇଁ ଏବେ ସାରା ବିଶ୍ଵ ତାଣ୍ଡବର ଲୀଲା ସୃଷ୍ଟି କରୁଛି । ଚୀନର ୱୂହାନ ସହରରୁ ସୃଷ୍ଟି ହୋଇଥିବା ଏହି ମହାମାରୀ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨ଟି ଦେଶକୁ ନିଜ ଅଧିନକୁ ନେଇଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ୍ କାରଣରୁ ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସାରା ବିଶ୍ୱରେ ୩୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଭାରତରେ ଏହି ଜୀବାଣୁ ଜନିତ କାରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି । କୋବିଡ଼-୧୯ର ସଂକ୍ରାନ୍ତ ମାମଲାରେ ସୋମବାର ସୁଦ୍ଧା ୧୦୭୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ଲୋକଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।

ଏହି ସବୁ ଭିତରେ ଏକ ଖୁସିର ଖବର ଆସିଛି । ସମଗ୍ର ଦେଶରେ ଏହି ଭାଇରସ୍ ସହିତ ଲଢେଇ କରି ଆରୋଗ୍ୟ ହୋଇଥିବା ଲୋକ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି । ଭାରତର ମହାରାଷ୍ଟ୍ର ଓ କେରଳରେ ଏହାର ସଂଖ୍ୟା ଅଧିକ ଅଟେ । କେରଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯୪ ଏବଂ ମହାରାଷ୍ଟ୍ରରେ ୧୯୩ ମାମଲା ସାମ୍ନାକୁ ଆସିଛି । କେରଳରେ ଜଣେ ଓ ମହାରାଷ୍ଟ୍ରରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ହେଲେ ମହାରାଷ୍ଟ୍ରରେ ୨୫ ଓ କେରଳରେ ୧୯ ଲୋକ କାରୋନାରେ ସୁସ୍ଥ ହୋଇ ଘରକୁ ଫେରିଥିବାର ସୂଚନା ମଧ୍ୟ ହସ୍ତଗତ ହୋଇଛି ।

ଏହା ଛଡା ଗୁଜୁରାଟରେ ୫, କର୍ଣ୍ଣାଟକରେ ୩, ମଧ୍ୟପ୍ରଦେଶରେ ୨ ଓ ଜାମ୍ମୁକାଶ୍ମୀରରେ ୨ ଜଣଙ୍କର ମୃତ୍ୟୁ ହୋଇଛି । କେରଳ, ତେଲେଙ୍ଗାନା, ତାମିଲନାଡୁ, ପଶ୍ଚିମ ବଙ୍ଗ, ବିହାର, ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସର୍ବମୋଟ ସଂକ୍ରମଣର ମାମଲା ୧୦୭୧ରୁ ୪୯ ବିଦେଶୀ ନାଗରିକ ସାମିଲ ଅଛନ୍ତି ।

କର୍ଣ୍ଣାଟକରେ ଏହାର ମାମଲା ୮୦ ଥିବା ବେଳେ ଉତ୍ତର ପ୍ରଦେଶରେ ୭୫, ତେଲେଙ୍ଗାନାରେ ୬୯, ଗୁଜୁରାଟରେ ୫୮, ରାଜସ୍ଥାନରେ ୫୭, ଦିଲ୍ଲୀରେ ୫୩, ତାମିଲନାଡୁରେ ୫୦ ଲୋକ ସଂକ୍ରମଣ ହୋଇଛନ୍ତି । ପଞ୍ଜାବରେ ଏହି ମାମଲା ୩୮ରେ ପହଞ୍ଚିଛି । ହରିୟାଣା ଏବଂ ମଧ୍ୟ ପ୍ରଦେଶରେ ଯଥାକ୍ରମେ ୩୩ଟି ଲେଖାଏଁ ମାମଲା ସାମ୍ନାକୁ ଆସିଛି । ଜାମ୍ମୁ କାଶ୍ମୀରରେ ୩୧, ଆନ୍ଧ୍ରପ୍ରଦେଶରେ ୧୯, ପଶ୍ଚିମ ବଙ୍ଗରେ ୧୯ ଓ ଲଦାଖରେ ୧୩ଟି ମାମଲା ଦେଖାଦେଇଛି ।

ବିହାରରେ ୧୧, ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ୯ଟି ମାମଲା ସାମ୍ନାକୁ ଆସିଛି । ଚଣ୍ଡୀଗଡ଼ରେ ୮, ଛତିଶଗଡ଼ ୭ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ୭ଟି ମାମଲା ସାମ୍ନାକୁ ଆସିଛି । କୋରନା ଭାଇରସ୍ ସଂକ୍ରମଣରେ ଗୋଆରେ ୫ ଓ ହିମାଚଳ ପ୍ରଦେଶ ଏବଂ ଓଡ଼ିଶାରେ ୩ଟି ଲେଖାଏଁ ମାମଲା ଦେଖିବାକୁ ମିଳିଛି । ପୁଡୁଚେରୀ, ମିଜୋରାମ ଓ ମଣିପୁରରେ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *