ଭାଗ୍ୟଶ୍ରୀ କହିଲେ ଫିଲ୍ମ ଇଣ୍ଡଷ୍ଟ୍ରିର କଠୋର ସତ୍ୟତା , ବିବାହିତା ଅଭିନେତ୍ରୀ ମାନଙ୍କୁ କରିବାକୁ ପଡୁଥିଲା ଏହିସବୁ ଅସୁବିଧାର ସମ୍ମୁଖୀନ !

ବଲିଉଡ଼ରେ ସମସ୍ତ କଳାକାରଙ୍କ ନିଜର ଏକ ସ୍ୱତନ୍ତ୍ର ସଂଘର୍ଷ କାହାଣୀ ରହିଛି । ଯଦିଓ ଏଠାରେ ମହିଳା ଅଭିନେତ୍ରୀଙ୍କୁ ପୁରୁଷ ଅଭିନେତା ବଦଳରେ ଅଧିକ ସଂଘର୍ଷ କରିବାକୁ ପଡୁଥିଲା । ଏକ ହିରୋଇନକୁ ନିଜ ଲୁକ୍ସ, ଫିଗର କୁ ନେଇ ସର୍ବଦା ଜାଗୃତ ରହିବାକୁ ପଡ଼େ । କାରଣ ଯଦି ତାଙ୍କ ଲୁକ୍ସରେ କୌଣସି ଅଭାବ ଦେଖାଦିଏ ତେବେ ତାଙ୍କ ଫ୍ୟାନ୍ସ ଫୋଲୋଇଂ ରେ ହ୍ରାସତା ଦେଖାଯାଏ । ଏହା ସହିତ ଏହାକୁ ଚଳଚ୍ଚିତ୍ରରେ ମଧ୍ୟ କାମ ମିଳିବା ବନ୍ଦ ହୋଇଯାଏ । ସେପଟେ କଥା ଯଦି ବିବାହିତା ଅଭିନେତ୍ରୀଙ୍କ ଆସେ ତେବେ ତାଙ୍କ ଜୀବନରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ଏପରି ଆସେ ନାହିଁ, ଯେତେବେଳେ ସେ ମାଁ ହୋଇଯାଆନ୍ତି । ସେ କେବଳ ତାଙ୍କର ଷ୍ଟାରଡମ଼୍ କମ୍ ହୋଇଥାଏ ବରଂ ତାଙ୍କୁ ମୁଖ୍ୟ ଚରିତ୍ର ମିଳିବା ମଧ୍ୟ କମିଯାଏ । ଐଶ୍ଚର୍ଯ୍ୟା ରାୟ, ରବିନା ଟଣ୍ଡନ, ଶିଳ୍ପା ଶେଟ୍ଟୀ ଓ ମାଧୁରୀ ଦୀକ୍ସିତ ଭଳି ଏପରି ଅନେକ ନାମ ଅଛନ୍ତି ଯେଉଁମାନେ ଏହାର ଶିକାର ହୋଇଛନ୍ତି ।

ନିକଟରେ ଇଣ୍ଟରଭ୍ୟୁ ସମୟରେ ଭାଗ୍ୟଶ୍ରୀ ମଧ୍ୟ ବିବାହିତା ମହିଳାଙ୍କ ଇଣ୍ଡଷ୍ଟ୍ରିରେ ସଂଘର୍ଷ ବିଷୟରେ ବୟାନ ଦେଇଥିଲେ । ସେ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ବିବାହ ହୋଇଥିଲା ଏବଂ ଲୋକମାନେ ତାଙ୍କ ବିଷୟରେ ବିଭିନ୍ନ ପ୍ରକାର କଥାବାର୍ତ୍ତା କରୁଥିଲେ । ସେତେବେଳେ ତାଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା ଯେତେବେଳେ ୟଶ୍ ଚୋପଡା ଏକ ଚଳଚ୍ଚିତ୍ର ପାଇଁ ସୁଯୋଗ ଦେଇଥିଲେ । ଭାଗ୍ୟଶ୍ରୀ କହିଛନ୍ତି ଯେ, “ମୁଁ କେବଳ ଗୋଟିଏ ହଁ କହିବା ଅପେକ୍ଷା ଥିଲା ଏବଂ ଫିଲ୍ମର ଶୁଟିଂ ଆରମ୍ଭ ହୋଇ ଯାଇଥାନ୍ତା ।” ଭାଗ୍ୟଶ୍ରୀଙ୍କ ଅନୁସାରେ ସେ ମାଁ ହେବା ପରେ ମଧ୍ୟ ଅନେକ ବଡ଼ ବଡ଼ ନିର୍ଦ୍ଦେଶକ ଓ ପ୍ରଯୋଜକ ତାଙ୍କ ସହିତ କାମ କରିବା ପାଇଁ ପ୍ରସ୍ତୁତ ଥିଲେ ।

ଭାଗ୍ୟଶ୍ରୀ କହିଲେ ଯେ ସେ ବହୁତ ନିରୀହ ଥିଲେ ଓ ନିଜ ପରିବାରକୁ ନେଇ ପ୍ରୋଟେକ୍ଟିଭ ଥିଲେ । ସେହିପରି ଥରେ ସେ ନିଜ ପରିବାର କାରଣରୁ ଏକ ବଡ଼ ଚଳଚ୍ଚିତ୍ରକୁ କରିବା ପାଇଁ ମନା କରି ଦେଇଥିଲେ । ଖବର ଅନୁଯାୟୀ ଭାଗ୍ୟଶ୍ରୀ କେବେହେଲେ ଷ୍ଟାରଡମ ପଛରେ ଦୌଡ଼ିଲେ ନାହିଁ ବରଂ ସେ ସର୍ବଦା ନିଜ ପରିବାରକୁ ହିଁ ପ୍ରଥମ ପ୍ରାଥମିକତା ଦେଉଥିଲେ ।

ଭାଗ୍ୟଶ୍ରୀ ଙ୍କ ଅନୁସାରେ ଲୋକମାନେ କଳାକାରଙ୍କୁ ପରଦାରେ ଯେପରି ଦେଖୁଥିଲେ, ତାକୁ ବାସ୍ତବ ଜୀବନରେ ମଧ୍ୟ ସେପରି ଭାବରେ ଦେଖିବା ପାଇଁ ପସନ୍ଦ କରୁଥିଲେ । ଏହିପରି ଯଦି ତାଙ୍କୁ ବାସ୍ତବ ଜୀବନରେ ଏବଂ ରିଲ ଲାଇଫରେ ପାର୍ଥକ୍ୟ ଦେଖାଯାଏ ତେବେ ସେ ତାକୁ ନାପସନ୍ଦ କରନ୍ତି । ତାଙ୍କ ଅନୁଯାୟୀ ଚଳଚ୍ଚିତ୍ର ଜଗତରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯାହାଙ୍କୁ ବିବାହ ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଠୋକର ମାରି ଦେଇଥିଲେ । ସେପଟେ ଦର୍ଶକ ମାନେ ମଧ୍ୟ ସେହି ହିରୋଇନ ମାନଙ୍କୁ ପରଦାରେ ଦେଖିବାକୁ ପସନ୍ଦ କରନ୍ତି, ଯେଉଁମାନେ କୁଆଁରୀ ହୋଇଥାନ୍ତି କିମ୍ବା ଏକୁଟିଆ ବା ସିଙ୍ଗଲ ହୋଇଥାନ୍ତି । କିନ୍ତୁ ଏହି ମାମଲାରେ ଭାଗ୍ୟଶ୍ରୀ ଖୁବ୍ ଭାଗ୍ୟବାନ ଥିଲେ । ତାଙ୍କୁ ବିବାହ ପରେ ମଧ୍ୟ କାମର ସୁଯୋଗ ମିଳୁଥିଲା କିନ୍ତୁ ତାହା ଅଲଗା କଥା ଯେ ସେ ପରିବାରକୁ ନିଜ ସମୟ ଦେବା ପାଇଁ ଚାହୁଁଥିଲେ ।

ଆପଣଙ୍କ ସୂଚିତ କରି ଦେଉଛୁ ଯେ ବର୍ତ୍ତମାନ ଭାଗ୍ୟଶ୍ରୀ ୫୧ ବର୍ଷର ହୋଇ ସାରିଛନ୍ତି । ତାଙ୍କୁ ବଲିଉଡ଼ରେ ଆଜି ମଧ୍ୟ ସଲମାନ ଖାନଙ୍କ ସୁପରହିଟ ଚଳଚ୍ଚିତ୍ର ‘ମେନେ ପ୍ୟାର କିୟା’ ଯୋଗୁଁ ସ୍ମରଣ କରାଯାଏ । ତାଙ୍କ ବିବାହକୁ ଖୁବ୍ ସମୟ ବିତିଯାଇଛି ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ପୁଅର ନାମ ହେଉଛି ଅଭିମନ୍ୟୁ ଓ ଝିଅର ନାମ ହେଉଛି ଅବନ୍ତିକା । କ୍ୟାରିୟର ବିଷୟରେ ଆଲୋଚନା କରିବା ତେବେ କୁହାଯାଉଛି ଯେ ଖୁବଶୀଘ୍ର ଭାଗ୍ୟଶ୍ରୀ ପ୍ରଭାସ ଓ ପୂଜା ହେଗଡେଙ୍କ ସହିତ ‘ରାଧେ ଶ୍ୟାମ’ ଚଳଚ୍ଚିତ୍ରରେ ନଜର ଆସି ପାରନ୍ତି ।ଟି

Be the first to comment

Leave a Reply

Your email address will not be published.


*