କୌଣସି ସଞ୍ଜିବନିରୁ କମ ନୁହେଁ ବେଲପତ୍ର…..

କୌଣସି ସଞ୍ଜିବନିରୁ କମ ନୁହେଁ ବେଲପତ୍ର…..

କୌଣସି ସଞ୍ଜିବନିରୁ କମ ନୁହେଁ ବେଲପତ୍ର । ଅନେକ ରୋଗକୁ ଉପଶମ କରିବା ପାଇଁ ବ୍ୟବହାର କରନ୍ତୁ ବେଲପତ୍ର । ଧ୍ୟାନର ସହକାରେ ଲେଖାଟି ପଢ଼ନ୍ତୁ ।

ବେଲପତ୍ର ସହ ଜଡିତ ସ୍ୱାସ୍ଥ୍ୟ ଜନିତ ଲାଭ ପଢନ୍ତୁ

ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରିବା ଫଳରେ ଶିବ ପ୍ରସନ୍ନ ହୋଇଥାନ୍ତି । ଶିବଙ୍କ ପୂଜା ସମୟରେ ବେଲପତ୍ରର ବ୍ୟବହାର ନିଶ୍ଚିନ୍ତ କରାଯାଇଥାଏ । ଶାସ୍ତ୍ର ବ୍ୟତୀତ ଆୟୁର୍ବେଦରେ ମଧ୍ୟ ବେଲପତ୍ରର ବର୍ଣନା ରହିଛି । ଆୟୁର୍ବେଦ ଅନୁସାରେ ଏହାର ପ୍ରୟୋଗ କରିବା ଦ୍ୱାରା ଅନେକ ରୋଗରୁ ଉପଶମ ମିଳିଥାଏ ।ଆସନ୍ତୁ ଜାଣିବେ ବେଲପତ୍ରର ବ୍ୟବହାର ଫଳରେ କେଉଁ ସମସ୍ତ ରୋଗରୁ ଉପଶମ ମିଳିଥାଏ ।

ବେଲପତ୍ର ସହ ଜଡିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ

ରକ୍ତ ସଫା ହେବ

ବେଲପତ୍ରର ସେବନ ଫଳରେ ରକ୍ତ ସଫା ହୋଇଥାଏ ଏବଂ ରକ୍ତରେ ମିଶ୍ରିତ ସମସ୍ତ ଅଶୁଦ୍ଧ ପଦାର୍ଥ ଦୂର ହୋଇଥାଏ । ଆପଣ କିଛି ବେଲପତ୍ରକୁ ପାଣିରେ ପକାଇଦିଅନ୍ତୁ ପରେ ପାଣିକୁ ଫୁଟାଇ ଛାଣି ନିଅନ୍ତୁ । ପାଣିକୁ ଛାଣିବା ପରେ ସେହି ପାଣିରେ ମହୁ ପକାନ୍ତୁ । ଏହି ପାଣି ପିଇବା ଦ୍ୱାରା ରକ୍ତ ସଫା ହୋଇଯାଇଥାଏ ।

ଧଳା ଦାଗ ଦୂର ହୋଇଥାଏ

ଆପଣ ବେଲପତ୍ରକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ପରେ ପାଣିକୁ ଥଣ୍ଡା କରି ସେହି ପାଣିରେ ନିଜର ମୁହଁକୁ ଧୋଇ ଦିଅନ୍ତୁ କିମ୍ବା ସେହି ପାଣିକୁ ସେବନ କରନ୍ତୁ । ଏହି ପାଣି ପିଇବା ଦ୍ୱାରା ଚେହେରା ଚମକି ଉଠିଥାଏ । ବେଲପତ୍ରର ସେର୍ଲିନ ଏବଂ କେରୋଟିନ ନାମକ ତତ୍ୱ ରହିଛି ଯାହା ଧଳା ଦାଗ ଦୂର କରିବାରେ ସହାୟକ ହୋଇଥାଏ ।

କୁଣ୍ଡିଆ ରୋଗରୁ ଉପଶମ ମିଳିଥାଏ

ଶରୀରରେ କୁଣ୍ଡିଆ ହେଉଥିଲେ ବେଲପତ୍ରର ପ୍ରୟୋଗ କରନ୍ତୁ ।କିଛି ବେଲପତ୍ରକୁ ପେଶୀ ଦିଅନ୍ତୁ ଏବଂ ସେଥିରୁ ରସ ବାହାର କରନ୍ତୁ । ପରେ ସେହି ବେଲପତ୍ର ରସରେ ଜିରା ପକାଇ ସେହି ରସର ସେବନ କରନ୍ତୁ । ଏହି ରସ ପିଇବା ଦ୍ୱାରା କୁଣ୍ଡିଆ ରୋଗରୁ ଉପଶମ ମିଳିଥାଏ ।

ଉକୁଣୀରୁ ଉପଶମ ମିଳିଥାଏ

କେଶରେ ଉକୁଣୀ ହୋଇଥିଲେ ବେଲଫଳର ବ୍ୟବହାର କରନ୍ତୁ ।ବେଲଫଳ ନେଇ ତାର ଚୋପା ଛଡାଇ ଦିଅନ୍ତୁ ଏବଂ ଫଳକୁ ପେଶୀ ଦିଅନ୍ତୁ । ବର୍ତ୍ତମାନ ଏଥିରେ ତେଲ ଏବଂ କର୍ପୂର ମିଶାଇ ଦିଅନ୍ତୁ । ଏହି ତିନୋଟି ଜିନିଷର ମିଶ୍ରଣରେ ଏକ ପେଷ୍ଟ ପ୍ରସ୍ତୁତ ହୋଇଯିବ ଏହି ପେଷ୍ଟକୁ ଆପଣ ନିଜ କେଶରେ ଲଗାନ୍ତୁ ।ଏହି ପେଷ୍ଟକୁ କେଶରେ ଲଗାଇବା ଫଳରେ ମୁଣ୍ଡର ଉକୁଣୀ ଦୂର ହୋଇ ଯାଇଥାଏ । ଏହି ପେଷ୍ଟର ବ୍ୟବହାର ଫଳରେ କେଶ ଚମକି ଉଠିଥାଏ । ଏହି ମିଶ୍ରଣକୁ ଆପଣ ସପ୍ତାହରେ 3ଥର ବ୍ୟବହାର କରନ୍ତୁ ।

କେଶ ଝଡ଼ିବା ବନ୍ଦ ହୋଇଥାଏ

ଯେଉଁ ମାନଙ୍କର କେଶ ଝଡ଼ିଥାଏ ସେମାନେ ବେଲପତ୍ରକୁ ପାଣିରେ ପକାଇ କେଶ ଧୋଇ ଦିଅନ୍ତୁ । କିଛି ବେଲପତ୍ରକୁ ପାଣିରେ ପକାଇ ସେହି ପାଣିକୁ ଫୁଟାନ୍ତୁ । ପାଣି ଥଣ୍ଡା ହେବା ପରେ ସେହି ପାଣିରେ ନିଜର କେଶ ସଫା କରନ୍ତୁ । ଏହିପରି କରିବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ବନ୍ଦ ହୋଇଯାଇଥାଏ ।

ମୁଖ ଘାଆ ଦୂର ହୋଇଥାଏ

ମୁହଁରେ ଘାଆ ହୋଇଥିଲେ ବେଲଫଳକୁ ପେଶୀ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ପାଣି ଫୁଟିଯିବା ପରେ ଥଣ୍ଡା କରି ଛାଣି ଦିଅନ୍ତୁ ଏହି ସେହି ପାଣିରେ କୁଳି କରନ୍ତୁ । ଆପଣଙ୍କ ମୁଖ ଘାଆ ଦୂର ହୋଇଯିବ ।

ଏହା ବ୍ୟତୀତ ଜ୍ୱର ହେବା ଫଳରେ ବେଲପତ୍ର କାଢା ପିଇବା ଦ୍ୱାରା ଜ୍ୱରରୁ ଉପଶମ ମିଲିଥାଏ । ବେଲପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ଥଣ୍ଡା କରି ପିଇବା ଦ୍ୱାରା ଉପଶମ ମିଳିଥାଏ ।

Leave a Reply

Your email address will not be published. Required fields are marked *