ଜରୁରୀ ସୂଚନା :ଆସନ୍ତା ମାସ ପର୍ଯ୍ୟନ୍ତ ଯଦି କରିବେ ନାହିଁ ଏହି କାମ, ତେବେ ବେକାର ହୋଇଯାଇପାରେ ଆପଣଙ୍କ PAN CARD !

ଆୟକର ବିଭାଗ ସମସ୍ତ ପେନ କାର୍ଡ଼ ଗୁଡ଼ିକୁ ଆଧାର ସହିତ ଲିଙ୍କ କରିବା ଅନିବାର୍ଯ୍ୟ କରିଦେଇଛି । ଏଥିପାଇଁ ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପାନ୍ କାର୍ଡ଼କୁ ଆଧାର ସହ ଲିଙ୍କ କରି ନାହାଁନ୍ତି, ତେବେ ସତର୍କ ହୋଇଯାଆନ୍ତୁ । ସେଣ୍ଟ୍ରାଲ ବୋର୍ଡ଼ ଅଫ ଡ଼ାଇରେକ୍ଟ ଟେକ୍ସ (CBDT) ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (PAN) ଓ ଆଧାର ଲିଙ୍କିଙ୍ଗର ସମୟ ସୀମାକୁ ୩୧ ମାର୍ଚ୍ଚ ୨୦୨୦ କରି ଦିଆଯାଇଛି । ଏହା ପୂର୍ବରୁ ଶେଷ ତାରିଖ ୩୧ ଡିସେମ୍ବର, ୨୦୧୯ ଥିଲା । ଯଦି ଆପଣ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି କାର୍ଯ୍ୟ ସମ୍ପାଦନ କରୁ ନାହାଁନ୍ତି, ତେବେ ଆପଣଙ୍କ ପାନ୍ କାର୍ଡ଼ ବେକାର ହୋଇଯିବ । ବର୍ତ୍ତମାନ ମଧ୍ୟ ୧୭ କୋଟିରୁ ଅଧିକ ପାନ୍ କାର୍ଡ଼ ଧାରୀ ଏହି ଦୁଇଟି ଦସ୍ତାବିଜକୁ ଲିଙ୍କ କରି ନାହାଁନ୍ତି । ସମସ୍ତ ପେନ ଧାରକଙ୍କ ଷ୍ଟେଟସ୍ ଯାଞ୍ଚ କରି ଶୀଘ୍ର ଶୀଘ୍ର ଆଧାର ସହିତ ଲିଙ୍କ କରାଇବା ଉଚିତ ।

ଆୟକର ବିଭାଗର ୱେବସାଇଟରୁ ଯାଞ୍ଚ କରନ୍ତୁ ଷ୍ଟେଟସ୍

ସବୁଠାରୁ ପ୍ରଥମେ ଆୟକର ବିଭାଗର ଅଧିକାରୀକ ୱେବସାଇଟ www.incometaxindiaefiling.gov.inକୁ ଯାଆନ୍ତୁ । ଏଠାରେ ବାମ ପଟରେ ଥିବା ବିକଳ୍ପ ଲିଙ୍କ ଆଧାରରେ କ୍ଲିକ୍ କରନ୍ତୁ ।

ଏହାପରେ ଖୋଲିଥିବା ପୃଷ୍ଠା ଉପରେ ହାଇପରଲିଙ୍କ ରହିଥିବ, ଯେଉଁଠାରେ ପୂର୍ବରୁ ହିଁ ଆଧାର ଲିଙ୍କର ଆବେଦନର ସୂଚନା ରହିଥିବ । ଏହି ହାଇପରଲିଙ୍କକୁ କ୍ଲିକ୍ କରିବା ପରେ ଆପଣଙ୍କୁ ପାନ୍ କିମ୍ବା ଆଧାର ବିଷୟରେ ସମସ୍ତ ସୂଚନା ଭରିବାକୁ ପଡ଼ିବ ।

ତା’ପରେ ବ୍ୟୁ ଲିଙ୍କ ଆଧାର ଷ୍ଟେଟସ୍ ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କୁ ଜଣା ପଡ଼ିଯିବ ଯେ ଆପଣଙ୍କ ଆଧାର ଓ ପାନ୍ ଲିଙ୍କ ହୋଇଛି କିମ୍ବା ନାହିଁ ।

ଏସଏମଏସ ଜରିଆରେ

ନିଜ ଫୋନରେ କ୍ୟାପିଟାଲ ଲେଟର ବା ବଡ଼ ଅକ୍ଷରରେ ଆଇ ଡ଼ି ପିଏନ ଲେଖନ୍ତୁ, ପରେ ଟିକେ ଛାଡ଼ିଦେଇ (ସ୍ପେସ) ଆଧାର ନମ୍ବର ଏବଂ ପାନ୍ ନମ୍ବର ଲେଖନ୍ତୁ ।

ଏହି ମେସେଜକୁ ୫୬୭୬୭୮ କିମ୍ବା ୫୬୧୬୧ ନମ୍ବରରେ ପଠାଇ ଦିଅନ୍ତୁ ।

ଏହାପରେ ଆୟକର ବିଭାଗ ଦୁଇଟି ଦସ୍ତାବିଜକୁ ଲିଙ୍କ କରିବା ପ୍ରକ୍ରିୟା ଆରମ୍ଭ କରିଦେବ ।

ଯଦି ଆପଣ ଅନଲାଇନ ପାନ୍ କାର୍ଡ଼କୁ ଆଧାର ସହିତ ଲିଙ୍କ କରିବା ପାଇଁ ଚାହଁନ୍ତି ତେବେ, ଏହାର ଗୋଟିଏ ଭିନ୍ନ ଉପାୟ ରହିଛି ।

ଅନଲାଇନରେ ମଧ୍ୟ ବହୁତ ସହଜ

ଆୟକର ବିଭାଗ ଅଧିକାରୀକ ୱେବସାଇଟର ବାମ ପଟର କ୍ଲିକ୍ ଲିଙ୍କ ବିକଳ୍ପ ଆଧାର ଉପରେ କ୍ଲିକ୍ କରନ୍ତୁ ।

ଯଦି ଆପଣଙ୍କ ଆକାଉଣ୍ଟ ନାହିଁ ତେବେ ପ୍ରଥମେ ଆପଣ ରେଜିଷ୍ଟ୍ରେସନ କରନ୍ତୁ । ଏଠାରେ ଆପଣଙ୍କୁ ପାନ୍, ଆଧାର ନମ୍ବର ଏବଂ ନାମ ଲେଖିବାକୁ ପଡ଼ିବ, ଯାହାର ଓଟିପି ଏଥି ସହିତ ସମ୍ବନ୍ଧୀୟ ମୋବାଇଲ ନମ୍ବରରେ ଆସିବ ।

ଓଟିପି ଭରି ସାରିବା ପରେ ଆପଣଙ୍କ ଆଧାର ଓ ପାନ୍ ଲିଙ୍କ ହୋଇଯିବ ।

କରଦାତାମାନଙ୍କୁ ହୋଇପାରେ ଅସୁବିଧା

ଏହା ପୂର୍ବରୁ ଆୟକର ବିଭାଗ କହିଥିଲେ ଯେ ଆସନ୍ତା ବର୍ଷରୁ ବିନା ଆଧାର ଲିଙ୍କ ପାନ୍ କାର୍ଡ଼କୁ ନିରସ୍ତ କରି ଦିଆଯିବ । ସାଥିରେ ଏପରି କରଦାତା ଆଇ ଟି ଆର ମଧ୍ୟ ଦାଖଲ କରିପାରିବେ ନାହିଁ । ଆୟକର କାନୁନର ଧାରା ୧୩୯ ଏଏ ଅନୁଯାୟୀ ଆଇ ଟି ଆର ଦାଖଲ କରୁଥିବା ସମସ୍ତ ନାଗରିକ ପାଇଁ ପାନ୍ ବା ଆଧାରକୁ ଲିଙ୍କ କରିବା ବହୁତ ଜରୁରୀ ଅଟେ । ଯଦି ଦୁଇଟି ଦସ୍ତାବିଜ ଲିଙ୍କ ହେବ ନାହିଁ, ତେବେ କରଦାତା ମାନଙ୍କୁ ଟିକସ ଫେରସ୍ତ ବା ଟେକ୍ସ ରିଫଣ୍ଡ କରିବାକୁ ପଡ଼ିବ । ସାଥିରେ ଆୟକର ବିଭାଗ ଆଧାରକୁ ଲିଙ୍କ ନକଲେ ପାନ୍ କାର୍ଡ଼କୁ ନିରସ୍ତ ମଧ୍ୟ କରିଦେବ ।

Be the first to comment

Leave a Reply

Your email address will not be published.


*