ସାବତ ମାଁ ଓ ନଣନ୍ଦ ହୋଇ ଘରେ ସୃଷ୍ଟି କରୁଥିଲେ କଳହ । ଗତ ସମୟର ବେଡ୍ ୱମେନ୍ ବା ନିର୍ଦୟୀ ସ୍ତ୍ରୀ ବର୍ତ୍ତମାନ ଏହିପରି ଜୀବନ ଅତିବାହିତ କରୁଛନ୍ତି ।

୮୦ ଓ ୯୦ ଦଶକରେ ଅଧିକାଂଶ ଚଳଚ୍ଚିତ୍ରରେ ଘରକୁ ନଷ୍ଟ କରିବା ଚରିତ୍ରରେ ବହୁତଗୁଡିଏ ଅଭିନେତ୍ରୀ ଅଭିନୟ କରିଛନ୍ତି କିନ୍ତୁ ଯେଉଁମାନେ ଆଜି ମଧ୍ୟ ଲୋକଙ୍କୁ ମନେ ଅଛି । ଆମେ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଏକ ଅଭିନେତ୍ରୀ ବିନ୍ଦୁ ବିଷୟରେ କରିବାକୁ ଯାଉଛୁ ଯିଏ ସାବତ ମାଁ ଓ ନଣନ୍ଦ ହୋଇ ଘରେ ସୃଷ୍ଟି କରୁଥିଲେ କଳହ,କିନ୍ତୁ ବାସ୍ତବ ଜୀବନରେ ତାଙ୍କ ସ୍ଵଭାବ ବହୁତ ଅଧିକ ଭଲ ରହିଛି ଯାହା ବିଷୟରେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ।

ସାବତ ମାଁ ଓ ନଣନ୍ଦ ହୋଇ ଘରେ ସୃଷ୍ଟି କରୁଥିଲେ କଳହ

newstrend

ବଲିଉଡ଼ରେ ଯେତିକି ମହତ୍ତ୍ୱ ହିରୋଙ୍କୁ ଦିଆଯାଏ ସେତିକି ଖଳନାୟକ କିମ୍ବା ଖଲନାୟିକା ମାନଙ୍କୁ ମଧ୍ୟ ଦିଆଯାଇଥାଏ । ଚଳଚ୍ଚିତ୍ରରେ ହିରୋଙ୍କୁ ହିରୋଇନ ସହ ପ୍ରେମ ହୁଏ ସେତେବେଳେ ତାଙ୍କ ଜୀବନକୁ ଖରାପ କରିବା ପାଇଁ ଖଲନାୟିକା କିମ୍ବା ଖଲନାୟକଙ୍କ ଆଗମନ ହୁଏ । ୮୦ ଓ ୯୦ ଦଶକରେ ଏହି କାମ ଶାଶୁ, ନଣନ୍ଦ କିମ୍ବା ଦେବରାନୀ ଜେଠାଣି କରୁଥିଲେ । ହିନ୍ଦୀ ସିନେମାରେ ଏପରି ଏକ ଖଲନାୟିକା ଥିଲେ ବିନ୍ଦୁ ଯିଏ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି । ନିଜ ଭୂମିକାରୁ ଫ୍ୟାନ୍ସଙ୍କ ହୃଦୟ ଜିଣୁଥିବା ‘ମୋନା ଡାର୍ଲିଂ’ ନିଜ ଫିଲ୍ମୀ କ୍ୟାରିୟରର ଆରମ୍ଭର ୧୯୬୨ରେ ଆସିଥିବା ଚଳଚ୍ଚିତ୍ର’ଅନପଢ଼’ ଠାରୁ କରିଥିଲେ ।

newstrend

ସେହି ସମୟରେ ସେ ୧୧ ବର୍ଷ ବୟସ୍କା ଥିଲେ କିନ୍ତୁ ବିବାହ ପରେ ସେ ଚଳଚ୍ଚିତ୍ର ଜଗତରେ ବହୁତଗୁଡିଏ ଚଳଚ୍ଚିତ୍ରରେ ଅଭିନୟ କଲେ ଓ ନାମ ଅର୍ଜନ କଲେ । ବିନ୍ଦୁଙ୍କୁ ଏପରି ଭାବରେ ପ୍ରସିଦ୍ଧି ମିଳିଲା ଯେ ତାଙ୍କୁ ବାସ୍ତବ ଜୀବନରେ ମଧ୍ୟ ଲୋକମାନେ ଖଲନାୟିକା ବୋଲି ଧରିନେଇଥିଲେ । ବିବିସିକୁ ଦେଇଥିବା ଏକ ଇଣ୍ଟରଭ୍ୟୁ ସମୟରେ ବିନ୍ଦୁ କହିଥିଲେ ଯେ ତାଙ୍କୁ କେବଳ ଖଲନାୟିକା ଚରିତ୍ରରେ ଅଭିନୟ କରିବା ସୁଯୋଗ ମିଳିଲା ନହେଲେ ସେ ଭଲ ଚରିତ୍ରରେ ମଧ୍ୟ ଅଭିନୟ କରିଥାନ୍ତେ । ବିନ୍ଦୁ ଏହା ବିଷୟରେ କହିଥିଲେ ଯେ, ‘ଯେତେବେଳେ ମୁଁ ମୋ କ୍ୟାରିୟରର ଆରମ୍ଭ କଲି ସେତେବେଳେ ଖଲନାୟିକା ମାନଙ୍କୁ ଅଧିକ ମହତ୍ତ୍ୱ ଦିଆଯାଉଥିଲା । ମୁଁ ହିରୋଇନ ହେବା ପାଇଁ ଚାହୁଁଥିଲି କିନ୍ତୁ କେହି ଜଣେ ମୋତେ କହିଲେ ଯେ ମୁଁ ବହୁତ ପତଳା ଅଛି, ହିନ୍ଦୀ ମଧ୍ୟ ଠିକ୍ ଭାବେ ଜାଣିନଥିଲି । ବହୁତ ଲମ୍ବା ଥିଲି ପରେ ମୋ ଭିତରର ଅବଗୁଣ ଗୁଡ଼ିକ ଲୋକଙ୍କୁ ପସନ୍ଦ ଆସିବାକୁ ଲାଗିଲା । ମୁଁ ଆରମ୍ଭ ଚଳଚ୍ଚିତ୍ର ଦୋ ରାସ୍ତେରେ ଖଲନାୟିକା ଭାବେ ଅଭିନୟ କରିଲି । ୧୯୭୦ ମସିହାରେ ଆସିଥିବା ଚଳଚ୍ଚିତ୍ର କଟି ପତଙ୍ଗର ଗୀତ ମେରା ନାମ ଶବନମ୍ ଠାରୁ ସେ ସେହି ଯୁଗର ଆଇଟମ୍ କୁଇନ୍ ହୋଇଗଲେ ।

newstrend

ପୂର୍ବ ସମୟରେ ଖଲନାୟିକା ମାନଙ୍କୁ ବୋଲ୍ଡ ଦେଖାଯାଉଥିଲା ଯେବେକି ହିରୋଇନଙ୍କୁ ସେତିକି ବୋଲ୍ଡ ପ୍ରଦର୍ଶିତ କରାଯାଉନଥିଲା । ବିନ୍ଦୁ ନିଜର ଦମଦାର ଅଭିନୟ ବଳରେ ଚର୍ଚ୍ଚିତ ହୋଇଗଲେ ଓ ସେହି ସମୟରେ ବିନ୍ଦୁଙ୍କୁ ଲୋକମାନେ ଚିହ୍ନି ଯାଇଥିଲେ । ଫିଲ୍ମଫେୟାର ମେଗେଜିନକୁ ଦେଇଥିବା ନିଜର ଏକ ଇଣ୍ଟରଭ୍ୟୁରେ ବିନ୍ଦୁ କହିଥିଲେ ଯେ ଥରେ ସେ ଯେତେବେଳେ ନିଜ ଭଉଣୀର ଛୁଆ ମାନଙ୍କ ସହ ଚଳଚ୍ଚିତ୍ର ଦେଖିବା ପାଇଁ ଯାଇଥିଲେ ସେତେବେଳେ ଚଳଚ୍ଚିତ୍ର ଦେଖିବା ପରେ ଶିଶୁ ମାନେ କହିଲେ – ବିନ୍ଦୁ ଆଣ୍ଟି ଆପଣ ଆମ ସହିତ ଏପରି କିଛି କରନ୍ତି ନାହିଁ କିନ୍ତୁ ଚଳଚ୍ଚିତ୍ରରେ ଏପରି କାହିଁକି କରନ୍ତି ? ଏତିକିନୁହେଁ ବିନ୍ଦୁ ଏହା ମଧ୍ୟ କହିଲେ ଯେ ନିଜ ଚରିତ୍ର ଯୋଗୁଁ ଗାଳି ଶୁଣିବାକୁ ପଡ଼ୁଥିଲା ।

ଇଣ୍ଟରଭ୍ୟୁ ସମୟରେ ବିନ୍ଦୁ କହିଲେ ଯେ, ‘ମୁଁ ଗାଳିକୁ ପୁରସ୍କାର ଭାବି ନେଉଥିଲି । ଯେତେବେଳେ ମୋତେ କେହି ଗାଳି ଶୁଣାଉଥିଲେ ସେତେବେଳେ ମୋତେ ଲାଗୁଥିଲା ଯେ ମୁଁ ବହୁତ ଭଲ ଭାବରେ ମୋ କାମ କରୁଛି । ‘ ବିନ୍ଦୁ ନିଜ କ୍ୟାରିୟରରେ ଏପରି ଚରିତ୍ର ମାନଙ୍କରେ ଅଭିନୟ କରିଛନ୍ତି ଯାହା ଯୋଗୁଁ ଅନେକ ଘରେ କଳହ ମଧ୍ୟ ହେଉଥିଲା । ଆପଣଙ୍କୁ ସୁଚାଇଦେଉଛୁ ଯେ ବିନ୍ଦୁ ବଲିଉଡ଼ରେ କଟି ପତଙ୍ଗ, ବନାରସି ବାବୁ, ହବସ୍, ଜଞ୍ଜିର, ଦୋ ରାସ୍ତେ, ଅଭିମାନ, ଘର ହୋତୋ ଏସା, ଶୋଲା ଓ ଶବନମ୍, ଆସୁ ବନେ ଅଙ୍ଗାରେ, ଅମର ପ୍ରେମ, ପ୍ରେମ୍ ରୋଗ୍, ହମ୍ ଆପକେ ହେ କୋନ୍, ମେ ହୁ ନା, ଦୁଷ୍ମନ, ପ୍ୟାର୍ ଝୁକତା ନହିଁ, ଆଖେ ଓ ଓମ୍ ଶାନ୍ତି ଓମ୍ ଭଳି ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବର୍ତ୍ତମାନ ବିନ୍ଦୁ ଚଳଚ୍ଚିତ୍ରରେ ଅଭିନୟ କରୁ ନାହାଁନ୍ତି ଓ ସେ ନିଜ ପରିବାର ସହ ସମୟ ଅତିବାହିତ କରୁଅଛନ୍ତି ।

Be the first to comment

Leave a Reply

Your email address will not be published.


*