ଯୁଦ୍ଧପୂର୍ବରୁ ରାବଣ ମନ୍ଦୋଦରୀଙ୍କୁ କହିଥିଲେ ମହିଳାଙ୍କ ବିଷୟରେ ଏହି ଆଠଟି କଥା !

ଯୁଦ୍ଧପୂର୍ବରୁ ରାବଣ ମନ୍ଦୋଦରୀଙ୍କୁ କହିଥିଲେ ମହିଳାଙ୍କ ବିଷୟରେ ଏହି ଆଠଟି କଥା !

ଶ୍ରୀରାମଚରିତମାନସ ଅନୁସାରେ ସୀତାହରଣ ପରେ ଯେତେବେଳେ ପ୍ରଭୁଶ୍ରୀରାମ ବାନରସେନା ସହ ଲଙ୍କାରେ ପହଞ୍ଚିଥିଲେ ସେତେବେଳେ ରାବଣଙ୍କ ପତ୍ନୀ ମନ୍ଦୋଦରୀ ଡ଼ରିଯାଇଥିଲେ । ସେ ଡ଼ରିଯାଇ ରାବଣଙ୍କୁ ଉପଦେଶ ଦେଇଥିଲେ ଯେ ସେ ପ୍ରଭୁଶ୍ରୀରାମଙ୍କ ସହ ଯୁଦ୍ଧ ନକରି ତାଙ୍କୁ କ୍ଷମା ପ୍ରାର୍ଥନା କରି ସୀତାଙ୍କୁ ସସମ୍ମାନେ ଫେରାଇ ଦିଅନ୍ତୁ । କିନ୍ତୁ ରାବଣ ତାଙ୍କ କଥା ନଶୁଣି ତାଙ୍କୁ ଉପହାସ କରି କହିଥିଲ

“ନାରୀ ସୁଭାଉ ସତ୍ୟ ସବ କହଁହିଁ । ଅବଗୁନ ଆଠ ସଦା ଉର ରହହିଁ ।

ସାହସ ଅନୃତ ଚପଲତା ମାୟା। । ଭୟ ଅବିବେକ ଅଶୌଚ ଅଦୟା ।”

ଏହି ଦୋହାରେ ରାବଣ ମହିଳାମାନଙ୍କର ଆଠଟି ଅବଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି

ସାହସ :

ରାବଣଙ୍କ କହିବା ଅନୁସାରେ ମହିଳାମାନଙ୍କ ପାଖରେ ବହୁତ ସାହସ ଥାଏ ଯେଉଁଥିପାଇଁ ମହିଳାମାନେ ବେଳେବେଳେ ଏପରି କାର୍ଯ୍ୟ କରିଦେଇଥାନ୍ତି ଯଦ୍ୱାରା ତାଙ୍କୁ ଓ ତାଙ୍କ ପରିବାରକୁ ପଶ୍ଚାତାପ କରିବାକୁ ପଡିଥାଏ ।

ମିଛ କହିବା :

ସ୍ତ୍ରୀମାନେ ବହୁତ ମିଛ କଥା କହିଥାନ୍ତି ଯେଉଁଥିପାଇଁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ କାରଣ ସତ୍ୟ ଅଧିକ ସମୟ ଲୁଚି ରହେନାହିଁ ଦିନେ ନା ଦିନେ ନିଶ୍ଚୟ ସାମ୍ନାକୁ ଆସିଥାଏ ।

ଚଞ୍ଚଳତା :

ସ୍ତ୍ରୀମାନଙ୍କ ମନ ପୁରୁଷଙ୍କ ତୁଳନାରେ ଅଧିକ ଚଞ୍ଚଳ ହୋଇଥାଏ । ସେଥିପାଇଁ ସେମାନେ ଗୋଟିଏ ଜାଗାରେ ଅଧିକ ସମୟ ତିଷ୍ଠି ରହିପାରନ୍ତି ନାହିଁ । ସ୍ତ୍ରୀମାନଙ୍କର ମନ ପ୍ରତିକ୍ଷଣ ବଦଳୁଥାଏ ଯଦ୍ୱାରା ସେମାନେ ସଠିକ୍ ନିର୍ଣ୍ଣୟ ନେବାରେ ଅସମର୍ଥ ହୋଇଥାନ୍ତି ।

ମାୟା :

ସ୍ତ୍ରୀମାନେ ନିଜ ଇଛା ପୂରଣ କରିବା ପାଇଁ ବିଭିନ୍ନ ପ୍ରକାର ମାୟା ରଚନା କରିଥାନ୍ତି । ସେମାନେ ନିଜ ଇଛା ପୂରଣ କରିବା ପାଇଁ ପୁରୁଷଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥାନ୍ତି, କେତେବେଳେ ରୁଷିଯାଆନ୍ତି ତ କେତେବେଳେ ପ୍ରେମବର୍ଷା କରିଥାନ୍ତି । ଏସବୁ ତାଙ୍କର ମାୟା ଅଟେ ଯେଉଁ ପୁରୁଷ ଏହାକୁ ବୁଝିପାରନ୍ତି ନାହିଁ ସେମାନେ ସ୍ତ୍ରୀର ବଶବର୍ତ୍ତୀ ହୋଇଯାଆନ୍ତି ।

ଭୟାଳୁ :

କେବେକେବେ ସ୍ତ୍ରୀମାନେ ଅନାବଶ୍ୟକ ଭାବେ ଭୟ କରନ୍ତି ତେଣୁ ସବୁ କାମ ବିଗିଡିଯାଇଥାଏ । ସ୍ତ୍ରୀମାନେ ବାହାରୁ ଯେତେ ସାହସୀ ହେଲେ ମଧ୍ୟ ତାଙ୍କ ମନରେ ସବୁବେଳେ ଭୟ ରହିଥାଏ ।

ଅବିବେକି :

ବେଳେବେଳେ ସ୍ତ୍ରୀମାନେ ଅବିବେକି ହୋଇ ମୁର୍ଖତାପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି । ଅଧିକ ସାହସ ଥିବା ହେତୁ ନିଜ ଶ୍ରେଷ୍ଠତ୍ଵର ପ୍ରମାଣ ଦେବାକୁ ଯାଇ ମହିଳାମାନେ ଏପରି କାର୍ଯ୍ୟ କରନ୍ତି ଯେଉଁଥିପାଇଁ ତାଙ୍କୁ ପରେ ପଶ୍ଚାତାପ କରିବାକୁ ହୁଏ ।

ନିର୍ଦୟତା :

ରାବଣଙ୍କ କହିବା ଅନୁସାରେ ଯେତେବେଳେ ସ୍ତ୍ରୀଟିଏ ନିର୍ଦୟୀ ହୋଇଯାଏ ସେ ପୁରୁଷକୁ ମଧ୍ୟ ପଛରେ ଛାଡିଦିଏ ।

ଅପଵିତ୍ରତା :

କିଛି ସ୍ତ୍ରୀଙ୍କ ପାଖରେ ଅପଵିତ୍ରତା ଭଳି ଅବଗୁଣ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ମହିଳାମାନେ ଆଦୌ ପରିଷ୍କାର ରହିବାକୁ ଭଲପାଆନ୍ତି ନାହିଁ ।

Leave a Reply

Your email address will not be published. Required fields are marked *