ରଣଭୀର ଓ ଦୀପିକାଙ୍କ ପୂର୍ବରୁ ଏହି ଫିଲ୍ମରେ ବନିବାକୁ ଥିଲା ସୁଶାନ୍ତ ଓ ଅଙ୍କିତାଙ୍କ ଯୋଡି ! ଏହିପରି ଥିଲା ଭାଂଶାଳୀଙ୍କ ପ୍ଲାନ୍ ।

ରଣଭୀର ଓ ଦୀପିକାଙ୍କ ପୂର୍ବରୁ ଏହି ଫିଲ୍ମରେ ବନିବାକୁ ଥିଲା ସୁଶାନ୍ତ ଓ ଅଙ୍କିତାଙ୍କ ଯୋଡି ! ଏହିପରି ଥିଲା ଭାଂଶାଳୀଙ୍କ ପ୍ଲାନ୍ ।

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ଏକ ମାସ ହୋଇଗଲା କିନ୍ତୁ ତାଙ୍କ ଜୀବନ ସହିତ ଯୋଡି ହୋଇଥିବା କିଛି ରହସ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ଆତ୍ମହତ୍ୟାର ପଛର କାରଣ ଡ଼ିପ୍ରେସନ ଯୋଗୁଁ ବୋଲି କୁହାଗଲା । ସାଥିରେ ଏପରି ମଧ୍ୟ କୁହନ୍ତି କି ତାଙ୍କ ହାତରୁ ବହୁତ ସାରା ପ୍ରୋଜେକ୍ଟ ଛଡେଇ ନେଇଯାଇଥିଲେ ଯାହାଦ୍ୱାରା ସେ ଡ଼ିପ୍ରେସନକୁ ଚାଲି ଆସିଥିଲେ ଓ ନିଜର ଜୀଵନକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ରହସ୍ୟମୟ ଘଟଣାକୁ ନେଇ ବଡ ବଡ କଳାକାରଙ୍କୁ ମୁମ୍ବାଇ ପୋଲିସ୍ ପଚରାଉଚରା କରିଥିଲା । ଏଥିରେ ସଂଜୟ ଲୀଳା ଭାଂଶଲୀ ମଧ୍ୟ ସୁଶାନ୍ତ ଓ ତାଙ୍କ ଫିଲ୍ମକୁ ନେଇ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ।

newstrend

ବାଜିରାଓ-ମସ୍ତାନୀରେ ସୁଶାନ୍ତ-ଅଙ୍କିତାଙ୍କୁ ନେବାକୁ ଚାହୁଁଥିଲେ ଭାଂଶାଳୀ:-

ମସୁର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭାଂଶାଳୀ କହିଲେ କି ସେ ସୁଶାନ୍ତକୁ ନେଇ ୪ଟି ଫିଲ୍ମ ବନେଇବାକୁ ଚାହୁଁଥିଲେ କିନ୍ତୁ ସମୟ ନ ମିଳିବାରୁ ସେ ଏହି ପ୍ରୋଜେକ୍ଟରେ କାମ କରିପାରିଲେ ନାହିଁ । ସଞ୍ଜୟ ପୋଲିସକୁ କହିଲେ କି ସେ ସୁଶାନ୍ତକୁ ନେଇ ବାଜିରାଓ- ମସ୍ତାନୀ ବନେଇବାକୁ ଚାହୁଁଥିଲେ ଏତିକି ନୁହେଁ ସେ ତାଙ୍କ ବନ୍ଧୁ ବା ଅଭିନେତ୍ରୀ ଅଙ୍କିତଙ୍କୁ ମଧ୍ୟ ଏହି ଫିଲ୍ମରେ ନେବାକୁ ଚାହୁଁଥିଲେ । ଏହି ଫିଲ୍ମ ସୁଶାନ୍ତଙ୍କ ଛଡା ଅଙ୍କିତାଙ୍କୁ ମଧ୍ୟ ଅଫର୍ ହୋଇଥିଲା ।

newstrend

ଏକ ରେପୋର୍ଟଙ୍କ ମତ କି ସୁଶାନ୍ତ ବାଜିରାଓ ମସ୍ତାନୀ ଫିଲ୍ମକୁ ମନା କରିଦେଇଥିଲେ । ଏହା ପରେ ଭାଂଶାଳୀ ଅଙ୍କିତାଙ୍କୁ ନେଇ ଫିଲ୍ମରେ ଏକ ଗୀତର ଉପାୟ ବନେଇଥିଲେ । ଫିଲ୍ମରେ ଦୀପିକା ଓ ପ୍ରିୟଙ୍କାଙ୍କ ନାମ ଫାଇନାଲ ହେଲା ପରେ ମଧ୍ୟ ଅଙ୍କିତାଙ୍କୁ ନେଇ ଗୋଟେ ଗୀତ ବନେଇବାକୁ ଚାହୁଁଥିଲେ ଯାହା ଫିଲ୍ମରେ ପ୍ରମୁଖ ରହିବ କିନ୍ତୁ ଅଙ୍କିତା ମଧ୍ୟ ଏହି ଫିଲ୍ମକୁ ମନା କରିଦେଇଥିଲେ ।

ଅଙ୍କିତାଙ୍କ ସହିତ ଏହା ଥିଲା ଭାଂଶାଳୀଙ୍କ ଯୋଜନା:-

ଅସଲ କଥା ହେଲା ସଞ୍ଜୟ ଅଙ୍କିତାଙ୍କୁ ୩ଟି ଫିଲ୍ମକୁ ନେଇ ଡିଲ୍ କରିବାକୁ ଚାହୁଁଥିଲେ କିନ୍ତୁ ଅଭିନେତ୍ରୀ କିଛି କାରଣ ଯୋଗୁଁ ମନା କରିଦେଇଥିଲେ । ଏହା ପରେ ବାଜିରାଓ ମସ୍ତାନୀରେ ଅନ୍ୟ କେଉଁ ହିରୋଇନକୁ ନ ନେଇ ସଞ୍ଜୟ ସେହି ଗୀତର ଉପାୟକୁ ବାତିଲ କରିଦେଇଥିଲେ । ଏହାଛଡା ସଞ୍ଜୟ ପୋଲିସଙ୍କୁ ଜଣାଇଲେ କି ସେ ବାଜିରାଓ ଫିଲ୍ମ ଛଡା ଆହୁରି ମଧ୍ୟ ଫିଲ୍ମ ପାଇଁ ବାଧ୍ୟ କରିଥିଲି କିନ୍ତୁ ସମୟର ଅଭାଵ ଯୋଗୁଁ ସୁଶାନ୍ତ ଏହି ସବୁ ଫିଲ୍ମକୁ ମନା କରିଦେଥିଲେ ।

newstrend

ବର୍ତ୍ତମାନ ଏହି ଖବର ସାମ୍ନାକୁ ଆସିଥିଲା କି ‘ ଛିଛୋରେ’ ପରେ ସୁଶାନ୍ତଙ୍କ ପାଖରେ ୭ଟି ଫିଲ୍ମ ଥିଲା ସେଥିରୁ ୬ଟି ଫିଲ୍ମ ତାଙ୍କଠାରୁ ଛଡେଇ ନିଆଯାଇଥିଲା । ଏହି କଥା କାରଣରୁ ସୁଶାନ୍ତ ଡେପ୍ରେସନକୁ ଚାଲି ଆସିଥିଲେ । ସେ ବହୁତ ଉଦାସ ରହୁଥିଲେ । ଏହା ପରେ ୧୪ ଜୁନକୁ ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ପ୍ଲାଟରେ ଫାଶି ଲଗେଇ ନିଜର ଜୀବନ ହାରିଥିଲେ । ତାଙ୍କ ମୃତ୍ୟୁ କେବଳ ଇଣ୍ଡଷ୍ଟ୍ରିକୁ ନୁହେଁ ବରଂ ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ଚକିତ କରି ରଖିଦେଲା ।

ବର୍ତ୍ତମାନ ସୁଶାନ୍ତ ଏଇ ଦୁନିଆଁରେ ନାହାଁନ୍ତି ସତ କିନ୍ତୁ ତାଙ୍କ ଫ୍ୟାନ୍ସମାନେ ଶେଷଥର ପାଇଁ ଫିଲ୍ମ ‘ଦିଲ୍ ବେଚାରା’ର ଜରିଆରେ ଦେଖିବେ । ଦିଲ ବେଚାରା ହଲିଉଡ଼ ଫିଲ୍ମ ‘ଦ ପ୍ଲାଟ୍ ଇନ୍ ଓବର ଷ୍ଟାର୍ସ’ର ହିନ୍ଦୀ ରିମେକ୍ ହୋଇଛି । ଏହି ଫିଲ୍ମରେ ସୁଶାନ୍ତଙ୍କ ବିପକ୍ଷରେ ସଂଜନା ସାଙ୍ଗୀ ନଜ଼ର ଆସିବେ । ଏହା ସୁଶାନ୍ତଙ୍କ ଶେଷ ଫିଲ୍ମ ଅଟେ ଓ ସେଥିପାଇଁ ତାଙ୍କ ବନ୍ଧୁମାନେ ତାଙ୍କୁ ଦେଖିବା ପାଇଁ ବ୍ୟାକୁଳ ହେଉଛନ୍ତି । ଜଣାଇ ଦେଉଛୁ କି କରୋନା କାରଣ ଯୋଗୁଁ ସିନେମା ହଲ ନ ଖୋଲିଥିବାରୁ ବହୁତ ଗୁଡିଏ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି । ଏହି ‘ଦିଲ୍ ବେଚାରା’କୁ ମଧ୍ୟ ଡ଼ିଜନି ହୋଟଷ୍ଟାରରେ ସମସ୍ତଙ୍କ ପାଇଁ ମାଗଣାରେ ରିଲିଜ୍ କରାଯାଉଛି । ଏହି ଫିଲ୍ମ ୨୪ ଜୁଲାଇକୁ ସବୁ ଦର୍ଶକମାନେ ହୋଟଷ୍ଟାରରେ ଦେଖିବାକୁପାଇବେ ।

Leave a Reply

Your email address will not be published. Required fields are marked *