୩୧ ମେ ପୂର୍ବରୁ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟରୁ କାଟିବ ୧୨ଟଙ୍କା ଆପଣ ପାଇବେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା !

୩୧ ମେ ପୂର୍ବରୁ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟରୁ କାଟିବ ୧୨ଟଙ୍କା ଆପଣ ପାଇବେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା !

ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନା ପାଇଁ କାଟୁଥିବା ପ୍ରିମିୟମ୍ ବିଷୟରେ ସୂଚନା ଦେଇ ବ୍ୟାଙ୍କ ଏହାର ଗ୍ରାହକ ମାନଙ୍କୁ SMS ପଠାଉଛି । ଏଥି ସହିତ ଯୋଗାଯୋଗର ଅନ୍ୟ ପଦ୍ଧତି ମାଧ୍ୟମରେ ମଧ୍ୟ ବ୍ୟାଙ୍କ ନିଜର ସେଭିଂ ଆକାଉଣ୍ଟ କଷ୍ଟମରଙ୍କୁ ସୂଚନା ଦେଉଛି । ସୂଚନାଯୋଗ୍ୟଯେ ପ୍ରଧାନ ମନ୍ତ୍ରୀ ସୁରକ୍ଷ ବିମା ଯୋଜନା ହେଉଛି ଏକ ଯୋଜନା ଯାହା ଆପଣଙ୍କୁ ଦୁର୍ଘଟଣାଜନିତ ଆକସ୍ମିକ ମୃତ୍ୟୁ କିମ୍ବା ବିକଳାଙ୍ଗ ଅବସ୍ଥା ପାଇଁ ସହାୟତା ଯୋଗାଇଥାଏ । ଏହା ଏକ ବର୍ଷର କଭର୍ ଏବଂ ଏହା ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରତିବର୍ଷ ନବୀକରଣ କରାଯାଏ । ଯେଉଁମାନେ PMSBY ସ୍କିମ୍ ଅଧୀନରେ ଖାତା ଖୋଲିସାରିଛନ୍ତି ଅଟୋ ଡେବିଟ୍ ସୁବିଧା ମାଧ୍ୟମରେ ସେମାନଙ୍କ ଆକାଉଣ୍ଟରୁ ପ୍ରତିବର୍ଷ ୧୨ଟଙ୍କା (ଜିଏସ୍ଟି ଅନ୍ତର୍ଭୂକ୍ତ କରି) କଟାଯାଇଥାଏ । ପ୍ରତିବର୍ଷ ମେ ୨୫ ରୁ ୩୧ ମଧ୍ୟରେ ଏହି ଆମାଉଣ୍ଟ ଡେବିଟ୍ ହୋଇଥାଏ ।

PMSBY ପାଇଁ କରନ୍ତୁ ଅନଲାଇନ୍ ଆବେଦନ କରନ୍ତୁ

ଯେଉଁ ବ୍ୟକ୍ତି ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନା ଅଧୀନରେ ଖାତା ଖୋଲିଛନ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଟୋମାଟିକ୍ ଭାବେ ପ୍ରତିବର୍ଷ ୧୨ଟଙ୍କା ଡେବିଟ୍ ହୋଇଯିବ । ଆପଣ ଫର୍ମ ପୂରଣ କରି କିମ୍ବା ବ୍ୟାଙ୍କର ନେଟବ୍ୟାଙ୍କିଙ୍ଗ ବ୍ୟବହାର କରି ଏହି ସ୍କିମ୍ ପାଇଁ ଅନଲାଇନରେ ଆବେଦନ କରିପାରିବେ ।

ବାର୍ଷିକ ପ୍ରିମିୟମ୍ ଅଟେ ୧୨ ଟଙ୍କା

PMSBYର କଭରେଜ୍ ଅବଧି ପ୍ରତିବର୍ଷ ‘୧ ଜୁନ୍’ରୁ ୩୧ମେ ପର୍ଯ୍ୟନ୍ତ ହୋଇଥାଏ । ଏହି ଯୋଜନା ଜାରି ରଖିବା ପାଇଁ ପ୍ରତିବର୍ଷ ମେ ମାସରେ ଆପଣଙ୍କୁ ଏହାକୁ ରିନୁୱାଲ୍ କରିବାକୁ ହେବ । PMSBYର ବାର୍ଷିକ ପ୍ରିମିୟମ୍ ମାତ୍ର ୧୨ଟଙ୍କା ଅଟେ । ପ୍ରତିବର୍ଷ ମେ ମାସ ଶେଷରେ ଆପଣଙ୍କୁ ଏହି ପ୍ରିମିୟମ୍ ଭରିବା ପାଇଁ ପଡିବ । ଏହି ପ୍ରିମିୟମ୍ ଅଟୋମାଟିକ୍ ଭାବରେ ୩୧ମେ ତାରିଖରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ । ଯଦି ଆପଣ PMSBY ଯୋଜନା କରିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ସର୍ବଦା ବାଲାନ୍ସ ରଖିବାକୁ ପଡିବ ।

କାହାକୁ ଏବଂ କେବେ ମିଳିବ ଏହି ଯୋଜନାର ଲାଭ

୧୮-୭୦ ବର୍ଷ ବୟସ ଅନ୍ତର୍ଗତ ବ୍ୟକ୍ତିମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ପଲିସିର ପ୍ରିମିୟମ୍ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କଟାଯିବ । ପଲିସି କରିବା ସମୟରେ PMSBYକୁ ନିଜ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ କରିବା ନିହାତି ଆବଶ୍ୟକ । PMSBY ନୀତି ଅନୁଯାୟୀ ବୀମା କିଣୁଥିବା ଗ୍ରାହକଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହେଲେ କିମ୍ବା ସେ ବିକଳାଙ୍ଗ ହୋଇଗଲେ ତାଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କୁ ୨ଲକ୍ଷ ଟଙ୍କା ମିଳିବ ।

କିପରି କରିବେ କ୍ଲେମ୍

ବୀମା ରାଶି ଦାବି କରିବାକୁ ନୋମିନି କିମ୍ବା ତାଙ୍କର ସମ୍ପର୍କୀୟଙ୍କୁ ପ୍ରଥମେ ବ୍ୟାଙ୍କ କିମ୍ବା ବୀମା କମ୍ପାନୀକୁ ଯିବାକୁ ପଡିବ ଯେଉଁଠାରୁ ସେ ଏହି ପଲିସି କ୍ରୟ କରିଥିଲେ । ଏଠାରେ ଏକ ଫର୍ମ ମିଳିବ ଯାହାକୁ ଫିଲଅପ୍ କରି ଆପଣଙ୍କୁ ଦାଖଲ କରିବାକୁ ହେବ । ଏଥିରେ ନାମ, ଠିକଣା ଏବଂ ଫୋନ୍ ନମ୍ବର୍ ପରି ସୂଚନା ଭରିବାକୁ ପଡିବ ।

Leave a Reply

Your email address will not be published. Required fields are marked *