ବିବାହ ଆଗରୁ ଶ୍ରୀସନ୍ତ ସ୍ତ୍ରୀଙ୍କୁ ଦେଇଥିଲେ ଏହି ପ୍ରତିଶ୍ରୁତି ! ରୋଚକ ଓ ଭିନ୍ନ ଧରଣର ଅଟେ କ୍ରିକେଟରଙ୍କ ପ୍ରେମ କାହାଣୀ…

ବିବାହ ଆଗରୁ ଶ୍ରୀସନ୍ତ ସ୍ତ୍ରୀଙ୍କୁ ଦେଇଥିଲେ ଏହି ପ୍ରତିଶ୍ରୁତି ! ରୋଚକ ଓ ଭିନ୍ନ ଧରଣର ଅଟେ କ୍ରିକେଟରଙ୍କ ପ୍ରେମ କାହାଣୀ…

ଭାରତୀୟ କ୍ରିକେଟର ଅନେକଗୁଡ଼ିଏ କଳାକାର ଅଛନ୍ତି ଯେଉଁମାନେ ନିଜ ଖେଳ ସହିତ ଅଧିକାଂଶ ସମୟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖବରରେ ରୁହନ୍ତି । ଏପରି ଏକ ଜଣାଶୁଣା କ୍ରିକେଟର ଅଟନ୍ତି ଶ୍ରୀସନ୍ତ । ଏହି କଥା ସମସ୍ତେ ଜାଣନ୍ତି ଯେ, ଶ୍ରୀସନ୍ତ ମ୍ୟାଚ ଫିକ୍ସିଂ ମାମଲାକୁ ନେଇ ଖବରରେ ଛାଇ ରହିଥିଲେ । ତେଣୁ ତାଙ୍କ କ୍ରିକେଟ ଖେଳିବା ଉପରେ ପ୍ରତିବନ୍ଧ ଲାଗି ଯାଇଥିଲା, କିନ୍ତୁ କିଛି ଦିନ ଆଗରୁ ଏକ ଦୀର୍ଘ ସମୟ ପରେ ଶ୍ରୀସନ୍ତ କ୍ରିକେଟ ପଡ଼ିଆରେ ପାଦ ରଖିଲେ ।

ଶ୍ରୀସନ୍ତ କ୍ରିକେଟ ଦୁନିଆର ଏକ ଚର୍ଚ୍ଚିତ ନାମ ଅଟେ ଏବଂ ସେ ନିଜ ଖେଳରୁ କମ୍ ବରଂ ମ୍ୟାଚ୍ ଫିକ୍ସିଂ ମାମଲାକୁ ନେଇ ଅଧିକ ଚର୍ଚ୍ଚାରେ ଥିଲେ । ଗତଦିନ ସେ ୭ ବର୍ଷର ଦୀର୍ଘ ପ୍ରତିବନ୍ଧ ପରେ ସେୟଦ ମୁଶତାକ ଅଲି ଟ୍ରଫି ଯୋଗୁଁ ଘରୋଇ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ବର୍ତ୍ତମାନ ଆଇପିଏଲ ପାଇଁ ମଧ୍ୟ ତାଙ୍କ ନାମ ଆଗକୁ ଆସିଛି ।

୬ ଫେବୃୟାରୀ ୧୯୮୩ କେରଳରେ ଜନ୍ମଗ୍ରହଣ କରିଥିବା ୩୮ ବର୍ଷୀୟ କ୍ରିକେଟର ଶ୍ରୀସନ୍ତଙ୍କ ପ୍ରେମ କାହାଣୀ ମଧ୍ୟ ତାଙ୍କ କ୍ରିକେଟ କ୍ୟାରିୟର୍ ଭଳି ଅଟେ । ଜଣାଇଦେଉଛୁ ଯେ, ଶ୍ରୀସନ୍ତ ୨୦୧୩ରେ ଭୁବନେଶ୍ୱରୀ କୁମାରଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ପ୍ରଥମ ଦେଖା ଭୁବନେଶ୍ୱରୀଙ୍କ ସ୍କୁଲରେ ହୋଇଥିଲା । ପ୍ରଥମ ଦେଖାରେ ଶ୍ରୀସନ୍ତ ଭୁବନେଶ୍ୱରୀଙ୍କୁ ନିଜ ହୃଦୟ ଦେଇ ବସିଲେ ।

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ବୋଲର୍ ଶୋଏବ ଅଖତର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ଵରୀଙ୍କ ସ୍କୁଲକୁ ଯାଇଥିଲେ ଏବଂ ଏହି ସମୟରେ ଅଖତରଙ୍କ ସହିତ ଶ୍ରୀସନ୍ତଙ୍କୁ ମଧ୍ୟ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରାଗଲା । ଭୁବନେଶ୍ୱରୀକୁ ଦେଖିବା ମାତ୍ରେ ଶ୍ରୀସନ୍ତ ତାଙ୍କୁ ପସନ୍ଦ କରିନେଲେ, କିନ୍ତୁ ଭୁବନେଶ୍ୱରୀ ପକ୍ଷରୁ ଶ୍ରୀସନ୍ତକୁ ଉଚିତ ଉତ୍ତର ମିଳିଲା ନାହିଁ । ଭୁବନେଶ୍ୱରୀ ନିଜର ଏକ ସାକ୍ଷାତକାରରେ ଏହାର ଖୁଲାସା କରିଥିଲେ ଯେ, ସେ ଶ୍ରୀସନ୍ତକୁ ପସନ୍ଦ କରୁନଥିଲେ ।

ନିଜର ଏକ ସାକ୍ଷାତକାରରେ ଶ୍ରୀସନ୍ତ ସ୍ତ୍ରୀ ଭୁବନେଶ୍ୱରୀ ନିଜ ଓ ଶ୍ରୀସନ୍ତଙ୍କ ସମ୍ପର୍କକୁ ନେଇ କହିଥିଲେ ଯେ, “ଶ୍ରୀସନ୍ତଙ୍କ ଆଗମନ ଫଳରେ ଝିଅମାନେ ଖୁବ୍ ଖୁସି ହେଉଥିଲେ । ମୁଁ କହିଲି ମୋତେ ତ’ଠିକ୍ ଲାଗେ ନାହିଁ ।” ଭୁବନେଶ୍ୱରୀ ଆଗକୁ କହିଥିଲେ ଯେ, “ଆଗାମୀ ଦିନ ଆମେ ପୁଣିଥରେ ଷ୍ଟାଡିୟମରେ ଭେଟିଲୁ । ସଂଯୋଗରେ ତାଙ୍କ ସହିତ ମୋର ଦେଖା ହୋଇଗଲା । ପରେ ଆମେଦୁହେଁ ଡିନର କରିବା ପାଇଁ ଗଲୁ । ସେ ମୋତେ ପଚାରିଲେ ନମ୍ବର ମିଳିବ, ମୁଁ କହିଲି ନା ।”

ଏହାପରେ ଶ୍ରୀସନ୍ତ କହିଥିଲେ ଯେ, “ମୁଁ ଟିସୁ ପେପରରେ ନମ୍ବର ଲେଖି ଦେଇଥିଲି । ଆଉ କହିଥିଲେ ଯେ ଯେତେବେଳେ ମୁଁ ଭଲ ଖେଳିବି ସେତେବେଳେ ମୋତେ କଲ୍ କରି ଅଭିନନ୍ଦନ ଜଣାଇପାରିବେ । ଭୁବନେଶ୍ୱରୀ କହିଲେ ଯେ ମୋର ଜଣେ କଜନଙ୍କୁ ଶ୍ରୀସନ୍ତ ପସନ୍ଦ ଥିଲେ । ସେ କହିଲେ ନମ୍ବର ନେଇଯାଅ ଏବଂ ମୋତେ ଦେଇ ଦିଅ । ଏହି ନମ୍ବରରେ ଅଧିକ ଶୂନ୍ୟ ଥିବାରୁ ମୋର ଜଣେ ସାଙ୍ଗ ଏହାକୁ ନକଲି ବୋଲି କହିଲେ । ଏଥିପାଇଁ ମୁଁ ତାଙ୍କୁ କଲ୍ କରିଦେଲି । ପରେ ଧୀରେଧୀରେ ଆମେ ଦୁହେଁ କଥାବାର୍ତ୍ତା କରିବା ଆରମ୍ଭ କଲୁ ଓ ନିଜର ଦୁଃଖ ସୁଖ ବାଣ୍ଟିବାକୁ ଲାଗିଲୁ । ସେ ମୋ ପାଇଁ ସାୟରୀ କହୁଥିଲେ ସେଥିପାଇଁ ମୁଁ ମଧ୍ୟ ଇମ୍ପ୍ରେସ୍ ହେବାକୁ ଲାଗିଲି ।”

୨୦୦୯ର ଏକ ଘଟଣା ବିଷୟରେ ଚର୍ଚ୍ଚା କରି ଭୁବନେଶ୍ୱରୀ କହିଥିଲେ ଯେ, “ସେ ୨୦୦୯ରେ ମୋତେ କହିଥିଲେ ଯେ ଯଦି ମୁଁ ୨୦୧୧ ବିଶ୍ୱକପ୍ ଜିତିଯିବି ତେବେ ମୁଁ ତୁମ ଘରକୁ ସମ୍ପର୍କ ସ୍ଥାପନ କରିବା ପାଇଁ ଆସିବି ଓ ଆମ ବାହାଘର ବିଷୟରେ କହିବି । ଆମେ ପରେ ବିଶ୍ୱକପ୍ ଜିତି ଯାଇଥିଲୁ । ଏହା ପରେ ମୋତେ ତାଙ୍କ ଘରକୁ ଯିବାକୁ ପଡ଼ିଲା । ପରେ ବାହାଘର ହେବା ପାଇଁ ଦୁଇବର୍ଷ ସମୟ ଲାଗିଲା । ଭୁବନେଶ୍ୱରୀଙ୍କ ମାଁ କହିଥିଲେ ଯେ-ଜ୍ୱାଇଁ, ମୋ ଝିଅ ଆପଣଙ୍କୁ ଖୁବ୍ ଭଲପାଏ ତେଣୁ ଆମେ ମଧ୍ୟ ଆପଣଙ୍କୁ ସ୍ୱୀକାର କରୁଛୁ । ଆପଣ ଯେପରି ମଧ୍ୟ ତାକୁ ରଖିବେ ସେ ଖୁସିରେ ରହିବ । ଏହା ମୋ ପାଇଁ ବହୁତ ବିଶେଷ ଅଟେ ।”

ଜଣାଇଦେଉଛୁ ଯେ କ୍ରିକେଟ୍ ପ୍ରତିବନ୍ଧିତ ହେବାପରେ ଶ୍ରୀସନ୍ତ ନିଜ ଶରୀର ଉପରେ ଧ୍ୟାନ ଦେବାକୁ ଆରମ୍ଭ କଲେ ।

ଏକ ସମୟରେ ଦୁର୍ବଳ ଓ ପତଳା ନଜର ଆସୁଥିବା ଶ୍ରୀସନ୍ତ ବର୍ତ୍ତମାନ ବହୁତ ଫିଟ୍ ଓ ସୁସ୍ଥ ଶରୀର ବିଶିଷ୍ଟ ଅଟନ୍ତି । ତାଙ୍କ ଫିଟନେସ୍ ବହୁତ ଭଲ ଅଛି ।

ଏଥିସହ ଆପଣଙ୍କୁ ଜଣାଇଦେଉଛୁ ଯେ, ଶ୍ରୀ ସନ୍ତ ଟିଭିର ରିଏଲିଟି ଶୋ’ ବିଗବସରେ ମଧ୍ୟ ନଜର ଆସିଛନ୍ତି । ସେ ବିଗବସ୍ ୧୨ ସିଜନରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *