ଷ୍ଟାରଡ଼ମ୍ ମିଳିବା ଆଗରୁ ଚା’ ବିକ୍ରି କରୁଥିଲେ ବଲିଉଡ଼ର ଏହି ଅଭିନେତା, ଜାଣନ୍ତୁ କିଛି ଅକୁହା କାହାଣୀ…

ଷ୍ଟାରଡ଼ମ୍ ମିଳିବା ଆଗରୁ ଚା’ ବିକ୍ରି କରୁଥିଲେ ବଲିଉଡ଼ର ଏହି ଅଭିନେତା, ଜାଣନ୍ତୁ କିଛି ଅକୁହା କାହାଣୀ…

ବଲିଉଡ଼ ଅଭିନେତା ଓ କମେଡ଼ିଏନ୍ ଅନୁ କପୂରଙ୍କ ଗଣନା ସେହି କଳାକାର ମାନଙ୍କ ମଧ୍ୟରେ ହୋଇଥାଏ ଯେଉଁମାନେ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ନାହାଁନ୍ତି କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଅଭିନୟ ହିଟ୍ ସାବ୍ୟସ୍ତ ହୋଇଛି । ଚଳଚ୍ଚିତ୍ରରେ ସିରିୟସ୍ ଚରିତ୍ରରୁ ଆରମ୍ଭ କରି କମେଡ଼ି ଚରିତ୍ର ହେଉ କିମ୍ବା ଖଳନାୟକ ଚରିତ୍ର ହେଉ ଯେଉଁ ଚରିତ୍ରରେ ଜଣେ ବ୍ୟକ୍ତି ଫିଟ୍ ବସେ ସେ ହେଉଛନ୍ତି ଅନୁ କପୂର୍ । ନିଜ ଚରିତ୍ରକୁ ଜୀବନ୍ତ କରି ଦେଉଥିବା ଅନୁ କପୂରଙ୍କ ଅଭିନୟକୁ ଆଜି ମଧ୍ୟ ଲୋକେ ଖୁବ୍ ପ୍ରଶଂସା କରନ୍ତି ।

ଆର୍ଥିକ ଅଭାବ ସହ୍ୟ କରିଛନ୍ତି –

ଚଳଚ୍ଚିତ୍ର ହିଟ୍ ହେଉ କିମ୍ବା ଫ୍ଲପ୍ କିନ୍ତୁ ଅନୁ କପୂର୍ ସର୍ବଦା ଦର୍ଶକଙ୍କ ହୃଦୟ ଜିଣି ନିଅନ୍ତି । ଟେଲିଭିଜନ୍, ଡ୍ରାମା, କିମ୍ବା ବଲିଉଡ଼ ହେଉ ଅନୁ କପୂର୍ ସବୁ ସ୍ଥାନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଗତ ୪୦ ବର୍ଷରୁ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅନୁ କପୂର୍ ଟିଭିରେ ଆପଣଙ୍କୁ ହସୁଥିବା ଓ ହସାଉଥିବାର ନଜର ଆସନ୍ତି କିନ୍ତୁ ବାସ୍ତବ ଜୀବନରେ ସେମାନେ ନିଜ ନାମ ଅର୍ଜନ କରିବା ପାଇଁ ବହୁତ ସଂଘର୍ଷ କରିଛନ୍ତି । ଖୁବ୍ କମ୍ ଲୋକ ଜାଣନ୍ତି ଯେ ନିଜ କ୍ୟାରିୟର୍ ଆରମ୍ଭରେ ଆର୍ଥିକ ଅଭାବ ଯୋଗୁଁ ଚା’ ବିକ୍ରି କରୁଥିଲେ ।

IAS ଅଫିସର୍ ହେବାର ସ୍ୱପ୍ନ ଦେଖୁଥିଲେ –

ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିବା ଅନୁ କପୂରଙ୍କ ମାଁ’ ବଙ୍ଗାଳୀ ଥିଲେ ଏବଂ ତାଙ୍କ ପିତା ଏକ ପାର୍ସୀ ଥିଲେ ଯିଏକି ଥିଏଟର୍ ଚଳାଉଥିଲେ । ସହରକୁ ଯାଇ ଅଭିନୟ କରୁଥିଲେ । ଯଦିଓ ଏହି କାମ ପାଇଁ ଅନୁ କପୂରଙ୍କ ପରିବାର ଲୋକମାନେ ନାଟକବାଲା ପରିବାର କହୁଥିଲେ । ସେପଟେ ଘରର ଆର୍ଥିକ ଅଭାବ ଯୋଗୁଁ ଅନୁ କପୂର୍ ନିଜ ପାଠପଢା ମଧ୍ୟ ପୂରଣ କରିପାରିନଥିଲେ । ଅନୁ IAS ଅଫିସର୍ ହେବାକୁ ଚାହୁଁଥିଲେ । କିନ୍ତୁ ପାଠପଢ଼ା ପୂରଣ ନହେବା କାରଣରୁ ଏପରି ହୋଇପାରିଲା ନାହିଁ ।

ଚା ବିକ୍ରି କରିବା କାମ କଲେ –

ଯଦିଓ ଘରର ଆର୍ଥିକ ସ୍ଥିତିକୁ ଦେଖି ଅନୁ କପୂର୍ ଚା’ ଷ୍ଟଲ୍ ଟିୟାରିକଲେ କିନ୍ତୁ ଯେତେବେଳେ ଏହି ଷ୍ଟଲ୍ ଚାଲିଲା ନାହିଁ ସେତେବେଳେ ସେମାନେ ଅନ୍ୟ ଏକ ବ୍ୟବସାୟ ଆରମ୍ଭ କରିଲେ । କିନ୍ତୁ ଏଠାରେ ମଧ୍ୟ ଅନୁ କପୂରଙ୍କ ଭାଗ୍ୟ ତାଙ୍କ ସାଥିରେ ନଥିଲା । ତାପରେ ଅନୁ ଲଟେରୀ ଟିକଟ୍ ବିକ୍ରି କରିବା ଆରମ୍ଭ କରିଦେଲେ । ସେପଟେ କିଛି ଦିନର ପରିଶ୍ରମ ପରେ ଅନୁ ନିଜ ପିତାଙ୍କ କମ୍ପାନୀରେ ଦାଖଲ ହୋଇଗଲେ ଏବଂ ଏଥିସହିତ ସେ ଦିଲ୍ଲୀର ନେସନଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଏଡ଼ମିଶନ୍ ନେଇଗଲେ । ଖବର ଅନୁଯାୟୀ ଅନୁ କପୂର୍ ଏକ ଥିଏଟର୍ ପ୍ଲେ ସମୟରେ ୨୩ ବର୍ଷ ବୟସରେ ୭୦ ବର୍ଷୀୟ ବୁଢା ଚରିତ୍ରରେ ଅଭିନୟ କରିଥିଲେ ।

ମନ୍ଦି ଚଳଚ୍ଚିତ୍ରରୁ ହେଲା କ୍ୟାରିୟରର ଶୁଭାରମ୍ଭ –

କୁହାଯାଏ ଯେ ଥିଏଟର୍ ପ୍ଲେ ସମୟରେ ଦିନେ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗଲଙ୍କୁ ଅନୁଙ୍କ ଅଭିନୟ ପସନ୍ଦ ଆସିଲା ଏବଂ ସେ ଅନୁଙ୍କ ପ୍ରଶଂସା କରି ତାଙ୍କୁ ଚିଠି ଲେଖିଲେ । ଚିଠିରେ ଶ୍ୟାମ ବେନେଗଲ୍ ଅନୁଙ୍କୁ ଭେଟିବା ପାଇଁ କହିଲେ । ଏହାପରେ ଅନୁ କପୂର୍ ନିଜ କ୍ୟାରିୟରର ଆରମ୍ଭ ଶ୍ୟାମ ବେନେଗଲଙ୍କ ଚଳଚ୍ଚିତ୍ର ‘ମନ୍ଦି’ରୁ କରିଥିଲେ । ବିଶେଷ କଥାଟି ଏହିକିଯେ ଅନୁ କପୂର୍ କେବେହେଲେ ମୁଖ୍ୟ ଅଭିନେତା ରୂପେ ନଜର ଆସିଲେ ନାହିଁ, କିନ୍ତୁ ସେ ସର୍ବଦା ନିଜ ଅଭିନୟରୁ ଦର୍ଶକଙ୍କ ହୃଦୟ ଜିଣି ନେଉଥିଲେ ।

ସୂଚନା ଅନୁଯାଇ ଅନୁ କପୂର୍ ସୁରଜ୍, ଡ୍ରିମ୍ ଗାର୍ଲ, ମିଷ୍ଟର୍ ଇଣ୍ଡିଆ, ବିକ୍କୀ ଡୋନର୍, ଯେସମୀନ୍ କି ଶାଦି ଓ ଜଲି ଏଲଏଲବୀ ପର ମଙ୍ଗଳ ଭାରି ଭଳି କିଛି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେପଟେ ଚଳଚ୍ଚିତ୍ର ବ୍ୟତୀତ ଅନୁ କପୂର୍ ଏକ ଜବରଦସ୍ତ କମେଡ଼ି, ଟିଭି ହୋଷ୍ଟ ଓ ରେଡ଼ିଓ ଜକି ରୂପେ ଜଣାଶୁଣା ।

Leave a Reply

Your email address will not be published. Required fields are marked *