ଯଦି ଏହି ୫ଟି କାମ ଭାବି ବିଚାରି କରିବେ; ତେବେ ଆପଣ ଜୀବନରେ ବହୁତ ଉନ୍ନତି କରିବେ । ଥରଟିଏ ନିଅନ୍ତୁ ସେହି ୫ଟି କାମ କଣ ?

ଯଦି ଏହି ୫ଟି କାମ ଭାବି ବିଚାରି କରିବେ; ତେବେ ଆପଣ ଜୀବନରେ ବହୁତ ଉନ୍ନତି କରିବେ । ଥରଟିଏ ନିଅନ୍ତୁ ସେହି ୫ଟି କାମ କଣ ?

ଚାଣକ୍ୟ ନୀତି : ଚାଣକ୍ୟଙ୍କ ବିଷୟରେ କିଏ ବା ନ ଜାଣେ । ସେ ନିଜର ବୁଦ୍ଧି ବଳରେ କେବଳ ଭାରତରେ ହିଁ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଛନ୍ତି । ଆଜି ମଧ୍ୟ ତାଙ୍କ କଥାଗୁଡିକୁ ଲୋକମାନେ ଅନୁସରଣ କରନ୍ତି । ସେ କହିଥିବା ହଜାର ବର୍ଷ ପୂର୍ବର ପୁରୁଣା କଥାଗୁଡିକ ପ୍ରତି ଲୋକମାନେ ଆଜି ମଧ୍ୟ ସେତିକି ଗୁରୁତ୍ୱ ଦିଅନ୍ତି, ଯେତେକି ପୂର୍ବରୁ ଦେଉଥିଲେ । ଚାଣକ୍ୟ ଜଣେ ପ୍ରଖର ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ଜଣେ କୌଶଳ ରାଜନୀତିଜ୍ଞ, ଅର୍ଥଶାସ୍ତ୍ରୀ ଓ ଦାର୍ଶନିକ ଥିଲେ । ତାଙ୍କ ଦ୍ୱାରା କଥିତ ହୋଇଥିବା ଦର୍ଶନ ଆଜି ମଧ୍ୟ ଲୋକମାନଙ୍କ ପାଇଁ ମାର୍ଗ ଦର୍ଶନ ରୂପେ କାର୍ଯ୍ୟ କରୁଛି ।

google

ଚାଣକ୍ୟଙ୍କ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମର ଫଳ ଏଠାରେ ହିଁ ମିଳିଥାଏ । ବ୍ୟକ୍ତି ନିଜର କର୍ମ ଦ୍ୱାରା ହିଁ ମହାନ ହୋଇଥାଏ ଏବଂ ବଦନାମ ମଧ୍ୟ ହୋଇଥାଏ । ସମସ୍ତଙ୍କୁ ନିଜ କର୍ମର ଫଳ ଭୋଗିବାକୁ ପଡ଼ିଥାଏ । ଭଲ ଓ ଖରାପ କର୍ମର ଛାପ ମୃତ୍ୟୁ ପରେ ମଧ୍ୟ ରହିଯାଏ, ତେଣୁ ଲୋକମାନଙ୍କୁ ଭାବି ବିଚାରି କାର୍ଯ୍ୟ କରିବା ଉଚିତ । ଚାଣକ୍ୟ ଏମିତି କିଛି କଥା କହିଛନ୍ତି, ଯାହାକି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ।

୧. ଚାଣକ୍ୟ ନୀତି :

ଯେମିତି କି ହଜାର ଗାଈମାନଙ୍କ ମଧ୍ୟରେ ବାଛୁରୀ ନିଜ ମାଆକୁ ଖୋଜି ବାହାର କରେ ଏବଂ ତା’ର ପଛେ ପଛେ ଚାଲିଥାଏ; ସେହିପରି ମନୁଷ୍ୟର କର୍ମ ଜୀବନ ସାରା ତା’ର ପିଛା କରିଥାଏ ।

Google

୨. ଚାଣକ୍ୟ ନୀତି :

ଜଣେ ବିଦ୍ୟାର୍ଥୀକୁ କାମ, କ୍ରୋଧ ଏବଂ ସୁଷମ ଖାଦ୍ୟର ଆବଶ୍ୟକ ଅଟେ । ସେ ବେଶି ସମୟ ଶୋଇବା ଏବଂ ନିଜକୁ ସଜବାଜ କରିବା ଇତ୍ୟାଦି ଅଭ୍ୟାସ ଛାଡ଼ି ଦେବା ଉଚିତ । ଏମିତ କରିବା ଦ୍ୱାରା ତାଙ୍କ ଜୀବନରେ ଉନ୍ନତି ପରିଲକ୍ଷିତ ହୁଏ ।

Google

୩. ଚାଣକ୍ୟ ନୀତି :

ଏମିତି କେତେକ ଲୋକ ଯେଉଁମାନେ ଅନ୍ୟର କାର୍ଯ୍ୟରେ ବାଧା ଦିଅନ୍ତି ଓ ଗର୍ବୀ, ସ୍ୱାର୍ଥପର ଏବଂ ବିଶ୍ୱାସଘାତି ହୋଇଥାନ୍ତି, ଅନ୍ୟକୁ ଘୃଣା କରନ୍ତି ଏବଂ ସାମ୍ନାରେ ଭଲ କଥା କହି ମନରେ ବିଷ ରଖିଥାନ୍ତି; ସେମାନେ ବିରାଡ଼ି ସହିତ ସମାନ ହୋଇଥାନ୍ତି ।

Google

୪. ଚାଣକ୍ୟ ନୀତି :

କିଛି ଲୋକ ଅନ୍ୟର ଉନ୍ନତିରେ ଇର୍ଷା କରନ୍ତି ଏବଂ ତାଙ୍କୁ ବହୁତ ଭଲ ଖରପ କୁହନ୍ତି । ଏମାନେ ଏଥିପାଇଁ ଏହା କରନ୍ତି, କାରଣ ଏମାନେ ଭଲ ଭାବେ ଜାଣନ୍ତି ଯେ, ଏମାନେ କେବେ ମଧ୍ୟ ତାଙ୍କ ଭଳି ହୋଇପାରିବେ ନାହିଁ ।

Google

୫. ଚାଣକ୍ୟ ନୀତି :

ଯେଉଁମାନେ ନିଜ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରି ରଖିଥାନ୍ତି ଏବଂ ପ୍ରତ୍ୟେକ ପରିସ୍ଥିତିକୁ ବୁଦ୍ଧିମାନ ସହିତ ସମ୍ନା କରନ୍ତି; ସେମାନେ ସର୍ବଦା ଖୁସି ରୁହନ୍ତି । କିନ୍ତୁ ଯିଏ ଭାଗ୍ୟର ସାହାରରେ ବଞ୍ଚନ୍ତି; ସେମାନେ ଦୁଃଖି ରୁହନ୍ତି ଏବଂ ବର୍ବାଦ ହୋଇଯାନ୍ତି ।

Leave a Reply

Your email address will not be published. Required fields are marked *