ବଲିଉଡ଼ରେ କଳାକାର ହେବା ପୂର୍ବରୁ ଭିନ୍ନ ଭିନ୍ନ ଚାକିରୀ କରୁଥିଲେ ଏହି ୧୦ ଜଣ ଅଭିନେତା ଓ ଅଭିନେତ୍ରୀ !

ବଲିଉଡ଼ରେ କଳାକାର ହେବା ପୂର୍ବରୁ ଭିନ୍ନ ଭିନ୍ନ ଚାକିରୀ କରୁଥିଲେ ଏହି ୧୦ ଜଣ ଅଭିନେତା ଓ ଅଭିନେତ୍ରୀ !

ବଲିଉଡ଼ରେ ବର୍ତ୍ତମାନ ଅନେକ କଳାକାର ମାନେ ଅଛନ୍ତି, ଯେଉଁମାନେ ସଫଳତା ହାସଲ କରିଛନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଯେ ବଲିଉଡ଼ରେ ଏପରି ଆହୁରି ଅନେକ କିଛି କଳାକାର ଅଛନ୍ତି, ଯେଉଁମାନେ ବଲିଉଡ଼ରେ ପାଦ ପକାଇବା ଆଗରୁ ଆଉ ଅନ୍ୟ ସବୁ ଚାକିରୀ ଓ ଜୀବିକାରେ କାମ କରୁଥିଲେ । ବମନ୍ ଇରାନୀ, ଆୟୁଷମାନ ଖୁରାନା, ନବାଜୁଦ୍ଦିନ ସିଦ୍ଧିକି, କିୟାରା ଆଡ଼ଭାନୀ, ସୋନାକ୍ସି ସିହ୍ନା ଆଦି ଅଭିନୟ କରିବା ପୂର୍ବରୁ ଅନ୍ୟସବୁ କାର୍ଯ୍ୟ କରୁଥିଲେ । ଜାଣନ୍ତୁ ଏମାନଙ୍କ ପ୍ରଥମ ଚାକିରୀ ବିଷୟରେ ।

ବମନ୍ ଇରାନୀ

google

ନିଜର ଦମଦାର ଅଭିନୟ ବଳରେ ଲୋକଙ୍କ ହୃଦୟ ଜିଣିଥିବା ବମନ୍ ଇରାନୀ ବଲିଉଡ଼ର ଉଚ୍ଚ କୋଟିର କଳାକାର ଅଟନ୍ତି । ତାଙ୍କୁ ପରଦାରେ ଦେଖି କିଏ ଅବା କହି ପାରିବ ଯେ ସେ ମୁମ୍ବାଇର ୫ ଷ୍ଟାର୍ ତାଜ୍ ମହଲ ହୋଟେଲରେ ଏକ ୱେଇଟର ଓ ରୁମ୍ ସର୍ଭିସ୍ ଷ୍ଟାଫର ଚାକିରୀ କରୁଥିଲେ । ପରେ ସେ ଫୋଟୋଗ୍ରାଫିର ପ୍ରଫେସନ ଆପଣେଇ ଥିଲେ । ଆଉ ପରେ ଚଳଚ୍ଚିତ୍ର ‘ମୁନ୍ନା ଭାଇ ଏମବିବିଏସ’ ଠାରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ ।

କିୟାରା ଆଡ଼ଭାନୀ

google

ଚଳଚ୍ଚିତ୍ର ‘ଏମ୍ ଏସ୍ ଧୋନି ଦ ଅନଟୋଲଡ଼ ଷ୍ଟୋରି’ ଠାରୁ ଚଳଚ୍ଚିତ୍ରରେ ଅଭିନୟ କରିଥିବା କିୟାରା ଆଡ଼ଭାନୀ ଧୀରେ ଧୀରେ ସଫଳତାର ପାହାଚ ଅତିକ୍ରମ କରିବାକୁ ଲାଗିଛନ୍ତି । ବଲିଉଡ଼ରେ ଆସିବା ପୂର୍ବରୁ କିୟାରା ଶିଶୁମାନଙ୍କ ଏକ ପ୍ଳେ-ସ୍କୁଲରେ ଚାକିରୀ କରୁଥିଲେ । ଯେଉଁଠାରେ ଶିଶୁମାନଙ୍କୁ ଏବିସିଡ଼ି ଓ ୱାନ୍ ଟୁ ଥ୍ରୀ ଫୋର ଶିଖାଇବାରୁ ଆରମ୍ଭ କରି ତାଙ୍କ ଡାଇପର ମଧ୍ୟ ଚେଞ୍ଜ କରୁଥିଲେ ।

ସୋନାକ୍ସି ସିହ୍ନା

google

ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ଶତ୍ରୁଘ୍ନ ସିହ୍ନାଙ୍କ ଗେଲ୍ହା ଝିଅ ସୋନାକ୍ସି ସିହ୍ନା ଚଳଚ୍ଚିତ୍ର ‘ଦବଙ୍ଗ’ରୁ ବଲିଉଡ଼ରେ ପାଦ ରଖିଥିଲେ । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଅଭିନେତା ହେବା ପୂର୍ବରୁ ସୋନାକ୍ସି କସଟ୍ୟୁମ୍ ଡିଜାଇନର ଅଟନ୍ତି । ସୋନାକ୍ସି ୨୦୦୫ ମସିହାରେ ଆସିଥିବା ଚଳଚ୍ଚିତ୍ର ମେରା ଦିଲ୍ ଲେକେ ଦେଖୋ ପାଇଁ କସଟ୍ୟୁମ୍ ଡିଜାଇନ କରିଥିଲେ ।

ଭୂମି ପେଡ୍ନେକର

google

ଦମଦାର ଅଭିନେତ୍ରୀ ଭୂମି ପେଡ୍ନେକର ବାଲ୍ୟ କାଳରୁ ସଫଳ ଅଭିନେତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଥିଲେ । ଭୂମି ନିଜର ଏହି ସ୍ୱପ୍ନକୁ ପୂରଣ ମଧ୍ୟ କଲେ । କିନ୍ତୁ ଅଭିନୟ କ୍ଷେତ୍ରରେ ଆସିବା ପୂର୍ବରୁ ଭୂମି ପେଡ୍ନେକର ୟଶରାଜ ପ୍ରଡକ୍ସନରେ କାଷ୍ଟିଙ୍ଗ ଡ଼ାଇରେକ୍ଟର ଶାନୁ ଶର୍ମା ତଳେ ରହି ଚାକିରୀ କରୁଥିଲେ ।

ନବାଜୁଦ୍ଦିନ୍ ସିଦ୍ଧିକି

google

ଅଭିନେତା ନବାଜୁଦ୍ଦିନ ସିଦ୍ଧିକି ଏହା ସାବ୍ୟସ୍ତ କରିଦେଇଛନ୍ତି ଯେ ଯଦି ପ୍ରତିଭା ଅଛି ତେବେ ବଲିଉଡରେ ଆଗକୁ ବଢ଼ିବାରୁ କେହି ଅଟକାଇ ପାରିବେ ନାହିଁ । ନବାଜୁଦ୍ଦିନ ସିଦ୍ଧିକି ଏକ ସମୟରେ କେମିଷ୍ଟ ଦୋକାନରେ ଚାକିରୀ କରୁଥିଲେ । ମୁମ୍ବାଇ ଆସି ନବାଜ ନିଜ କ୍ୟାରିୟରର ଆରମ୍ଭ ଛୋଟ ଛୋଟ ଚରିତ୍ରରେ ଅଭିନୟ କରିଥିଲେ । ଆଜି ସେ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ଚେହେରା ଅଟନ୍ତି ।

ଆୟୁଷମାନ ଖୁରାନା

google

ଜାତୀୟ ପୁରସ୍କାର ବିଜେତା ଆୟୁଷମାନ ଖୁରାନା ନିଜ କ୍ୟାରିୟରର ଆରମ୍ଭ ଏକ ଆର୍ ଜେ ଭାବରେ କରିଥିଲେ । ବଲିଉଡ଼ରେ ସେ ବଲିଉଡରେ ଚଳଚ୍ଚିତ୍ର ‘ବିକ୍କୀ ଡୋନର’ ଠାରୁ ପାଦ ରଖିଥିଲେ । ଆୟୁଷମାନ ଅଧିକାଂଶ ସମୟରେ ଏପରି ଚଳଚ୍ଚିତ୍ର ଚୟନ କରନ୍ତି ଯାହାର ବିଷୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ଏବଂ ସେ ଦର୍ଶକଙ୍କ ହୃଦୟ ଜିଣି ନିଅନ୍ତି ।

ସନୀ ଲୀୟୋନ

google

ବଲିଉଡ଼ରେ ପାଦ ପକାଇବା ଆଗରୁ ସନୀ ଏଡଲ୍ଟ ଚଳଚ୍ଚିତ୍ରର ଷ୍ଟାର ଥିଲେ, ଏହା ସମସ୍ତେ ଜାଣନ୍ତି । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ସନୀ ପ୍ରଥମ ଚାକିରୀ କରିଥିଲେ ଜର୍ମାନୀର ଏକ ବେକେରୀରେ, ଏହା ପରେ ସେ ଏକ ଟେକ୍ସ ଓ ରୀଟାୟରମେଣ୍ଟ କମ୍ପାନୀରେ ଚାକିରୀ କରିଥିଲେ ।

ଅକ୍ଷୟ କୁମାର

google

ଖତରୋ କେ ଖିଲାଡ଼ି କୁହାଯାଉଥିବା ଅକ୍ଷୟ କୁମାର ଅମୃତସର ଠାରୁ ଦିଲ୍ଲୀ ଓ ପରେ ଦିଲ୍ଲୀରୁ ମାୟା ନଗରୀ ମୁମ୍ବାଇର ଦୀର୍ଘ ଯାତ୍ରା ଅକ୍ଷୟ କରିଛନ୍ତି । ବଲିଉଡ଼ରେ ଆଗମନ କରିବା ପୂର୍ବରୁ ଅକ୍ଷୟ କୁମାର ବେଙ୍କକରେ ୱେଇଟରର ଚାକିରୀ କରୁଥିଲେ । ଅକ୍ଷୟ ୧୯୯୧ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ସୌଗନ୍ଧ’ ଠାରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ ।

ରଣବିର ସିଂହ

ବଲିଉଡ଼ର ସିମ୍ବା ରଣବିର ସିଂହ ଇଣ୍ଡଷ୍ଟ୍ରିର ଉଚ୍ଚ କୋଟିର ଅଭିନେତା ଅଟନ୍ତି । କିନ୍ତୁ ରଣବିର ନିଜର ପ୍ରଥମ ଚାକିରୀ ଏକ ଏଡ଼ଭରଟାଇଜିଙ୍ଗ ଏଜେନ୍ସି ରେ ଏକ କପିରାଇଟର ଭାବେ କରିଥିଲେ । ପରେ ସେ ୟଶରାଜ ପ୍ରଡକ୍ସନର ଚଳଚ୍ଚିତ୍ର ‘ବେଣ୍ଡ ବାଜା ବାରାତ୍’ ଠାରୁ ଚଳଚ୍ଚିତ୍ରରେ ପାଦ ରଖିଲେ ଓ କେବେମଧ୍ୟ ପଛକୁ ଚାହିଁ ଦେଖିନଥିଲେ ।

ଜନ୍ ଇବ୍ରାହିମ୍

google

ଜନ୍ ଇବ୍ରାହିମ୍ ଶୋବିଜ ଦୁନିଆର ଜେଜି ବି’ର ଗୀତ ସୁରମାରୁ ପାଦ ରଖିଥିଲେ । ତାଙ୍କ ପ୍ରଥମ ଚଳଚ୍ଚିତ୍ର ୨୦୦୩ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ଜିସ୍ମ’ ଥିଲା । ଆଜି ଜନ୍ ଇଣ୍ଡଷ୍ଟ୍ରିର ଉଚ୍ଚ କୋଟିର ଏକ୍ସନ ଷ୍ଟାର ଅଟନ୍ତି । କିନ୍ତୁ ଗ୍ଲେମର ଇଣ୍ଡଷ୍ଟ୍ରିରେ ପାଦ ରଖିବା ଆଗରୁ ଜନ୍ ଏକ ମିଡ଼ିଆ ଓ ଏଡ଼ଭରଟାଇଜିଙ୍ଗ କମ୍ପାନୀରେ ମିଡ଼ିଆ ପ୍ଲାନରର ଚାକିରୀ କରୁଥିଲେ ।

Leave a Reply

Your email address will not be published. Required fields are marked *