ଶୋଇବା କକ୍ଷରୁ ତୁରନ୍ତ ବାହାର କରି ଦିଅନ୍ତୁ ଏହି ୫ଟି ଜିନିଷ, ଏବଂ ପରେ ଦେଖନ୍ତୁ ଜୀବନରେ ହେବାକୁ ଥିବା ଚମତ୍କାର !

ବେଡରୁମ ଅର୍ଥାତ ଶୟନ କକ୍ଷ ସେହି କୋଠରୀ ହୋଇଥାଏ ଯେଉଁଠାରେ ଆପଣ ଦୁନିଆର ସମସ୍ତ ଚିନ୍ତା ଭୂଲି ଶାନ୍ତିରେ ବିଶ୍ରାମ କରନ୍ତି ଓ ଦାମ୍ପତ୍ୟ ଜୀବନରେ ପ୍ରେମ ଆଣିଦିଏ । କିନ୍ତୁ ଅନେକଥର ଆପଣଙ୍କ ଅଜାଣତରେ ଶୟନ କକ୍ଷରେ ରଖିଥିବା କିଛି ଏପରି ବସ୍ତୁ ଆପଣଙ୍କ ଶାନ୍ତି ବାତାବରଣରେ ବାଧା ବିଘ୍ନ ଉପୁଜାଇଥାଏ ।

ଶୟନ କକ୍ଷକୁ ଆସିବା କ୍ଷଣେ ହିଁ ଆପଣଙ୍କୁ ଅଣନିଶ୍ୱାସୀ ଲାଗେ, ଚିନ୍ତା ହୁଏ, ଉଭୟଙ୍କ ମଧ୍ୟରେ କଳହ ହୁଏ, ନିଦ ଆସେ ନାହିଁ ତେବେ ଆପଣଙ୍କୁ ଦେଖିବାକୁ ହେବ ଯେ କଣ ଆପଣଙ୍କ କକ୍ଷରେ ମଧ୍ୟ ଏହି ୧୦ଟି ବସ୍ତୁ ଅଛି କି ?

୧. ଜୋତା : ଭୂଲରେ ମଧ୍ୟ ଆପଣ ଶୟନ କକ୍ଷରେ ନିଜର ଜୋତା- ଚପଲ ରଖନ୍ତୁ ନାହିଁ । ଏଥିରୁ ବାହାରୁଥିବା ଦୂଷିତ ଗନ୍ଧ ଆପଣଙ୍କ ଜୀବନକୁ ଧୂଳିସାତ କରି ଦେଇପାରେ ।

୨. ଝାଡୁ : ଆପଣଙ୍କ କକ୍ଷରେ ଝାଡୁ ରଖାଯାଇଛି ତେବେ ଏହାର ଅର୍ଥ ଆପଣଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଛି । ଝାଡୁକୁ ତୁରନ୍ତ କକ୍ଷରୁ ବାହାର କରି ଷ୍ଟୋର ରୁମରେ ରଖନ୍ତୁ ।

୩ . ଚିରା ଫଟା କପଡା : ଯଦି ଆପଣ ମଧ୍ୟ ଆପଣଙ୍କ ଶୟନ କକ୍ଷରେ ଚିରା ଫଟା କପଡ଼ା ଜମା ରଖନ୍ତି ତେବେ ପ୍ରଥମେ ସୁବିଧା ଦେଖି ଏହାକୁ ବାହାର କରି ନିଅନ୍ତୁ । ଏହା ଆପଣଙ୍କୁ କାଙ୍ଗାଳ କରି ଆପଣଙ୍କ ଜୀବନକୁ ନଷ୍ଟ କରି ଦେବ ।

୪ . ଅତ୍ୟାଧିକ ପ୍ଲାଷ୍ଟିକ୍ ଓ ପଲିଥିନ : ଯଦି ଆପଣଙ୍କର ମଧ୍ୟ ଅଭ୍ୟାସ ପ୍ଲାଷ୍ଟିକ୍ ଓ ପଲିଥିନ ଜମା ରଖିବା ତେବେ ଏହାକୁ ଅନ୍ୟ କେଉଁ ସ୍ଥାନରେ ରଖନ୍ତୁ ଶୟନ କକ୍ଷରେ ନୁହେଁ । ଏଥିରୁ ନକରାତ୍ମକ କିରଣ ବାହାରି ଥାଏ ଯାହାକି ଆପଣଙ୍କୁ ବିଚଳିତ କରିଦିଏ ।

୫. ଟିଭି : ଆଜିକାଲି ଟିଭିକୁ ଘରର ଶୟନ କକ୍ଷରେ ରଖିବା ଫେସନ ହୋଇଗଲା । କିନ୍ତୁ ଏହା ଘାତକ ଅଟେ କାହିଁକିନା ଇଲକ୍ଟ୍ରୋନିକ୍ ବସ୍ତୁରୁ ମଧ୍ୟ ନକାରାତ୍ମକ ଊର୍ଜା ବାହାରେ, ଯଦି ଏହାକୁ ରଖିବା ଆପଣଙ୍କ ପାଇଁ ବାଧ୍ୟତାମୂଳକ ତେବେ ଶୋଇବା ସମୟରେ ଏହାକୁ ଘୋଡାଇ ରଖନ୍ତୁ ।

ଅନ୍ୟାନ୍ୟ ବସ୍ତୁ : ଏହା ବ୍ୟତୀତ ଧୂଳି, ମାଟି, ବୁଡ଼ିବୁଡ଼ିଆଣି ଜାଲ, ପୁରୁଣା କୋସମେଟିକ୍ ଜିନିଷ, ଖାଲି ଡବା, ଟିଣ ଡବା, ଘର ପୋଛା, ଭଙ୍ଗା କାଚ, ଚିନା ମାଟିର ବସ୍ତୁ, ପାଳିତ ପଶୁ, ଖରାପ ଗଦୀ ତକିଆ, ଗାଢ ରଙ୍ଗର ବସ୍ତୁ ଭଙ୍ଗା କିମ୍ବା ଧ୍ଵନି ସୃଷ୍ଟି କରୁଥିବା ପଙ୍ଖା ଇତ୍ୟାଦିକୁ ମଧ୍ୟ ଶୟନ କକ୍ଷ ବାହାରେ ରଖନ୍ତୁ ।

Be the first to comment

Leave a Reply

Your email address will not be published.


*