ମିଥୁନ ଚକ୍ରବର୍ତ୍ତୀ ଏହି କାରଣ ଯୋଗୁଁ ଜିତେନ୍ଦ୍ରଙ୍କ ଆଗରେ ଶ୍ରୀ ଦେବୀଙ୍କୁ ମାରିଥିଲେ ଚାପୁଡ଼ା !

ମିଥୁନ ଚକ୍ରବର୍ତ୍ତୀ ଏହି କାରଣ ଯୋଗୁଁ ଜିତେନ୍ଦ୍ରଙ୍କ ଆଗରେ ଶ୍ରୀ ଦେବୀଙ୍କୁ ମାରିଥିଲେ ଚାପୁଡ଼ା !

ବଲିଉଡ଼ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚିତ ପ୍ରେମ କାହାଣୀ ହେଉଛି, ମିଥୁନ ଚକ୍ରବର୍ତ୍ତୀ ଓ ଶ୍ରୀ ଦେବୀଙ୍କ । ଦୁହେଁ ଯେତେ ଭଲ ପାଉଥିଲେ, ସେତିକି ଝଗଡ଼ା ମଧ୍ୟ ହେଉଥିଲେ । ଏହା ସତ୍ତ୍ୱେ ଦୁହେଁଙ୍କ ମଧ୍ୟରେ କେବେ ପ୍ରେମ କମିନାହିଁ । ଏମାନେ ଝଗଡ଼ା କରୁଥିଲେ, କିନ୍ତୁ ଏହା କେହି ସ୍ୱପ୍ନରେ ମଧ୍ୟ ଭାବି ନଥିବେ କି, ମିଥୁନ ଚକ୍ରବର୍ତ୍ତୀ ଶ୍ରୀ ଦେବୀଙ୍କ ଉପରେ ହାତ ଉଠାଇବେ କିନ୍ତୁ ଏହା ସତରେ ଘଟିଥିଲା । ମିଥୁନ ଚକ୍ରବର୍ତ୍ତୀ, ଶ୍ରୀ ଦେବୀଙ୍କ ଉପରେ ହାତ ଉଠାଇଥିଲେ ତାହା ମଧ୍ୟ ଜିତେନ୍ଦ୍ରଙ୍କ ଯୋଗୁଁ । କିନ୍ତୁ ଏଭଳି କଣ ହେଲା କି, ମିଥୁନ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ଶ୍ରୀ ଦେବୀଙ୍କ ଉପରେ ହାତ ଉଠାଇଥିଲେ । ତେବେ ଚାଲନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

google

ଏଭଳି କେଉଁ କାମ ଜିତେନ୍ଦ୍ର କରିଦେଲେ ଯେ, ମିଥୁନ ସଭିଙ୍କ ସାମ୍ନାରେ ଶ୍ରୀ ଦେବୀଙ୍କ ଉପରେ ହାତ ଉଠାଇ ଦେଇଥିଲେ । ଆମେ ସମସ୍ତଙ୍କୁ ଜଣା ଅଟେ କି, ମିଥୁନ ଚକ୍ରବର୍ତ୍ତୀ ଓ ଶ୍ରୀ ଦେବୀ କେତେ ଭଲ ପାଉଥିଲେ । କିନ୍ତୁ ମିଥୁନ ଶ୍ରୀ ଦେବୀଙ୍କୁ ବହୁତ ଭଲ ପାଉଥିଲେ ଓ ଶ୍ରୀ ଦେବୀ ଚଳଚିତ୍ରରେ ବୋଲ୍ଡ ଲୁକ୍ ଦେବା ମିଥୁନଙ୍କୁ ପସନ୍ଦ ନଥିଲା । ଚଳଚିତ୍ରରେ ଏଭଳି ସିନ୍ ଗୁଡ଼ିକୁ କରିବାକୁ ମଧ୍ୟ ମନା କରୁଥିଲେ । ଏହା ସହିତ କିଛି ଅଭିନେତାଙ୍କ ସହିତ ଶ୍ରୀ ଦେବୀ କାମ କରିବା ମିଥୁନଙ୍କୁ ପସନ୍ଦ ନଥିଲା । ଯେଉଁଥିରେ ଜିତେନ୍ଦ୍ରଙ୍କ ନାମ ମଧ୍ୟ ଥିଲା । ମିଥୁନ ଓ ଶ୍ରୀ ଦେବୀଙ୍କ ସମ୍ପର୍କ ବିଷୟରେ ଜିତେନ୍ଦ୍ର ଭଲଭାବେ ଜାଣିଥିଲେ । ତେଣୁ ସେ ଜିତେନ୍ଦ୍ରଙ୍କ ସହିତ କାମ କରିବାକୁ ମନା କରିଥିଲେ । କିନ୍ତୁ ଶ୍ରୀ ଦେବୀ ଏଭଳି କରିବାକୁ ମନା କରିଦେଲେ, ଯେଉଁ କାରଣରୁ ସେ ଅସୁରକ୍ଷିତ ଅନୁଭବ କରୁଥିଲେ ।

google
google

ସେହି ସମୟରେ ଶ୍ରୀ ଦେବୀ ଜିତେନ୍ଦ୍ରଙ୍କ ସହିତ ଚଳଚିତ୍ର “ତଫା”ରେ କାମ କରୁଥିଲେ । ଯେଉଁଥିରେ ଶ୍ରୀ ଦେବୀଙ୍କ ଭଲ ରୋଲ୍ ଥିଲା ଯାହାକି ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଥାନ୍ତା କିନ୍ତୁ ଏଭଳି କରିବାକୁ ଜିତେନ୍ଦ୍ର ମନା କରିଦେଲେ । ଏଥିପାଇଁ ସେ ଜିତେନ୍ଦ୍ରଙ୍କୁ ଘୃଣା କରିବାକୁ ଲାଗିଲେ । ଯେତେବେଳେ ଶ୍ରୀ ଦେବୀ ଜାଗ୍ ଉଠା ସେଇତାନ୍ ସେଟକୁ ପହଞ୍ଚିଥିଲେ, ତାଙ୍କୁ ଗ୍ଲାମରେସ୍ ଡ୍ରେସ୍ ପିନ୍ଧିଥିବା ଦେଖି ରାଗି ସମସ୍ତଙ୍କ ଆଗରେ ଶ୍ରୀ ଦେବୀଙ୍କୁ ଚାପୁଡ଼ା ମାରିଥିଲେ । କାରଣ ଏହା ସେହି ଦୁହେଁଙ୍କ ବ୍ୟକ୍ତିଗତ ବିଷୟ ଥିଲା । କିନ୍ତୁ ଯେତେବେଳେ ଏହି ବିଷୟ ଶ୍ରୀ ଦେବୀଙ୍କ ମାଆଙ୍କୁ ଜଣାପଡ଼ିଲା ତେବେ ସେ ଶ୍ରୀ ଦେବୀଙ୍କ ଉପରେ ନଜର ରଖିବା ପାଇଁ ତାଙ୍କ ବଡ଼ ଭଉଣୀକୁ କହିଥିଲେ । ଏହା ସତ୍ତ୍ୱେ ଦୁହେଁଙ୍କ ମଧ୍ୟରେ ପ୍ରେମ ବଢିଚାଲୁଥିଲା । କିନ୍ତୁ ତାଙ୍କ ପ୍ରେମ ବହୁତ ଖରାପ ରୂପେ ଅନ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *