ଏହି କାରଣ ପାଇଁ ଧୋନି ସନ୍ଧ୍ୟା 7.29 ମିନିଟରେ ନେଲେ ଅବସର । କାରଣ ଜାଣିଲେ ବୋହିପଡିବ ଆଖିରୁ ଲୁହ !

ଏହି କାରଣ ପାଇଁ ଧୋନି ସନ୍ଧ୍ୟା 7.29 ମିନିଟରେ ନେଲେ ଅବସର । କାରଣ ଜାଣିଲେ ବୋହିପଡିବ ଆଖିରୁ ଲୁହ !

ଭାରତର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । ଭାରତୀୟ କ୍ରିକେଟକୁ ନୂତନ ଉଚ୍ଚତାରେ ପହଞ୍ଚାଇ ଥିବା ଧୋନିଙ୍କୁ ନୀଳ ଜର୍ସିରେ କେବେ ମଧ୍ୟ ଦେଖାଯିବ ନାହିଁ । କହିଦେଉଛୁଯେ ଧୋନି ଯିଏକି ନିଜ ଖେଳକୁ ସାରା ବିଶ୍ୱରେ ଚମତ୍କାର ସହିତ ପ୍ରଦର୍ଶନ କରିଥିଲେ ଏବଂ ଭାରତୀୟ କ୍ରିକେଟ୍ ପାଇଁ ତାଙ୍କର ଏକ ବଡ ଅତୁଳନୀୟ ଅବଦାନ ରହିଛି । ଏଭଳି ପରିସ୍ଥିତିରେ ସମସ୍ତେ ତାଙ୍କ ବିୟୋଗ ସହିତ ଜଡିତ ରେକର୍ଡକୁ ମନେପକାଉଛନ୍ତି । ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ବିଦାୟ ଅତ୍ୟନ୍ତ ଶାନ୍ତିପୂର୍ଣ ଭାବରେ ହୋଇଥିଲା । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଥିଲେ ।

newstrend

ସୂଚନାଯୋଗ୍ୟ ଯେ କ୍ୟାପ୍ଟେନ କୁଲ୍ ନାମରେ ସାରା ବିଶ୍ୱରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନି ନିଜର ଶାନ୍ତ ପ୍ରକୃତି ପାଇଁ ଜଣାଶୁଣା ଅଟନ୍ତି । ନିଜର ଶାନ୍ତ ପ୍ରକୃତି ବଜାୟ ରଖି ସେ ଭାରତର ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଶନିବାର ଦିନ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଧୋନି ନିଜର ଶାନ୍ତ ସ୍ୱଭାବପାଇଁ ଜଣାଶୁଣା ଅଟନ୍ତି । ସେ ଇନଷ୍ଟାରେ ଏକ ପୋଷ୍ଟ କରି ଏହା ସମସ୍ତଙ୍କୁ ଜଣାଇଥିଲେ । ଧୋନିଙ୍କ ସହ କ୍ରିକେଟର ଏକ ଯୁଗ ମଧ୍ୟ ଶେଷ ହୋଇଛି ବୋଲି ସମସ୍ତେ ନିଜର ଭାବନା ପ୍ରକାଶ କରୁଛନ୍ତି ।

ଧୋନି ଏକ ଗୀତ ମାଧ୍ୟମରେ ତାଙ୍କର ସମସ୍ତ କ୍ୟାରିଅରର ବିଷୟରେ ବର୍ଣ୍ଣନା କଲେ :-

newstrend

ଧୋନି ତାଙ୍କ ଅଫିସିଆଲ୍ ଇନଷ୍ଟା ଆକାଉଣ୍ଟରେ ଲେଖିଛନ୍ତି ଯେ ଆପଣଙ୍କର ପ୍ରେମ ଏବଂ ସହଯୋଗ ପାଇଁ ଆପଣ ମାନଙ୍କୁ ଧନ୍ୟବାଦ । ମୁଁ ସନ୍ଧ୍ୟା 7.29 ମିନିଟରୁ ଅବସରପ୍ରାପ୍ତ ବୋଲି ମାନି ନିଆଯାଉ । ଏହା ବ୍ୟତୀତ ସେ ନିଜ କ୍ୟାରିୟରର ସମସ୍ତ ଉତ୍ଥାନ-ପତନକୁ ଏକ ଗୀତ ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ମେ ପଲ୍ ଦୋ ପଲ୍ କା ସାୟର ହୁଁ ଗୀତର ବ୍ୟବହାର କରିଛନ୍ତି । ଏହି ଖବରଟି ସମଗ୍ର ବିଶ୍ୱର ଲୋକଙ୍କୁ ଚକିତ କରିଦେଇ ଥିବାବେଳେ ସେହି ସମୟରେ ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ ସନ୍ଧ୍ୟା 7.29 ମିନିଟରେ ଅବସର ଗ୍ରହଣ କରିବାର କାରଣଟି କଣ ? ତେବେ ଆସନ୍ତୁ ଆପଣଙ୍କୁ ଜଣାଇବୁ, ମାହି ଏପରି କାହିଁକି କରିଥିଲେ ।

୧୯୨୯ରେ ଅବସର ନେବାର ଏହା ହେଉଛି କାରଣ-:

ଯଦି ଏହା ଆପଣଙ୍କ ମନରେ ଚାଲିଛି ଯେ ଏହା ଏକ ବିଶେଷ ଉତ୍ସବ କିମ୍ବା କିଛି ଶୁଭ ମୁହୂର୍ତ୍ତ ଥିଲା, ତେବେ ଆପଣ ଭୁଲ୍ ଭାବୁଛନ୍ତି । ବାସ୍ତବରେ ଧୋନି ଭାରତୀୟ ସମୟର ଠିକ୍ 7:29 ମିନିଟରେ ଅବସର ନେଇଥିଲେ କାରଣ ୨୦୧୯ ବିଶ୍ୱକପରେ ଜୁଲାଇ ୯ରେ ଭାରତୀୟ ଦଳ ଏହି ସମୟରେ ବିଶ୍ୱକପ ଦୌଡରୁ ବାଦ ପଡିଥିଲା । କହିଦଉଛୁଯେ ଏହି ପରାଜୟ ପାଇଁ ଧୋନି ଅତ୍ୟନ୍ତ ଦୁଃଖିତ ଅନୁଭବ କରୁଥିଲେ ଏବଂ ଏହା ପରେ ତାଙ୍କୁ କେବେ ମଧ୍ୟ ପଡ଼ିଆରେ ଦେଖାଯାଇ ନଥିଲା । ଆପଣଙ୍କୁ କହିଦେଊଛୁ ଯେ, ନ୍ୟୁଜିଲାଣ୍ଡ ସହିତ ସେମିଫାଇନାଲରେ ଭାରତୀୟ ଦଳର ଶେଷ ଭରସା ଏମଏସ ଧୋନି, ମାର୍ଟିନ ଗୁପଟିଲଙ୍କ ଦ୍ୱାରା ରନ୍ ଆଉଟ ହୋଇଥିଲେ ଯାହାଦ୍ୱରା ସମସ୍ତ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା ।

newstrend

ଧୋନି ଆଉଟ୍ ହେବା ମାତ୍ରେ ଭାରତୀୟ ଦଳର ପରାଜୟ ସ୍ଥିର ହୋଇ ଯାଇଥିଲା । ଏହା ପରେ ଯେତେବେଳେ ୟୁଜଭେନ୍ଦ୍ର ଚହଲଙ୍କ ଶେଷ ୱିକେଟ୍ ଚାଲି ଯାଇଥିଲା, ସେତେବେଳେ ଭାରତୀୟ ଦଳ ନିଜ ଦେଶର ସମୟ ଅନୁସାରେ 7.29 ମିନିଟରେ ବିଶ୍ୱକପରୁ ବାଦ୍ ପଡିଥିଲା ।

କଣ ଏହା ଧୋନିଙ୍କ ଶେଷ ଆଇପିଏଲ୍ -:

newstrend

ତେବେ ମାହିଙ୍କ ଅବସରର ପୋଷ୍ଟ ବହୁତ ରହସ୍ୟମୟ ମନେହୁଏ । ପ୍ରକୃତରେ ଧୋନି ଲେଖିଛନ୍ତି ଯେ ୧୯୨୯ ଘଣ୍ଟାରୁ ମୋତେ ଅବସରପ୍ରାପ୍ତ ବିବେଚନା କରାଯାଊ । ଏପରି ପରିସ୍ଥିତିରେ ଯଦି ୧୯୨୯କୁ ଦିନ ଭାବରେ ଗଣାଯାଏ, ତେବେ ଏହା ୮୦ ଦିନ ହେବ । ଜାଣିଥିବେଯେ ଏଥର ଆଇପିଏଲ୍ ୫୩ ଦିନ ହେବ । ଏହି ସମୟରେ, ଏମଏସ ଧୋନି ୧୫ ଅଗଷ୍ଟରୁ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେଣୁ ଯଦି ଧୋନିଙ୍କ ପୋଷ୍ଟକୁ ବିଚାର କରାଯାଏ, ତେବେ ତାଙ୍କୁ ୮୦ ଦିନ ପରେ ଅବସରପ୍ରାପ୍ତ କୁହାଯିବ । ଏଭଳି ପରିସ୍ଥିତିରେ ଧୋନି ତାଙ୍କର ଶେଷ ଆଇପିଏଲ୍ ଖେଲିବେ ବୋଲି ଜଣାପଡୁଛି ।

Leave a Reply

Your email address will not be published. Required fields are marked *