ଅମୀର ଖାନଙ୍କର ଏହି କାର୍ଯ୍ୟକଳାପ ପାଇଁ ମାଧୁରୀ ତାଙ୍କ ସହିତ କେବେ କାମ କରିବେ ନାହିଁ ବୋଲି କରିଥିଲେ ପ୍ରତିଜ୍ଞା !

ଅମୀର ଖାନଙ୍କର ଏହି କାର୍ଯ୍ୟକଳାପ ପାଇଁ ମାଧୁରୀ ତାଙ୍କ ସହିତ କେବେ କାମ କରିବେ ନାହିଁ ବୋଲି କରିଥିଲେ ପ୍ରତିଜ୍ଞା !

ଆଜି ଆମେ ଆପଣଙ୍କ ସହିତ କଥା ହେବାକୁ ଯାଉଛୁ ହିନ୍ଦୀ ସେନେମା ଜଗତର ପ୍ରସିଦ୍ଧ ଫିଲ୍ମ ଅଭିନେତା ଅମୀର ଖାନ୍ ଏବଂ ତାଙ୍କର କିଛି ଫିଲ୍ମ ଯାହାକି ତାଙ୍କ କ୍ୟାରିଅରର ବହୁତ ଭଲ ନାମୀ ଦାମୀ ଫିଲ୍ମ ମାନଙ୍କ ମଧ୍ୟରୁ ଗୋଟିଏ । ଅମୀର ଖାନ୍ ମୁଖ୍ୟ ଭୂମିକାର ପ୍ରଥମ ଫିଲ୍ମ ‘କୟାମତ୍ ସେ କୟାମତ୍ ତକ୍ ରହି ଜୋ’ ଫିଲ୍ମଟି ସୁପହିଟ୍ ହୋଇଥିଲା । ଫିଲ୍ମ ସେତେବେଳେ ୧୯୮୮ ମସିହାରେ ବକ୍ସଅଫିସରେ ପାଖାପାଖି ପାଞ୍ଚ କୋଟି ଟଙ୍କା କମାଇ ଥିଲା । ଏହା ପରେ ରିଲିଜ୍ ହୋଇଥିବା ଫିଲ୍ମ ‘ ରାଖ୍ ‘ର ପ୍ରଦର୍ଶନ ବହୁତ ଖରାପ ଥିଲା । ଫିଲ୍ମ ‘ ଲଭ୍ ଲଭ୍ ଲଭ୍ ‘ କେବଳ ସାଢ଼େ ତିନି କୋଟି ଟଙ୍କା କମାଇ ପାରିଥିଲା ଏବଂ ଫିଲ୍ମ ‘ ତୁମ୍ ମେରେ ହୋ ‘ ଫିଲ୍ମ ଟି ୧୯୯୦ ମସିହାରେ ପାଖାପାଖି ସାଢ଼େ ଚାରି କୋଟି ଟଙ୍କା କମାଇଥିଲା । ଅମୀର ଖାନଙ୍କ କ୍ୟାରିଅରରେ ସବୁଠାରୁ ମୋଟା ଅଙ୍କର ଟଙ୍କା କମାଇଥିବା ଫିଲ୍ମ ଥିଲା’ ଦିଲ୍ଲ ‘, ଯାହାକି ୧୯୯୦ ମସିହାରେ ବକ୍ସଅଫିସରେ ୧୦ କୋଟି ଟଙ୍କା କମାଇ ଥିଲା କିନ୍ତୁ ତାଙ୍କ ଫିଲ୍ମ ‘ରଙ୍ଗିଲା ‘ ରିଲିଜ୍ ହେବା ପୂର୍ବରୁ ସେ ୧୦ଟି ଫ୍ଲପ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇ ସାରିଥିଲେ ।

google

‘ଦିଲ୍’ ପରେ ଅମୀର ଖାନଙ୍କ କ୍ୟାରିଅରରେ ରାମ ଗୋପାଳ ବର୍ମାଙ୍କ ନିର୍ଦେଶନାରେ ରଙ୍ଗିଲା ହିଁ ଏପରି ଫିଲ୍ମ ଥିଲା ଯାହା ବକ୍ସ ଅଫିସରେ ମୋଟା ଅଙ୍କର ଟଙ୍କା କମାଇ ପାରିଥିଲା । ଏପରି କହିବାକୁ ଗଲେ ସମସ୍ତେ ଜାଣିଛନ୍ତି ଯେ ଅମୀର ଖାନ୍ ଓ ମାଧୁରୀ ଦିକ୍ସିତଙ୍କର ଏକା ସହିତ ରିଲିଜେଜ ହୋଇଥିବା ଫିଲ୍ମ ଦିଲ୍ ବକ୍ସ ଅଫିସରେ ସୁପରହିଟ୍ ହୋଇ ଥିଲା କିନ୍ତୁ ଦୁହିଁଙ୍କର ଯେଉଁ ଫିଲ୍ମ ପୂର୍ବରୁ ପ୍ରସ୍ତୁତ ହୋଇ ଥିଲା ତାହା ହେଉଛି ‘ ଦିୱାନା ମୁଝସା ନେହିଁ ‘ । ଦିଲ୍ ଫିଲ୍ମକୁ ରିଲିଜ୍ ହେବାର ଗତ ଜୁନ୍ ୨୨ ତାରିଖରେ ୩୦ ବର୍ଷ ପୁରିଛି ତେଣୁ ମାଧୁରୀ ଦିକ୍ସିତ୍ ଏହି ଫିଲ୍ମକୁ ମନେପକାଇ ସୋସିଆଲ ମିଡିଆରେ ବହୁତ ଭଲପାଇବା ପ୍ରକାଶ କରିଥିଲେ । କିନ୍ତୁ ‘ ଦିୱାନା ମୁଝସା ନେହିଁ ‘ ଅମୀର ଏବଂ ମାଧୁରୀ ଦୁହିଁଙ୍କର ପ୍ରଥମ ଫିଲ୍ମ ହୋଇଥିଲେ ମଧ୍ୟ ଏହାକୁ ନେଇ ଅମୀର କିମ୍ବା ମାଧୁରୀ କେହି କିଛି କହି ନାହାନ୍ତି । ଫିଲ୍ମ ‘ ଦିୱାନା ମୁଝସା ନେହିଁ ‘ ଫିଲ୍ମଟି ୧୯୯୦ ମସିହା ଜୁଲାଇ ୨୦ରେ ଫିଲ୍ମ ସିନେମା ହଲରେ ରିଲିଜ୍ ହୋଇଥିଲା ।

google

ଫିଲ୍ମ ‘ଦିଲ୍’ର ରିକିଜକୁ ୩୦ ବର୍ଷ ପୂର୍ତ୍ତୀ ହେବାରୁ ମାଧୁରୀ ନିଜର ଏକ ଆଇସକ୍ରିମ୍ ଖାଉଥିବା ଫୋଟକୁ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ଦିଲ୍ର ୩୦ ବର୍ଷ । ଅମୀର ଖାନଙ୍କ ସହିତ କାମ କରିବା ସବୁବେଳେ ମନୋରଞ୍ଜକ ହୋଇଥାଏ । ମୋର ମନେ ଅଛି କିପରି ଇନ୍ଦ୍ରକୁମାର ପ୍ରତିଦିନ ଆମର ଖବର ନେଉଥିଲେ ଏବଂ ଆମେ ସୁଟିଙ୍ଗ ସେଟରେ ସମସ୍ତଙ୍କୁ ବୋକା ବନେଉ ଥିଲୁ ଏବଂ ମଜା ମସ୍ତି କରିଥିଲୁ । ‘ ଦିୱାନା ମୁଝସା ନେହିଁ ‘ର ସୁଟିଂ ପରେ ‘ଦିଲ୍’ର ସୁଟିଂ ଆରମ୍ଭ ହୋଇଥିଲା କିପରି ପ୍ରଥମେ ଦିଲ୍ ରିଲିଜ୍ ହୋଇଥିଲା । ଫିଲ୍ମ ‘ଦିଲ୍’ର ରିଲିଜ୍ ସମୟରେ ଥରେ ଅମୀର ଖାନ୍ ମାଧୁରୀଙ୍କ ସହିତ ମଜା କଲେ କି ତାଙ୍କୁ ହାତରେଖା ପଢି ଆସୁଛି । ମାଧୁରୀ ତାଙ୍କ କଥାରେ ଫସି ଗଲେ ଏବଂ ଅମୀର ତାଙ୍କ ହାତ ସହିତ ଖେଳିବାକୁ ଲାଗିଲେ ।

google
google

ମାଧୁରୀ ଏହି କଥାରେ କିଛି ଖରାପ ଭାବି ନଥିଲେ କିନ୍ତୁ ସେଟରେ ଉପସ୍ଥିତ ଥିବା ଲୋକ ମାନେ କହନ୍ତି ଏହା ପରେ ଅମୀର ଖାନ୍ ମଜାରେ ମଜାରେ ମାଧୁରୀଙ୍କ ହାତରେ ଛେପ ପକାଇଦେଇ ଥିଲେ । ମାଧୁରୀ ତର୍କନ୍ଦକନ୍ଦ ପରିବାରର ବ୍ରାହ୍ମଣ କନ୍ୟା ଅଟନ୍ତି , ସେ ଏହାକୁ ସହ୍ୟ କରିପାରିଲେ ନାହିଁ । ଏହା ପରେ ପ୍ରଥମେ କେତେ ସମୟ ପର୍ଯ୍ୟନ୍ତ ମାଧୁରୀ ଗୋଟିଏ ହକି ବାଡ଼ି ଧରି ଅମୀରଙ୍କୁ ପୁରା ସେଟରେ ଗୋଡ଼ାଇ ଥିଲେ କିନ୍ତୁ ଅମୀର ତାଙ୍କ ହାତକୁ ନଆସିବାରୁ ପୁଣି କେବେ ଅମୀରଙ୍କ ସହିତ କାମ କରିବେ ନାହିଁ ବୋଲି ସୁଟିଂ ସେଟରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ସାମ୍ନାରେ ମାଧୁରୀ କହିଥିଲେ । ତେବେ ସମୟର ଖେଳ ଦେଖନ୍ତୁ ତା’ପର ଠାରୁ କେବେ ହେଲେ ସେ ଦୁହିଁଙ୍କର ସାଥିରେ କାର୍ଯ୍ୟ କରିବାର ସଂଯୋଗ ମଧ୍ୟ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *