ଯେତେବେଳେ ମନୁଷ୍ୟକୁ ଏହି ସବୁ ସଂକେତ ଦେଖାଦିଏ ଜାଣି ରଖନ୍ତୁ ମୃତ୍ୟୁ ପାଖେଇ ଆସୁଛି…

ଯେତେବେଳେ ମନୁଷ୍ୟକୁ ଏହି ସବୁ ସଂକେତ ଦେଖାଦିଏ ଜାଣି ରଖନ୍ତୁ ମୃତ୍ୟୁ ପାଖେଇ ଆସୁଛି…

ଯେଉଁ ମଣିଷକୁ ଦେଖାଦିଏ ଏହିଭଳି ସବୁ ଲକ୍ଷଣ ତେବେ ବୁଝିଯିବା ଆବଶ୍ୟକ ତାହାର ଜୀବନ ବର୍ତ୍ତମାନ ଶେଷ ହେବାକୁ ଯାଉଛି ।

ଯଦି ଦୁନିଆରେ କୌଣସି ଜିନିଷ ସତ୍ୟ ତାହା ହେଉଛି ମୃତ୍ୟୁ । ବ୍ୟକ୍ତି ଜନ୍ମ ନିଏ ତେବେ ତାହାର ମୃତ୍ୟୁ ମଧ୍ୟ ସୁନିଶ୍ଚିତ ଏହା ସତ୍ୟ ଅଟେ । ମନୁଷ୍ୟ ସବୁଠାରୁ ଅଧିକ ନିଜର ମୃତ୍ୟୁକୁ ଡରେ, କିନ୍ତୁ ସବୁ ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ । ପୁରାଣରେ ଅକାଳ ମୃତ୍ୟୁକୁ ଈଶ୍ୱର ଦଣ୍ଡ ବୋଲି କୁହାଯାଏ ,ଏହା ମଧ୍ୟ କୁହାଯାଏ ଯେଉଁ ବ୍ୟକ୍ତିର ଅକାଳ ମୃତ୍ୟୁ ହୋଇଯାଏ ତେବେ ତାର ଶରୀର ତ୍ୟାଗ ହୁଏ କିନ୍ତୁ ଆତ୍ମା ମୁକ୍ତି ପାଇ ନଥାଏ ସେ ସଂସାରରେ ଘୁରିବୁଲେ ଯେବେ ତାହାର ସମୟ ଆସେ ସେତେବେଳେ ସେଇ ଆତ୍ମାକୁ ମୁକ୍ତି ଏବଂ ଶାନ୍ତି ମିଳେ ।

ଏହା କୁହାଯାଏ ଯେଉଁ ମନୁଷ୍ୟର ପ୍ରାକୃତିକ ମୃତ୍ୟୁ ହୋଇଥାଏ ତେବେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବରୁ କିଛି ଏହିଭଳି ସଂକେତ ମିଳିଥାଏ ଯେଉଁଥିପାଇଁ ଏହା ଜଣାପଡେ ତାହାର ମୃତ୍ୟୁ ହେବାକୁ ଯାଉଛି ।

ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡିକ ବିଷୟରେ

ଯେତେବେଳେ ମୃତ୍ୟୁ ଆସେ ସେହି ବ୍ୟକ୍ତିକୁ ନିଜର ନାକର ଅନ୍ୟ ଭାଗ ଦେଖାଯାଏ ନାହିଁ । ଏହାଯୋଗୁଁ ଜଣାପଡେ ମୃତ୍ୟୁ ଧୀରେ ଧୀରେ ଆସୁଛି ।

ଦୂତୀୟ ଲକ୍ଷଣ ହେଉଛି ଯେଉଁ ବ୍ୟକ୍ତି ମରିବାକୁ ଯାଉଛି ତାକୁ ନିଜର ଛାଇ ଦେଖାଯାଏ ନାହିଁ ଛାଇ ଦେଖା ନଗଲେ ଜାଣନ୍ତୁ ତାହାର ମୃତ୍ୟୁ ପାଖେଇ ଆସୁଛି ବୋଲି । ଯେତେବେଳେ ମନୁଷ୍ୟର ମୃତ୍ୟୁର ସମୟ ଆସେ ସେ ନିଜକୁ ଜାଣିପାରେ ନାହିଁ ଏବଂ ନିଜ ଚେହେରା ମଧ୍ୟ ଅଚିହ୍ନା ଲାଗେ ,ଏହା ମଧ୍ୟ ମୃତ୍ୟୁ ପାଖେଇ ଆସିବାର କାରଣ ।

ଶିବ ପୁରାଣ ଅନୁସାରେ

ଶିବ ପୁରାଣରେ ମଧ୍ୟ ମୃତ୍ୟୁ ବିଷୟରେ ଲେଖା ହେଇଛି । ସେଥିରେ କୁହାଯାଇଛି ବାସ୍ତବିକ ମୃତ୍ୟୁ ଆସିବାର ଛଅ ମାସ ପୂର୍ବରୁ ବ୍ୟକ୍ତିର ଜିଭ ଭଲରେ କାମ କରେନାହିଁ, ବ୍ୟକ୍ତି ନିଜ ଜିଭର ସ୍ଵାଦ ଜାଣିପାରେ ନାହିଁ ଏବଂ କଥା ମଧ୍ୟ ଠିକ୍ ସେ କହିପାରେ ନାହିଁ ।

ଏହାଛଡା ମୁହଁ, ଆଖି, କାନ ମଧ୍ୟ ନିଜ ନିଜର କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ, ଯଦି ଶରୀରର ଏହି ଇନ୍ଦ୍ରିୟ ଗୁଡ଼ିକ କାମ କରିବା ବନ୍ଦ କରିଦେବ ତେବେ ବୁଝି ଯାଆନ୍ତୁ, ମୃତ୍ୟୁ ପାଖେଇ ଆସୁଛି ବୋଲି ।
ଏହା ମଧ୍ୟ କୁହାଯାଏ ବ୍ୟକ୍ତିକୁ ଆକାଶରେ ତାର ମଧ୍ୟ ଦେଖାଦିଏ ନାହିଁ । ତେବେ ଏହା ମଧ୍ୟ ଜୀବନର ଅନ୍ତ ହେବାର ସଂକେତ ହୋଇଥାଏ ।ଏହା ଛଡା ବ୍ୟକ୍ତିକୁ ଜହ୍ନ, ସୂର୍ଯ୍ୟ କିଛି ମଧ୍ୟ ଦେଖାଦିଏ ନାହିଁ । ସେହି ବ୍ୟକ୍ତିକୁ ଜହ୍ନ , ସୂର୍ଯ୍ୟ ଚାରିପଟେ ଖାଲି ଲାଲ ରଙ୍ଗ ଦେଖାଦିଏ ।

Leave a Reply

Your email address will not be published. Required fields are marked *