BCCIର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି ଯେ ଆଇପିଏଲ ବାତିଲ ହୋଇନାହିଁ ବରଂ ଏହିଦିନରୁ ପୁନଶ୍ଚ ଆରମ୍ଭ ହେବ IPLର ଅବଶିଷ୍ଟ ମ୍ୟେଚ୍…

BCCIର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି ଯେ ଆଇପିଏଲ ବାତିଲ ହୋଇନାହିଁ ବରଂ ଏହିଦିନରୁ ପୁନଶ୍ଚ ଆରମ୍ଭ ହେବ IPLର ଅବଶିଷ୍ଟ ମ୍ୟେଚ୍…

ଭାରତରେ କରୋନା ଭୁତାଣୁ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଏହି କାରଣରୁ ଭାରତର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ସାଧାରଣ ଲୋକମାନଙ୍କର ସମସ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମୟ ମଧ୍ୟରେ କରୋନାର ପ୍ରଭାବ ଦୁନିଆଁର ସବୁଠାରୁ ବଡ଼ କ୍ରିକେଟ ଲିଗ୍ IPLରେ ମଧ୍ୟ ଦେଖିବାକୁ ମିଳିଛି । କରୋନା ଦ୍ରୁତ ସଂକ୍ରମଣ କାରଣରୁ BCCI, IPL-୨୦୨୧କୁ ତତ୍କାଳୀନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି । IPLର ଭିନ୍ନ ଭିନ୍ନ ଦଳର କେତେକ ଖେଳାଳୀମାନଙ୍କ ମଧ୍ୟରେ ସଂକ୍ରମଣ ଦୃଷ୍ଟିଗୋଚର ହେବାପରେ, ଏହିପରି ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି BCCI । ଏହାପରେ BCCI ଆଉ ଏକ ନିଷ୍ପତ୍ତି ଶୁଣାଇଛନ୍ତି ।

BCCI ଏବଂ IPL ଗଭରନିଂ କାଉନ୍ସିଲ ଦେଶରେ ବଢୁଥିବା କରୋନାର ମାମଲାକୁ ଦୃଷ୍ଟିରେ ରଖି IPL-୨୦୨୧କୁ ବର୍ତ୍ତମାନ ଆଗାମୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି । ଏବିଷୟରେ BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ କରିଦେଇଛନ୍ତି ଯେ, IPL-୨୦୨୧କୁ କେବଳ କିଛି ସମୟ ପାଇଁ ହିଁ ସ୍ଥଗିତ କରିଦିଆଯାଇଛି । ଏ ବିଷୟରେ ସୂଚନା ପ୍ରଦାନ କରି ଶୁକ୍ଳା ଏକ ଘରୋଇ ଖେଳ ଚ୍ୟାନେଲକୁ କହିଛନ୍ତି ଯେ, ଗୋଟିଏ କଥା ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି; “ଏହାକୁ ବାତିଲ କରି ଦିଆଯାଇନାହିଁ । ଏହାକୁ କେବଳ ସ୍ଥଗିତ କରିଦିଆଯାଇଛି ।” IPL-୨୦୨୧ର ଅବଶିଷ୍ଠ ମ୍ୟାଚଗୁଡିକୁ ସଠିକ ସମୟ ଆସିବା ପରେ ପୁନଶ୍ଚ ଆରମ୍ଭ କରାଯିବ । କରୋନା ସଂକ୍ରମଣର ପ୍ରଭାବ କମ ହେବା ମାତ୍ରେ ଏବିଷୟରେ ସୂଚନା ପ୍ରଦାନ କରିଦିଆଯିବ ।

ଏହାସହ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ନିଲମ୍ବନର ରିପୋର୍ଟ କେବଳ ପାଞ୍ଚଦିନ ପାଇଁ କିମ୍ବା ଗୋଟିଏ ସପ୍ତାହ ପାଇଁ ଥିଲା । ଏହି କଥା ମଧ୍ୟ ସଠିକ ନୁହେଁ । ତାଙ୍କ ଅନୁଯାୟୀ, ପାଞ୍ଚଦିନ କିମ୍ବା ଗୋଟିଏ ସପ୍ତାହ ପରେ ଟୁର୍ଣ୍ଣାମେଣ୍ଟକୁ ପୁଣିଥରେ ଆରମ୍ଭ କରିଦିଆଯିବ, ଏହା ସମ୍ଭବ ନୁହେଁ । BCCI, IPL ଖେଳରେ ଅନ୍ତର୍ଭୁକ୍ତ ଖେଳାଳୀ, ସହାୟକ କର୍ମଚାରୀ ଏବଂ ଅନ୍ୟ ପ୍ରତିଯୋଗୀ ମାନଙ୍କର ସୁରକ୍ଷାରେ କୌଣସି ପ୍ରକାରର ଅଭାବ କିମ୍ବା ଅବହେଳା କରିବ ନାହିଁ ।

ଏହି ପ୍ରକାରର ନିଷ୍ପତ୍ତି ସମସ୍ତ ହିତାଧିକାରୀଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ମଙ୍ଗଳକୁ ଦୃଷ୍ଟିରେ ରଖି ନିଆଯାଇଥିଲା । ଆପଣଙ୍କୁ କହିରଖୁଛୁ ଯେ, ସନରାଇଜର୍ସ ହାଇଦ୍ରାବାଦର ଉଇକେଟକିପର ବ୍ୟାଟ୍ସମ୍ୟାନ ଋଦ୍ଧିମାନ ସାହା ଏବଂ ଦିଲ୍ଲୀ କ୍ୟାପିଟାଲର ଲେଗ୍ ସ୍ପିନର୍ ଅମିତ ମିଶ୍ରା ମଙ୍ଗଳବାର ଦିନ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲେ । ଏହାପୂର୍ବରୁ ଚେନ୍ନାଇ “ସୁପରକିଙ୍ଗସ୍”ର (CSK) ବୋଲର୍ କୋଚ୍ ଏଲ ବାଲାଜି ପଜିଟିଭ ବୋଲି ଜଣାପଡ଼ିଥିଲେ । ଏହାପରେ ଚେନାଇ ସୁପର କିଙ୍ଗସ୍ ଏବଂ ରାଜସ୍ଥାନ ରୋୟାଲସ୍ ମଧ୍ୟରେ ବୁଧବାର ଦିନ ହେବାକୁ ଥିବା ମ୍ୟାଚକୁ ମଧ୍ୟ ସ୍ଥଗିତ କରି ଦିଆଯାଇଥିଲା । ସୋମବାର ଦିନ କୋଲକାତା ନାଇଟ ରାଇଡ଼ର୍ସ (କେକେଆର) ଏବଂ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମ୍ୟାଚ ଏହି କାରଣରୁ ସ୍ଥଗିତ ହୋଇଥିଲା ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆଇପିଏଲରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଦୁଇଟି ସବୁଠାରୁ ଲେଟେଷ୍ଟ ମାମଲା ରହିଛି । ଏହି ଦୁଇ ଖେଳାଳୀ ସଂକ୍ରମିତ ହେଉ ହେଉ BCCI IPL-୨୦୨୧କୁ ସ୍ଥଗିତ କରିଦେଇଥିଲା ।

Leave a Reply

Your email address will not be published. Required fields are marked *