ବଡ଼ ଖବର : ବାତ୍ୟାରୁ ଅତି ଭୟଙ୍କର ବାତ୍ୟାରେ ପରିଣତ ହେଲା ଅମ୍ପାନ୍ ! ଏହି ୪ଟି ଜିଲ୍ଲାକୁ ହାଇ ଆଲର୍ଟ ।

ବାତ୍ୟାକୁ ନେଇ ଆଜି ଆସିଲା ସବୁଠାରୁ ବଡ଼ ଖବର । ଆଜି ସାନ୍ଧ୍ୟ ସୁଧା ଏହି ଜାଗାରେ ଆସି ବାତ୍ୟା ଲ୍ୟାଣ୍ଡ ଫଲ୍ କରିବ ଅର୍ଥାତ କ୍ଷତି କରିବ ବାତ୍ୟା ଅମ୍ପାନ୍ । ବଙ୍ଗପ ସାଗରରେ ସୃଷ୍ଟି ଦ୍ୱିତୀୟ ମହାବାତ୍ୟା ଅମ୍ପାନର ମହା ପ୍ରକୋପ ବର୍ତ୍ତମାନ ଟିକେ କମିଯାଇଛି । କିନ୍ତୁ କାଲି ସନ୍ଧ୍ୟା ସୁଧା ଏହା ବାତ୍ୟାରୁ ମହାବ୍ୟତ୍ୟା ହୋଇ ଆସିଥିଲା । ତେବେ ଅମ୍ପାନ୍ ବର୍ତ୍ତମାନ ପାରାଦୀପ ଠାରୁ ଦକ୍ଷିଣରେ ପ୍ରାୟ ୩୫୦ କିଲୋମିଟର ଦୂରରେ ରହି ଉତ୍ତର, ଉତ୍ତର-ପୂର୍ବ ଦିଗରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୧୫ କି.ମି ବେଗରେ ଗତି କରୁଛି । ବର୍ତ୍ତମାନ ଅମ୍ପାନର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୨୦୦ ରୁ ୨୪୦ ପର୍ଯ୍ୟନ୍ତ ରହିଛି ।

google

ଅମ୍ପାନ୍ ଆଜି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଭାବରେ ପଶ୍ଚିମ ଦୀଘା ଓ ବଙ୍ଗଳାଦେଶର ହୋତ୍ୟା ମଧ୍ୟରେ ସୁନ୍ଦର ବନ ଦେଇ ତଳ ଭାଗକୁ ଅତିକ୍ରମ କରିବ । କାଲି ଅପରାହ୍ନରେ ନୂଆଦିଲ୍ଲୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ ଆଜି ଅପରାହ୍ନରୁ ସନ୍ଧ୍ୟା ସୁଦ୍ଧା ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଭାବରେ ସ୍ଥଳଭାଗ ଛୁଇଁବ । ତେବେ ଏହି ସମୟରେ ପବନର ବେଗ ୧୫୫ ରୁ ୧୬୫ କି.ମି ସହିତ କଷ୍ଟିଙ୍ଗ ୧୮୫ କି.ମି ରହିବାର ସମ୍ଭାବନା ରହିଛି ବୋଲି ଅମ୍ଫାନ ସମ୍ପର୍କରେ ତାଜା ସୂଚନା ଦେବାକୁ ଯାଇ କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

google

ଏହାର ପ୍ରଭାବରେ ପଶ୍ଚିମବଙ୍ଗର ଉତ୍ତର ଚବିଶି ପ୍ରଗଣା, ଦକ୍ଷିଣ ଚବିଶି ପ୍ରଗଣା, ପୂର୍ବ ମେଦିନା ପୁର, ପଶ୍ଚିମ ମେଦିନା ପୁର, ହୁଗୁଳି ଓ ହାୱଡ଼ା ଜିଲ୍ଲା ସମେତ ମହନଗରୀ କଲିକୋତା ମଧ୍ୟ ଗଭୀର ଭାବରେ ପ୍ରଭାବିତ ହେବାର ବ୍ୟାପକ କ୍ଷୟକ୍ଷତିର ସାମ୍ନା କରିବ । କେବଳ ଏତିକି ନୁହେଁ ସାମୁଦ୍ରିକ ବାତ୍ୟା ଅମ୍ପାନ୍ ସୁନ୍ଦର ବନ ଉପର ଦେଇ ଯିବା ସମୟରେ ଜୈବ ବିବିଧତାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଦେଇପାରେ ।

google

ତେବେ ଆଜି ସକାଳରୁ ପବନର ବେଗ ଅଧିକ ରହିପାରେ । ବାଲେଶ୍ୱର ଜିଲ୍ଲାର ଭଗରାଇ ଓ ତାଳସାରି ଅଞ୍ଚଳରେ ପବନର ବେଗ ଅଧିକ ହୋଇପାରେ । ଏଠାରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୫ କି.ମି ରହିପାରେ ବୋଲି ପାଣିପାଗ ବିଭାଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବାତ୍ୟା ବୁଲବୁଲ୍ ଯେଉଁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଲା ସେହି ଅଞ୍ଚଳରେ ଅମ୍ପାନ୍ ମଧ୍ୟ ତାଣ୍ଡବ ରଚିପାରେ । କାରଣ ବୁଲବୁଲ୍ ତୁଳନାରେ ଅମ୍ପାନର ପ୍ରଭାବ ଅଧିକ ରହିବ, ତେଣୁ ଅଧିକ କ୍ଷତି ହେବାର ଆକଳନ ରହିଛି ।

Be the first to comment

Leave a Reply

Your email address will not be published.


*