ବ୍ୟାଙ୍କ ଛୁଟି : ଆସନ୍ତାକାଲି ଠାରୁ ଲଗାତାର ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ !

ବ୍ୟାଙ୍କ ଛୁଟି : ଆସନ୍ତାକାଲି ଠାରୁ ଲଗାତାର ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ !

୧୨ ଏପ୍ରିଲ ଅର୍ଥାତ ସୋମବାର ପରେ ବ୍ୟାଙ୍କ ଲଗାତାର ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଏମିତିରେ ଯେଉଁ ଲୋକଙ୍କୁ ବ୍ୟାଙ୍କିଙ୍ଗ ସହ ଜଡ଼ିତ କିଛି ଜରୁରୀ କାମ ରହିଛି, ତାହାକୁ ନିଶ୍ଚୟ ଶେଷ କରିନେଇଥିବେ । ନଚେତ ବ୍ୟାଙ୍କ ସମ୍ବନ୍ଧୀୟ କାରବାର ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ।

୧୨ ଏପ୍ରିଲ ଅର୍ଥାତ ସୋମବାର ପରେ ବ୍ୟାଙ୍କ ଲଗାତାର ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଏହିଭଳି ସ୍ଥିତିରେ, ଯେଉଁ ଲୋକଙ୍କ ବ୍ୟାଙ୍କିଙ୍ଗ ସହ ଜଡ଼ିତ ଜରୁରୀ କାମ ରହିଛି, ତାକୁ କାଲି ସୁଦ୍ଧା କରିନିଅନ୍ତୁ । ନହେଲେ ଅଧିକ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ । ବର୍ତ୍ତମାନ ଏପ୍ରିଲ ମାସରେ ମୋଟ ୯ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ । ବ୍ୟାଙ୍କ ଛୁଟି ବିଷୟରେ ଆଗରୁ ଜାଣିନେବା ଜରୁରୀ ଅଟେ । ଏପରି ଦେଖାଯାଇଛି ଯେ, ଲୋକମାନେ ନିଜର ଜରୁରୀ କାମ କରିବା ପାଇଁ ବ୍ୟାଙ୍କ ଯାଆନ୍ତି ଓ ସେଠାରେ ତାଲା ପଡିଥାଏ । ଏହାଫଳରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଛୁଟିର ନିୟମ ସମସ୍ତ ରାଜ୍ୟରେ ଭିନ୍ନ ଭିନ୍ନ :

ଜଣାଇଦେଉଛୁ ଯେ ସମସ୍ତ ରାଜ୍ୟରେ ବ୍ୟାଙ୍କ ଛୁଟି ନିୟମ ଗୁଡ଼ିକ ଭିନ୍ନଭିନ୍ନ ହୋଇଥାଏ । ଏପ୍ରିଲ ମାସରେ ସମସ୍ତ ରାଜ୍ୟରେ ବ୍ୟାଙ୍କର ୧୫ ଦିନର ଛୁଟି ହେବ ନାହିଁ । ଏହାର କାରଣ ଏହି କି ଯେ, କିଛି ପର୍ବପର୍ବାଣି ସମସ୍ତ ରାଜ୍ୟରେ ପାଳନ କରାଯାଏ ନାହିଁ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ପାଇଁ ୯ଟି ଛୁଟି ଘୋଷିତ କରାଯାଇଛି ।

ଦେଖନ୍ତୁ ଛୁଟିର ଲିଷ୍ଟ :

୧୩ ଏପ୍ରିଲ – ଉଗାଡ଼ି, ତେଲୁଗୁ ନ୍ୟୁ ଇୟର, ବୋହାଗ ବିହୁ, ଗୁଡ୍ଡୀ, ବୈଶାଖୀ, ବିଜୁ ଫେଷ୍ଟିଭଲ

୧୪ ଏପ୍ରିଲ – ବୁଧବାର – ଡାକ୍ତର ଆମ୍ବେଦକର ଜୟନ୍ତୀ, ଅଶୋକା ଦ ଗ୍ରେଟଙ୍କ ଜନ୍ମଦିନ, ତାମିଲ ନ୍ୟୁ ଇୟର, ମହା ବିଷୁବ ସଂକ୍ରାନ୍ତି, ବୋହାଗ ବିହୁ

୧୫ ଏପ୍ରିଲ – ଗୁରୁବାର – ହିମାଚଳ ଡେ, ବିଶୁ, ବଙ୍ଗାଳି ନ୍ୟୁ ଇୟର, ସରହୁଲ

୧୬ ଏପ୍ରିଲ – ଶୁକ୍ରବାର – ବୋହାଗ ବିହୁ

୧୮ ଏପ୍ରିଲ – ରବିବାର

୨୧ ଏପ୍ରିଲ – ମଙ୍ଗଳବାର – ରାମନବମୀ, ଗରିୟା ପୂଜା

୨୪ ଏପ୍ରିଲ – ଚତୁର୍ଥ ଶନିବାର

୨୫ ଏପ୍ରିଲ – ରବିବାର – ମହାବୀର ଜୟନ୍ତୀ

ପର୍ବପର୍ବାଣିରେ ବନ୍ଦ ରହିବ ବ୍ୟାଙ୍କ :

ତେଲୁଗୁ ନବବର୍ଷ, ବିହୁ, ଗୁଡ଼ି ପାଡ଼ବା, ବୈଶାଖୀ, ବିଜୁ ଫେଷ୍ଟିଭଲ ଓ ଉଗାଡ଼ି ଅବସରରେ ୧୩ ଏପ୍ରିଲକୁ ବନ୍ଦ ରହିବ । ଏହାର ଆଗାମୀ ଦିନ ୧୪ ଏପ୍ରିଲକୁ ଡାକ୍ତର ଆମ୍ବେଦକର ଜୟନ୍ତୀ ଛୁଟି ହେବ । ପରେ ୧୫ ଏପ୍ରିଲକୁ ହିମାଚଳ ଡେ, ବିଶୁ, ବଙ୍ଗାଳି ନ୍ୟୁ ଇୟର, ସହରୁଲର କିଛି ରାଜ୍ୟରେ ଛୁଟି ରହିବ । ଏହାପରେ ୨୧ ଏପ୍ରିଲକୁ ରାମନବମୀ ଓ ୨୫ ଏପ୍ରିଲକୁ ମହାବୀର ଜୟନ୍ତୀ ଛୁଟି ରହିବ । ଏଥିସହିତ ୨୪ ଏପ୍ରିଲକୁ ଚତୁର୍ଥ ଶନିବାରର ଛୁଟି ରହିବ ।

Leave a Reply

Your email address will not be published. Required fields are marked *