ବାହୁବଳୀ ଫେମ୍ ଅନୁଷ୍କା ଶେଟ୍ଟୀଙ୍କ ବଦଳିଥିବା ଲୁକ୍ ହେଲା ଭାଇରଲ୍ ! ଫ୍ୟାନ୍ସ କହିଲେ- ଏହା ଲକଡାଉନର ପ୍ରଭାବ ଅଟେ…

ବାହୁବଳୀ ଫେମ୍ ଅନୁଷ୍କା ଶେଟ୍ଟୀଙ୍କ ବଦଳିଥିବା ଲୁକ୍ ହେଲା ଭାଇରଲ୍ ! ଫ୍ୟାନ୍ସ କହିଲେ- ଏହା ଲକଡାଉନର ପ୍ରଭାବ ଅଟେ…

ଦକ୍ଷିଣ ଚଳଚ୍ଚିତ୍ର ଜଗତ ଅର୍ଥାତ ଟଲିଉଡ଼ର ଉତ୍ତମ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଦକ୍ଷିଣ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ତାଙ୍କ ଲୋକପ୍ରିୟତା ସାରା ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି । ବାସ୍ତବରେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖୁବ୍ ଭାଇରଲ୍ ହେଉଛି । ଏହି ଭାଇରଲ୍ ଫୋଟରେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଟିକିଏ ମୋଟା ଦେଖାଯାଉଛନ୍ତି, ଯାହା ଫଳରେ ସମସ୍ତ ଫ୍ୟାନ୍ସମାନେ ଏହାକୁ ଲକଡାଉନର ପ୍ରଭାବ ବୋଲି କହୁଛନ୍ତି । ୟୁଜର୍ସ ମାନଙ୍କ ଅନୁଯାୟୀ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ଓଜନ ଲକଡାଉନ୍ ଯୋଗୁଁ ବଢ଼ିଗଲା । ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ଏହି ଫୋଟ ଗୁଡ଼ିକ ଖୁବ୍ ଭାଇରଲ୍ ହେଉଛି । ଲୁକ୍ ବଦଳିବା ଯୋଗୁଁ ଫ୍ୟାନ୍ସମାନେ ଚକିତ ହୋଇ ଯାଇଛନ୍ତି ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଚଳଚ୍ଚିତ୍ର ବାହୁବଳୀରେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଦେବସେନା ଭୂମିକାରେ ନଜର ଆସିଥିଲେ ଏହା ପରେ ଅନୁଷ୍କା ସାରା ଜଗତରେ ପରିଚିତ ହୋଇଗଲେ । ସେପଟେ ତାଙ୍କ ପ୍ରସିଦ୍ଧି ମଧ୍ୟ ଖୁବ୍ ବଢିଯାଇଛି । ଜଣାଇଦେଉଛୁ ଯେ ବାହୁବଳୀ ଚଳଚ୍ଚିତ୍ର ବ୍ୟତୀତ ଅନୁଷ୍କା ଅନେକଗୁଡ଼ିଏ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେପଟେ ନିଜର ଉତ୍ତମ ଅଭିନୟରୁ ଅଭିନେତ୍ରୀ ସମସ୍ତଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ହସର ଦିୱାନା ଅଟନ୍ତି । ଯଦିଓ, ଅଭିନେତ୍ରୀ ଅନୁଷ୍କା ନିଜ ଫିଟନେସକୁ ନେଇ ମଧ୍ୟ ପ୍ରସିଦ୍ଧ ରୁହନ୍ତି କିନ୍ତୁ ଯେଉଁ ଫୋଟ ସୋସିଆଲ୍ ମିଡିଆରେ ଭାଇରଲ୍ ହେଉଛି । ତାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି । ଲୋକେ ଅନୁଷ୍କାଙ୍କ ଏହି ବଦଳିଥିବା ରୂପ ଦେଖି ଅନୁମାନ କରାଯାଉଛି ଯେ ଏହା ଲକଡାଉନର ପ୍ରଭାବ ଅଟେ । ସେପଟେ କିଛି ଲୋକଙ୍କୁ ଅଭିନେତ୍ରୀ ଅନୁଷ୍କାଙ୍କ ଏହି ଲୁକ୍ ବହୁତ ଭଲ ଲାଗୁଛି । ଅଭିନେତ୍ରୀଙ୍କ ଏହି ଫୋଟକୁ କିଛି ଲୋକ ସୁନ୍ଦର ବୋଲି କହିଛନ୍ତି ।

ସେପଟେ ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଫ୍ୟାନଙ୍କ ବଡ଼ ଲମ୍ବା ଲାଇନ୍ ଅଛି ଏବଂ ତାଙ୍କ ଫୋଟ ଅଧିକାଂଶ ସମୟରେ ଭାଇରଲ୍ ହୁଏ । ଲକଡାଉନ୍ ମଧ୍ୟରେ ଅଭିନେତ୍ରୀ ନିଜର କିଛି ପୁରୁଣା ଫୋଟକୁ ଫ୍ୟାନ୍ସମାନଙ୍କ ସହ ସେୟାର୍ କରିଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଇଂଷ୍ଟାଗ୍ରାମରେ ଅନୁଷ୍କାଙ୍କୁ ୪.୬ ମିଲିୟନ୍ ଲୋକମାନେ ତାଙ୍କୁ ଫୋଲୋ କରନ୍ତି ।

ଯଦି ଏଠାରେ ଅଭିନେତ୍ରୀଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ଅଭିନେତ୍ରୀ ଶେଷଥର ପାଇଁ ଚଳଚ୍ଚିତ୍ର ‘ନିଶବ୍ଦମ’ରେ ନଜର ଆସିଥିଲେ । ସେପଟେ ଅନୁଷ୍କାଙ୍କ ସହିତ ଚଳଚ୍ଚିତ୍ରରେ ଆର୍ ମାଧବନ୍ ଓ ଶାଳିନୀ ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ବାସ୍ତବରେ କରୋନା ମହାମାରୀ ଯୋଗୁଁ ଏହି ଚଳଚ୍ଚିତ୍ରକୁ ସିନେମା ହଲ୍ ବଦଳରେ ଓଟିଟି ପ୍ଲେଟଫାର୍ମରେ ରିଲିଜ୍ କରିବାକୁ ପଡ଼ିଥିଲା । ଅଭିନେତ୍ରୀଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା ତେବେ ସେ ତେଲୁଗୁ ଚଳଚ୍ଚିତ୍ରର କଳାକାର ନବୀନ ପଲିଶେଟ୍ଟୀଙ୍କ ସହିତ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିପାରନ୍ତି । ଫ୍ୟାନ୍ସମାନଙ୍କୁ ଅଭିନେତ୍ରୀଙ୍କ ନେକ୍ସଟ୍ ଚଳଚ୍ଚିତ୍ରର ଅପେକ୍ଷା ରହିଛି ।

Leave a Reply

Your email address will not be published. Required fields are marked *