ଏହି ୩ଟି ରାଶିର ଆସିଲା ଖରାପ ସମୟ ! ତେଣୁ ଏହି ତିନୋଟି ରାଶିର ଲୋକମାନେ ସାବଧାନ ।

ଏହି ୩ଟି ରାଶିର ଆସିଲା ଖରାପ ସମୟ ! ତେଣୁ ଏହି ତିନୋଟି ରାଶିର ଲୋକମାନେ ସାବଧାନ ।

ପ୍ରତ୍ୟେକ ଲୋକଙ୍କ ଜୀବନରେ ଭଲ ଏବଂ ଖରାପ ସମୟ ନିଶ୍ଚୟ ଆସିଥାଏ । ଆପଣଙ୍କ ଜୀବନରେ ଆସୁଥିବା ସୁଖ ଏବଂ ଦୁଃଖର ପଛରେ ଆପଣଙ୍କ ରାଶି ସହିତ ଜଡ଼ିତ ଗ୍ରହ ଏବଂ ନକ୍ଷତ୍ରର ହାତ ରହିଥାଏ । ଏପରି କୁହାଯାଏ କି, ଗ୍ରହ ନକ୍ଷତ୍ର ଏହା ନିଶ୍ଚିନ୍ତ କରିଥାନ୍ତି ଯେ, ଆସିବାକୁ ଥିବା ସମୟରେ ଆପଣଙ୍କ ସାଥିରେ କଣ କଣ ହେବାକୁ ଯାଉଛି । ଏଭଳି ସ୍ଥଳେ କିଛି ରାଶି ମାନଙ୍କର ଖରାପ ସମୟ ଆରମ୍ଭ ହେବାର ଯୋଗ ବନୁଅଛି । ୧୯ ଅକ୍ଟୋବର ଠାରୁ ଆରମ୍ଭ କରି ୨୧ ଡିସେମ୍ବର ପର୍ଯ୍ୟନ୍ତ କିଛି ବିଶେଷ ରାଶିଙ୍କ ଜୀବନରେ କିଛି ଦୁଃଖ ଏବଂ ସମସ୍ୟା ଆସିପାରେ । ତେବେ ଆପଣଙ୍କୁ ଡ଼ରିବାର ଅଧିକ ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ମଧ୍ୟ କହିବୁ, ଯାହା ଆପଣଙ୍କର ଆସିବାକୁ ଥିବା ଏହି ଖରାପ ସମୟକୁ ଟାଲି ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

୧) ବୃଷ ରାଶି –

ଏହି ରାଶିର ଲୋକଙ୍କ ପାଇଁ ଧନର ଅଭାବ ଦେଖା ଯାଇପାରେ । ଏହିଦିନ ମାନଙ୍କରେ ଆପଣ ଧନ ସମ୍ବନ୍ଧୀୟ କୌଣସି ପ୍ରକାରର କାର୍ଯ୍ୟକୁ ଆପଣ ବହୁତ ଚିନ୍ତାବିଚାର କରିବାପରେ ହିଁ କରିବା ଉଚିତ । ଆପଣଙ୍କ ରାଶିରେ ଏହି ସମୟରେ ଧନର କ୍ଷତି ହେବାର ସଙ୍କେତ ଦେଖାଯାଉଛି । ଏହି ଧନର ହାନି କୌଣସି ମଧ୍ୟ କ୍ଷତିରୁ ହୋଇପାରେ । ତାହା ସହିତ ଆପଣ ଆପଣଙ୍କର ମୂଲ୍ୟବାନ ବସ୍ତୁକୁ ଦାୟିତ୍ୱ ସହିତ ରଖିବାର ଆବଶ୍ୟକତା ରହିଛି । କାରଣ ଆପଣଙ୍କର ଚୋରିହେବା କିମ୍ବା ହଜିଯିବା ଭଳି ଯୋଗ ବନୁଅଛି । ଯଦି ଆପଣ ହଠାତ୍ ହେବାକୁ ଯାଉଥିବା ଧନ ହାନିରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଶୁକ୍ରବାର ଦିନ ମାତା ଲଷ୍ମୀଙ୍କ ଆରାଧନା କରନ୍ତୁ । ତାଙ୍କୁ ହଳଦିଆ ରଙ୍ଗର ଭୋଗ ଲଗାନ୍ତୁ । ଏହି ଭୋଗକୁ ସର୍ବପ୍ରଥମେ ଏକ ଧଳା ରଙ୍ଗର ଗାଈକୁ ଖୁଆନ୍ତୁ । ଏହାପରେ ଆପଣ ମଧ୍ୟ ଏହାକୁ ଖାଇପାରିବେ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଉପରେ ଥିବା ଧନ ହାନିର ସମସ୍ୟା ଦୂର ହୋଇଯିବ ।

୨) ସିଂହ ରାଶି –

ଏହି ରାଶିର ଜାତକ ନିଜ ବାଣୀକୁ ନିୟନ୍ତ୍ରଣରେ ରଖିବା ବହୁତ ଆବଶ୍ୟକତା ରହିଛି । ଆପଣଙ୍କର କୌଣସି ନିଜ ବ୍ୟକ୍ତିଙ୍କ ସହିତ ମତାନ୍ତର କିମ୍ବା ଝଗଡ଼ା ହୋଇପାରେ । ଏହି ଝଗଡ଼ା କରଣରୁ ଆପଣଙ୍କ ସୁନ୍ଦର ଜୀବନରେ ଅଶାନ୍ତି ସୃଷ୍ଟି ହୋଇଯିବ । କେବଳ ଏତିକି ହିଁ ନୁହେଁ ଏହି ଝଗଡ଼ା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇପାରେ । ଏଥିରୁ ବଞ୍ଚିବା ପାଇଁ ଆପଣ, ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣରେ ରଖ ଏବଂ ସଭିଙ୍କ ସହିତ ମଧୁରତା ପୂର୍ବକ କଥାବାର୍ତ୍ତା କରନ୍ତୁ । ଏହା ସହିତ ଆପଣ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ୨ଟି ଧୂପ ଅର୍ପଣ କରନ୍ତୁ । ଏହାଦ୍ୱାରା ଆପଣଙ୍କ ବାଣୀ ଉପରେ ନିୟନ୍ତ୍ରଣରେ ରହିବ ।

୩) ମକର ରାଶି –

ଏହି ରାଶିର ଲୋକମାନଙ୍କୁ ନିଜର ସ୍ୱାସ୍ଥ୍ୟକୁ ନେଇ ସଚେତନତାରେ ରହିବା ନିହାତି ଆବଶ୍ୟକ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟକୁ କୌଣସି ନା କୌଣସି କାରଣରୁ କ୍ଷତି ପହଞ୍ଚାଇ ପାରେ । ତେଣୁ ସମୟେ ସମୟେ ନିଜ ସ୍ୱାସ୍ଥ୍ୟକୁ ଡାକ୍ତଖାନାରେ ଚେକ୍ କରାନ୍ତୁ । ତାହା ସହିତ କୌଣସି ରୋଗ ଦେଖାଗଲେ, ତାହାକୁ ଅଣଦେଖା ନ କରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେତେଦୂର ସମ୍ଭବ ଏହି ସମୟରେ ଆପଣ ଦୂର ଯାତ୍ରାଠାରୁ ଦୁରେଇ ରୁହନ୍ତୁ ଏବଂ ବାହାରର ଖାଦ୍ୟ କମ୍ ମାତ୍ରାରେ ସେବନ କରନ୍ତୁ । ପ୍ରତ୍ୟେକ ବୁଧବାର ଦିନ ଗଣେଶ ଭଗବାନଙ୍କ ପାଖରେ ଗୋଟିଏ ଦୀପ ଲଗାନ୍ତୁ, ସେ ଆପଣଙ୍କୁ କୌଣସିବି ପ୍ରକାରର ଅଘଟଣ ହେବାରୁ ରକ୍ଷା କରିବେ ।

Leave a Reply

Your email address will not be published. Required fields are marked *