‘ବାବା କା ଢାବା’ର ମାଲିକ ୮୧ ବର୍ଷର ବୁଢ଼ା ହସପିଟାଲରେ ଭର୍ତ୍ତି ହୋଇଛନ୍ତି…! କାରଣ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

‘ବାବା କା ଢାବା’ର ମାଲିକ ୮୧ ବର୍ଷର ବୁଢ଼ା ହସପିଟାଲରେ ଭର୍ତ୍ତି ହୋଇଛନ୍ତି…! କାରଣ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଗତ ବର୍ଷ ଲକଡାଉନ୍ ସମୟରେ ଦିଲ୍ଲୀରେ ଏକ ରାସ୍ତା କଡ଼ରେ ‘ବାବା କା ଢାବା’ ନାଁରେ ଏକ ଢାବା ଚଳାଇ ସମଗ୍ର ଦେଶର ଜନତାଙ୍କ ଲୋକଲୋଚନକୁ ଆସିଥିଲେ କାନ୍ତା ପ୍ରସାଦ । ତାଙ୍କ ଭିଡିଓ ଶେୟାର୍ ହେବା ପରେ ସମଗ୍ର ଦେଶର ଅଧିକାଂଶ ଲୋକେ କାନ୍ତା ପ୍ରସାଦଙ୍କୁ ସାହାଯ୍ୟର ହାତ ବଢାଇ ଅର୍ଥ ଦାନ କରିଥିଲେ ।

କିନ୍ତୁ କଥାରେ ଅଛି ନା “THE WORLD IS DYNAMIC” ଠିକ ସେହିପରି ସମୟ ସ୍ରୋତରେ ମଣିଷର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଢାବା ଚଳାଇ ଆତ୍ମନିର୍ଭର ହୋଇଥିବା ୮୧ ବର୍ଷର ବୁଢ଼ା କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗତ ବର୍ଷ ବଡ଼ ସୁନାମ ଅର୍ଜନ କରିଥିବା ‘ବାବା କା ଢାବା’ର (Baba Ka Dhaba) ମାଲିକ ଆଜି ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଲିସ କହିଛି ଯେ, କାନ୍ତା ପ୍ରସାଦ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ।

“ଗୁରୁବାର ରାତି ୧୧ଟା ୧୫ରେ ସଫଦରଜଙ୍ଗ ହସ୍ପିଟାଲରେ କାନ୍ତା ପ୍ରସାଦଙ୍କୁ ଭର୍ତ୍ତି କରଯାଇଥିଲା । କାନ୍ତା ପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି ହେବା ପୋସିଲ ଘଟଣା ସ୍ଥଳରେ ପହଞ୍ଚି ଠିକନିଖ ଭାବରେ ଯାଞ୍ଚ କରିଥିଲା । ଯାଞ୍ଚ ପରେ ମେଡିକୋ-ଲିଗାଲ୍ କେସ୍ (MLC) ସଂଗ୍ରହର ତଥ୍ୟକୁ ଭିତ୍ତି କରି ପୋଲିସ ଜାଣିବାକୁ ପାଇଥିଲା ଯେ, କାନ୍ତା ପ୍ରସାଦ ମଦ୍ୟପାନ ଓ ନିଦ ବଟିକା ଖାଇ ଚେତାଶୂନ୍ୟ ହୋଇଯାଇଥିଲେ ।

କାନ୍ତା ପ୍ରସାଦଙ୍କ ପୁଅ କରଣ ପ୍ରସାଦ ପୋଲିସକୁ କହିଛନ୍ତି ଯେ ତାଙ୍କ ବାପା ମଦ ପିଇଥିଲେ ଓ ନିଦ ବଟିକା ଖାଇଥିଲେ । କାନ୍ତା ପ୍ରସାଦଙ୍କ ପତ୍ନୀ ବାଦାମୀ ଦେବୀ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ କାନ୍ତାଙ୍କୁ ନିଜ ଦୋକାନରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖିଥିଲେ । କିନ୍ତୁ ମୁଁ ଜାଣେ ନାହିଁ ସେ କଣ ଖାଇଥିଲେ ଓ କଣ ପିଇଥିଲେ । ସେ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖି ତାଙ୍କୁ ଆମେ ଡାକ୍ତରଖାନା ନେଇଥିଲୁ । ଡାକ୍ତରମାନେ ଆମକୁ କିଛି କହି ନାହାଁନ୍ତି । ବାଦାମୀ ଦେବୀଙ୍କ କହିବା ଅନୁସାରେ, ତାଙ୍କ ପତି କାହିଁକି ଏପରି ପଦକ୍ଷେପ ନେଲେ, ମୁଁ ଜାଣେ ନାହିଁ ।

ଗତ ବର୍ଷ ଲକଡାଉନ୍‌ ସମୟରେ ଦିଲ୍ଲୀରେ ଏକ ରାସ୍ତା କଡ଼ରେ ‘ବାବା କା ଢାବା’ ନାଁରେ ଏକ ଢାବା ଚଳାଇ ଖ୍ୟାତି ଅର୍ଜନ କରିଥିଲେ କାନ୍ତା ପ୍ରସାଦ । ତାଙ୍କ ଆର୍ଥିକ ସମସ୍ୟା ବଖାଣୁଥିବା ଏକ ଭିଡିଓ ଅନଲାଇନରେ ଶେୟାର୍‌ ହେବା ପରେ ହଜାର ହଜାର ଲୋକଙ୍କୁ ହୃଦୟ ତରଳି ଯାଇଥିଲା । ବୃଦ୍ଧ ଦମ୍ପତିଙ୍କର ସେହି ଭିଡିଓ ଗୌରବ ୱାସନ୍ ନାମକ ଜଣେ ୟୁଟ୍ୟୁବର୍ ପୋଷ୍ଟ କରିବା ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ତାଙ୍କ ପାଇଁ ଟଙ୍କା ଦାନ ଦେଇଥିଲେ । ତା’ ପରେ କାନ୍ତା ପ୍ରସାଦଙ୍କ ସ୍ଥିତି ସୁଧୁର ଆସିଥିଲା ।

ରାତାରାତି ବଡ଼ ଆକାରର ଧନ ପାଇବା ପରେ କାନ୍ତା ପ୍ରସାଦ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ, କିନ୍ତୁ ଅଳ୍ପ ଦିନ ମଧ୍ୟରେ ସେଠି ଗ୍ରାହକଙ୍କ ସଂଖ୍ୟା କମ୍‌ ହୋଇଯାଇଥିଲା ଓ ତାଙ୍କ କ୍ଷତି ବଢ଼ିଯାଇଥିଲା । ଶେଷରେ ଫେବୃଆରୀ ୧୫ ତାରିଖରେ ସେହି ରେଷ୍ଟୁରାଣ୍ଟ ବନ୍ଦ କରି କାନ୍ତା ପ୍ରସାଦ ନିଜ ପତ୍ନୀଙ୍କ ସହ ରାସ୍ତା କଡରେ ପୂର୍ବ ପରି ଢାବା ଚଳାଇବାକୁ ବାଧ୍ୟ ହୋଇଥିଲେ ।

ସେ କହିଥିଲେ ଯେ ରେଷ୍ଟୁରାଣ୍ଟ ଚଳାଇବାକୁ ମାସକୁ ପ୍ରାୟ ୧ ଲକ୍ଷ ଟଙ୍କା ଲାଗୁଛି, ମାତ୍ର ସେହି ତୁଳନାରେ ଲାଭ ଖୁବ୍‌ କମ୍‌ ହେଉଥିବାରୁ ସେ କଷ୍ଟକୁ ସହ୍ୟ କରିପାରୁନଥିଲେ । ସେ କହିଥିଲେ ଯେ ଲୋକଙ୍କ ଦାନରୁ ତାଙ୍କ ପାଖରେ ୨୦ ଲକ୍ଷ ଟଙ୍କା ଅଛି ଓ ସେ ଜୀବିତ ଥିବା ପର୍ଯ୍ୟନ୍ତ ସେହି କିଓସ୍କରେ ‘ବାବା କା ଢାବା’ ଚଳେଇବେ ।

Leave a Reply

Your email address will not be published. Required fields are marked *