୧୭ ବର୍ଷ ବୟସରେ ମିସ ୱାଲର୍ଡ଼ ହୋଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ବର୍ତ୍ତମାନ ଅଚିହ୍ନା ଅଜଣା ଭାବରେ ଜୀବନ ଅତିବାହିତ କରୁଛନ୍ତି ଏବଂ କରୁଛନ୍ତି ଏହି କାର୍ଯ୍ୟ ।

ବଲିଉଡ଼ ଗୋଟିଏ ଏପରି ଇଣ୍ଡଷ୍ଟ୍ରି ଅଟେ ଯେଉଁଠାରେ କେହି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଟି ରହିପାରନ୍ତି ନାହିଁ । ଏପରି ଏକ ସମୟରେ ଜଣେ କଳାକାର ପ୍ରସିଦ୍ଧ ଅଭିନେତା ବା ଅଭିନେତ୍ରୀ ହୋଇପାରନ୍ତି ଓ ସଫଳତା ମଧ୍ୟ ପ୍ରାପ୍ତ କରିପାରନ୍ତି କିନ୍ତୁ କିଛି ବର୍ଷ ପରେ ସେମାନଙ୍କୁ ଇଣ୍ଡଷ୍ଟ୍ରିରେ କାମ ମିଳିବା ବନ୍ଦ ହୋଇଯାଏ ଓ ଏହି ଅନ୍ଧକାର ପୂର୍ଣ ଜଗତରେ କେଉଁଠି ହଜିଯାଆନ୍ତି । ବଲିଉଡ଼ ଅଭିନେତ୍ରୀ ମିନାକ୍ଷୀ ଶେଷାଡ୍ରିଙ୍କ ଜୀବନ ମଧ୍ୟ କିଛି ଏପରି ଅଟେ । ୮୦ ଓ ୯୦ ଦଶକରେ କେତେଗୁଡିଏ ହିଟ୍ ଚଳଚ୍ଚିତ୍ର ଦେଇଥିବା ମିନାକ୍ଷୀ ବର୍ତ୍ତମାନ ଅଜଣା ଅଚିହ୍ନା ଭାବରେ ଜୀବନ ଅତିବାହିତ କରୁଛନ୍ତି । ଏହି ଅଭିନେତ୍ରୀଙ୍କ ଜୀବନ ସହିତ ଜଡ଼ିତ କିଛି କଥା ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ । ମୀନାକ୍ଷୀଙ୍କ କ୍ୟାରିୟର ସଙ୍ଗେ ସଙ୍ଗେ ଆପଣଙ୍କୁ ଏହା ମଧ୍ୟ ଜଣାଉଛୁ ଯେ, ବର୍ତ୍ତମାନରେ ସେ କେଉଁଠି ଅଛନ୍ତି ଏବଂ କଣ କରନ୍ତି ? ସାଥିରେ ଫୋଟମାନଙ୍କରେ ମୀନାକ୍ଷୀଙ୍କ ଭିନ୍ନ ରୂପ ମଧ୍ୟ ଦେଖିବାକୁ ମିଳିବ ।

ମୀନାକ୍ଷୀଙ୍କ କ୍ୟାରିୟାରର ଆରମ୍ଭ ୧୭ ବର୍ଷ ବୟସରେ ହିଁ ହୋଇଥିଲା । ୧୭ ବର୍ଷ ବୟସ ଅର୍ଥାତ ୧୯୮୧ରେ ମିସ୍ ଇଣ୍ଡିଆ ହୋଇଥିଲେ । ଏହି ଉପାଧି ଜିତିବାର ତିନି ବର୍ଷ ମଧ୍ୟରେ ହିଁ ବଲିଉଡ଼ରେ ତାଙ୍କୁ ଅନେକ ଅଫର୍ ମିଳିଥିଲା । “ପେଣ୍ଟର୍ ବାବୁ” ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ‘ହିରୋ’ ଚଳଚ୍ଚିତ୍ରରୁ ମିଳିଥିଲା । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳ ହୋଇଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ଜେକି ଶ୍ରଫ ମଧ୍ୟ ଥିଲେ । ଏହା ସହିତ ସେ ‘ଦାମିନୀ’ ଚଳଚ୍ଚିତ୍ରରେ ଯେଉଁପରି ଅଭିନୟ କରିଥିଲେ ଏହା ଦେଖି ସମସ୍ତେ ତାଙ୍କୁ ବହୁତ ପସନ୍ଦ କଲେ ।

ଏହା ପରେ ମୀନାକ୍ଷୀ “ମେରିଜଙ୍ଗ, ଘାୟଲ, ସହନଶା, ଘର ହୋ ତୋ ଏସା ଏବଂ ତୁଫାନ” ପରି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ମୀନାକ୍ଷୀଙ୍କ ସୁନ୍ଦରତାରେ କାହାଠାରୁ କମ ନୁହନ୍ତି । ସେହି ସମୟରେ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବା ପାଇଁ ଦର୍ଶକମାନେ ଅପେକ୍ଷା କରୁଥିଲେ । ଯଦିଓ ସମୟ ପରିବର୍ତ୍ତନ ହେଲା ଏବଂ ବର୍ତ୍ତମାନ ତାଙ୍କ ଚାହାଁଣି (ଲୁକ୍)ରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଯାଇଛି । କେତେକ ଲୋକ ବର୍ତ୍ତମାନ ତାଙ୍କୁ ଦେଖି ଚିହ୍ନି ପାରୁନାହାନ୍ତି ।

ବଲିଉଡ଼ରେ କେତେଗୁଡିଏ ହିଟ୍ ଚଳଚ୍ଚିତ୍ର ଦେବା ପରେ ମୀନାକ୍ଷୀ ୧୯୯୫ରେ ଇନଭେଷ୍ଟମେଣ୍ଟ ବେଙ୍କର୍ ହରିଶ ମେସୁରଙ୍କ ସହିତ ବିବାହ କରିଥିଲେ । ବିବାହ ପରେ ଆମେରିକାର ପ୍ଲାନୋ (ଟେକ୍ସସାସ)ରେ ରହିଲେ । ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ ଦୁହେଁ ନିୟୁର୍କରେ ରେଜିଷ୍ଟର ମେରେଜ କରିଥିଲେ । ଏହି ବିବାହରୁ ତାଙ୍କୁ ତିନୋଟି ସନ୍ତାନ ଅଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିଏ ଝିଅ ଏବଂ ଦୁଇଟି ପୁଅ ଅଟନ୍ତି ।

ମିନାକ୍ଷୀଙ୍କୁ ଅଭିନୟ ସଙ୍ଗେ ସଙ୍ଗେ ନୃତ୍ୟର ମଧ୍ୟ ବହୁତ ରୁଚି ଥିଲା । ବର୍ତ୍ତମାନ ସେ ଚଳଚ୍ଚିତ୍ର ଦୁନିଆରୁ ଦୂରଇ ରହିଛନ୍ତି କିନ୍ତୁ ନିଜକୁ ନୃତ୍ୟର ନିକଟରେ ରଖିଛନ୍ତି । ପ୍ରକୃତରେ ମିନାକ୍ଷୀ ଟେକ୍ସସାସରେ ନିଜର ‘ଚେରିସ ଡାନ୍ସ ସ୍କୁଲ’ ନାମକ ଗୋଟିଏ ଡାନ୍ସ ସ୍କୁଲ ଚଳାନ୍ତି । ମିନାକ୍ଷୀ ଏହି ଡାନ୍ସ ସ୍କୁଲ ୨୦୦୮ରେ ଖୋଲିଥିଲେ । ଏହାକୁ ଖୋଲିବାର କିଛି ବର୍ଷ ପରେ ହିଁ ଏହା ବହୁତ ପ୍ରସିଦ୍ଧ ହୋଇଗଲା । ଏହି ଡାନ୍ସ ସ୍କୁଲର ଗୋଟିଏ ବିଶେଷ କଥା ଏହା ଯେ ଏଠାରେ ନୃତ୍ୟ ଶିକ୍ଷା କରିବା ପାଇଁ ଶିଶୁଠାରୁ ଆରମ୍ଭ କରି ସମସ୍ତ ବୟସର ଲୋକମାନେ ଆସନ୍ତି । ଏଠାରେ ମିନାକ୍ଷୀ ନିଜେ ଏମାନଙ୍କୁ ଭାରତନାଟ୍ୟମ, କଥକ, କୁଚିପୁଡ଼ି ଏବଂ ଓଡ଼ିଶୀ ପରି ନୃତ୍ୟ ଶୈଳୀ ଶିକ୍ଷା ଦିଅନ୍ତି ।

ସୌଜନ୍ୟ: www.newstrend

Be the first to comment

Leave a Reply

Your email address will not be published.


*