କ୍ରିକେଟ ଜଗତରେ ଶୋକର ଛାୟା : ୩୩ ବର୍ଷ ବୟସରେ ଏହି କ୍ରିକେଟରଙ୍କ ହେଲା ନିଧନ !

କ୍ରିକେଟ ଜଗତରେ ଶୋକର ଛାୟା : ୩୩ ବର୍ଷ ବୟସରେ ଏହି କ୍ରିକେଟରଙ୍କ ହେଲା ନିଧନ !

ହାଇଦ୍ରାବାଦ: ହାଇଦ୍ରାବାଦର ପୂର୍ବତନ ଦ୍ରୁତ ବୋଲର ଅଶ୍ୱିନ ଯାଦବଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଅଶ୍ୱିନ ଯାଦବଙ୍କୁ ମାତ୍ର 33 ବର୍ଷ ହୋଇଥିଲା, ତାଙ୍କର ତିନିଟି ପୁଅ ରହିଛି ।

ପତ୍ନୀ ଓ ୩ ପୁଅଙ୍କୁ ପର କରି ଆରପାରିକୁ ଚାଲିଗଲେ ହାଇଦ୍ରାବାଦର ଦ୍ରୁତ ବୋଲର ଅଶ୍ଵିନ୍‌ ଯାଦବ । ହୃଦଘାତ ଯୋଗୁଁ ୩୩ ବର୍ଷୀୟ ଯାଦବଙ୍କ ପରଲୋକ ହୋଇଛି । ଅଶ୍ଵିନଙ୍କ ନିଧନ ଖବର ଆସିବା ପରେ କ୍ରିକେଟ ଜଗତରେ ଦୁଃଖର ଲୋହରି ଖେଳିଯାଇଛି ଓ ବହୁ ବରିଷ୍ଠ ଖେଳାଳିମାନେ ଶୋକ ପ୍ରକାଶ କରିଛନ୍ତି । ଭାରତୀୟ ଟିମ୍‌ର ଫିଲ୍ଡିଂ କୋଚ୍‌ ଆର୍ ଶ୍ରୀଧର ଯାଦବଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି । ​

ସେ ଟ୍ଵିଟ୍‌ କରି ଲେଖିଛନ୍ତି, ‘ଅଶ୍ବିନ୍‌ ଯାଦବଙ୍କ ନିଧନ ଖବର ଶୁଣି ମୁଁ ମର୍ମାହତ । ସେ ଜଣେ ଖୁସ୍‌ ମିଜାଜ୍‌ ଏବଂ ଟିମ୍‌ ମ୍ୟାନ୍‌ ଥିଲେ । ଭଗବାନଙ୍କୁ ପ୍ରାର୍ଥନା କରୁଛି ଏଭଳି ସମୟରେ ପରିବାରକୁ ଭଗବାନ ସାହସ ଦିଅନ୍ତୁ । ଓମ୍‌ ଶାନ୍ତି । ଆପଣଙ୍କ ଅନୁପସ୍ଥିତି ଦୁଃଖ ଦେବ ।’

ଅଫ୍‌ ସ୍ପିନର ବିଶାଳ ଶର୍ମା ତାଙ୍କ ସାଥି ଖେଳାଳି ଥିଲେ । ସେ କହିଛନ୍ତି, ଯାଦବଙ୍କ ମୁଁହରେ ସବୁ ବେଳେ ଖୁସୀ ଥିଲା । ସେ ଟିମ୍‌ ମ୍ୟାନ୍‌ ଥିଲେ ଏବଂ ସ୍ଥାନୀୟ ଲିଗ୍‌​‌ରେ ଖେଳୁଥିଲେ । ମୋତେ ବିଶ୍ଵାସ ହେଉନାହିଁ କି ତାଙ୍କର ନିଧନ ହୋଇଛି ।

ମୋହାଲିରେ ପଞ୍ଜାବ ବିପକ୍ଷରେ ୨୦୦୭ରେ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିବା ଯାଦବ ୧୪ଟି ଫାଷ୍ଟ କ୍ଲାସ୍‌ ମ୍ୟାଚ୍‌ ଖେଳିଥିଲେ । ଏଥିରେ ୩୪ ୱିକେଟ୍‌ ଅକ୍ତିଆର କରିଥିଲେ । ଉପ୍ପଲ ଷ୍ଟାଡିୟମ୍‌ରେ ୨୦୦୮-୦୯ରେ ଦିଲ୍ଲୀ ବିପକ୍ଷରେ ୫୨ ରନ୍‌ ଦେଇ ୬ ୱିକେଟ୍‌ ନେଇଥିଲେ । ଯାହାକି ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ତାଙ୍କର ଶେଷ ରଣଜୀ ମ୍ୟାଚ୍‌ ୨୦୦୯ରେ ମୁମ୍ବାଇ ବିପକ୍ଷରେ ଥିଲା । ସେ ସ୍ଥାନୀୟ ଲିଗ୍‌ରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ ଏବଂ ପରେ ଏସବିଆଇ ପକ୍ଷରୁ ଖେଳିଥିଲେ । ସେ ୧୦ଟି ଲିଷ୍ଟ ଏ ଏବଂ ଦୁଇଟି ଟି-୨୦ ମ୍ୟାଚ୍‌ ବି ଖେଳିଥିଲେ ।

ସୌଜନ୍ୟ : zeenews.india.com

Leave a Reply

Your email address will not be published. Required fields are marked *