କରୋନା ଦୂର କରିବ ଛତିଶଗଡ଼ ଅଶ୍ୱଗନ୍ଧା-୧ : ଭାରତୀୟ ବୈଜ୍ଞାନିକ କଲେ ଆବିଷ୍କାର !

କରୋନା ଦୂର କରିବ ଛତିଶଗଡ଼ ଅଶ୍ୱଗନ୍ଧା-୧ : ଭାରତୀୟ ବୈଜ୍ଞାନିକ କଲେ ଆବିଷ୍କାର !

ରାୟପୁର,୨୫/୮: ଛତିଶଗଡର ରାୟପୁରସ୍ଥିତ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟର ଜେନେଟିକ୍ସ ଆଣ୍ଡ ପ୍ଲାଣ୍ଟ ବ୍ରିଡିଂ ବିଭାଗର ବୈଜ୍ଞାନିକମାନେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଅଶ୍ୱଗନ୍ଧାର ବିଭିନ୍ନ ପ୍ରକାର ଉପରେ ୩ ବର୍ଷ ଧରି ଅଧ୍ୟୟନ କରିବା ପରେ ଏକ ନୂତନ ପ୍ରଜାତିର ଆବିଷ୍କାର କରିଛନ୍ତି। ଏହାକୁ ‘ଛତିଶଗଡ଼ ଅଶ୍ୱଗନ୍ଧା-୧’ ନାମରେ ନାମିତ କରାଯାଇଛି। ରାଜ୍ୟରେ ପୂର୍ବରୁ ଥିବା ଜେ-୨୦(j-20) ଅଶ୍ୱଗନ୍ଧା ତୁଳନାରେ ଏଥିରେ ୧୭ ପ୍ରତିଶତ ଅଧିକ କ୍ୟାନ୍ସର ପ୍ରତିରୋଧ କ୍ଷମତା, ଶରୀରରେ ଉର୍ଜା ବିକଶିତ କରିବା ଏବଂ ଆଣ୍ଟିଭାଇରଲ ଗୁଣ ଦେଖିବାକୁ ମିଳିଛି। ଏହା କରୋନା ଯୁଦ୍ଧରେ ବେଶ୍ ସହାୟକ ହେବ ବୋଲି ଅନୁମାନ କରାଯାଉଛି।

Google

ଏହା ବ୍ୟତୀତ ଆଇଆଇଟି ଦିଲ୍ଲୀ ଓ ଜାପାନର ନାସନାଲ ଇନସ୍ଟିଚ୍ୟୁଟ୍ ଅଫ ଆଡଭାନ୍ସ ଇଣ୍ଡଷ୍ଟ୍ରିଆଲ ସାଇନ୍ସ ଏବଂ ଟେକ୍ନୋଲୋଜିର ମିଳିତ ଉଦ୍ୟମରେ ଅଶ୍ୱଗନ୍ଧା ଉପରେ ଏକ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷଣ ପରେ ଗବେଷକମାନେ କହିଛନ୍ତି, ଅଶ୍ୱଗନ୍ଧାରେ ଏପରି ତତ୍ୱ ରହିଛି ଯାହା ଶରୀରରେରେ କରୋନା ସଂକ୍ରମଣ ରୋକି ପାରିବ। ଅଶ୍ୱଗନ୍ଧା ଏକ ଔଷଧୀୟ ବୃକ୍ଷ ଅଟେ। ଏହି ଜଡିବୁଟି ଭାଇରସ ବିରୋଧରେ ମଣିଷ ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିପାରିବ। ଏହା ବ୍ୟତୀତ ଛତିଶଗଡ଼ରେ ଉପଲବ୍ଧ ସେହି ନିର୍ଦ୍ଧିଷ୍ଟ ପ୍ରକାରର ଅଶ୍ୱଗନ୍ଧା ମଧ୍ୟ କରୋନା ମୁକାବିଲାରେ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ପରୀକ୍ଷକ ଡା. ଏଲିସ ତିର୍କ କହିଛନ୍ତି ଛତିଶଗଡରେ ଅଶ୍ୱଗନ୍ଧାର ଜେ-୨୦ ପ୍ରଜାତି ପୂର୍ବରୁ ରହିଛି। ଏହାର ବିଶ୍ଳେଷଣ କରାଯାଇ ଛତିଶଗଡ଼ ଅଶ୍ୱଗନ୍ଧା-୧ର ବିକାଶ କରାଯାଇଛି। ଜେ-୨୦ ତୁଳନାରେ ନୂଆ ପ୍ରଜାତିରେ ୧୭ ପ୍ରତିଶତ ଅଧିକ ଆଲକାଲାଇଡ ମିଳିଛି। ଏହି ନୂଆ ପ୍ରଜାତିର ଅଶ୍ୱଗନ୍ଧାର ଶୁଖିଲା ଚେରରେ ପ୍ରୋଟିନ, କାର୍ବୋହାଇଡ୍ରେଟ, ବିଦାଫେରିନ-ଏ’ର ମାତ୍ରା ପୂର୍ବ ତୁଳନାରେ ଅଧିକ ମିଳିଛି। ବିଶେଷଜ୍ଞଙ୍କ ମତରେ ଏହାର ସେବନ ଫଳରେ ଥଣ୍ଡା କାଶ ଭଳି ରୋଗ ଶରୀରରୁ ଦୂର ହୋଇଥାଏ। ସଂକ୍ରମଣଜନିତ ଥକ୍କା, ବ୍ୟଥାରୁ ମଧ୍ୟ ଅଶ୍ଵସ୍ତି ମିଳିଥାଏ। ପ୍ରତିଦିନ ଅଶ୍ୱଗନ୍ଧା ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ।

Google

ଇନ୍ଦିରାଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡା. ଏସକେ ପାଟିଲ କହିଛନ୍ତି ଯେ “କୃଷି ବିଜ୍ଞାନୀମାନେ ଅଶ୍ୱଗନ୍ଧାର ନୂତନ ପ୍ରଜାତି ବିକଶିତ କରିଛନ୍ତି, ଯାହା ରାଜ୍ୟରେ ପ୍ରଥମରୁ ଥିବା ପ୍ରଜାତିଠାରୁ ଅଧିକ ଉନ୍ନତ। ରାଜ୍ୟ ବୀଜ ଉପସମିତି ଏହାକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ବୀଜ ଉପସମିତି ନିକଟରେ ଏହାକୁ ଅନୁମୋଦନ ପାଇଁ ରଖାଯାଇଛି।”

Leave a Reply

Your email address will not be published. Required fields are marked *