ଆଶୁତୋଷ ରାଣା ନିଜ ଠାରୁ ୪ ବର୍ଷରେ ବଡ଼ ଓ ଛାଡ଼ପତ୍ର ନେଇଥିବା ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ । ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ଅଟେ ଦୁହିଁଙ୍କ ପ୍ରେମ କାହାଣୀ…

ଆଶୁତୋଷ ରାଣା ନିଜ ଠାରୁ ୪ ବର୍ଷରେ ବଡ଼ ଓ ଛାଡ଼ପତ୍ର ନେଇଥିବା ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ । ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ଅଟେ ଦୁହିଁଙ୍କ ପ୍ରେମ କାହାଣୀ…

ଆଶୁତୋଷ ରାଣାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସବୋର୍ତ୍ତମ ଅଭିନୟ ପାଇଁ ଜଣାଯାଏ । ଏହି କାରଣରୁ ସବୁ ନିର୍ଦ୍ଦେଶକ ତାଙ୍କୁ ନିଜ ଫିଲ୍ମରେ କାଷ୍ଟ କରିବାକୁ ଚାହାଁନ୍ତି । ଖବର ଅନୁସାରେ ଖୁବଶୀଘ୍ର ଧର୍ମା ପ୍ରଡକ୍ସନସ ଦ୍ୱାରା ନିର୍ମିତ “ମହତ୍ୱକାଂକ୍ଷୀ” ଐତିହାସିକ ପିରିୟଡ଼ ଡ୍ରାମା ଫିଲ୍ମ “ପୃଥ୍ୱୀରାଜ”ରେ ଆଶୁତୋଷ ରାଣା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ଶୁଟିଂଗ ଆରମ୍ଭ ହୋଇସାରିଛି କିନ୍ତୁ ଆଜି ଆମେ ଆପଣଙ୍କୁ ଆଶୁତୋଷ ରାଣାଙ୍କ ଫିଲ୍ମ କ୍ୟାରିଅର ବିଷୟରେ ନୁହେଁ ବରଂ ତାଙ୍କ ଲୋଭ୍ ଲାଇଫ (ପ୍ରେମ କାହାଣୀ) ବିଷୟରେ କହିବାକୁ ଯାଉଛୁ । ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେଣୁ ଆସନ୍ତୁ ଜାଣିବା ଆଶୁତୋଷ ରାଣା ଏବଂ ରେଣୁକା ଶହାଣେଙ୍କ ପ୍ରେମ କାହାଣୀ… ।

ଆଶୁତୋଷ ରାଣାଙ୍କ ପତ୍ନୀଙ୍କ ନାମ ରେଣୁକା ଶହାଣେ ଅଟେ । ଏହି ଦୁହିଁଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ବିଚିତ୍ର । ଆଶୁତୋଷ ରାଣା ଏବଂ ରେଣୁକା ଶହାଣେଙ୍କ ପ୍ରଥମ ଦେଖା ନିର୍ଦ୍ଦେଶକ “ହଂସଲ ମେହତା”ଙ୍କ ଏକ ଫିଲ୍ମର ଶୁଟିଂରେ ହୋଇଥିଲା । ରେଣୁକା ଆଶୁତୋଷ ରାଣାଙ୍କୁ ପ୍ରଥମେ ଚିହ୍ନି ନଥିଲେ । ଗୋଟିଏ ଫୋନ କୋଲ୍ ଦ୍ୱାରା ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ଏହି କି ଯେ, ପ୍ରଥମ ଥର ଏହି ଦୁଇଜଣ ଫୋନରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ କଥା ହୋଇଥିଲେ । ଏକ ସାକ୍ଷାତକାରରେ ରେଣୁକା ଶହାଣେ କହିଛନ୍ତି ଯେ, ନିର୍ଦେଶକ ରବି ରାୟ ନିଜ ଘରେ ଦୀପାବଳି ପାର୍ଟି ଆୟୋଜନ କରିଥିଲେ । ଯେଉଁଥିରେ ଅଶୁତୋଷ ରାଣା ଆସିପାରି ନଥିଲେ । ଏଥିପାଇଁ ଆଗାମୀ ଦିନ ଅଶୁତୋଷ ଭୋଏସ୍ ମେଲ୍ ଦ୍ୱାରା ରେଣୁକାଙ୍କୁ ଦୀପାବଳିର ଶୁଭକାମନା ମଧ୍ୟ ଜଣାଇଥିଲେ । ସେହି ଦିନ ଠାରୁ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲି ଆସୁଥିଲା ।

କିଛିଦିନ ପର୍ଯ୍ୟନ୍ତ ଲଗାତାର ଫୋନରେ କଥା ହେବା ପରେ ଦୁହେଁ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଲେ କିନ୍ତୁ ରେଣୁକାଙ୍କୁ ଅଶୁତୋଷଙ୍କ ସହ ଦେଖା କରିବାକୁ ଅତ୍ୟନ୍ତ ଅଜବ ଅନୁଭୂତ ହେଉଥିଲା । ତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା । ଏହି ଦୁଇଜଣ ନିଜର ଭବିଷ୍ୟତ ଜୀବନ ବିଷୟରେ ଭାବୁଥିଲେ । ରେଣୁକା ଶହାଣେ, ଅଶୁତୋଷ ରାଣାଙ୍କ ଠାରୁ ୪ ବର୍ଷରେ ବଡ଼ ଏବଂ ସେହି ସମୟରେ ସେ ବିବାହିତ ମଧ୍ୟ ଥିଲେ ।ଏମିତିରେ ରେଣୁକାଙ୍କୁ ଅଶୁତୋଷଙ୍କ ସହିତ ନିଜର ସମ୍ପର୍କକୁ ନେଇ କିଛି ସନ୍ଦେହ ଥିଲା । ରେଣୁକା ଶହାଣେଙ୍କ ମାଆଙ୍କୁ ମଧ୍ୟ ଏହି ବିବାହ ସ୍ୱୀକାର ନଥିଲା । କାରଣ ଅଶୁତୋଷଙ୍କ ପରିବାରରେ ୧୨ ଜଣ ସଦସ୍ୟ ଥିଲେ ଏବଂ ସେ ମଧ୍ୟପ୍ରଦେଶର ଏକ ଛୋଟ ଗ୍ରାମର ରହୁଥିଲେ । ମାତ୍ର ରେଣୁକା ଶହାଣେଙ୍କ ପ୍ରଥମ ବିବାହ ଭାଙ୍ଗିବା ଏବଂ ଦୁଇ ଜଣଙ୍କର ଭଲ ତାଳମେଳ କାରଣରୁ ସେମାନେ ପ୍ରାୟତଃ ଅଢ଼େଇ ବର୍ଷ ପରେ ମଧ୍ୟପ୍ରଦେଶର ଦମୋହ ନାମକ ସ୍ଥାନରେ ବିବାହ କରିଥିଲେ । ଅଶୁତୋଷ ଏବଂ ରେଣୁକା ଶହାଣେଙ୍କର ୨ ପୁଅ ଅଛନ୍ତି, ଶୌୟ ମନ ଏବଂ ସତ୍ୟେନ୍ଦ୍ର ।

ଅଶୁତୋଷ ରାଣାଙ୍କ ଜନ୍ମ ୧୦ ନଭେମ୍ବର ୧୯୬୪ରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁଆରେ ହୋଇଥିଲା । ଅଶୁତୋଷ ରାଣା ହିନ୍ଦୀ ଫିଲ୍ମ ସହିତ ମରାଠୀ, କନ୍ନଡ଼ ଏବଂ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଅଶୁତୋଷ ସବୁବେଳେ ନିଜ ଗାଁଆରେ ହେଉଥିବା ରାମଲୀଳାରେ ରାବଣର ଭୂମିକା ଅଭିନୟ କରୁଥିଲେ । ଅଶୁତୋଷ ନିଜ ଜେଜେ ବାପାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ଏବଂ ତାଙ୍କ କଥାରେ ହିଁ ଅଶୁତୋଷ ଅଭିନୟକୁ ନିଜର କ୍ୟାରିଅର ରୂପରେ ବାଛିଥିଲେ । ଅଶୁତୋଷ ରାଣା ଏକ ଟେଲିଭିଜନ କଳାକାର ରୂପରେ “ସ୍ୱାଭିମାନ” ଧାରାବାହିକରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଧାରାବାହିକରେ କାମ କରିବା ପରେ ସେ “ଫର୍ଜ”, “ସାଜିଶ”, “କଭୀ କଭୀ” ଏବଂ “ବାସିସ” ଭଳି ଧାରାବାହିକରେ କାମ କରଥିଲେ । ୧୯୯୫ରେ ଅଶୁତୋଷ ନିଜ କ୍ୟାରିୟରର ଆରମ୍ଭ କରିଥିଲେ ମାତ୍ର ୧୯୯୮ରେ ରିଲିଜ ହୋଇଥିବା ଫିଲ୍ମ “ଦୁଶ୍ମନ”ରୁ ତାଙ୍କୁ ପରିଚୟ ମିଳିଥିଲା । “ଦୁଶ୍ମନ” ଫିଲ୍ମରେ ଅଶୁତୋଷ ଜଣେ ସାଇକୋ କିଲର୍ ଭୂମିକରେ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *