ଆଶୁତୋଷ ରାଣା ଓ ରେଣୁକାଙ୍କ ବିବାହକୁ ହେଲା ୨୦ ବର୍ଷ ! ଏହି ଅଭିନେତ୍ରୀ ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେବା ପରେ କରିଥିଲେ ଦ୍ୱିତୀୟ ବିବାହ…

ଆଶୁତୋଷ ରାଣା ଓ ରେଣୁକାଙ୍କ ବିବାହକୁ ହେଲା ୨୦ ବର୍ଷ ! ଏହି ଅଭିନେତ୍ରୀ ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେବା ପରେ କରିଥିଲେ ଦ୍ୱିତୀୟ ବିବାହ…

ବଲିଉଡ଼ର ଦମଦାର୍ ଅଭିନେତା ଆଶୁତୋଷ ରାଣା ତାଙ୍କର ‘ବେଟର୍ ହାଫ୍’ ରେଣୁକା ଶହାଣେ ନିଜ ବିବାହ ବାର୍ଷିକୀ ପାଳନ କରିଥିଲେ । ୨୫ ମେ ୨୦୦୧କୁ ଦୁହେଁ ବିବାହ କରିଥିଲେ । ଦୁହିଁଙ୍କ ବିବାହକୁ ୨୦ ବର୍ଷର ଦୀର୍ଘ ସମୟ ବିତିଯାଇଛି । ଦୁହିଁଙ୍କ ମଧ୍ୟରେ ବହୁତ ଭଲ କେମିଷ୍ଟ୍ରି ରହିଛି ।

ଆପଣଙ୍କୁ ସୁଚାଇଦେଉଛୁ ଯେ ରେଣୁକା ଆଶୁତୋଷକୁ ପ୍ରେମରେ ‘ରାଣାଜି’ ବୋଲି ଡାକନ୍ତି । ବିଶେଷ କଥାଟି ଏହିକିଯେ ରେଣୁକା ଶହାଣେ ଆଶୁତୋଷ ରାଣାଙ୍କ ଠାରୁ ଏକ ବର୍ଷ ବଡ଼ ଅଟନ୍ତି । ଦୁହିଁଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମୀ କାହାଣୀରୁ କମ୍ ନାହିଁ ।

ବୟସରେ ଏକବର୍ଷ ବଡ଼ ରେଣୁକାଙ୍କ ଉପରେ ଆଶୁତୋଷ ଏପରି ଭାବରେ ପ୍ରେମରେ ପଡ଼ି ଯାଇଥିଲେ ଯେ ତାଙ୍କ ପ୍ରେମ କାହାଣୀରେ ରେଣୁକାଙ୍କ ଛାଡପତ୍ର ନେଇଥିବାକୁ ମଧ୍ୟ ଖାତିର କରିନଥିଲେ ।

ରେଣୁକା ଶହାଣେଙ୍କ ପ୍ରଥମ ବିବାହ ମରାଠୀ ଥିଏଟରର ଡ଼ାଇରେକ୍ଟର ବିଜୟ କେନକରେଙ୍କ ସହିତ ହୋଇଥିଲା । ଯଦିଓ ବିବାହ ଅଧିକ ଦିନ ଧରି ଚାଲିପାରିନଥିଲା ଏବଂ ଦୁହିଁଙ୍କ ଛାଡପତ୍ର ହୋଇଗଲା ।

ଆଶୁତୋଷ ରେଣୁକାଙ୍କ ଜୀବନରେ ତାଙ୍କ ଫ୍ୟାନ୍ ହୋଇ ଆସିଲେ । ଦୁହିଁଙ୍କ ଦେଖା ନିର୍ଦ୍ଦେଶକ ହଂସଲ ମେହତାଙ୍କ ଚଳଚ୍ଚିତ୍ର ଶୁଟିଂ ସମୟରେ ସିଙ୍ଗର୍ ରାଗେଶ୍ୱରୀ ସଚଦେବ କରିଥିଲେ । ରେଣୁକା ଯେଉଁଠାରେ ଆଶୁତୋଷଙ୍କ ବିଷୟରେ ଅଧିକ କିଛି ଜାଣିନଥିଲେ, ସେପଟେ ଆଶୁତୋଷ ରେଣୁକାଙ୍କ କାମରୁ ପରିଚିତ ଥିଲେ ।

ପ୍ରଥମ ଦେଖାରେ ଆଶୁତୋଷ ରେଣୁକାଙ୍କୁ ଶୁଦ୍ଧ ହିନ୍ଦୀରେ ଚିର-ପରିଚିତ ଭାବେ କହିଥିଲେ “ମୁଁ ଆପଣଙ୍କର ଏକ ବଡ଼ ପ୍ରଶଂସକ ଅଟେ ।” ଆଶୁତୋଷଙ୍କ ଏହି ସ୍ଵଭାବ ରେଣୁକାଙ୍କୁ ଖୁବ୍ ଭଲ ଲାଗିଥିଲା । ଯଦିଓ ତାପରେ ସେ ଦୁହେଁ ଦୀର୍ଘ ସମୟ ଧରି ଦେଖା କରିନଥିଲେ ।

୧୯୯୮ରେ ଦୀପାବଳି ଅବସରରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଭାବ ଜାଗ୍ରତ ହୋଇଥିଲା । ବାସ୍ତବରେ ନିର୍ଦ୍ଦେଶକ ରବି ରାୟ ନିଜ ଘରେ ଦୀପାବଳି ପାର୍ଟି ଆୟୋଜନ କରିଥିଲେ, ଯେଉଁଥିରେ ଆଶୁତୋଷ ରାଣା ବ୍ୟସ୍ତ ଥିବା କାରଣରୁ ଯାଇପାରିନଥିଲେ । କିନ୍ତୁ ଆଗାମୀ ଦିନ ୧୭ ଅକ୍ଟୋବରକୁ ଆଶୁତୋଷ ରେଣୁକାଙ୍କୁ ଦୀପାବଳି ପାଇଁ ଅଭିନନ୍ଦନ ଜଣାଇଲେ ଓ ତାଙ୍କ ଫୋନର ଏନ୍ସରିଂ ମେସିନରେ ଏକ ମେସେଜ୍ ଛାଡିଥିଲେ ।

ଆଶୁତୋଷ ନିଜ କବିତା ଗୁଡ଼ିକ ଶୁଣାଇ ରେଣୁକାଙ୍କୁ ପ୍ରଭାବିତ କରିବା ପାଇଁ ଭରପୂର୍ ଚେଷ୍ଟା କଲେ । ୧୯ଓ୨୦ ଅକ୍ଟୋବରକୁ ଦୁହିଁଙ୍କ ମଧ୍ୟରେ ଫୋନରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଲା । ୨୦ ଅକ୍ଟୋବରକୁ ଦୁହେଁ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା କଲେ ।

ସେହି ସମୟରେ କାମରେ ବ୍ୟସ୍ତ ହେବା ଯୋଗୁଁ ଦୁହିଁଙ୍କ ଦେଖା ହୋଇପାରିନଥିଲା । ଫୋନରେ କଥାବାର୍ତ୍ତା କରି ଦୁହିଁଙ୍କ ସମୟ ବିତିଯାଉଥିଲା । ୩୧ ଡିସେମ୍ବର ୧୯୯୮କୁ ଦୁହିଁଙ୍କ ଦେଖା ହେଲା ।

ପାଖାପାଖି ଦୁଇ ବର୍ଷ ପର୍ଯ୍ୟନ୍ତ ଡେଟିଂ କରିବା ପରେ ସେମାନେ ୨୦୦୧ରେ ବିବାହ କରିଥିଲେ ।

ଆଶୁତୋଷ ଓ ରେଣୁକାଙ୍କ ଦୁଇଟି ପୁଅ ଅଛନ୍ତି ଜଣଙ୍କ ନାମ ଶୌର୍ଯ୍ୟମନ୍ ଓ ଆଉ ଜଣଙ୍କ ନାମ ସତ୍ୟେନ୍ଦ୍ର ଅଟେ । ଯିଏକି ନିଜ ପିତାଙ୍କ ଭଳି ସୁନ୍ଦର ଦେଖାଯାନ୍ତି ।

ନିଜ ସୁନ୍ଦର ପରିବାରର ଫୋଟଗୁଡିକ ରେଣୁକା ସୋସିଆଲ୍ ମିଡ଼ିଆରେ ସେୟାର୍ କରନ୍ତି । ଫୋଟ ସେୟାର୍ କରି ଏମାନେ ‘ଏକ ସୁଖୀ ପରିବାର’ର ଉଦାହରଣ ପ୍ରସ୍ତୁତ କରନ୍ତି ।

ରେଣୁକା ଆଶୁତୋଷ ରାଣାଙ୍କୁ ଏକ ବହୁତ ଭଲ ଜୀବନସାଥୀ ମନେ କରନ୍ତି । ତାଙ୍କୁ ‘ସର୍ବଗୁଣ ସମ୍ପନ୍ନ ସ୍ୱାମୀ’ ବୋଲି କୁହନ୍ତି ।

ଆଶୁତୋଷ ଓ ରେଣୁକା ନିଜ ବୈବାହିକ ଜୀବନରେ କେତେ ଖୁସିରେ ଅଛନ୍ତି ଏହା ଫୋଟ ଦେଖିବା ପରେ ଆପଣ ଖୁବ୍ ସହଜରେ ଜାଣିପାରିବେ ।

Leave a Reply

Your email address will not be published. Required fields are marked *