‘ଭଉଣୀ ଅଂଶୁଲା କପୁର’ଙ୍କ ସହ ମିଶି ଅର୍ଜୁନ କପୁର୍ ଦାନ କଲେ ୧କୋଟି ଟଙ୍କା, ୩୦, ୦୦୦ ପରିବାରକୁ କଲେ ସିଧା ସଳଖ ସାହାଯ୍ୟ !

‘ଭଉଣୀ ଅଂଶୁଲା କପୁର’ଙ୍କ ସହ ମିଶି ଅର୍ଜୁନ କପୁର୍ ଦାନ କଲେ ୧କୋଟି ଟଙ୍କା, ୩୦, ୦୦୦ ପରିବାରକୁ କଲେ ସିଧା ସଳଖ ସାହାଯ୍ୟ !

ବର୍ତ୍ତମାନ ଆମ ଦେଶ ଭାରତ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରୁଛି । କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ କେତେ ଯେ ଲୋକ ନିଜର ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି ତାହାର ହିସାବ ନାହିଁ । ଲୋକମାନେ ନିଜ ପ୍ରିୟଜନମାନଙ୍କ ଜୀବନ ରକ୍ଷା କରିବାକୁ ସଂଘର୍ଷ କରୁଛନ୍ତି । ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ଗୁରୁତର ରୋଗୀମାନେ ହସ୍ପିଟାଲରେ ଶଯ୍ୟା ପାଇବାକୁ ମଧ୍ୟ ଅସମର୍ଥ ହେଉଛନ୍ତି ଏବଂ ଶଯ୍ୟା ପାଇଲେ ବି ଅମ୍ଳଜାନ ଏବଂ ଔଷଧ ପାଇବା କଷ୍ଟକର ହୋଇପଡୁଛି । ପରିସ୍ଥିତି ଏପରି ହୋଇଛି ଯେ ଜଣେ ସାଧାରଣ ବ୍ୟକ୍ତି ଶତ ଚେଷ୍ଟା କରି ମଧ୍ୟ ନିଜ ପ୍ରିୟଜନଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହେଉନାହିଁ ।

ଏହି କରୋନା ମହାମାରୀ ସମୟରେ ଅନେକ ବ୍ୟକ୍ତି ଏପରି ମଧ୍ୟ ଅଛନ୍ତି ଯେଉଁମାନେ ନିଃସ୍ୱାର୍ଥପର ଭାବରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି ସେମାନଙ୍କ ମଧ୍ୟରେ ଆମ ଦେଶର କିଛି ଜଣାଶୁଣା ଶିଳ୍ପପତି ତଥା ପ୍ରସିଦ୍ଧ ସେଲିବ୍ରିଟିମାନେ ସାମିଲ୍ ଅଛନ୍ତି । ବର୍ତ୍ତମାନ ଆମର ବଲିଉଡ କଳାକାରମାନେ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ଏହି କଠିନ ପରିସ୍ଥିତିରେ ଆମ ବଲିଉଡ ହିରୋମାନେ ରିଅଲ୍ ଲାଇଫ୍ ହିରୋ ସାଜି ଲୋକମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି ଏବଂ ବର୍ତ୍ତମାନ ବଲିଉଡ ଅଭିନେତା ଅର୍ଜୁନ୍ କପୁରଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

ନିକଟରେ ବଲିଉଡ ଅଭିନେତା ଅର୍ଜୁନ୍ କପୁର୍ ତାଙ୍କ ଭଉଣୀ ଅଂଶୁଲା କପୁରଙ୍କ ସହ ମିଶି ୧କୋଟି ଟଙ୍କା ଏକ ଭେଞ୍ଚରକୁ ଦାନ କରିଛନ୍ତି । ଏହି ଦୁଇ ଭାଇଭଉଣୀ ଏକତ୍ର ପ୍ରାୟ ୧କୋଟି ଟଙ୍କା ସଂଗ୍ରହ କରି ଅନଲାଇନ୍ ସେଲିବ୍ରିଟି ଫଣ୍ଡରେଜିଙ୍ଗ ପ୍ଲାଟଫର୍ମ’ ଫ୍ୟାନକାଇଣ୍ଡ’ ଜରିଆରେ ୩୦,୦୦୦ ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି । ଏଥିପାଇଁ ଅର୍ଜୁନ୍ କପୁର୍ ନିଜ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସଞ୍ଚୟ କରିଥିବା ପାଣ୍ଠିକୁ ଏହି ଉଦ୍ୟମରେ ବିନିଯୋଗ କରିଛି ଏବଂ ମୁଁ ଏଥିପାଇଁ ଗର୍ବିତ ଅନୁଭବ କରୁଛି ଯେ ପ୍ଲାଟଫର୍ମ ମାଧ୍ୟମରେ ଅଭାବୀ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି ।”

ଅର୍ଜୁନ୍ କପୁର୍ ଏହା ମଧ୍ୟ କହିଛନ୍ତି ଯେ, “କରୋନାର ଦ୍ୱିତୀୟ ତରଙ୍ଗ ଆମ ସମସ୍ତଙ୍କୁ ପାତାଳକୁ ଠେଲି ଦେଇଛି ଏବଂ ଏଭଳି ପରିସ୍ଥିତିରେ ଆମ ସମସ୍ତେ ପରସ୍ପରକୁ ସାହାଯ୍ୟ କରିବା ଉଚିତ୍ । “ସେ କହିଛନ୍ତି ଯେ କିଛି ପ୍ରବାସୀ ଶ୍ରମିକଙ୍କୁ ମାସିକ ସଉଦା, ମିଲ୍ ଏବଂ କିଛି ଆର୍ଥିକ ସାହାଯ୍ୟ ଦେଇ ସେ ସେମାନଙ୍କ ସହାୟତା କରିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ କରୋନା ଠାରୁ ରକ୍ଷା କରିବା ପାଇଁ ସେ ହାଇଜିନ୍ କିଟ୍ ମଧ୍ୟ ବଣ୍ଟନ କରିଥିଲେ ଏବଂ ତାଙ୍କ ଟିମ୍ ମେମ୍ବରମାନେ ଏବେ ମଧ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛନ୍ତି । ଏହି ସଙ୍କଟ ସମୟରେ ଅର୍ଜୁନ୍ କପୁର୍ ସମସ୍ତଙ୍କୁ ସାହାଯ୍ୟ କରିଥିବାରୁ ବହୁତ ଖୁସି ଅଛନ୍ତି ।

ଅର୍ଜୁନ୍ କପୁର୍ ଏବଂ ତାଙ୍କ ଭଉଣୀ ଅଂଶୁଲା କପୁରଙ୍କ ଏହି ପଦକ୍ଷେପ ପ୍ରକୃତରେ ପ୍ରଶଂସନୀୟ । ଅଂଶୁଲା କପୁର୍ ଏବଂ ଅର୍ଜୁନ୍ କପୁରଙ୍କ ଏହି ଅବଦାନ ପାଇଁ ପ୍ରଶଂସକମାନେ ତାଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି । ଅର୍ଜୁନ୍ କପୁରଙ୍କ ବ୍ୟତୀତ ଆମ ବଲିଉଡ ଜଗତର ଅନେକ କଳାକାର ଏହି ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଯେଉଁଥିରେ ସଲମାନ୍ ଖାନ୍, ଆଲିଆ ଭଟ୍ଟ, ସୁସ୍ମିତା ସେନ୍, ସୋନୁ ସୁଦ୍, ଅକ୍ଷୟ କୁମାର୍ ଏବଂ ତାପସୀ ପନ୍ନୁ ଭଳି ଅନେକ ନାମ ଅନ୍ତର୍ଭୁକ୍ତ । ଏହି କଳାକାରମାନେ ବର୍ତ୍ତମାନ ରିଅଲ୍ ଲାଇଫ୍ ହିରୋ ହୋଇ ସମସ୍ତଙ୍କୁ ସାହାଯ୍ୟ ଯୋଗାଇବାରେ ଲାଗୁଛନ୍ତି ।

Leave a Reply

Your email address will not be published. Required fields are marked *