ସଲମାନ୍ ଖାନଙ୍କ ଭଉଣୀ ଅର୍ପିତାଙ୍କୁ ଭଲପାଉଥିଲେ ଅର୍ଜୁନ୍ କପୂର୍ ହେଲେ ଭାଙ୍ଗିଯାଇଥିଲା ଦୁହିଁଙ୍କ ସମ୍ପର୍କ !

ସଲମାନ୍ ଖାନଙ୍କ ଭଉଣୀ ଅର୍ପିତାଙ୍କୁ ଭଲପାଉଥିଲେ ଅର୍ଜୁନ୍ କପୂର୍ ହେଲେ ଭାଙ୍ଗିଯାଇଥିଲା ଦୁହିଁଙ୍କ ସମ୍ପର୍କ !

ଅର୍ଜୁନ୍ କପୂର୍ ଏବଂ ମଲାଇକା ଆରୋରାଙ୍କ ଯୋଡି ବର୍ତ୍ତମାନ ବଲିଉଡର ଏକ ଚର୍ଚ୍ଚିତ ଯୋଡି । ଦୁହେଁ ଏଯାଏଁ ବିବାହ କରିନାହାନ୍ତି ସତ କିନ୍ତୁ ଦୁହିଁଙ୍କ ସମ୍ପର୍କ ଅତ୍ୟନ୍ତ ମଜବୂତ ଅଟେ । ଦୁଇଜଣ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ୍ କରୁଛନ୍ତି । ସେମାନଙ୍କର ବିବାହ ହେବ ବୋଲି ମଧ୍ୟ ଶୁଣାଯାଉଛି । ମାତ୍ର ଏହାକୁ ନେଇ ମଲାଇକା କହିଛନ୍ତି ଯେ ବାହାଘର ହେଲେ ସମସ୍ତେ ଆପେ ଆପେ ଜାଣିପାରିବେ ।

ଅର୍ଜୁନ୍ କପୂର୍ ଏବେ ସିନା ମଲାଇକାଙ୍କ ପ୍ରେମରେ ପାଗଳ କିନ୍ତୁ ଦିନଥିଲା ଅର୍ଜୁନ୍ କପୂର୍ ସଲମାନଙ୍କ ଭଉଣୀ ଅର୍ପିତାଙ୍କୁ ପାଗଳ ପରି ଭଲପାଉଥିଲେ । ଅର୍ପିତା ମଧ୍ୟ ଅର୍ଜୁନଙ୍କୁ ଖୁବ୍ ଭଲ ପାଉଥିଲେ କିନ୍ତୁ ପରେ ଅର୍ପିତା ନିଜ ଆଡୁ ଏହି ସମ୍ପର୍କ ଭାଙ୍ଗିଦେଲେ ।

ଅର୍ପିତା ଅର୍ଜୁନଙ୍କ ସହ ସମ୍ପର୍କକୁ ନେଇ ଖୁବ୍ ଗମ୍ଭୀର ଥିଲେ କିନ୍ତୁ ଖୁବ୍ କମ୍ ଦିନରେ ଏହି ସମ୍ପର୍କ ଭାଙ୍ଗିଯାଇଥିଲା । ଅର୍ଜୁନ୍ ଏବଂ ଅର୍ପିତାଙ୍କ ସମ୍ପର୍କ ବିଷୟରେ ଖାନ୍ ପରିବାରରେ ସମସ୍ତେ ଜାଣିଥିଲେ କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠିଲା ନାହିଁ । ଆସନ୍ତୁ ଜାଣିବା ଅର୍ଜୁନ୍ ଏବଂ ଅର୍ପିତାଙ୍କ ସମ୍ପର୍କ କାହିଁକି ଭାଙ୍ଗିଯାଇଥିଲା …

ଅର୍ଜୁନ୍ ଏବଂ ଅର୍ପିତାଙ୍କ ଯେତେବେଳେ ପରସ୍ପରକୁ ଡେଟ୍ କରୁଥିଲେ ସେତେବେଳେ ଅର୍ଜୁନଙ୍କ ବୟସ ମାତ୍ର ୧୮ ବର୍ଷ ଥିଲା ଏବଂ ସେ ଇଣ୍ଡଷ୍ଟ୍ରିରେ ହିରୋ ଭାବେ ପରିଚିତ ହୋଇନଥିଲେ । ଅର୍ଜୁନ୍ ସେତେବେଳେ ବହୁତ ମୋଟା ଥିଲେ ଏବଂ ତାଙ୍କ ଓଜନ ପାଖାପାଖି ୧୪୦ କେଜି ଥିଲା । ଅର୍ଜୁନ୍ ଅର୍ପିତାଙ୍କୁ ବାହା ହେବାର ସ୍ୱପ୍ନ ମଧ୍ୟ ଦେଖୁଥିଲେ କିନ୍ତୁ ୨ ବର୍ଷ ମଧ୍ୟରେ ଦୁହିଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା ।

ଅର୍ଜୁନ କପୂର୍ ନିକଟରେ ଏକ ସାକ୍ଷାତକାରରେ ତାଙ୍କର ଏବଂ ଅର୍ପିତାଙ୍କର ରିଲେସନଶିପ୍ ବିଷୟରେ ବହୁତ ଅଜଣା ତଥ୍ୟ ସେୟାର୍ କରିଥିଲେ । ଅର୍ଜୁନ୍ କହିଥିଲେ ଯେ ଅର୍ପିତାଙ୍କ ପାଇଁ ସେ ବହୁତ ସିରିୟସ୍ ଥିଲେ । ସେ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । ଅର୍ଜୁନଙ୍କୁ ସେତେବେଳେ ମାତ୍ର ୧୮ ବର୍ଷ ବୟସ ହୋଇଥିଲା । ଦୁହିଙ୍କ ରିଲେସନଶିପ୍ ମାତ୍ର ୨ ବର୍ଷ ଚାଲିଲା ।

ଅର୍ଜୁନ୍ ଆହୁରି ମଧ୍ୟ କହିଛନ୍ତି ଯେ ଖାନ୍ ପରିବାର ସହ ମୋର ସମ୍ପର୍କ ବହୁତ ପୁରୁଣା । ‘ମେନେ ପ୍ୟାର୍ କିୟା’ ଫିଲ୍ମ ସମୟରୁ ମୋର ଏବଂ ସଲମାନଙ୍କ ମଧ୍ୟରେ ଭଲ ସମ୍ପର୍କ ହୋଇଯାଇଥିଲା । ମୁଁ ଡ଼ରିଯାଇଥିଲି ତେଣୁ ମୁ ସଲମାନଙ୍କୁ ଏ ବିଷୟରେ ଆଗୁଆ କହିଦେଇଥିଲି । ସଲମାନ୍ ପ୍ରଥମେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ସମସ୍ତେ ଆମ ସମ୍ପର୍କକୁ ଖୁସିରେ ଗ୍ରହଣ କରିଥିଲେ ।

୨୦୦୩ ମସିହାରେ ଅର୍ଜୁନ୍ କର୍ପୁର୍ ସଲମାନଙ୍କ ଫିଲ୍ମ ‘ସଲାମ୍-ଏ-ଇସ୍କ’ ଆସିଷ୍ଟ କରୁଥିଲେ । ସେତେବେଳେ ଅର୍ପିତା ଏବଂ ତାଙ୍କ ମଧ୍ୟରେ ସବୁ ଠିକ୍ ଚାଲିଥିଲା । ହେଲେ ଦିନେ ଅଚାନକ ଅର୍ପିତା ସମ୍ପର୍କ ଭାଙ୍ଗିଦେଇଥିଲେ । ଅର୍ଜୁନ୍ ଏହାର କାରଣ ବୁଝିପାରିଲେ ନାହିଁ । ସଲମାନଙ୍କ ପରିବାର ମଧ୍ୟ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ।

ବର୍ତ୍ତମାନ ଅର୍ଜୁନ୍ ଏବଂ ଅର୍ପିତା ଦୁହେଁ ଖୁସିରେ ଅଛନ୍ତି । ଅର୍ଜୁନ୍ ମଲାଇକାଙ୍କ ସହ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ଏବଂ ଅର୍ପିତା ନିକଟରେ ଏକ ପୁଅର ମା’ ହୋଇଛନ୍ତି । ୨୦୧୪ ମସିହାରେ ଅର୍ପିତା ଆୟୁଷ ଶର୍ମାଙ୍କୁ ଵିଵାହ କରିଥିଲେ । ଦୁହେଁ ଏବେ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *