ଏହି କୋରନା ଭାଇରସ୍ ଭାରତରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ୩୧ ମାର୍ଚ୍ଚ ସକାଳ ଯାଏଁ କାରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫୧ ଜଣ ବୋଲି ଜଣାପଡିଛି । ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶରେ ୨୧ ଦିନ ନିମନ୍ତେ ଅର୍ଥାତ ଅପ୍ରେଲ 14 ପର୍ଯ୍ୟନ୍ତ ଲକ୍ଡ଼ାଉନ୍ ଚାଲିଛି ଏବଂ ଏହି ଦିନମାନଙ୍କରେ ସମସ୍ତେ ଘରେ ରହିବେ ବୋଲି କୁହାଯାଇଛି । ବଲିଉଡ ଦୁନିଆ ମଧ୍ୟ ବର୍ତ୍ତମାନ ଏବେ ସୁନସାନ୍ ଅଛି । ସମସ୍ତ କଳାକାର ଏବେ ଘରେ ରହୁଛନ୍ତି ।

ଏହି ସବୁ ମଧ୍ୟରେ ଅଜୟ ଦେବଗନଙ୍କର ଘରୁ ଏକ ଆଶ୍ଚର୍ଯ୍ୟ ଚକିତ କଥା ଭାଇରଲ ହୋଇଛି । ଏଥିରେ କୁହାଯାଉଛି କି ଅଜୟଙ୍କର ପତ୍ନୀ କାଜଲ ଏବଂ ଝିଅ ନ୍ୟାସା କୋରନା ଜୀବାଣୁରେ ସଂକ୍ରମିତ ହୋଇଛନ୍ତି । ହେଲେ ଅଜୟ ଦେବଗନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହା କହିଛନ୍ତି ଯେ, କାଜଲ ଏବଂ ନ୍ୟାସା ସମ୍ପୂର୍ଣ୍ଣ ଭାବରେ ଠିକ ଅଛନ୍ତି । ଏହି କଥାରୁ ଜଣା ଯାଉଛି ଭାଇରଲ ହେଉଥିବା କଥା ମିଛ ଅଟେ ଏବଂ ଏହା ସତ ଯେ, କାଜଲ ଓ ନ୍ୟାସା ସମ୍ପୂର୍ଣ୍ଣ ରୂପରେ ଠିକ ଅଛନ୍ତି ଏବଂ ଯେଉଁ ଖବରଟି ଭାଇରଲ ହେଉଥିଲା ତାହା ଏକ ଗୁଜବ ଅଟେ । ତାହାର କିଛି ସତ୍ୟତା ନାହିଁ ।

ଯେତେବେଳେ କାଜଲ ଓ ତାଙ୍କର ଝିଅଙ୍କୁ ନେଇ ଏହି ଗୁଜବ ଭାଇରଲ ହୋଇଥିଲା ହୋଇଥିଲା, ସେତେବେଳେ ଅଭିନେତା ଏହି କଥାକୁ ସମ୍ପୂର୍ଣ୍ଣ ରୂପେ ମିଥ୍ୟା ବୋଲି କହିଲେ ଏବଂ କହିଲେ ଯେ, “ପଚାରିବା ପାଇଁ ଧନ୍ୟବାଦ । କାଜଲ ଏବଂ ନ୍ୟାସା ସଂପୂର୍ଣ୍ଣ ରୂପେ ଠିକ ଅଛନ୍ତି । କାଜଲ ଓ ନ୍ୟାସା ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଯେଉଁ କଥା ଭାଇରାଲ ହୋଇଛି ତାହା ସମ୍ପୂର୍ଣ୍ଣ ରପେ ମିଥ୍ୟା ଅଟେ ।”
Thank you for asking. Kajol & Nysa are absolutely fine. The rumour around their health is unfounded, untrue & baseless🙏
— Ajay Devgn (@ajaydevgn) March 30, 2020
ଆପଣଙ୍କୁ ଜଣାଇ ଦେଉଛୁ କି ନ୍ୟୁଜ ଟ୍ରେକ (News Track)ର ଏକ ରିପୋର୍ଟ ଦ୍ଵାରା ଏହା କୁହାଯାଉଛି କି ଅଜୟ ଦେବଗନଙ୍କର ଝିଅ ଠାରେ କୋରନା ଭାଇରସର ଲକ୍ଷଣ ଦେଖାଦେଇଛି । ଯେତେବେଳେ ତାଙ୍କର ଟେଷ୍ଟ କରାଯାଇଥିଲା ତ ସେ ପଜିଟିଭ ଆସିଥିଲେ । ହେଲେ ଅଜୟ ଦେବଗନ କହିଲେ ଯେ, ଏହା କିଛି ବି ସତ ନୁହେଁ । ଦୁଇଜଣ କାଜଲ ଓ ନ୍ୟାସାଙ୍କର ସ୍ୱାସ୍ଥ୍ୟ ସୁରକ୍ଷିତ ଅଛି ଏବଂ ତାଙ୍କୁ କିଛି ମଧ୍ୟ ହୋଇନାହିଁ ।
ଆପଣଙ୍କୁ ମଧ୍ୟ କହି ରଖୁଛି କି ଆପଣ କେବଳ ସତ୍ୟର ଆଧାରରେ ଥିବା ପ୍ରମାଣକୁ ହିଁ ବିଶ୍ୱାସ କରନ୍ତୁ । ଏହି ଭଳି ଗୁଜବ ଠାରୁ ଦୂରେଇ ରୁହନ୍ତୁ । ‘ସୂର୍ଯ୍ୟବଂଶୀ’ ଫିଲ୍ମରେ ଶୀଘ୍ର ହିଁ ଅଜୟ ଦେବଗନ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କେଫ୍ ମୁଖ୍ୟ ଭୂମିକାରେ ଦେଖାଦେବେ । ଏହି ଫିଲ୍ମ ଲକ୍ଡ଼ାଉନର କିଛି ଦିନ ପରେ ରିଲିଜ୍ ହୋଇପାରେ ।
ଆପଣଙ୍କୁ ମଧ୍ୟ ଆମ ତରଫରୁ ଏକ ନିବେଦନ ଆପଣ ଲକ୍ଡ଼ାଉନ୍ ସମୟରେ ଘରେ ରୁହନ୍ତୁ ଏବଂ ସଫା ରୁହନ୍ତୁ ।