ଏହି ଅଭିନେତ୍ରୀ ଗୋଟିଏ ସମୟରେ ଫିଲ୍ମରେ ଅଭିନୟ କରି ଖୁବ୍ ନାମ ଅର୍ଜନ କରିଥିଲେ ! କିନ୍ତୁ ବିବାହ ପରେ କାହିଁକି ଅଦୃଶ୍ୟ ହୋଇଗଲେ…

ଏହି ଅଭିନେତ୍ରୀ ଗୋଟିଏ ସମୟରେ ଫିଲ୍ମରେ ଅଭିନୟ କରି ଖୁବ୍ ନାମ ଅର୍ଜନ କରିଥିଲେ ! କିନ୍ତୁ ବିବାହ ପରେ କାହିଁକି ଅଦୃଶ୍ୟ ହୋଇଗଲେ…

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ୍ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ସମୟରେ ଖୁବ୍ ଭଲ ଅଭିନୟ କରିଥିଲେ ଯେଉଁ କାରଣରୁ ଆଜିବି ତାଙ୍କ ନାମ ସମସ୍ତଙ୍କ ମୁଁହରେ ଆସିଥାଏ । ସେମାନେ ନିଜର ଅଭିନୟ ଜରିଆରେ ଦର୍ଶକଙ୍କୁ ନିଜର ଦିୱାନା ବନାଇ ଦେଇଥିଲେ । ୯୦ ଦଶକରେ ଏମିତି ଅନେକ ଅଭିନେତ୍ରୀ ଥିଲେ ଯେଉଁମାନେ ହୁଏତ ବର୍ତ୍ତମାନ ପରଦା ଠାରୁ ଦୂରରେ ଅଛନ୍ତି କିନ୍ତୁ ସେହି ସମୟରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟର ଯାଦୁ ସମସ୍ତଙ୍କ ଉପରେ ଚଳାଇ ଥିଲେ । କିଛି ଅଭିନେତ୍ରୀ ବର୍ତ୍ତମାନ ଯେପରି ଅଦୃଶ୍ୟ ହୋଇ ଯାଇଛନ୍ତି । ଏହିପରି ଆଜି ଆମେ ଏକ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ତେଣୁ ଚାଲନ୍ତୁ ଜାଣିନେବା ସେହି ଅଭିନେତ୍ରୀଙ୍କ ବିଷୟରେ ।

ବାସ୍ତବରେ ଅର୍ଚ୍ଚନା ଜୋଗଲେକ୍ ଭାରତର ଜଣେ ଜଣାଶୁଣା କଥକ ନୃତ୍ୟଶିଳ୍ପୀ ଅଟନ୍ତି । କହିରଖୁଛୁ ଯେ ୯୦ ଦଶକର ସେ ଜଣେ ଅଭିନେତ୍ରୀ ଯିଏକି ସବୁ ଦର୍ଶକଙ୍କ ହୃଦୟରେ ରାଜତ୍ୱ କରୁଥିଲେ । ଅର୍ଚ୍ଚନା ଜୋଗଲକର ନିଜ ଦଶକରେ ନିଜର ଅଭିନେୟ ଏବଂ ସୌନ୍ଦର୍ଯ୍ୟ କାରଣରୁ ସମସ୍ତଙ୍କର ପ୍ରିୟ ଥିଲେ । କିନ୍ତୁ ଏପରି ଏକ ସମୟ ଆସିଲା ଯେତେବେଳେ ଜୋଗଲକର ଟିଭି ଏବଂ ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହୋଇ ଯାଇଥିଲେ । ଅର୍ଚ୍ଚନା ୧୯୬୫ ଜୁନ୍ ମାସରେ ଜନ୍ମଗ୍ରହଣ କରିଥିଲେ । ଅର୍ଚ୍ଚନା ଜୋଗଲକର ଏକ ମରାଠୀ ପରିବାରର ଅଟନ୍ତି । ଅଭିନେତ୍ରୀ ଅର୍ଚ୍ଚନା ନିଜ କ୍ୟାରିଅର୍ ମଧ୍ୟରେ ଓଡ଼ିଆ, ମରାଠୀ ଏବଂ ହିନ୍ଦୀ ଫିଲ୍ମ ସହିତ ଅନେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ସେହି ଅଭିନେତ୍ରୀଙ୍କୁ ଫିଲ୍ମ ‘ସଂସାର’ ଜରିଆରେ ପରିଚୟ ମିଳିଥିଲା । ସେ ଟିଭି ସିରିଏଲ୍ “ଚୁନୌତି”, “କର୍ମଭୂମି”, “ଫୁଲବନ୍ତି” ଏବଂ “କିତ୍ସା ଶାନ୍ତି”ରେ ମଧ୍ୟ କାମ କରିଥିଲେ । ପୁଣି ଗୋଟିଏ ସମୟ ଏପରି ମଧ୍ୟ ଥିଲା ଯେତେବେଳେ ତାଙ୍କ କ୍ୟାରିଅର୍ ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିଲା ଏବଂ ସେ ସେହି ସମୟରେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ । ଅର୍ଚ୍ଚନା ବିବାହ କରି ନିଜ ସ୍ୱାମୀଙ୍କ ସହିତ ଆମେରିକା ଶିଫ୍ଟ ହୋଇଗଲେ । ଏହାପରେ ଅର୍ଚ୍ଚନା ୧୯୯୯ରେ ନିଜର ଏକ ଡାନ୍ସ ସ୍କୁଲ୍ ଖୋଲିଲେ ଯେଉଁଠି ସେ ପିଲାଙ୍କୁ କ୍ଲାସିକଲ୍ ଡାନ୍ସ ଶିଖାଉଥିଲେ ।

ଏକ ଇଣ୍ଟରଭିଉ ଜରିଆରେ ଅର୍ଚ୍ଚନା ନିଜର ବିବାହ ସମ୍ବନ୍ଧରେ କହିଥିଲେ ଯେ, ‘ହୁଏତ ମୁଁ ନିଜର ଫିଲ୍ମ କ୍ୟାରିଅରର ଶୀର୍ଷରେ ବିବାହ କରି ନେଇଥିଲି, କିନ୍ତୁ ମୋତେ ଉପଯୁକ୍ତ ମଣିଷ ମିଳିସାରିଥିଲା । ମୁଁ ତାଙ୍କୁ ହରାଇବାକୁ ଚାହୁଁ ନଥିଲି । ମୁଁ ପରିବାର ଗଢ଼ିବାକୁ ଚାହୁଁଥିଲି । ସେ ବିନା କୌଣସି ସର୍ତ୍ତରେ ମୋ ଡାନ୍ସ କୁ ସପୋର୍ଟ କରିଥିଲେ । ମୋ ପାଇଁ ଡାନ୍ସ ଅକ୍ସୀଜେନ୍ ଭଳି ଥିଲା । ମୁଁ ମୋ ନିଷ୍ପତ୍ତିରେ ଖୁବ୍ ଖୁସି, କେବେ କେବେ ଏପରି ନିଷ୍ପତ୍ତି ନେବା ଜରୁରୀ ହୋଇଥାଏ ନଚେତ ପରବର୍ତ୍ତୀ ସମୟରେ ପଶ୍ଚାତାପ କରିବା ଛଡ଼ା ଆଉ କିଛି ନଥାଏ । କିନ୍ତୁ କହିବାକୁ ଗଲେ ଅଭିନେତ୍ରୀ ଅର୍ଚ୍ଚନା ବର୍ତ୍ତମାନ ନିଜ ପରିବାର ସହିତ ଖୁବ୍ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *