ଆସନ୍ତୁ ଜାଣିବା :- କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ଵ, ସ୍ଵଭାବ ଓ ଶୁଭ ଅଶୁଭ ଦିନାଙ୍କ !

ଆସନ୍ତୁ ଜାଣିବା :- କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ଵ, ସ୍ଵଭାବ ଓ ଶୁଭ ଅଶୁଭ ଦିନାଙ୍କ !

ଆଜି ଆମେ ଜାଣିବା କୁମ୍ଭରାଶି ବ୍ୟକ୍ତିଙ୍କ ପାଇଁ କିଛି ବିଶେଷ ରହସ୍ୟ । ଆଜିଆମେ ଯାହା ଆଲୋଚନା କରିବା ପ୍ରତ୍ୟକ କୁମ୍ଭରାଶି ବ୍ୟକ୍ତି ମାନଙ୍କୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏହି ରାଶି ଜାତୀୟ ବ୍ୟକ୍ତିଙ୍କ ଧନିଷ୍ଟ ନକ୍ଷେତ୍ର, ସତବେକ୍ଷ ନକ୍ଷେତ୍ର ଓ ପୂର୍ଵଭଦ୍ର ନକ୍ଷେତ୍ର ହୋଇଥିବ । ଏମାନଙ୍କ ନାମର ପ୍ରଥମ ଅକ୍ଷର ଗୁ, ଗେ, ଗୌ, ସ, ସି, ସୋ, ସେ, ଦା, ତେ ଏଥି ମଧ୍ୟରୁ ଅନ୍ୟତମ ଅଟେ । ଆପଣଙ୍କ ନାମର ପ୍ରଥମ ଆକ୍ଷର ଏହିସବୁ ଥିଲେ ଅପଣଙ୍କ କୁମ୍ଭରାଶି ବିଚାର କରାଯାଏ । ଏମାନେ ସାଧାରଣତଃ ଗର୍ବୀ, ରାତିପ୍ରିୟ, କୃପଣ, ମାନି, ରାଜବଲଭ, ଉପବନ୍ତ, ଖ୍ୟାତିନାମା, ଶୃଙ୍ଗରଭୋଗି, କର୍କଶ, ଅଜନ୍ମ ସୁଖୀ, ଦେବ ବ୍ରାହ୍ମଣଙ୍କ ଠାରେ ଭକ୍ତି ।

ଧନିଷ୍ଟ ନକ୍ଷେତ୍ରର ମହିଳାମାନେ କଳାକୁ ଧରିକରି ଗୃହ ପରିଚାଲିନ କରିବାରେ ଧୁରନ୍ଧର । ଏମାନେ ସାଧାରଣତଃ ଗୌରବର୍ଣ କିମ୍ବା ଶ୍ୟାମଳ ବର୍ଣ୍ଣ । ପୃଥୁଳ ଶରୀର, ବିଦ୍ୱାନ, ପଣ୍ଡିତ, କବି, ସୁଲେଖକ, ବିଚକ୍ଷଣ ବୁଦ୍ଧି, ଗାନ୍ଧାର ବିଦ୍ୟାରେ ରତ, ଗୀତବାଦ୍ୟ ପ୍ରିୟ, କୌତୁକି, ମଧୁର ବଚନ, ଗାୟକ ଓ ଗାୟିକା, ବିପୁଳ ଲକ୍ଷ୍ମୀ, ବହୁଳ ବ୍ୟୟ, ରାଜସେବା, ବାତପିତ ବନ୍ତ, ସକାହାରରେ ଶ୍ରଦ୍ଧା, ବାଣିଜ୍ୟରେ ଲାଭ । ସତଭିକ୍ଷା ନକ୍ଷେତ୍ରର ମହିଳାମାନେ ପୁରୁଷଙ୍କ ଭଳି କାର୍ଯ୍ୟଖ୍ୟମ ଦେଖନ୍ତି । ଏମାନେ ମଧୁର କଥାରେ ସମସ୍ତଙ୍କୁ ଭୁଲାଇପାରନ୍ତି । ବେଳେବେଳେ ପର ବୁଦ୍ଧିରେ ମଧ୍ୟ ପଡିଯାନ୍ତି । ଏମାନେ ଦେବତା ଭକ୍ତି ଉପାସନାରେ ବ୍ରତୀ ହୁଅନ୍ତି ।

ଏବେ ଜାଣିବା କୁମ୍ଭରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ କିପରି ରହିଥାଏ । ଏମାନଙ୍କ ବିଶେଷତ୍ୱ ହେଲା ମଧ୍ୟମ ଉଚ୍ଚତା ସମ୍ପନ ବ୍ୟକ୍ତି, କର୍କଶ କଣ୍ଠ, ରୂପବନ୍ତ କର୍ଣ, ସୁନ୍ଦର ଚକ୍ଷୁ, ରକ୍ତବର୍ଣ ଦୀର୍ଘ ଗ୍ରିବା, ପ୍ରଶସ୍ତ ପୂର୍ଷ୍ଟଦେଶ, ଦୀର୍ଘ ଚରଣ, ବଡ ଦାନ୍ତ, ଲୋମଶ, ଉଦରଙ୍ଗର ସ୍ତୁଳତା । ଏମାଙ୍କ ଠାରେ ଯୁବକ ସୁଲଭତ୍ୱ ଅଧିକ ପରିମାଣରେ ଦେଖାଯାଏ । ଏହି ରାଶି ବ୍ୟକ୍ତିମାନଙ୍କ ରକ୍ତ ଅପରିଷ୍କାର ଜନିତ ରୋଗ, ବାୟୁ ଦୋଷ, କାମୁଳ, ରକ୍ତ ଚାପ, ପକ୍ଷାଘାତ, ମଧୁମେହ, ଆଣ୍ଠୁବାତ, ମୁଁଣ୍ଡ ବିନ୍ଧା ଅମ୍ଳ ବ୍ୟାଧି, ମାନସିକ ଦୁଶ୍ଚିନ୍ତା, ପାକସ୍ଥଳୀ ଜନିତ ରୋଗ, ମୂତ୍ରାଶୟରେ ଯନ୍ତ୍ରଣା, ବୟସ ବୃଦ୍ଧି ସଙ୍ଗେସଙ୍ଗେ ସୁଖାଦ୍ୟ ଏବଂସଂଯମ ପ୍ରତି ଅଧିକ ଧ୍ୟାନ ରଖିନ୍ତୁ ଏବଂ ପ୍ରତିଦିନ ବ୍ୟାୟାମ କରନ୍ତୁ । ଏହା ଆପଣଙ୍କ ପାଇଁ ଅତି ଆବଶ୍ୟକ ଅଟେ ।

ଏବେ ଜାଣିବା ଏମାନଙ୍କ ସ୍ୱଭାବ କିପରି ହୋଇଥାଏ ? ଏମାନେ ଚତୁର ବୁଦ୍ଧି ସମ୍ପୂର୍ଣ୍ଣ, କମାତୁର, କ୍ଷଣ କୋପି, କ୍ରୁର ଓ ହିଂସ୍ର କ।ବ୍ୟବହାରରେ କୌଶଳୀ ଶାନ୍ତ ସ୍ୱଭାବ, ସାହିତ୍ୟ, ଧର୍ମଦର୍ଶକ।ସମାଜର କଲ୍ୟାଣ ପାଇଁ ଆପଣ ଅନେକ ଉଦ୍ୟମ କରିଥାନ୍ତି ।ଆପଣ ଜଣେ ବିପ୍ଲବୀ ଏବଂ କର୍ମବୀର ଅଟନ୍ତି । ସଂସ୍କାରବାଦୀ ଚିନ୍ତାଧାରା ସବୁବେଳେ ଅପଣଙ୍କ ମୁଣ୍ଡରେ ଖେଳୁଥାଏ । ଦେଶ ପ୍ରେମୀ ଏବଂ ସମାଜର ନିଷ୍ପେସିତ ଅବହେଳିତ ମାନଙ୍କ ଦୁଃଖରେ ଭାଗିଦାର ହୋଇପଡନ୍ତି । ଗରିବ ଦୁଃଖ ଦେଖିଲେ ଆପଣଙ୍କ ହୃଦୟ କାନ୍ଦି ଉଠେ । ଆପଣ ଜଣେ ବିଶିଷ୍ଠ ସମାଜ ସେବୀ । ବିଚକ୍ଷଣ ବୁଦ୍ଧି ଯୋଗୁ ଆପଣ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରନ୍ତି । ଅତି ଲୋଭରୁ ଆପଣ ଠକାମିରେ ପଡିପାରନ୍ତି । ଦରକାର ପଡ଼ିଲେ ପରନିନ୍ଦୁକ, ପାପଚାରି ଏବଂ ପ୍ରବଂଚକ ସାଜିପାରନ୍ତି।ଅର୍ଥ ପିପାସା, ଅସ୍ଥିରତା ଏବଂ ପ୍ରେମିକ ଏମାନେ ସଜିଥାନ୍ତି । ପ୍ରକୃତି ଅସ୍ଥିର ଯୋଗୁ ଆପଣ ସମାଜରେ ନିନ୍ଦା ପାଇଥାନ୍ତି।ଆପଣ ନିଜ ବଡ ଠାରୁ ପରାମର୍ଶ ନିଅନ୍ତୁ । ନିଜକୁ ବିଚକ୍ଷଣ ବୋଲି ଭାବନ୍ତୁ ନାହିଁ । ଜୀବନକୁ ଆନନ୍ଦ ଉପଭୋଗରେ ନଷ୍ଟ କରିଦିଅନ୍ତୁ ନାହିଁ ।

ଏବେ ଜାଣିବା ଏମାନଙ୍କ ଦାମ୍ପତ୍ୟ ଜୀବନ କିପରି ରହିଥାଏ । ଏହି ରାଶିର ବ୍ୟକ୍ତିଙ୍କ ଜୀବନସାଥୀ ମଧ୍ୟରେ ଦାମ୍ପତ୍ୟ ଜୀବନରେ ବୁଝାମଣା ଠିକ୍ ନ ରହିଲେ ସେହିରାଶିର ଦାମ୍ପତ୍ୟ ଜୀବନ ସର୍ବଦା କଷ୍ଟମୟ ହୋଇଯାଏ । ଏମାନଙ୍କ ମଧ୍ୟରେ ଝଗଡା ହୋଇ ବିଛେଦ ଘଟିପାରେ । ଏହି ରାଶିର ପୁରୁଷ ସର୍ବଦା ନିଜ ଜୀବନ ସାଥି ନିକଟରେ ଅନୁପସ୍ଥିତ ରହୁଥିବାରୁ ପାରିବାରିକ ଅସନ୍ତୋଷ ବୃଦ୍ଧି ପାଇଥାଏ । ଯେଉଁ ମାନଙ୍କୁ ମିଥୁନ ଏବଂ ତୁଳା ରାଶିର ଜୀବନ ସାଥି ମିଳିଥାନ୍ତି ସେମାନେ ଶ୍ରେଷ୍ଠ ଜୀବନସାଥି ହୋଇଥାନ୍ତି । ବୃଷ, ବିଛା ଏବଂ ସିଂହ ରାଶିର ସ୍ତ୍ରୀଙ୍କୁ ବିବାହ କାଳୀନ ଜୀବନ ସାମାନ୍ୟ ଅଶାନ୍ତୀରେ କଟିଥାଏ ।

ଏବେ ଆସନ୍ତୁ ଜାଣିବା ଆପଣଙ୍କ ପାରିବାରିକ ଜୀବନ କିପରି ରହିଥାଏ । ଏମନେ ପରିବାରର ସମସ୍ତ ସଦସ୍ୟଙ୍କୁ ସମାନ ଭାବରେ ଦେଖନ୍ତି । ପରିବାରର ଭାର ଅପଣଙ୍କ ଉପରେ ରହିଥାଏ । ସେମାନଙ୍କ ସେବାରେ ଆପଣଙ୍କ ଅନନ୍ଦ ଆସିଥାଏ ।ଜୀବନର ପ୍ରତ୍ୟକ ମୁହୂର୍ତ୍ତରେ ଆପଣ ଭାଗ ନେଉଥିବାରୁ ଆପଣଙ୍କ ବହୁ ମିତ୍ର ଥାନ୍ତି । ଆପଣ ଗୁରୁଜନଙ୍କୁ ଭକ୍ତି କରନ୍ତି । ଆପଣ ବାପାଙ୍କୁ ବେଶି ଭକ୍ତି କରନ୍ତି ପରିବାର ମଧ୍ୟରେ କିପରି ସୁଖ ଏବଂ ଶାନ୍ତି ମିଳିବ ସେ ବିଷୟରେ ଭାବିଥାନ୍ତି ।

ଏବେ ଜାଣିବା ଏମାନଙ୍କ ପାଇଁ ବନ୍ଧୁତା କିପରି ରହିଥାଏ । ଏହି ରାଶି ଜାତ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟକୁ ତ୍ୟାଗକରି ବନ୍ଧୁତା କରିଥାନ୍ତି ।ଏମାନେ ନିଜ କଥାକୁ ଗୋପନ ରଖିଥାନ୍ତି । ଏମନେ ଯାହା ସହିତ ବନ୍ଧୁତା କରନ୍ତି ସେମାନଙ୍କ ସହିତ ସ୍ଥାୟୀ ସମ୍ପର୍କ ରଖିଥିବାର ଦେଖାଯାଏ । ଥରେ ବନ୍ଧୁତା ସୃଧ୍ରୁଡ଼ ହୋଇଗଲେ । ଏମାନେ ବନ୍ଧୁଙ୍କ ନିମନ୍ତେ କିଛିଭି ତ୍ୟାଗ କରିପାରନ୍ତି । ଏମାନଙ୍କ ବନ୍ଧୁତା କେବେହେଲେ କ୍ଷଣ ସ୍ଥାୟୀ ହୋଇପାରିନାହିଁ ।

ଏବେ ଆସନ୍ତୁ ଜାଣିବା ଆପଣଙ୍କ ଲକ୍ଷ କ’ଣ ରହିଥାଏ । କୁମ୍ଭରାଶିର ବ୍ୟକ୍ତି ଗୋପମନା ହେତୁମନ୍ତ ଏବଂ ମଧୁର ବଚନରେ ନିଜ ଲକ୍ଷ୍ୟସ୍ଥଳରେ ପହଂଚିପାରନ୍ତି । ଅନ୍ୟମାନଙ୍କୁ କାବୁ କରି ତାଙ୍କ ଜରିଆରେ ବିଭିନ୍ନକାର୍ଯ୍ୟ କରିପାରନ୍ତି । ଏମାନଙ୍କୁ କର୍ମ ମୂଳକ ଏବଂ ସେବମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାରେ ଦେଖାଯାଏ ।

ଏବେ ଜାଣିବା ଆପଣଙ୍କ ବ୍ୟବସାୟ କିପରି ରହିଥାଏ । କଳା କୌଶଳ, ଲେଖକ, ଚିକିତ୍ସା, ନୌବାହିନୀ, ପୁଲିସ୍, ଗୁପ୍ତଚର, ଇଲୋକଟ୍ରେନିକସ୍, କୃଷିଜାତ, ବଜ୍ଞାନୀକ, ଲୁହାପଥର, କୋଇଲା, ବ୍ୟାଙ୍କ ଚାକିରୀ, ବିଭିନ୍ନ କମ୍ପାନୀ ମାନଙ୍କରେ ଏଜେଣ୍ଟ ଚାକିରୀ, ବିଭିନ୍ନ ଇନ୍ସୁରାନ୍ସରେ ଚାକିରୀ ଅଥବା ଏଜେଣ୍ଟ ହେଲେ ଆପଣଙ୍କ ଜୀବନରେ ଅଧିକ ସଫଳତା ତଥା ଉର୍ଣ୍ଣତି ଦେଖାଯାଇଥାଏ । କୁମ୍ଭ ରାଶିର ବ୍ୟକ୍ତି ଅଜସ୍ର ଧନ ଉପାର୍ଜନ କରିପାରନ୍ତି । ମାତ୍ର ତାହାକୁ ଭୋଗ କରିବାରେ ସନ୍ଦେହ ଥାଏ ।ଯାନ ବାହନ କ୍ଷେତ୍ରରେ ଏମାନେ ବହୁତ ଲାଭବାନ ହୋଇଥାନ୍ତି । ଶନିଙ୍କ ଅଭିଶାପରୁ ଏମନଙ୍କର କେବେକେବେ ଧନ ହାନି ଦେଖାଯାଇଥାଏ କିନ୍ତୁ ଶନିଙ୍କ ଅଶ୍ରୀବାଦରୁ ଏମାନେ କେବେ କେବେ କୋଟିପତି ହୋଇଯାନ୍ତି ତାହା ଅନ୍ୟକେହି ବିଶ୍ୱାସ କରିପାରିବେ ନାହିଁ ।

ମାନବ ସେବା ହିଁ ଭଗବାନଙ୍କ ସେବା ଆପଣ ଚିନ୍ତା କରିଥାନ୍ତି । ଆପଣ ଜଣେ ସାମ୍ୟବାଦୀ ବିପ୍ଲବୀ ତଥା କର୍ମବୀର ହୋଇଥାନ୍ତି । ବ୍ୟାକୁଳ ସମୟରେ ଆପଣ ଭଗବାନଙ୍କୁ ଅଧିକ ମାନେପକାନ୍ତି । ଅପଣଙ୍କ ଶୁଭ ଦିନ ହେଉଛି ଶନିବାର ଏବଂ ଶୁକ୍ରବାର ମଧ୍ୟ ଅପଣଙ୍କ ପାଇଁ ଉତ୍ତମ ଅଟେ । ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି ୧ ଓ 0 ସଂଖ୍ୟା ମଧ୍ୟ ଅପଣଙ୍କ ପାଇଁ ଶୁଭ ବୋଲି ବିବେଚିତ କରାଯାଏ । ଶ୍ରେଷ୍ଠ ଚେରମୂଳ ବାଡ଼ିଅଁଳା । ଶୁଭବର୍ଣ୍ଣ କଳା, ନୀଳ, ଧୂସର ଓ ବାଇଗଣୀ । ଏହି ସବୁ ରଙ୍ଗ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ଅପଣଙ୍କ ଆରାଧ୍ୟ ଦେବତା ଶନି । ପ୍ରତ୍ୟେକ କ୍ଷେତ୍ରରେ ଶ୍ରୀ ଗଣେଶଙ୍କୁ ପୂଜା କରିବାର ଅପଣଙ୍କ ଦେଖାଯାଏ ।

Leave a Reply

Your email address will not be published. Required fields are marked *