ଅପୁନ୍ ଗୁଣ୍ଡୋ କି ତାଇ ହେ, ଡନ୍ ଅପୁନ୍ କେ ଉପର୍ ହେ….. ଭାଇରାଲ ହେଉଛି ରିୟା ଚକ୍ରବର୍ତ୍ତୀଙ୍କ ପୁରୁଣା ଭିଡ଼ିଓ !

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । କିଛି ସମୟ ପୂର୍ବରୁ ସୁଶାନ୍ତଙ୍କ ପିତା ରିୟା ଉପରେ ସୁଶାନ୍ତଙ୍କ ଠାରୁ ଟଙ୍କା ନେଇଯିବା ଓ ତାଙ୍କୁ ହଇରାଣ କରିବା ଅଭିଯୋଗ କରି ମାମଲା ଦାଖଲ କରିଥିଲେ। ତା’ପରେ ନିକଟରେ ରିୟା ଏକ ଭିଡ଼ିଓ ସେୟାର କଲେ ଓ ନିଜକୁ ନିର୍ଦୋଷ ବୋଲି କହିଛନ୍ତି । ଏଥି ମଧ୍ୟରେ ରିୟାଙ୍କ ଏକ ପୁରୁଣା ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ରିୟା ଗୁଣ୍ଡା ଭଳି ଭାଷା କହୁଥିବାର ନଜର ଆସୁଛନ୍ତି । ଏଥିରେ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପ୍ରେମିକ ଏକ ଛୋଟ ଗୁଣ୍ଡା ଅଟେ, ଯଦିଓ ସେ କେଉଁ ପ୍ରେମୀଙ୍କ ବିଷୟରେ ଏହା ସ୍ପଷ୍ଟ ହୋଇନାହିଁ ।

ଭାଇରାଲ ହେଉଛି ରିୟା ଚକ୍ରବର୍ତ୍ତୀଙ୍କ ପୁରୁଣା ଭିଡ଼ିଓ

newstrend

ନିକଟରେ ରିୟା ଚକ୍ରବର୍ତ୍ତୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଟ୍ରେଣ୍ଡ ହେଉଛି । ଏହି ଭିଡ଼ିଓରେ ରିୟା ମୁମ୍ବାଇର ଭାଇଙ୍କ ଭାଷା କହୁଥିବାର ନଜର ଆସୁଛନ୍ତି । ଏହି ଭିଡ଼ିଓରେ ରିୟା କହୁଛନ୍ତି ଯେ ସେ କିପରି ଖୁବ୍ ସହଜରେ କଥା ବଦଳାଇ ପାରିବେ । ଏହାର ଉଦାହରଣ ଦେଇ ରିୟା କହିଛନ୍ତି ଯେ କିପରି ମାତାପିତା ସମ୍ମୁଖରେ ମିଛ କହି ସେ ନିଜ ଭାଇକୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ଏବଂ ସମସ୍ତଙ୍କ ମିଛ ରାଣ ଖାଇଥିଲେ ।

ରିୟା ଆଗକୁ ଭିଡ଼ିଓରେ କୁହନ୍ତି ଯେ, ‘ତାଙ୍କୁ ଜଣା ଅଛି ଯେ ଗୁଣ୍ଡାଙ୍କୁ କିପରି ଭୟଭୀତ କରାଯାଏ । ସେ ଗୁଣ୍ଡା ମାନଙ୍କ ଠାରୁ କାମ ନିଅନ୍ତି ଓ ଡନ୍ ତାଙ୍କ ଉପରେ ଅଛନ୍ତି ଏବଂ ସେ ଏହା କହିପାରିବେ ନାହିଁ । ଭିଡ଼ିଓରେ ରିୟା କହୁଛନ୍ତି ଯେ, ‘ଅପୁନ୍ ତାଇ ହେ ଓ ମୋତେ ଜଣା କିପରି ଛୋଟ ଯୁବକକୁ କିପରି ଭୟଭୀତ କରାଯାଏ, ମୋ ପ୍ରେମିକ ମଧ୍ୟ ଗୁଣ୍ଡା ଅଟେ । ତାଇ ଲୋକଙ୍କ କଣ ହେଲେ ଆମର ଶ୍ରେଣୀ ଅଲଗା, ଆମେ ଗୁଣ୍ଡା ମାନଙ୍କ ସହ ଗୁଣ୍ଡା ଭଳି ବ୍ୟବହାର କରୁ ।

newstrend

ରିୟାଙ୍କ ଏହି ଭିଡ଼ିଓ କେଉଁ ତାରିଖର ଅଟେ ଏବଂ ସେ କେଉଁ ପ୍ରେମିକଙ୍କ ବିଷୟରେ ଆଲୋଚନା କରୁଛନ୍ତି ଏହା ବିଷୟରେ କିଛି ଜଣାପଡିନାହିଁ । ସେ ପକ୍ଷରେ ସୁଶାନ୍ତଙ୍କ ନିଧନ ପରଠାରୁ ତାଙ୍କର ଏହି ଭିଡ଼ିଓ ଖୁବ୍ ଭାଇରାଲ ହେଉଛି । ଫ୍ୟାନ୍ସ ରିୟାଙ୍କ ଏହି ରୂପ ଦେଖି ଆଶ୍ଚର୍ଯ୍ୟ ଅଛନ୍ତି ତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁର କାରଣ ବୋଲି କହୁଛନ୍ତି ।

ରିୟା ଦେଲେ ସ୍ପଷ୍ଟତା

ତାଙ୍କର ଏହି ଭିଡ଼ିଓ ଭାଇରାଲ ହେବା ପରେ ଫ୍ୟାନ୍ସ ତାଙ୍କୁ ଖୁବ୍ ଟ୍ରୋଲ୍ କରୁଛନ୍ତି । ରିୟା କହିଛନ୍ତି ଯେ, ‘ମୁଁ ବ୍ଲାକ୍ ଡ୍ରେସର ସେ ଭିଡ଼ିଓ ଦେଖିଛି । ସେଥିରେ ମୁଁ କେବଳ ଷ୍ଟେଣ୍ଡ ଅପ କମେଡି କରିଛି । ଯଦିଓ ଫ୍ୟାନ୍ସ ମାନେ ବାରମ୍ବାର ରିୟା ଉପରେ ଟ୍ରୋଲ୍ କରୁଛନ୍ତି ଏବଂ ତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁର କାରଣ କହୁଛନ୍ତି । ଜଣାଇଦେଉଛୁ ଯେ ଟ୍ରୋଲିଂ ଯୋଗୁଁ ଚିନ୍ତିତ ରିୟା ନିଜ ଇଂଷ୍ଟାଗ୍ରାମର କମେଣ୍ଟ ସେକ୍ସନ ଅଫ କରିଦେଇଥିଲେ ।

newstrend

ଜଣାଇଦେଉଛୁ ଯେ କିଛି ସମୟ ପୂର୍ବରୁ ସୁଶାନ୍ତଙ୍କ ପିତା କେକେ ସିଂ ରିୟାଙ୍କ ଉପରେ ସୁଶାନ୍ତଙ୍କ ଟଙ୍କା ଲୁଟିବା ଓ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ କେସ୍ ଦାଖଲ କରିଛନ୍ତି । ତା’ପରେ ସୁଶାନ୍ତଙ୍କ ପାଇଁ ନ୍ୟାୟର ଦାବି ଆହୁରି ଅଧିକ ବଢିଯାଇଛି । ଏହି ମାମଲାରେ ଆଗରୁ ସୁଶାନ୍ତଙ୍କ ପ୍ରେମିକା ରିୟା କହିଛନ୍ତି ଯେ ତାଙ୍କୁ ବାରମ୍ବାର ଜୀବନରୁ ମାରି ଦେବା ଓ ବଳାତ୍କାରର ଧମକ୍ ମିଳୁଥିଲା । ବର୍ତ୍ତମାନ ସେ ନିଜେ ଭିଡ଼ିଓ ସେୟାର କରି ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ଏବଂ ତାଙ୍କୁ ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ରହିଛି ଏବଂ ତାଙ୍କୁ ନ୍ୟାୟ ନିଶ୍ଚିତ ଭାବରେ ମିଳିବ ।

Leave a Reply

Your email address will not be published. Required fields are marked *