ମାସିକ ରାଶିଫଳ: ଏହି ମାସରେ ୬ଟି ରାଶିର ବ୍ୟକ୍ତି ନିଜ ମନୋବାଞ୍ଛା ପୂରଣ କରିପାରିବେ କିନ୍ତୁ ଏହି ୨ଟି ରାଶିର ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ମାସିକ ରାଶିଫଳ: ଏହି ମାସରେ ୬ଟି ରାଶିର ବ୍ୟକ୍ତି ନିଜ ମନୋବାଞ୍ଛା ପୂରଣ କରିପାରିବେ କିନ୍ତୁ ଏହି ୨ଟି ରାଶିର ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ, ଚଳିତ ଅପ୍ରେଲ ମାସଟି ସେମାନଙ୍କ ପାଇଁ କିପରି ରହିବ ? ଅପ୍ରେଲ ମାସ ପାଇଁ ଆମେ ଆପଣଙ୍କୁ ରାଶିଫଳ କହିବାକୁ ଯାଉଛୁ । ଏହି ମାସର ରାଶିଫଳରେ ଆପଣଙ୍କର ରାଶି ଅନୁଯାୟୀ, ଆପଣଙ୍କ ପ୍ରେମ, କ୍ୟାରିୟର ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅପ୍ରେଲ ମାସଟି କିପରି ରହିବ ତାହା ଆପଣଙ୍କୁ ଜଣାଇବୁ । ଏହି ମାସରେ ଆପଣଙ୍କ ଜୀବନରେ ଘଟିବାକୁ ଯାଉଥିବା କାର୍ଯ୍ୟକଳାପ ବିଷୟରେ ଆମେ ଆପଣଙ୍କୁ ସଂକ୍ଷେପରେ ଜଣାଇବୁ ଏହି ମାସିକ ରାଶିଫଳରେ ମାଧ୍ୟମରେ । ତେବେ ଆସନ୍ତୁ ଜାଣିବା ଚଳିତ ମାସର ରାଶିଫଳ :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ମାସରେ ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ଓ ସମାଜରେ ସମ୍ମାନର ଲାଭ କରିବେ । ଆପଣ ଯେଉଁ କାର୍ଯ୍ୟଗୁଡିକ ସମ୍ପର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ବିନା ଦ୍ଵିଧାରେ ସଂପୂର୍ଣ୍ଣ କରିପାରିବେ । ଭାବପ୍ରବଣତାକୁ ମନରୁ ବାହାର କରିଦିଅନ୍ତୁ, କେବଳ ଆପଣ ନିଜର କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଦୀର୍ଘ ଦିନ ଧରି ଚାଲି ଆସୁଥିବା ସଂଗ୍ରାମ ଏହି ମାସରେ ଶେଷ ହୋଇପାରେ । ପ୍ରେମ ଆଳାପରେ ଥିବା ବ୍ୟକ୍ତି ବିଶେଷମାନେ ଅତ୍ୟନ୍ତଙ୍କ ନିମନ୍ତେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନରେ ଉତ୍ଥାନପତ୍ତନ ଲାଗିରହିବ, ତଥାପି ସମ୍ପର୍କ ମଜୁବୁତ ରହିବ । ଅଫିସରେ ଅଧିକାରୀଙ୍କ ସହାୟତା ପାଇବେ | ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ, ଖାଇବା ପିଇବା ପ୍ରତି ଯତ୍ନ ନିଆନ୍ତୁ ଅନ୍ୟଥା ଅସୁବିଧାରେ ପଡ଼ିପାରନ୍ତି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବୃଷ ଲୋକମାନେ ସକରାତ୍ମକ ଚିନ୍ତାଧାରାକୁ ଆପଣାଇ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଧୌର୍ଯ୍ୟର ସମ୍ମୁଖୀନ କରିବେ ଓ ଦୂର ମଧ୍ୟ କରିପାରିବେ । ପରୋକ୍ଷ ଶତ୍ରୁତା କରୁଥିବା ଲୋକମାନେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । ସାମାଜିକ ସୃଜନଶୀଳ କ୍ଷେତ୍ରରେ ସମ୍ମାନିତ ହେବେ । ଗୁଜବକୁ ଖବରକୁ ଅଣଦେଖା କରନ୍ତୁ, ଆପଣ ନିଜ କାର୍ଯ୍ୟକୁ ଯତ୍ନର ସହିତ କରନ୍ତୁ । ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ, ନଚେତ ଆଗାମୀ ଦିନରେ ଏହା ଆପଣଙ୍କ ପାଇଁ ଏକ ବଡ ସମସ୍ୟା ହୋଇ ଦଣ୍ଡାୟମାନ ହେବେ । ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ତରବାରିଆ ହୋଇ କୌଣସି ନିସ୍ପତି ନିଅନ୍ତୁ ନାହିଁ, ଭାବିଚିନ୍ତି ନିଷ୍ପତ୍ତି ନିଆନ୍ତୁ । ମନରେ ଧାର୍ମିକ ଚିନ୍ତାଧାରା ସୃଷ୍ଟି ହେବ । ଦାମ୍ପତ୍ୟ ଜୀବନରେ ଟଙ୍କା ଓ ସମୟକୁ ଦେଖନ୍ତୁ ନାହିଁ, ଟଙ୍କା ଓ ସମୟକୁ ଯଦି ଦେଖିବେ ଏହା ଆପଣଙ୍କ ସମ୍ପର୍କର ମଧୁରତା କ୍ଷତିଗ୍ରସ୍ତ କରିପାରେ । ଏହି ମାସରେ, ଛାତ୍ରମାନଙ୍କ ଉପରେ ଅଧ୍ୟୟନ ପାଇଁ ଅଧିକ ଚାପ ରହିବ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ, ଆଖି ଏବଂ ଦାନ୍ତ ଜନିତ ସମସ୍ୟା ଦେଖାଦେଇପାରେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ମାସରେ, ଆପଣ ଆଦୌ ନିଜ ଭାଗ୍ୟ ଉପରେ ନିର୍ଭର କରନ୍ତୁ ନୁହେଁ । ଆପଣଙ୍କ କେବଳ ଆପଣଙ୍କର ପରିଶ୍ରମ ଦ୍ୱାରା ସଫଳତା ପାଇପାରିବେ । କାମ କରିବା ପାଇଁ ମନରେ ବହୁତ ଇଚ୍ଛା ଶକ୍ତି ଜନ୍ମିବ । ଯଦି ଆପଣ କୌଣସି ଖରାପ ପରିସ୍ଥିତିରୁ ନିଜକୁ ଦୂରେଇ ନିଅନ୍ତି, ତେବେ ଏହା ସହଜରେ ଆପଣ ପିଛା ଛାଡିବ ନାହିଁ । ମାସର ଦ୍ୱିତୀୟ ସପ୍ତାହରେ, ଆପଣଙ୍କ ସାମ୍ନାରେ ଏକ ପ୍ରକାର ଚିନ୍ତା ପରିସ୍ଥିତି ଦଣ୍ଡାୟମାନ ହୋଇପାରେ । ପରିବାରରେ କୌଣସି ଧାର୍ମିକକାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ସଫଳତା ପାଇବାକୁ ହେଲେ ଆପଣଙ୍କୁ ଟିକିଏ ଅଧିକ କାମ କରିବାକୁ ପଡିବ । ନିଜ ଜୀବନସାଥୀ ସହିତ ବ୍ୟବହାରରେ ନମ୍ରତା ରଖନ୍ତୁ । ଋତୁ ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗକୁ ନେଇ ଚିନ୍ତିତ ରହିବେ । ସାମାନ୍ୟ ଆଘାତ ମଧ୍ୟ ଲାଗିପରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ମାସରେ ଆପଣ ସନ୍ତାନଙ୍କ ସୁଖ ପ୍ରାପ୍ତି କରିବାର ସମ୍ଭାବନା ରହିଛି । ଆପଣଙ୍କ ସ୍ଵାଧୀନତା ଅଧିକାର ମଧ୍ୟ ଏହି ମାସରେ ବଢିପାରେ । ଏହି ଏପ୍ରିଲ ମାସରେ ଆପଣ କିଛି ନୂତନ ପ୍ରକଳ୍ପ ବା କିଛି ନୂତନ କ୍ଷେତ୍ରରେ ଟଙ୍କା ବିନିଯୋଗ କରିବା ପାଇଁ ଚିନ୍ତା କରିବେ । ଯାହା ଲାଭଦାୟକ ହେବ ବୋଲି ଆଶା କରାଯାଏ । ଉପଯୁକ୍ତ ବ୍ୟକ୍ତିଙ୍କଠାରୁ ଉପଦେଶ, ପ୍ରେରଣା ପାଇ ଆପଣଙ୍କ ଚିନ୍ତା ଲାଘବ ହୋଇପାରିବ । ଶିଶୁର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ଜୀବନ ସାଥୀ ସହିତ ଆପଣଙ୍କ ସମ୍ପର୍କ ଓ ବିଶ୍ୱାସ ମଜବୁତ ରହିବାର ସମ୍ଭାବନା ଅଛି । ଏହି ମାସରେ ଆପଣ ଏକ ନୂତନ ବିଷୟ ଶିଖିବାର ସୁଯୋଗ ପାଇବେ । ଆପଣ ନିଜ ଶରୀରରୁ ଦୁର୍ବଳ ଏବଂ ଥକ୍କା ଅନୁଭବ କରିପାରନ୍ତି କିନ୍ତୁ ପୂର୍ବରୁ ପୀଡିତ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ମାସରେ, ଆପଣ ଆପଣଙ୍କର ସ୍ୱାର୍ଥପର ଆଚରଣକୁ ନିୟନ୍ତ୍ରଣ ରଖନ୍ତୁ । କାରଣ ଏହା ଆପଣଙ୍କର ସମ୍ପର୍କକୁ ନଷ୍ଟ କରିପାରେ । ନକାରାତ୍ମକ ଚିନ୍ତାଧାରା ଆପଣଙ୍କ ମନକୁ ଆସିବାକୁ ଦିଅନ୍ତୁ ନାହିଁ । ଆର୍ଥିକ ସ୍ଵଚ୍ଛଳତା ଦୃଷ୍ଟିରୁ ଏହି ମାସଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଏହି ମାସରେ, ଆପଣ ଦୀର୍ଘ ସମୟ ଧରି ସମ୍ମୁଖୀନ ହୋଇଥିବା ସମସ୍ୟାର ସମାଧାନରେ ବ୍ୟସ୍ତ ରହିବେ । ଆପଣଙ୍କ ନିଜ ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ, ଯାହାଦ୍ଵାରା ପରିବାରରେ ସୁଖୀ ପୁନଶ୍ଚ ଫେରି ଆସିବ । ଏହି ମାସରେ ଆପଣଙ୍କର ପ୍ରେମମୟ ଆଶ୍ଚର୍ଯ୍ୟଜନକ ରହିବ । ଏହି ମାସରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ଏହା ଫଳ ମଧ୍ୟ ପ୍ରାପ୍ତ କରିବେ । ଧନ ସମ୍ବନ୍ଧୀୟ ବିଷୟରେ ପିତାଙ୍କ ସହାୟକ ନେଇପାରନ୍ତି । ନକାରାତ୍ମକ ଚିନ୍ତାଧାରା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନରେ ଆତ୍ମବିଶ୍ଵାସ ରଖି କାର୍ଯ୍ୟ କରନ୍ତୁ । ଏହି ମାସରେ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇବ, କିନ୍ତୁ କୌଣସି କାରଣରୁ ଆୟର ବୃଦ୍ଧି ଏହାକୁ ସନ୍ତୁଳିତ କରିପାରିବ । ସଫଳତା ପାଇବା ପାଇଁ ଆପଣଙ୍କୁ ଟିକିଏ ଅଧିକ କାମ କରିବାକୁ ପଡିବ । ଆପଣଙ୍କ ବକ୍ତବ୍ୟ ଓ ଆଚରଣକୁ ନିରନ୍ତର ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ପଡିବ । ଆପଣଙ୍କ ପ୍ରତିଛବି ସହକର୍ମଚାରୀଙ୍କ ଦ୍ୱାରା ନଷ୍ଟ ହୋଇପାରେ । ଆପଣଙ୍କ ଶରୀର ଏବଂ ମନ ପ୍ରେମ ଓ ସମ୍ବେଦନଶୀଳତା ଉପରେ ଅଧିକ ପ୍ରାଧାନ୍ୟ ଦେବ । ଏହି ମାସରେ ଆପଣ ସଫଳତାର ଚରମ ଶିକ୍ଷାରେ ପହଞ୍ଚିବେ ଏବଂ ଆପଣ ଆପଣଙ୍କର ଫଳାଫଳକୁ ନେଇ ଖୁସି ହେବେ । ଆସନ୍ତା ସପ୍ତାହ ସୁଦ୍ଧା ଆପଣଙ୍କ ସ୍ୱାସ୍ଥ୍ୟ ଟିକେ ଦୁର୍ବଳ ହୋଇପାରେ । ମୁଣ୍ଡବିନ୍ଧା ପରି କିଛି ଛୋଟିଆ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ କୁହାଯାଇଛି ଯେ, ଏମାନେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ତରବାରିଆ ହୋଇ କୌଣସି ମଧ୍ୟ କାମ କରନ୍ତୁ ନାହିଁ । ନିଜ ସହକର୍ମୀଙ୍କ ଠାରୁ ଦୂରେଇ ରୁହନ୍ତୁ, ଏହା ଆପଣଙ୍କ ପାଇଁ ଭଲ ହେବ । ଆପଣ ନିଜର ଲକ୍ଷ୍ୟ ଭବିଷ୍ୟତ ଆଡ଼କୁ ରଖନ୍ତୁ । ଯାହା ଘଟିଯାଇଛି ତାକୁ ଭୁଲି ଯାଆନ୍ତୁ । ସମସ୍ତ ପରିସ୍ଥିତି ନିମନ୍ତେ ନିର୍ଣ୍ଣୟ ନେବା ପାଇଁ ଉପଯୁକ୍ତ ସମୟ ନିଶ୍ଚୟ ଆସିବା, ତେବେ ଅପେକ୍ଷା କରନ୍ତୁ, ତରବାରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଧନ ସମ୍ଭାନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆପଣଙ୍କ ମନରେ ଥିବା ପ୍ରେମ, ବିଶ୍ଵାସ ପାଇଁ ଆପଣଙ୍କ ଜୀବନ ସାଥି ଆପଣଙ୍କୁ ସମ୍ମାନ ପ୍ରଦାନ କରିବ । ଆପଣଙ୍କ କ୍ୟାରିଅରରେ ଉତ୍ଥାନପତ୍ତନ ଦେଖାଦେବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଅବଲମ୍ବନ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆପଣଙ୍କର ଅଟକି ଥିବା କାର୍ଯ୍ୟ ଏହି ମାସରେ ପୂର୍ଣ ହେବ । ସନ୍ତାନକୁ ନେଇ ଚିନ୍ତିତ ରହି ପାରନ୍ତି । ଏହି ମାସରେ ଆପଣ ନିଜ କାମକୁ ନିଷ୍ଠାର ସହ କରିବା ସଙ୍ଗେ ସଙ୍ଗେ ଆଗାମୀ ଭବିଷ୍ୟତକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ଅଟେ । ଯେକୌଣସି କାର୍ଯ୍ୟକୁ କରିବା ବେଳେ ନିଜ ବଡ଼ ଲୋକଙ୍କ ଠାରୁ ଉପଦେଶ ନିଅନ୍ତୁ । ପାରିବାରିକ ସୁଖ ଭଲ ରହିବ । ନିଜ ସହଧର୍ମୀଙ୍କ ସହଯୋଗ ଓ ପ୍ରେମ ଆପଣଙ୍କ ମନବଳକୁ ଦୃଢ କରିଦେବ । ଆପଣ ନିଜ ଜୀବନ ଉପରେ ଅତ୍ୟନ୍ତ ଖୁସି ପ୍ରକାଶ କରିବେ । ଛାତ୍ରଛାତ୍ରୀମାନେ ନିଜ ପାଠକୁ ନେଇ ଚିନ୍ତିତ ରହିପାରନ୍ତି, ହେଲେ ଧୌର୍ଯ୍ୟ ରଖନ୍ତୁ, ସବୁ ଠିକ ହୋଇଯିବ । କିଛି ଛୋଟ ଛୋଟ କଷ୍ଟ ଅନୁଭବ ହୋଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ରାଶିର ବ୍ୟକ୍ତି ବିଶେଷମାନେ କିଛି ମଧ୍ୟ ବିପଦଜନକ କାର୍ଯ୍ୟ କରନ୍ତୁ ନାହିଁ । ଆପଣଙ୍କର ସ୍ଵଭାଵରେ ଭାବୁକତା ବଢ଼ିପାରେ । ଯେକୌଣସି କାର୍ଯ୍ୟ କରିବେ ଆବଶ୍ୟକ ନିର୍ଣ୍ଣୟ ନିଅନ୍ତୁ । ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ । ଟଙ୍କା ପଇସା ମାମଲାରେ ଟିକେ ଏପଟ ସେପଟ ହୋଇପାରେ ସେଥିପାଇଁ ସତର୍କ ରୁହନ୍ତୁ । ଭାଇ ଭଉଣୀଙ୍କର ସୁଖ ପ୍ରାପ୍ତି ହେବ । ଆପଣଙ୍କର ବୈବାହିକ ସମ୍ପର୍କ ମଧ୍ୟରେ ଦୂରତା ସମାପ୍ତ ହେବ । ଆପଣଙ୍କୁ ନିଜ ସାଥିର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ବେପାରରେ ଆପଣଙ୍କର ଆମଦାନୀ ହ୍ରାସ ପାଇପାରେ । ବ୍ୟବସାୟର ନୂଆ ପ୍ରସ୍ତାବ ମଧ୍ୟ ମିଳିପାରେ । ଶାରୀରିକ ଏବଂ ମାନସିକ ଭାବରେ ଆପଣ ସୁସ୍ଥ ଅନୁଭବ କରିବେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ମାସରେ ଯେକୌଣସି କମ୍ପାନୀରେ ନିବେଶ ହେଉ ଅବା କୌଣସି ବ୍ୟକ୍ତି ବିଶେଷକୁ ଟଙ୍କା ଦେବା ପୂର୍ବରୁ ସେହି କମ୍ପାନୀ ବା ବ୍ୟକ୍ତି ବିଷୟରେ ଭଲଭାବରେ ଜାଣନ୍ତୁ । ନିଜର ଆତ୍ମସମ୍ମାନକୁ ନେଇ ଚିନ୍ତିତ ହେବାର ଆବଶ୍ୟକ ନାହିଁ । ସବୁବେଳେ ପଜିତିଭ ରୁହନ୍ତୁ । ଆପଣ ସନ୍ତାନକୁ ଠିକ ମାର୍ଗ ଦେଖନ୍ତୁ । ସଫଳତା ପାଇଁ ଧୌର୍ଯ୍ୟ ରଖନ୍ତୁ । ପ୍ରେମ କିମ୍ବା ଦାମ୍ପତ୍ୟ ଜୀବନ ଏହି ମାସ ପାଇଁ ଠିକ ରହିବ ନାହିଁ । ନିଜ ସମ୍ବେଦନଶୀଳ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ଆମଦାନୀ ଏହି ମାସରେ ଅପେକ୍ଷାକୃତ କମ୍ ରହିବ । ନିଜକୁ ସତେଜ ଏବଂ ଫିଟ ରଖିବା ପାଇଁ ଆପଣଙ୍କୁ ଯୋଗ କରିବା ଆବଶ୍ୟକ ଅଟେ । ପେଟ ଜନିତ ସମସ୍ୟା ଦେଖାଦେଇପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ମାସରେ ଆପଣ କିଛି ନୂଆ ଜିନିଷ କିଣିବା ଯୋଜନା କରିପାରନ୍ତି । ଏହି ରାଶିର ବେପାରୀ ବର୍ଗଙ୍କୁ କିଛି ବଡ଼ ଲାଭ ହୋଇପାରେ । ପୁରୁଣା ଚିନ୍ତା ଦୁର ହେବ । ଆପଣ ଏହି ମାସରେ ପରିବାର ସଦସ୍ୟଙ୍କ ସହିତ କିଛି ଭଲ ମୁହୂର୍ତ୍ତ ଅତିବାହିତ କରିବେ । କାରବାରରେ କଠିନତା ଆସିପାରେ । ଉର୍ଜାକୁ ଠିକ ଦିଗରେ ଲଗାନ୍ତୁ ଏବଂ ଆଳସ୍ୟତାକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ । ପରିବାରରେ ସୁସ୍ଥ ବାତାବରଣ ବଜାୟ ରହିବ । ନିଜ ଜୀବନସାଥୀ ପ୍ରତି ଆପଣଙ୍କ ଆଚରଣ ଯଥାସମ୍ଭବ ନମ୍ର ଓ ଉଦାର ରଖନ୍ତୁ । ଚାକିରୀ କରୁଥିବା କର୍ମଜୀବିଙ୍କ ପାଇଁ ଏହି ମାସ ଅତ୍ୟନ୍ତ କଷ୍ଟଦାୟକ ରହିବ । ଅଫିସରେ ଅତ୍ୟଧିକ କାର୍ଯ୍ୟ ସତ୍ତ୍ୱେ ମନ କଥାକୁ କାହାରି ନିକଟରେ ପ୍ରକାଶ କରିପାରିବେ ନାହିଁ । ବେକାର ଖର୍ଚ୍ଚ ବଢ଼ିପାରେ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସମ୍ୟକ ଚିନ୍ତିତ ହୋଇପାରନ୍ତି । କିଛି ଆଲର୍ଜି ଦେଖା ଦେଇପାରେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନକରାତ୍ମକ ଶକ୍ତି ଆପଣଙ୍କର ଉତ୍ସାହରେ ବାଧା ସୃଷ୍ଟି କରିବ । ଆଇନ କାନୁନ ସମ୍ବନ୍ଧୀତ ସଫଳତା ମିଳିପାରେ । ଆପଣଙ୍କୁ ନୂଆ ଲୋକଙ୍କ ସହିତ ସତର୍କ ରହିବା ଦରକାର । ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ବୟୋଜ୍ୟେଷ୍ଟଙ୍କ ଉପଦେଶ ନେବା ଆବଶ୍ୟକ ଅଟେ । ମନରେ ଧାର୍ମିକ ଓ ଆଧ୍ୟାତ୍ମିକ ଭାବନା ରହିବ । ଜାରି ରଖିଥିବା ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ଯଥେଷ୍ଟ ରହିଛି । ଯେଉଁମାନଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ରହିଛି, ସେମାନେ ନିଜ ନିଜ ସାଥୀଙ୍କ ସହିତ ଏକ ଭଲ ସମୟ ବିତାଇ ପାରିବେ ଏହି ମାସରେ । ଅଫିସରେ ଗୁରୁଦାୟିତ୍ଵ ରହିବ, ଆପଣଙ୍କୁ ସାବଧାନତାର ସହ କାର୍ଯ୍ୟ କରିବାକୁ ପଡିବ । ପେଟ ସମସ୍ୟାରୁ ମୁକ୍ତି ମିଳିପାରେ । ଆୟୁର୍ବେଦିକ ଓ ଚେରମୂଳିରୁ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ଉପଚାର ମିଳିପାରିବ ।

Leave a Reply

Your email address will not be published. Required fields are marked *