ଏପ୍ରିଲ୍ ୧ ତାରିଖ ପରଠାରୁ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଦିଆଯିବ କରୋନା ଟିକା ! ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି…

ଏପ୍ରିଲ୍ ୧ ତାରିଖ ପରଠାରୁ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଦିଆଯିବ କରୋନା ଟିକା ! ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି…

ଦେଶରେ କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ କରୋନା ଟିକା ଦେବାର ବଡ଼ ନିର୍ଣ୍ଣୟ ନେଇଛନ୍ତି । ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ବର୍ତ୍ତମାନ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ କରୋନା ଟୀକାକରଣ ପାଇଁ ପଞ୍ଜିକରଣ କରିପାରିବେ । ଏପ୍ରିଲ୍ ୧ ତାରିଖ ଠାରୁ ୪୫ ବୟସରୁ ଅଧିକ ସମସ୍ତ ବ୍ୟକ୍ତିମାନଙ୍କୁ କରୋନା ଟିକା ଦିଆଯିବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡ଼କର୍ ସାମ୍ବାଦିକ ସମ୍ମିଳନୀ ସମୟରେ କହିଛନ୍ତି ଯେ, ଏପ୍ରିଲ୍ ୧ ତାରିଖ ଠାରୁ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନଙ୍କୁ କୌଣସି ପ୍ରକାରର ରୋଗ ନାହିଁ, ସମସ୍ତଙ୍କୁ କରୋନା ଟିକା ଦିଆଯିବ । ଟିକା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି । ତା’ର ଚିନ୍ତା କରିବାର ଆବଶ୍ୟକତା ନାହିଁ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡ଼କର୍ ସାମ୍ବାଦିକ ସମ୍ମିଳନୀ ସମୟରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଜାଭେଡ଼କର୍ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୪.୮୫ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇସାରିଛି । ଏଥିମଧ୍ୟରୁ ୮୦ ଲକ୍ଷ ଲୋକଙ୍କୁ ଟିକାର ଦ୍ଵିତୀୟ ଡୋଜ୍ ଦିଆ ଯାଇସାରିଛି । ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୩୨.୫୪ ଲକ୍ଷ ଡୋଜ୍ ଦିଆଯାଇଛି । ୬୦ ବର୍ଷରୁ ଅଧିକ ବୟସର ୨ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଟିକା ଦାନର କାମ ଦ୍ରୁତ ଗତିରେ କରାଯାଉଛି । ମଙ୍ଗଳବାର ଦିନ ଜାଭେଡ଼କର୍ କହିଥିଲେ ଯେ, କରୋନା ଟିକାର ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ୪ ରୁ ୬ ସପ୍ତାହ ମଧ୍ୟରେ ନେବା ଉଚିତ । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ପାଇଛନ୍ତି ଯେ, କୋଭିଶିଲ୍ଡ ଟିକାର ଦ୍ଵିତୀୟ ଡୋଜ୍ ୪ ରୁ ୮ ସପ୍ତାହ ମଧ୍ୟରେ ନେବା ସଠିକ୍ ହେବ ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧ ତାରିଖ ଠାରୁ ୬୦ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କୁ ଟିକା ଦିଆଯାଉଥିଲା । ଏହି ସମୟ ମଧ୍ୟରେ ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ୪୫ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଟିକା ଦେବାର ନିଷ୍ପତ୍ତି ନେଇଛନ୍ତି । ବାସ୍ତବରେ ଫେବୃଆରୀ ମାସ ପରଠାରୁ ଦେଶରେ କରୋନାର ନୂତନ ମାମଲା ପୁଣିଥରେ ଦ୍ରୁତ ଗତିରେ ବଢି ଚାଲିଛି ଏବଂ ଦୁଇ ଦିନ ମଧ୍ୟରେ ୪୦ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଅଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ମହାରାଷ୍ଟ୍ର, ପଞ୍ଜାବ ଏବଂ କେରଳ ରାଜ୍ୟରୁ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସୁଅଛି ।

Leave a Reply

Your email address will not be published. Required fields are marked *