କେବଳ ଗୋଟିଏ ସପ୍ତାହରେ ଚନ୍ଦାପଣ ଦୂର ହେବା ସଙ୍ଗେସଙ୍ଗେ କେଶ ଜନିତ ସମସ୍ୟାରୁ ମିଳିବ ମୁକ୍ତି !

କେବଳ ଗୋଟିଏ ସପ୍ତାହରେ ଚନ୍ଦାପଣ ଦୂର ହେବା ସଙ୍ଗେସଙ୍ଗେ କେଶ ଜନିତ ସମସ୍ୟାରୁ ମିଳିବ ମୁକ୍ତି !

ଦୁନିଆରେ ଅଧିକାଂଶ ଲୋକମାନେ ନିଜ ମୁଣ୍ଡରୁ ଝଡୁଥିବା କେଶ ଯୋଗୁଁ ବହୁତ ଚିନ୍ତିତରେ ରହନ୍ତି ଓ ଏଥିରୁ ମୁକ୍ତି ପାଇବାପାଇଁ ଅନେକ ପ୍ରକାରର ପ୍ରୋଡ଼କ୍ଟ ବ୍ୟବହାର କରିଥାନ୍ତି । ଏହା କରିବା ସତ୍ତ୍ୱେ ସେମାନଙ୍କ ମୁଣ୍ଡରେ ନୂଆ କେଶ ଆସିନଥାଏ ଓ ମୁଣ୍ଡ ଚନ୍ଦା ହୋଇଯାଇଥାଏ । ଯଦି ଆପଣଙ୍କୁ ମଧ୍ୟ ଏଭଳି ଅସୁବିଧା ଅଛି ତେବେ ନିମ୍ନରେ କୁହାଯାଇଥିବା ଅଦାର ଉପାୟ ଗୁଡ଼ିକୁ ଥରେ ପ୍ରୟୋଗ କରି ଦେଖନ୍ତୁ । ଆୟୁର୍ବେଦର ଏହି ଉପାୟକୁ ପ୍ରୟୋଗ କରିବା ଦ୍ୱାରା ମୁଣ୍ଡରେ ନୂଆ କେଶ ଆସିବା ସହ ରୂପୀ ମଧ୍ୟ ସଫା ହୋଇଯାଏ ।

ଆୟୁର୍ବେଦରେ ଅଦାର ରସ, କେଶ ପାଇଁ ଉତ୍ତମ ବୋଲି କୁହାଯାଇଛି । ଏଥିରୁ ପାଉଥିବା ମିନରଲ୍ସ ଓ ଆଣ୍ଟିଅକ୍ସିଡେଣ୍ଟ ନୂଆ କେଶ ସୃଷ୍ଟି ହେବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଅଦା ରସକୁ କେଶରେ ଲଗାଇବା ଦ୍ୱାରା କେଶ କୁ ପୋଷଣ ମଧ୍ୟ ମିଳିଥାଏ । ଅଦାରେ ମାଗ୍ନେସିଅମ, ଫୋସଫରସ ଓ ଭିଟାମିନ୍-C ମଧ୍ୟ ପାଇଥାଉ ଓ ଏହି ତତ୍ତ୍ୱ କେଶ ପାଇଁ ବହୁତ ଗୁଣକାରୀ ଅଟେ । ଅଦାର ରସକୁ କେଶରେ ଲଗାଇବା ଦ୍ୱାରା କେଉଁ-କେଉଁ ଫାଇଦା ମିଳିବ ଆସନ୍ତୁ ସେ ବିଷୟରେ ଆଜି ଆମେ ସମ୍ପୁର୍ଣରୂପେ ଜାଣିବା ।

କେଶ ଝଡ଼ିବାକୁ ବନ୍ଦ କରେ :-

ଯଦି ଆପଣଙ୍କ କେଶ ଅଧିକ ମାତ୍ରାରେ ଝଡୁଛି ଓ ପୁଣି ନୂଆ କେଶ ବାହାରୁ ନାହିଁ, ତେବେ ଅଦାର ଏହି ଉପାୟକୁ ପ୍ରୟୋଗ କରନ୍ତୁ । ଅଦା କୁ ଭଲରୁପେ ପେଷ୍ଟ କରି ସେଥିରୁ ରସ ବାହାର କରନ୍ତୁ ଓ ସେଥିରେ ଗୋଟିଏ ଚାମଚ ବାଦାମ ତେଲ ପକାଇ ଭଲରୁପେ ମିଶ୍ରଣ କରି କେଶର ମୂଳରେ ଭଲରୁପେ ଲଗାଇ ତାହାକୁ ସେହିଭଳି ୨ ଘଣ୍ଟା ଛାଡ଼ି ଦିଅନ୍ତୁ ।

୨ଘଣ୍ଟାପରେ ସ୍ୟାମ୍ପୁ ଲଗାଇ ନିଜ କେଶକୁ ଭଲରୁପେ ଧୋଇ ଦିଅନ୍ତୁ । ଏହି ମିଶ୍ରଣକୁ ଏଭଳି ନିଜ କେଶରେ ସପ୍ତାହରେ ୩ ଥର ଲଗାନ୍ତୁ । ଏହି ମିଶ୍ରଣ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଯିବ ଓ ନୂଆ କେଶ ବାହାରିବା ଆରମ୍ଭ ହୋଇଯିବ । ଯଦି ଆପଣ ଚାହିଁବେ ତେବେ ଅଦାର ରସକୁ ନିଜ କେଶରେ ରାତ୍ରରେ ଶୋଇବା ଆଗରୁ ଲଗାଇ ପାରିବେ । ଏଭଳି କରିଲେ ମଧ୍ୟ କେଶ ଝଡ଼ିବା ବନ୍ଦ ହୋଇଯିବ ।

ରୂପୀ କୁ ଦୂର କରେ –

କେଶରେ ଅଧିକ ରୂପୀ ହୋଇଥିଲେ ଅଦାର ରସକୁ ନିଜ କେଶରେ ଲଗାଇ ଦିଅନ୍ତୁ । ମୁଣ୍ଡରେ ଯେଉଁଠାରେ ଅଧିକ ରୂପୀ ଥାଏ, ସେଠାରେ ଅଦାର ରସ ଲଗାଇବା ଦ୍ୱାରା ରୂପୀ ସମ୍ପୂର୍ଣ ନଷ୍ଟ ହୋଇଯିବ ଓ ଆପଣଙ୍କୁ ରୂପୀ ମାନଙ୍କ ସମସ୍ୟା ଠାରୁ ମୁକ୍ତି ମିଳିଯିବ । କେବଳ ଏତିକି ନୁହେଁ ରୂପୀ ଯୋଗୁଁ ସେଠାରେ ଥିବା ଜୀବାଣୁ ମଧ୍ୟ ନଷ୍ଟ ହୋଇଯିବେ ।

ଆପଣ ଅଦାର ରସରେ ନଡ଼ିଆ ତେଲକୁ ମିଶାନ୍ତୁ ଓ ଏହି ମିଶ୍ରଣକୁ ନିଜ କେଶରେ ଲଗାନ୍ତୁ ଯେତେବେଳେ ଏହି ରସ ଶୁଖିଯିବ ସେତେବେଳେ ସ୍ୟାମ୍ପୁ ଦ୍ୱାରା ନିଜ କେଶକୁ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା କେଶରୁ ରୂପୀ ଶୀଘ୍ର ସଫା ହୋଇଯିବ । କେଶ ପାଇଁ ଅଦାର ରସ କୌଣସି ଯାଦୁ ଠାରୁ କମ୍ ନୁହେଁ ଏହା ଲଗାଇବା ଦ୍ୱାରା ଚମତ୍କାର ରୂପେ କେଶକୁ ଅନେକ ସମସ୍ୟା ଠାରୁ ମୁକ୍ତି କରିଥାଏ ।

Leave a Reply

Your email address will not be published. Required fields are marked *