ଐଶ୍ଚର୍ଯ୍ୟା ରାୟଙ୍କ ବ୍ୟତୀତ ଏହି ଅଭିନେତ୍ରୀଙ୍କ ଦିୱାନା ଥିଲେ ସଲମାନ ଖାନ୍ । ବିବାହ ପର୍ଯ୍ୟନ୍ତ କଥା ପହଞ୍ଚି ଶେଷ ହୋଇଗଲା ସମ୍ପର୍କ !

ବଲିଉଡ଼ରେ ଏପରି ଅନେକ କଥା ଓ ଘଟଣା ଘଟେ ଯାହା ବିଷୟରେ ବୋଧହୁଏ ଆପଣ ମାନେ କିଛି ଜାଣିଥିବେ । ଆପଣ ସମସ୍ତେ ଜାଣନ୍ତି ଯେ ସଲମାନ ଖାଁନ୍ ଯିଏକି ବର୍ତ୍ତମାନର ସମୟରେ ଭାରତର ମୋଷ୍ଟ ଏଲିଯିବଲ ବେଚ୍ଚଳର ଅଟନ୍ତି କିନ୍ତୁ ସେ କାହାର ପ୍ରେମ ଯୋଗୁଁ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଆପଣ ଭାବୁଥିବେ ଯେ ଆମେ ଐଶ୍ଚର୍ଯ୍ୟା ରାୟଙ୍କ ବିଷୟରେ ଆଲୋଚନା କରୁଛୁ କିନ୍ତୁ ସଲମାନ ଖାନଙ୍କ ଜୀବନରେ ଜଣେ ମହିଳା ମିତ୍ର ନଥିଲେ । ଅନେକଗୁଡ଼ିଏ ମହିଳା ମିତ୍ର ରହିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୁହି ଚାୱଲା ଏବଂ ଐଶ୍ଚର୍ଯ୍ୟା ରାୟଙ୍କ ବ୍ୟତୀତ ଏହି ଅଭିନେତ୍ରୀଙ୍କ ଦିୱାନା ଥିଲେ ସଲମାନ ଖାନ୍, କିନ୍ତୁ କେଉଁ କାରଣରୁ ବିବାହ ପର୍ଯ୍ୟନ୍ତ କଥା ପହଞ୍ଚି ପାରିଲା ନାହିଁ ଏହା ଆପଣଙ୍କୁ ଜାଣିବା ଉଚିତ ।

ଐଶ୍ଚର୍ଯ୍ୟା ରାୟଙ୍କ ବ୍ୟତୀତ ଏହି ଅଭିନେତ୍ରୀଙ୍କ ଦିୱାନା ଥିଲେ ସଲମାନ ଖାନ୍

newstrend

ସଲମାନ ଖାନଙ୍କ ବିବାହର ଚିନ୍ତା ନା କେବଳ ତାଙ୍କ ପରିବାର ଲୋକମାନେ କରନ୍ତି ବରଂ ବଲିଉଡ଼ ସମେତ ସମଗ୍ର ଭାରତଙ୍କୁ ଏହି ଚିନ୍ତା ରହିଛି । ତାଙ୍କ ଗାର୍ଲଫ୍ରେଣ୍ଡ ସୂଚୀ ବହୁତ ଲମ୍ବା ସେଥିରେ କିଛି ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ନାମ ସାମିଲ ରହିଛି । ଏତିକି ନୁହେଁ ସଲମାନ ତାଙ୍କ ସହ ବାହା ହେବା ପାଇଁ ଚାହୁଁଥିଲେ । ସେ ଥରେ ନିଜ ପିତାଙ୍କୁ ମଧ୍ୟ କହିଥିଲେ ଯେ ତାଙ୍କୁ ବିବାହ କରାଇଦିଅନ୍ତୁ କିନ୍ତୁ ଦୁଃଖର କଥା ଏହା ହୋଇପାରିନଥିଲା । ସଲମାନ ଖାନ୍ ଓ ଜୁହି ଚାୱଲାଙ୍କୁ ଆପଣ ଏକାଠି ଚଳଚ୍ଚିତ୍ର ଦିୱାନା ମସ୍ତାନାରେ ଦେଖିଥିବେ ସେଥିରେ ମଧ୍ୟ ସଲମାନଙ୍କ କେବଳ କେମିଓ ଥିଲା । ଏହା ବ୍ୟତୀତ ଦୁହେଁ ଆଜି ପର୍ଯ୍ୟନ୍ତ କୌଣସି ଚଳଚ୍ଚିତ୍ରରେ ନଜର ଆସି ନାହାଁନ୍ତି ।

newstrend

ଯେତେବେଳେ ଜୁହି ଶାହରୁଖ ଖାନ୍ ଓ ଆମୀର ଖାନଙ୍କ ସହିତ ଅନେକ ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କରେ ନଜର ଆସିଛନ୍ତି । ଜୁହି ଚାୱଲା ଏକ ସମୟରେ ଲୋକଙ୍କ ହୃଦୟରେ ରାଜ୍ କରୁଥିଲେ ଏବଂ ତାଙ୍କ ନାମ ଶ୍ରୀଦେବୀ ଓ ମାଧୁରୀ ଦୀକ୍ସିତଙ୍କ ଭଳି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସହ ନିଆଯାଉଥିଲା । ସଲମାନ ଖାନ୍ ଓ ଜୁହିଙ୍କ ବିବାହ ନହେବାର କାରଣ ଏହାଯେ ଜୁହିଙ୍କ ପିତାଙ୍କୁ ସଲମାନ ଆଦୌ ପସନ୍ଦ ନଥିଲେ । ଏଥିପାଇଁ ତାଙ୍କ ବିବାହ ହୋଇପାରିନଥିଲା, ଏପରି ମଧ୍ୟ କୁହାଯାଏ ଯେ ସଲମାନଙ୍କ ସହିତ ଜୁହି ଗୋଟିଏ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରନ୍ତୁ ଏହା ମଧ୍ୟ ତାଙ୍କୁ ପସନ୍ଦ ନଥିଲା ।

newstrend

୧୯୮୪ ମସିହାରେ ଜୁହି ଚାୱଲା ମିସ ଇଣ୍ଡିଆର ମୁକୁଟ ଜିତିଲେ ଓ ୧୯୮୬ରେ ସେ ଚଳଚ୍ଚିତ୍ର ସଲତନ ସହିତ ବଲିଉଡ଼ରେ ଡେବ୍ୟୁ କରିଥିଲେ । ତାଙ୍କୁ ଚଳଚ୍ଚିତ୍ର “କୟାମତ୍ ସେ କୟାମତ୍ ତକ୍କ” ଠାରୁ ପରିଚୟ ମିଳିଥିଲା ଓ ଏହା ପରେ ଜୁହି ୟେସ୍ ବୋସ୍, ଡର୍, ଆଇନା, ହମ୍ ହେ ରାହୀ ପ୍ୟାର୍ କେ, ଇଶକ୍, ବୋଲ୍ ରାଧା ବୋଲ୍ ଭଳି ଅନେକଗୁଡ଼ିଏ ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି । ୧୯୯୫ ମସିହାରେ ଜୁହି ବ୍ୟବସାୟୀ ଜୟ ମେହତାଙ୍କ ସହିତ ବିବାହ କଲେ ଓ ଦୁଇଟି ସନ୍ତାନ ଜନ୍ମ ଗ୍ରହଣ କଲେ । ବର୍ତ୍ତମାନ ଜୁହି ଚଳଚ୍ଚିତ୍ରରୁ ଦୂରେଇ ଯାଇଛନ୍ତି କିନ୍ତୁ ସୋସିଆଲ ମିଡ଼ିଆରେ ସକ୍ରିୟ ରୁହନ୍ତି ।

Be the first to comment

Leave a Reply

Your email address will not be published.


*