ବିରାଟଙ୍କୁ ବିବାହ କରିବା ପୂର୍ବରୁ ଅନୁଷ୍କା ଶର୍ମା କରୁଥିଲେ ଏହି ସେଲିବ୍ରିଟିମାନଙ୍କୁ ଡେଟ୍ ! ଦେଖନ୍ତୁ ସେମାନଙ୍କ ପୁରା ଲିଷ୍ଟ…

ବିରାଟଙ୍କୁ ବିବାହ କରିବା ପୂର୍ବରୁ ଅନୁଷ୍କା ଶର୍ମା କରୁଥିଲେ ଏହି ସେଲିବ୍ରିଟିମାନଙ୍କୁ ଡେଟ୍ ! ଦେଖନ୍ତୁ ସେମାନଙ୍କ ପୁରା ଲିଷ୍ଟ…

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ବଲିଉଡର ସବୁଠାରୁ ଜଣାଶୁଣା ତଥା ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ପ୍ରାୟ ତିନି ବର୍ଷ ପୁରିଗଲାଣି । କିନ୍ତୁ ବିରାଟ କୋହଲିଙ୍କୁ ବିବାହ କରିବା ପୁର୍ବରୁ ଅନୁଷ୍କା ଶର୍ମା ଅନେକ ସେଲିବ୍ରିଟିଙ୍କୁ ଡେଟ କରିଥିଲେ ଯାହା ପରେ ସେ ତାଙ୍କ ଜୀବନର ପ୍ରକୃତ ପ୍ରେମ ଅର୍ଥାତ ବିରାଟଙ୍କୁ ପାଇଥିଲେ । ସେଥି ମଧ୍ୟରୁ କିଛି ସମ୍ପର୍କ ଏପରି ଥିଲା ଯାହା ଅନୁଷ୍କାଙ୍କ ଜୀବନରେ ଖୁବ କମ ସମୟ ପାଇଁ ତିଷ୍ଠି ଥିଲା । ତେବେ ଆସନ୍ତୁ ଜାଣିବା ଅନୁଷ୍କାଙ୍କର ଏହି ରିଲେସନଶିପ ଗୁଡିକ ବିଷୟରେ ଯାହା ବିଷୟରେ ଆପଣ କ୍ୱଚିତ ଜାଣିଛନ୍ତି ।

ଜୋହେବ୍ ୟୁସୁଫ୍

ଯେତେବେଳେ ଅନୁଷ୍କା ନୂଆକରି ମଡେଲିଂ ଦୁନିଆରେ ପାଦ ଦେଇଥିଲେ ସେତେବେଳେ ଅନୁଷ୍କା ତାଙ୍କର ଜଣେ ମଡେଲ୍ ବନ୍ଧୁ ଜୋହେବ୍ ୟୁସୁଫଙ୍କୁ ଭଲ ପାଉଥିଲେ, କିନ୍ତୁ ପ୍ରାୟ ଦୁଇ ବର୍ଷ ପରସ୍ପରକୁ ଡେଟିଂ କରିବା ପରେ ଦୁହେଁ ଅଲଗା ହୋଇଯାଇଥିଲେ । ଉଭୟ ବେଙ୍ଗାଲୁରୁରେ ପରସ୍ପରକୁ ଭେଟିଥିଲେ ଏବଂ ଦୁହେଁ ମୁମ୍ବାଇ ମଧ୍ୟ ଏକାଠି ଆସିଥିଲେ ।

ରଣଭୀର୍ ସିଂ

‘ରବ୍ ନେ ବନା ଦି ଯୋଡି’ ଫିଲ୍ମ ରିଲିଜ୍ ହେବା ପରେ ପରେ ଅନୁଷ୍କା ଏବଂ ରଣଭୀର୍ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ରଣଭୀର୍ ଏବଂ ଅନୁଷ୍କା ଉଭୟ ସେତେବେଳେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରୁଥିଲେ । ରଣଭୀର୍ ଫ୍ଲର୍ଟି ନେଚର୍ ହୋଇଥିବାରୁ ଉଭୟଙ୍କର ବ୍ରେକଅପ୍ ହୋଇଯାଇଥିଲା ।

ରଣବୀର୍ କପୁର୍

ଏହି ତାଲିକାରେ ‘ରଣବୀର୍ କପୁର୍’ଙ୍କ ନାମ ଦେଖି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇନଥିବେ କାରଣ ରଣବୀରଙ୍କ ନାମ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ାଯାଇଛି । ଫିଲ୍ମ ‘ଏ ଦିଲ୍ ହୈ ମୁଶ୍କିଲ୍’ ରିଲିଜ୍ ହେବାପରେ ଅନୁଷ୍କା ଏବଂ ରଣବୀରଙ୍କ ଆଫେୟାରର ଖବର ପ୍ରକାଶ ପାଇଥିଲା ଏବଂ ଏହା ସତ୍ୟ ବୋଲି ମଧ୍ୟ ପ୍ରମାଣିତ ହେଲା । ଉଭୟ ଖୁବ୍ କମ୍ ଦିନ ପାଇଁ ପରସ୍ପରକୁ ଡେଟ୍ କରିଥିଲେ ।

ଶାହିଦ୍ କପୁର୍

ଫିଲ୍ମ ‘ବଦମାଶ୍ କମ୍ପାନୀ’ରେ ଶାହିଦ୍ ଏବଂ ଅନୁଷ୍କାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ରିଲିଜ୍ ହେବାପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । ‘ମେରେ ବ୍ରଦର୍ କି ଦୁଲହନ୍’ର ସକସେସ୍ ପାର୍ଟି ପରେ ଏହି ଦୁଇଜଣଙ୍କ କିସିଂ ଫୋଟ ଭାଇରଲ୍ ହୋଇଥିଲା ।

ଅର୍ଜୁନ୍ କପୁର୍

ଯଦିଓ ଅର୍ଜୁନ୍ କପୁର୍ ଏବଂ ଅନୁଷ୍କା ଶର୍ମାଙ୍କ ସମ୍ପର୍କ ବିଷୟରେ କେହି ଜାଣିନାହାନ୍ତି କିନ୍ତୁ ଅନେକ ଥର ସେମାନଙ୍କୁ ଏକାଠି ଡେଟ୍ ଏବଂ ମୁଭିରେ ଯିବାର ଦେଖାଯାଇଛି ।

ସୁରେଶ୍ ରାଇନା

ଅନୁଷ୍କା ଶର୍ମା ହେଉଛନ୍ତି ଭାରତୀୟ ଅଧିନାୟକ ବିରାଟ୍ କୋହଲିଙ୍କ ପତ୍ନୀ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ପୂର୍ବରୁ ଅନୁଷ୍କାଙ୍କ ନାମ ଅନ୍ୟ ଜଣେ କ୍ରିକେଟରଙ୍କ ସହ ଯୋଡିହୋଇଥିଲା । ସେ ଆଉ କେହି ନୁହନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ସୁରେଶ୍ ରାଇନା । ଖବର ଅନୁଯାୟୀ ଅନୁଷ୍କା ଏବଂ ସୁରେଶ୍ ଲଣ୍ଡନରେ ପରସ୍ପରକୁ ଭେଟିଥିଲେ ଏବଂ କିଛି ଦିନ ମଧ୍ୟରେ ଦୁହେଁ ପରସ୍ପରର ଅତି ନିକଟତର ହୋଇଯାଇଥିଲେ ।

ଏହାପରେ ଅନୁଷ୍କା ଶର୍ମା ଶେଷରେ ବିରାଟଙ୍କୁ ଭେଟିଥିଲେ ଏବଂ ଦୁହେଁ ୨୦୧୭ ମସିହା ଡିସେମ୍ବର୍ ୧୧ ତାରିଖରେ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *