ପିଲାଦିନେ ଗୋଟିଏ ବିଦ୍ୟାଳୟରେ ପାଠ ପଢୁଥିଲେ ଅନୁଷ୍କା ଶର୍ମା ଏବଂ ସାକ୍ଷୀ ଧୋନୀ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫୋଟ…

ପିଲାଦିନେ ଗୋଟିଏ ବିଦ୍ୟାଳୟରେ ପାଠ ପଢୁଥିଲେ ଅନୁଷ୍କା ଶର୍ମା ଏବଂ ସାକ୍ଷୀ ଧୋନୀ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫୋଟ…

ବଲିଉଡ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲୀଙ୍କ ପତ୍ନୀ ଅନୁଷ୍କା ଶର୍ମା ମା’ ହେବା ପର ଠାରୁ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛନ୍ତି । ବିରାଟ୍ ଏବଂ ଅନୁଷ୍କାଙ୍କ ଯୋଡିକୁ ପ୍ରଶଂସକମାନେ ବହୁଳ ମାତ୍ରାରେ ପସନ୍ଦ କରନ୍ତି । ଏଭଳି ଏକ ଯୋଡି ଅଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀ ଧୋନୀ, ଯେଉଁମାନେ ପ୍ରଶଂସକ ମାନଙ୍କ ହୃଦୟରେ ଘର କରିଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କ୍ରିକେଟର ମାନଙ୍କର ପତ୍ନୀ ମାନେ ପିଲାଦିନରୁ ପରସ୍ପରକୁ ଭଲ ଭାବରେ ଜାଣିଛନ୍ତି ।

ବାସ୍ତବରେ ସୋସିଆଲ୍ ମିଡିଆରେ କିଛି ପୁରୁଣା ଫୋଟ ଦ୍ରୁତ ଗତିରେ ଭାଇରାଲ୍ ହେଉଅଛି । ଯାହା କହୁଅଛି କି ଅନୁଷ୍କା ଶର୍ମା ଏବଂ ସାକ୍ଷୀ ଧୋନୀଙ୍କର ଚିହ୍ନା ପରିଚୟ ଅନେକ ବର୍ଷ ପୁରୁଣା ଅଟେ । ମହେନ୍ଦ୍ର ସିଂହ ଧୋନୀ ଏବଂ ବିରାଟ କୋହଲୀଙ୍କର ପତ୍ନୀ ହେବା ପୂର୍ବରୁ ସାକ୍ଷୀ ଧୋନୀଙ୍କ ସହ ଅନୁଷ୍କା ଶର୍ମା ଗୋଟିଏ ସ୍କୁଲରେ ପଢୁଥିଲେ । ସାକ୍ଷୀ ଏବଂ ଅନୁଷ୍କା ସ୍କୁଲ୍ ଦିନର ବାନ୍ଧବୀ ଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ।

କହିରଖୁଛୁ ଯେ, ଅନୁଷ୍କାଙ୍କର ପିତା ଭାରତୀୟ ସେନାରେ ଅଫିସର୍ ଥିଲେ, ଯେଉଁଥିପାଇଁ ତାଙ୍କ ପୋଷ୍ଟିଂ ଦେଶର ଅଲଗା ଅଲଗା ଅଞ୍ଚଳରେ ହେଉଥିଲା । ଅନୁଷ୍କା ଛୋଟ ଥିବାବେଳେ ତାଙ୍କ ପିତାଙ୍କ ‘ପୋଷ୍ଟିଂ ଆସାମ୍’ରେ କରାଯାଇଥିଲା । ଯେଉଁଠାରେ ଅନୁଷ୍କା ନିଜ ପାଠପଢ଼ା ସେଣ୍ଟ ମେରୀ ସ୍କୁଲରୁ କରିଥିଲେ । ଏହି ସ୍କୁଲରେ ପ୍ରଥମଥର ପାଇଁ ଅନୁଷ୍କା ଏବଂ ବିରାଟଙ୍କର ସାକ୍ଷାତ ହୋଇଥିଲା । କେବଳ ଏତିକି ନୁହେଁ ଦୁହେଁ ଗୋଟିଏ ସ୍କୁଲରେ ପାଠ ପଢିଥିଲେ । ଏହି ଫୋଟକୁ ଦେଖି ଆକଳନ କରାଯାଇପାରିବ କି ଅନୁଷ୍କା ଏବଂ ସାକ୍ଷୀ ବହୁତ ମସ୍ତି କରୁଥିଲେ । ଦୁହେଁ ଏକାଠି ବୁଲାବୁଲି ମଧ୍ୟ କରୁଥିଲେ । ଏହାସହ ସୋସିଆଲ୍ ମିଡିଆରେ ଏମାନଙ୍କ କିଣ୍ଡରଗାର୍ଡନ୍ ଦିନର ଫୋଟ ମଧ୍ୟ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଆପଣ ଦେଖିପାରିବେ କି ଏହି ପ୍ରଥମ ଫୋଟରେ ଉଭୟଙ୍କର ବେଶଭୂଷା ପ୍ରତିଯୋଗିତା ସମୟରେ କରାଯାଇଛି । ଯେଉଁଥିରେ ଅନୁଷ୍କା ଏବଂ ସାକ୍ଷୀ ବହୁତ ସୁନ୍ଦର ଲାଗୁଛନ୍ତି ।

ଆପଣ ସମସ୍ତେ ଜାଣିଥିବେ ଯେ, ଅନୁଷ୍କା ଏହି ବର୍ଷ ଜାନୁଆରୀ ମାସରେ ମା’ ହୋଇ ସାରିଛନ୍ତି ଏବଂ ତାଙ୍କ ଝିଅର ନାମ ଭାମିକା ଅଟେ । ଅନ୍ୟପକ୍ଷରେ ସାକ୍ଷୀଙ୍କ ଝିଅର ନାମ ଜିଭା ଧୋନୀ ଅଟେ । ଦୁଇ ବାନ୍ଧବୀ ବର୍ତ୍ତମାନ ଗୋଟିଏ ଗୋଟିଏ ଝିଅର ମା’ ହୋଇ ସାରିଛନ୍ତି । ସାକ୍ଷୀ ଏବଂ ଧୋନୀଙ୍କର ଝିଅ ଜିଭା ପ୍ରଶଂସକ ମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ଅଟନ୍ତି । ପ୍ରଶଂସକ ମାନେ ଜିଭାଙ୍କର ଫୋଟ ଏବଂ ଭିଡ଼ିଓକୁ ଦେଖିବା ବହୁତ ପସନ୍ଦ କରନ୍ତି । ଅନ୍ୟପକ୍ଷରେ ସମସ୍ତେ ବିରୁସ୍କାଙ୍କର ଝିଅର ଝଲକ୍ ଦେଖିବାପାଇଁ ଅପେକ୍ଷା କରି ରହିଛନ୍ତି ।

Leave a Reply

Your email address will not be published. Required fields are marked *