୩୩ ବର୍ଷର ହେଲେ ଅନୁଷ୍କା ଶର୍ମା, ଝିଅ ବାମିକା ଏବଂ ସ୍ୱାମୀ ବିରାଟଙ୍କ ସହିତ ରୁହନ୍ତି ଏହି ସୁନ୍ଦର ଘରେ !

୩୩ ବର୍ଷର ହେଲେ ଅନୁଷ୍କା ଶର୍ମା, ଝିଅ ବାମିକା ଏବଂ ସ୍ୱାମୀ ବିରାଟଙ୍କ ସହିତ ରୁହନ୍ତି ଏହି ସୁନ୍ଦର ଘରେ !

ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦମଦାର୍ ଅଭିନୟ ଓ ପରିଶ୍ରମ ବଳରେ ଇଣ୍ଡଷ୍ଟ୍ରିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଆଜି ଅନୁଷ୍କା ଶର୍ମା ନିଜର ୩୩ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ଅନୁଷ୍କାଙ୍କ ଜନ୍ମଦିନ ବହୁତ ବିଶେଷ ଅଟେ କାରଣ ମାଁ ହେବାପରେ ଏହା ଅନୁଷ୍କାଙ୍କ ପ୍ରଥମ ଜନ୍ମଦିନ ଅଟେ । ୧୧ ଜାନୁଆରୀକୁ ଅନୁଷ୍କା ଶର୍ମା ଓ କ୍ରିକେଟ୍ ଚେମ୍ପିୟାନ୍ ବିରାଟ କୋହଲି ଏକ କନ୍ୟା ସନ୍ତାନର ମାତାପିତା ହେଲେ । ଯାହାଙ୍କ ନାମ ସେମାନେ ‘ବାମିକା’ ରଖିଛନ୍ତି । ନିଜ ଝିଅ ସହିତ ଏହି ଦମ୍ପତ୍ତି ମୁମ୍ବାଇର ବର୍ଲି ଠାରେ ୬ଟି ବେଡ୍ ରୁମ୍ ବିଶିଷ୍ଟ ଏକ ସୁନ୍ଦର ଘରେ ରୁହନ୍ତି । ଆସନ୍ତୁ ଆଜି ଅନୁଷ୍କାଙ୍କ ଜନ୍ମଦିନ ଅବସରରେ ତାଙ୍କ ଘରର ଫୋଟଗୁଡିକ ଦେଖିବା-

ଅନୁଷ୍କା- ବିରାଟଙ୍କ ଘର ମଧ୍ୟ ତାଙ୍କ ଯୋଡ଼ି ଭଳି ସୁନ୍ଦର ଓ ଆକର୍ଷକ ଅଟେ । ଏହି ଦମ୍ପତ୍ତି ନିଜ ଶିଶୁ ଆସିବା ପରେ ତା ପାଇଁ ମଧ୍ୟ ଏକ କୋଠରୀକୁ ସୁନ୍ଦର ଭାବେ ସଜାଇ ଦେଇଛନ୍ତି ।

ବିବାହ ପରେ ଅନୁଷ୍କା ବିରାଟଙ୍କ ସହିତ ମୁମ୍ବାଇର ବର୍ଲି ସ୍ଥିତ ପଶ୍ ଓ ବହୁତ ମହଙ୍ଗା ଓଁକାର୍ ଅପାର୍ଟମେଣ୍ଟରେ ରୁହନ୍ତି । ଅନୁଷ୍କାଙ୍କ ସ୍ୱାମୀ ବିରାଟ ୩୪ କୋଟି ଟଙ୍କାରେ ଏହି ଅପାର୍ଟମେଣ୍ଟ କିଣିଛନ୍ତି ।

୬ ବେଡ଼ରୁମ୍ ବିଶିଷ୍ଟ ଏହି ଅପାର୍ଟମେଣ୍ଟ ବହୁତ ସୁନ୍ଦର ଅଟେ । ବିରାଟଙ୍କ ଘର ପାଖାପାଖି ୭୦୦୦ ସ୍କୁଏର୍ ଫୁଟ ଅଟେ । ବିରାଟଙ୍କ ଘରେ ‘5 star hotel’ ଭଳି ସମସ୍ତ ସୁବିଧା ରହିଛି ।

ବିରାଟ୍-ଅନୁଷ୍କାଙ୍କ ଘର ଓଁକାର୍ ଅପାର୍ଟମେଣ୍ଟର୍ ସି ବ୍ଲକରେ ଅଛି । ତାଙ୍କ ଘର ସମୁଦ୍ର କୂଳ ଆଡ଼କୁ ମୁହଁ ରହିଛି । ଘରର ବାଲକନିରୁ ଆରବ ସାଗର ଖୁବ୍ ସୁନ୍ଦର ଦେଖାଯାଏ ।

ଉଦୟ ଓ ଅସ୍ତ ସୂର୍ଯ୍ୟ ତାଙ୍କ ଘରକୁ ନାରଙ୍ଗୀ ଉଜ୍ଜ୍ୱଳତାରେ ଭରିଦିଏ । ଅପାର୍ଟମେଣ୍ଟର ୩୫ ତମ ମହଲାରେ ଖରା ଓ ବହୁତ ରଶ୍ମି ଆସେ ।

ବିରାଟ ନିଜ ଘର ଆଗରେ ପ୍ରସାରିତ ବିଶାଳ ସମୁଦ୍ର ଓ ବାଲକନିର ଫୋଟ ସେୟାର୍ କରିଥିଲେ । ବିରାଟ୍ ଓ ଅନୁଷ୍କାଙ୍କ ବାଲକନି ଆକାଶରେ ଖୋଲିଥାଏ ।

ବିରାଟ୍ ଓ ଅନୁଷ୍କା ବିବାହର ତୁରନ୍ତ ପରେ ମୁମ୍ବାଇରେ ନିଜ ନୂଆ ଘରେ ସିଫ୍ଟ ହୋଇଥିଲେ । ନିଜ ‘ସ୍ଵୀଟ୍ ହୋମ୍’କୁ ସଜାଇବାରେ ଦୁହେଁ କୌଣସି ଅଭାବ ରଖି ନାହିଁ ।

ଦୀପାବଳି ଅବସରରେ ଏହି ଦମ୍ପତ୍ତି ନିଜ ଘରର କିଛି ଫୋଟ ସେୟାର୍ କରିଥିଲେ । ଦୀପାବଳି ଅବସରରେ ସାରା ଘରକୁ ଲାଇଟ୍ ଓ ଫୁଲରେ ସଜାଯାଇଥିଲା ।

ବିରାଟ ଅନୁଷ୍କାଙ୍କ ଏ ଘରେ ପ୍ରଥମ ଦୀପାବଳି ଅଟେ । ଏଠାରେ ପୂଜାପାଠ ବହୁତ ପାରମ୍ପରିକ ଏବଂ ରୀତିନୀତି ଅନୁସାରେ ହୋଇଥିଲା ।

ବିରୁଷ୍କାଙ୍କ ଘର ବିଷୟରେ ଆଲୋଚନା କରିବା ତେବେ ତାଙ୍କ ଘରେ ଧଳା ରଙ୍ଗର ବ୍ୟବହାର କରାଯାଇଛି । ଘରର ଆସବାବପତ୍ର ଏବଂ ପରଦାର ରଙ୍ଗ ମଧ୍ୟ ଏକାଭଳି ଅଟେ । ହାଲୁକା ରଙ୍ଗରେ ଘରକୁ ସଜ୍ଜିତ କରାଯାଇଛି ।

ଘରେ ସିଫ୍ଟ ହେବା ପୂର୍ବରୁ ଦୁହେଁ କୋଟି କୋଟି ଟଙ୍କାର ଇଣ୍ଟିରିୟର୍ ୱର୍କ କରାଇଥିଲେ । ଗୋଟିଏ ଗୋଟିଏ ଫର୍ନିଚର୍ ଘରର ଥିମ୍ ଅନୁସାରେ କିଣାଯାଇଛି । ଘରକୁ ଖୋଲା ଖୋଲା ରଖିବା ପାଇଁ ବହୁତ ଖୋଲା ସ୍ଥାନ ରଖାଯାଇଛି ।

ବିଶେଷ କଥାଟି ଏହିକି ଯେ ବିରାଟ ଅନୁଷ୍କା ୟୁବରାଜ୍ ସିଂହଙ୍କ ପଡ଼ୋଶୀ ଅଟନ୍ତି । ବାସ୍ତବରେ ଯେଉଁ ଅପାର୍ଟମେଣ୍ଟରେ ବିରାଟ କୋହଲି ଏହି ଘର କିଣିଥିଲେ ସେହି ଅପାର୍ଟମେଣ୍ଟର ୨୯ ତମ ମହଲାରେ ୟୁବରାଜ୍ ସିଂହ ରୁହନ୍ତି ।

ବିରାଟ୍ ଓ ଅନୁଷ୍କାଙ୍କ ଅପାର୍ଟମେଣ୍ଟ ବହୁତ ସବୁଜ ଶ୍ୟାମଳ ଅଟେ । ଓଁକାର୍ ବିଲ୍ଡିଂ ଚାରିପଟେ ପାର୍କ ଓ ଖୋଲା ସ୍ଥାନ ରହିଛି ।

ଅପାର୍ଟମେଣ୍ଟର ନିବାସୀ ଅଧିକାଂଶ ସମୟରେ ସେଠାରେ ବ୍ୟାୟାମ କରିବାକୁ କିମ୍ବା ବୁଲିବାକୁ ଆସନ୍ତି ।

ସୁଚାଇଦେଉଛୁ ଯେ ବିରାଟ ୨୦୧୬ ମସିହାରେ ଏହି ଘରକୁ କିଣିଥିଲେ । ସେ ଚାହୁଁଥିଲେ ଯେ ଅନୁଷ୍କା ଯେତେବେଳେ ତାଙ୍କ ବଧୂ ହୋଇ ଆସନ୍ତୁ ସେତେବେଳେ ତାଙ୍କ ସହିତ ଏକ ବଡ଼ ଘରେ ରହିବେ । ଏ ଘରେ ଅନୁଷ୍କା କୁଇନ୍ ଭଳି ରୁହନ୍ତି ।

ବିରାଟଙ୍କ ସହ ବିବାହ କରିବା ପରେ ଚଳଚ୍ଚିତ୍ର ତାଙ୍କର ପ୍ରାଥମିକତା ନୁହେଁ । ବର୍ତ୍ତମାନ ସେ ନିଜ ପରିବାରକୁ ସମୟ ଦେଉଛନ୍ତି । ଲକଡାଉନ୍ ସମୟରେ ଏହି ଦମ୍ପତ୍ତିଙ୍କୁ ଏକାଠି ରହିବା ପାଇଁ ସମୟ ମିଳିଗଲା ।

ବିରାଟଙ୍କ ପସନ୍ଦକୁ ଆଖି ଆଗରେ ରଖି ତାଙ୍କ ଘର ଭିତରେ ଏକ ଜିମ୍ ମଧ୍ୟ ତିଆରି କରାଯାଇଛି । ଅଧିକାଂଶ ସମୟରେ ବିରାଟ୍ ନିଜ ଜିମରେ ବ୍ୟାୟାମର ଭିଡ଼ିଓ ଗୁଡ଼ିକ ସେୟାର୍ କରନ୍ତି ।

ସେପଟେ ଅନୁଷ୍କା ଶର୍ମାଙ୍କ ଘରେ ସବୁଠାରୁ ପସନ୍ଦର କାମ ବୃକ୍ଷ ରୋପଣ ଅଟେ । ସେ ଘରର ବାଲକନିରେ ବହୁତଗୁଡ଼ିଏ ଗଛ ଲଗାଇଛନ୍ତି ।

ଏହି କାମରେ ବିରାଟ୍ ତାଙ୍କୁ ସାହାଯ୍ୟ କରନ୍ତି କି ନାହିଁ ଜଣାନାହିଁ କିନ୍ତୁ ଅନୁଷ୍କାଙ୍କ ବାପା ତାଙ୍କୁ ସାହାଯ୍ୟ କରୁଥିବାର ନଜର ଆସନ୍ତି ।

ଏ ଦମ୍ପତ୍ତିଙ୍କୁ ଗୃହପାଳିତ ପଶୁ ରଖିବାରେ ରୁଚି ରହିଛି । ଏବଂ ଏଥିପାଇଁ ନିଜ ଡଗି ସହ ଫୋଟଗୁଡିକ ସେୟାର୍ କରନ୍ତି ।

ବିରାଟ୍ ଓ ଅନୁଷ୍କା ୧୧ ଡିସେମ୍ବର୍ ୨୦୧୭ କୁ ଇଟାଲୀରେ ମିଡ଼ିଆରୁ ଦୂରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଚଳିତ ବର୍ଷ ଜାନୁଆରୀ ମାସରେ ଅନୁଷ୍କା ନିଜର ପ୍ରଥମ ଶିଶୁ କନ୍ୟା ବାମିକାକୁ ଜନ୍ମ ଦେଲେ । ବିରାଟ୍ ଓ ଅନୁଷ୍କା ଜୀବନରେ ଭରପୂର୍ ଖୁସିରେ ଅଛନ୍ତି । ବିରାଟଙ୍କ କ୍ରିକେଟ୍ କ୍ୟାରିୟର୍ ବହୁତ ଭଲ ଚାଲୁଅଛି, ସ୍ତ୍ରୀ ଅନୁଷ୍କା ମାଁ ହୋଇଗଲେଣି । ତାଙ୍କ ଘରକୁ ତାଙ୍କ ଶିଶୁକନ୍ୟା ବହୁତ ଖୁସି ନେଇ ଆସିଛି ।

Leave a Reply

Your email address will not be published. Required fields are marked *