ଅନୁଷ୍କା କଲେ ଖୁଲାସ : ସଲାମାନଙ୍କ ଏହି ଖରାପ ଗୁଣ ପାଇଁ ବିବାହରେ ନିମନ୍ତ୍ରଣ କରିନଥିଲେ !

ବୟସ ବଢିବା ସଙ୍ଗେ ସଙ୍ଗେ ଲୋକେ ବୈବାହିକ ଜୀବନରେ ବାନ୍ଧି ହୋଇଯାନ୍ତି । କେହି କେହି ପୌରଣିକ ପଦ୍ଧତିରେ ବିବାହ କରନ୍ତି ତ କେହି କେହି ପ୍ରେମ ବିବାହ କରନ୍ତି । କିନ୍ତୁ ଆଜିକାଲି ପ୍ରାୟତଃ ପ୍ରେମ ବିବାହକୁ ଅଧିକ ଗୁରୁତ୍ଵ ଦେଲେଣି ଯୁବପିଡି । ବଲିଉଡ ଜଗତ ହେଉ ଅବା କ୍ରିକେଟ ଜଗତ ପ୍ରାୟ ସମସ୍ତେ ପ୍ରେମ ବିବାହକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ।

ଗତକିଛି ବର୍ଷ ତଳେ ବଲିଉଡ ଜଗତର ବହିନେତ୍ରୀ ଅନୁଷ୍କା ଶର୍ମା ଓ ସାଂପ୍ରତିକ ପରିସ୍ଥିତିରେ କ୍ରିକେଟ ଜଗତର ମହାରଥୀ ବିରାଟ କୋହଳିଙ୍କ ମଧ୍ୟରେ ବିବାହ ସମ୍ପର୍ଣ୍ଣ ହୋଇଥିଲା । ବର୍ତ୍ତମାନ ଖବର ଅନୁଯାୟୀ ଅନୁଷ୍କା ଗର୍ଭବତ୍ତୀ ଅଟନ୍ତି । ଅର୍ଥାତ ବିରାଟ ପିତା ହେବାକୁ ଯାଉଛନ୍ତି । ସେହି ସମୟରେ ଏଦୁହେଁଙ୍କ ବିବାହ ସବୁଠାରୁ ବଡ ବିବାହ ଥିଲା । ଏଦୁହେଁଙ୍କ ବିବାହକୁ ଗଣମାଧ୍ୟମ ଦ୍ୱାରା ଯେତିକି ମାତ୍ରାରେ ହାଇଲାଇଟ୍ କରାଯାଇଥିଲା ବୋଧ ହୁଏ କେଉଁ ରାଜ ପରିବାରରେ ମଧ୍ୟ ଏହିପରି ବିବାହ ଅନୁଷ୍ଠିତ ହୋଇ ନଥିବ ।

ଆପଣ ସମସ୍ତଙ୍କ ମନେଥିବା, ଅନୁଷ୍କା ଏବଂ ବିରାଟ ଇଟାଲୀର ଟସ୍କନୀର ଏକ ରିସୋର୍ଟର ଐତିହ୍ୟ ସ୍ଥାନରେ ସୋମବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସମାରୋହର ସୁରକ୍ଷାକୁ ଦୃଷ୍ଟିରେ ରଖି ବହୁତ କିଛି ବ୍ୟବସ୍ଥା କରାଯାଇଥିଲା । ବିଶେଷ ସୂତ୍ରରୁ ପ୍ରକାଶିତ ଯେ, ହୋଟେଲରେ ଉଚ୍ଚ ସୁରକ୍ଷା ବନ୍ଦବସ୍ତ କରାଯାଇଥିଲା ଯାହା ଦ୍ଵାରା କେହି ଫାଟକ ଭାଙ୍ଗି ଘଟଣାସ୍ଥଳରେ ପହଞ୍ଚି ପାରିବେ ନାହିଁ । ଏହିପରି ଭାବରେ ଅନୁଷ୍କା ଓ ବିରାଟ ଇଟାଲୀରେ ଗୁପ୍ତ ଭାବରେ ବିବାହ କରିଥିଲେ ଏବଂ ଏହି ବିବାହରେ କେବଳ ୫୦ ଜଣଙ୍କୁ ହିଁ ନିମନ୍ତ୍ରଣ କରାଯାଇଥିଲା । ଏହା ଏହିପରି ଏକ ବିବାହ ଯେଉଁଥିରେ କେବଳ ୫୦ ଜଣ ଲୋକ ହିଁ ସାମିଲ ହୋଇଥିଲେ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କ ବିବାହ ହେଉ କିମ୍ବା ବଲିଉଡର କୌଣସି ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିବାହ; ବଲିଉଡ ଜଗତର କଳାକାରଙ୍କୁ ନିମନ୍ତ୍ରଣ କରାଯିବ ନାହିଁ ଏହା କିପରି ସମ୍ଭବ ହୋଇପାରିବ ? ତେଣୁ ବିରାଟ ଓ ଅନୁଷ୍କା ଇଟାଲୀରେ ବିବାହ ସମ୍ପର୍ଣ୍ଣ କରି ଭାରତ ଆସିବା ପରେ ଦୁହେଁ ମୁମ୍ବାଇରେ ଗୋଟିଏ ଗ୍ରାଣ୍ଡ ରିସେପ୍ସନର ଆୟୋଜନ କରିଥିଲେ, ଯେଉଁଥିରେ ବଲିଉଡ ଠାରୁ ଆରମ୍ଭ କରି କ୍ରିକେଟ ଖେଳାଳି ସମସ୍ତେ ଅଂଶଗ୍ରହଣ କରିଥିଲେ । କିନ୍ତୁ ଏଥିମଧ୍ୟରେ ବର୍ତ୍ତମାନ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନ ଭିତରେ ଉଙ୍କି ମାରୁଛି ଯେ, ଯେଉଁଠାରେ ବଲିଉଡ ଓ କ୍ରିକେଟ ଜଗତର ବହୁ ସଂଖ୍ୟକ ଲୋକଙ୍କୁ ନିମନ୍ତ୍ରଣ ହୋଇଥିଲା ଓ ସେମାନେ ଆସିଥିଲେ କିନ୍ତୁ ବଲିଉଡର ଦବାଙ୍ଗ ଖାନଙ୍କୁ କାହିଁକି ନଜର ଆସିନଥିଲେ ? ତାଙ୍କୁ କାହିଁକି ନିମନ୍ତ୍ରଣ କରାଯାଇନଥିଲା ! ଏମିତି କଣ କାରଣ ଥିଲା ଯେଉଁଥି ପାଇଁ ତାଙ୍କୁ ନିମନ୍ତ୍ରଣ କରାଗଲା ନାହିଁ ? ତେବେ ଆସନ୍ତୁ ଆପଣଙ୍କୁ କହିବୁ କି ବିରାଟ ଏବଂ ଅନୁଷ୍କାଙ୍କ ରିସେପ୍ସନ ପାର୍ଟିରେ ଦବଙ୍ଗ ଖାନଙ୍କୁ କାହିଁକି ଡ଼କାଯାଇନଥିଲା ।

ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ :

ସଲମାନ ଖାନଙ୍କ ବ୍ୟତୀତ ଏହି ରିସେପ୍ସନକୁ ଅନ୍ୟ ସମସ୍ତ ଚଳଚ୍ଚିତ୍ର ତାରକାମାନେ ଆସିଥିଲେ । ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ମାତ୍ରେ ସମଗ୍ର ମିଡିଆ ଜଗତ ସ୍ତବ୍ଧ ହୋଇଯାଇଥିଲା । ଏହିପରି ଖବର ଆସିବା ମାତ୍ରେ ଗଣମାଧ୍ୟମ ମଧ୍ୟ ଏହି ଖବର ପଛରେ ଥିବା ସତ୍ୟତା ଜାଣିବା ପାଇଁ ଚେଷ୍ଟା ଜାରି ରଖିଥିଲା । ଏହା କେଉଁ କାରଣ ଯୋଗୁଁ ଉଭୟ ବିରାଟ ଓ ଅନୁଷ୍କା ଅନ୍ୟ ଦେଶ ଛାଡି ବିବାହ କରିଥିଲେ ? କେବଳ ସେତିକି ନୁହେଁ ବଲିଉଡର ସମସ୍ତ ଲୋକଙ୍କୁ ଡକାଯାଇଥିଲା କିନ୍ତୁ ଦବଙ୍ଗ ଖାନଙ୍କୁ କାହିଁକି ଡକାଯାଇ ନଥିଲା ? ଏହିପରି କାହିଁକି ହୋଇଥିଲା, ସେତେବେଳେ ଏହି କଥାର ଖୁଲାସା ନିଜେ ଅନୁଷ୍କା ହିଁ କରିଥିଲେ ।

ଆଜ୍ଞା ହଁ, ଯଦି ଦେଖାଯାଏ ତେବେ ଅନୁଷ୍କା ଓ ସଲମାନଙ୍କ ଫିଲ୍ମ ସମ୍ପର୍କ ବହୁତ ଭଲ ଅଟେ, କିନ୍ତୁ ଗୋଟିଏ ଶୋ’ ସମୟରେ ସଲମାନ ଓ ବିରାଟ କୋହଲିଙ୍କୁ ଏହିପରି କିଛି କହିଥିଲେ ଯାହା ବିରାଟଙ୍କୁ ବହୁତ ଖରାପ ଲାଗିଥିଲା । ଏହାପର ଠାରୁ ବିରାଟ ସଲମାନ ଖାନଙ୍କୁ ପସନ୍ଦ କରୁନଥିଲେ । ଶେଷରେ ଏହାର ପରିଣାମ କିଛି ଏହିପରି ହୋଇଥିଲା କି ଅନୁଷ୍କା ତାଙ୍କ ବିବାହରେ ମଧ୍ୟ ସଲମାନ ଖାନଙ୍କୁ ଡାକିନଥିଲେ ।

Be the first to comment

Leave a Reply

Your email address will not be published.


*