ବଂଶଗତ ପକ୍ଷପାତ ବିବାଦ : ଅନୁରାଗ କଶ୍ୟପ ଟାଇଗର ଶ୍ରୋଫଙ୍କ ନାମ ନେବାରୁ କ୍ରୋଧିତ ହେଲେ ମାଆ ଆୟଷା ଶ୍ରୋଫ ! ଦେଇଛନ୍ତି କଡା ଜବାବ୍ ।

ବଂଶଗତ ପକ୍ଷପାତ ବିବାଦ : ଅନୁରାଗ କଶ୍ୟପ ଟାଇଗର ଶ୍ରୋଫଙ୍କ ନାମ ନେବାରୁ କ୍ରୋଧିତ ହେଲେ ମାଆ ଆୟଷା ଶ୍ରୋଫ ! ଦେଇଛନ୍ତି କଡା ଜବାବ୍ ।

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଇଣ୍ଡଷ୍ଟ୍ରିରେ ଭିତର ଲୋକ ଏବଂ ବାହାର ଲୋକ ବିଷୟକୁ ନେଇ ତର୍କ ସୃଷ୍ଟି ହୋଇଛି । ଅଭିନେତ୍ରୀ କଙ୍ଗନା ରନୌତଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ମାନେ ମଧ୍ୟ ବଲିଉଡ଼ରେ ଚାଲିଥିବା ବଂଶଗତ ପକ୍ଷପାତ ଉପରେ ନିଜର ମତ ରଖିଛନ୍ତି । ଏହି ଲୋକଙ୍କ କହିବା କଥା ଯେ ଷ୍ଟାର କିଡ୍ସଙ୍କ କାରଣରୁ ହିଁ ପ୍ରତିଭାଶାଳୀ କଳାକାରଙ୍କୁ ସୁଯୋଗ ମିଳିପାରେ ନାହିଁ । କିଛି ନିର୍ଦ୍ଦେଶକଙ୍କୁ ଛାଡ଼ି ସମସ୍ତଙ୍କ ଗୁରୁତ୍ୱ ଷ୍ଟାର କିଡ୍ସ ହିଁ ହୋଇଥାନ୍ତି । ସୁଶାନ୍ତଙ୍କ ନିଧନ ପରେ ସମସ୍ତ ଷ୍ଟାର କିଡ୍ସ ଲାଇମଲାଇଟକୁ ଆସି ଯାଇଥିଲେ । ସୋସିଆଲ ମିଡିଆରେ ଲୋକଙ୍କ ଦ୍ଵାରା ସେମାନଙ୍କୁ ଅନେକ କିଛି ଶୁଣିବାକୁ ପଡ଼ିଥିଲା ।

newstrend

କିନ୍ତୁ ବର୍ତ୍ତମାନ ବଂଶଗତ ପକ୍ଷପାତ ଉପରେ ଅନୁରାଗ କଶ୍ୟପ ଷ୍ଟାର କିଡ୍ସ ହେବା କାରଣରୁ ଟାଇଗର ଶ୍ରୋଫ ଏବଂ ତୈମୁର ଅଲୀ ଖାନଙ୍କ ନାମ ମଧ୍ୟ ଏହି ସମ୍ବନ୍ଧକୁ ଟାଣିଥିଲେ । ଏହିପରି ବର୍ତ୍ତମାନ ଟାଇଗର ଶ୍ରୋଫଙ୍କ ମାଆ ନିଜ ପୁଅ ସପକ୍ଷରେ ଆସିଛନ୍ତି । ସେ ନା କେବଳ ଟାଇଗର ଶ୍ରୋଫଙ୍କର ସପକ୍ଷରେ ଥିବାର ଦେଖା ଯାଇଛି ବରଂ ଆହୁରି ସେ ବିନା କାହାର ନାମ ନେଇ ସେହି ଲୋକଙ୍କୁ ଉତ୍ତର ଦେଇଛନ୍ତି ଯେଉଁମାନେ ଟାଇଗର ଶ୍ରୋଫଙ୍କର ନାମକୁ ଏହି ବଂଶଗତ ପକ୍ଷପାତ ସମ୍ବନ୍ଧକୁ ଆଣିଥିଲେ । ଟାଇଗରଙ୍କ ମାଆ ଆୟଷା ଶ୍ରୋଫ ସୋସିଆଲ ମିଡିଆରେ ଟାଇଗରଙ୍କର ଏକ ଫୋଟ ପୋଷ୍ଟ କରିଛନ୍ତି ।

ସେୟାର କରିଛନ୍ତି ପୁଅର ଫୋଟ :-

ଟାଇଗରଙ୍କ ଫୋଟ ସେୟାର କରି ଆୟଷା ଲେଖିଛନ୍ତି ଯେ, ” ସଫଳତା ମୋର କିନ୍ତୁ ଇର୍ଷା ଆଉ କାହାକୁ ହେଉଛି, ପରିଶ୍ରମ ମୋର କିନ୍ତୁ ଆଉ କେହି ଥକି ପଡ଼ୁଛି ” । ପ୍ରକୃତରେ ଅନୁରାଗ କଶ୍ୟପ ନିଜର ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ଟାଇଗର ଶ୍ରୋଫ ଏବଂ କରୀନାଙ୍କ ପୁଅ ତୈମୁର ଅଲୀ ଖାନ୍ ନଜର ଆସିଥିଲେ । ଏହି ଫୋଟକୁ ସେୟାର କରି ଅନୁରାଗ କଶ୍ୟପ କ୍ୟାପସନ ଦେଇଥିଲେ ଯେ ” ଏହା ହେଉଛି ମିଡିଆ ଦ୍ଵାରା ପକ୍ଷପାତ…
ନୁହେଁ କି ? କାରଣ ମିଡିଆ ତାହା ହିଁ ଦେଖାଇଥାଏ ଯାହା ଦର୍ଶକ ଦେଖିବାକୁ ଚାହାନ୍ତି ତେଣୁ କଣ ଏହା ମିଡିଆ ଏବଂ ଆପଣଙ୍କ ତରଫରୁ ବଂଶବାଦ ନୁହେଁ ? ”

ଆଉ ଅନୁରାଗଙ୍କର ଏହି ଟ୍ଵିଟ୍ ଆୟଷାଙ୍କୁ ପସନ୍ଦ ଆସିନଥିଲା ଏବଂ ସେ ନିଜ ପୁଅକୁ ସପୋର୍ଟ କରି ଏକ ଟ୍ଵିଟ୍ କରିଥିଲେ । ଆୟଷା ନିଜ ଟ୍ଵିଟରେ ଅନୁରାଗଙ୍କୁ ଉତ୍ତର ଦେଇ ଲେଖିଥିଲେ ଯେ ” ଦୟାକରି ମୋ ପିଲାକୁ ଏଥିରେ ସାମିଲ କରନ୍ତୁ ନାହିଁ , ସେ କେବଳ ନିଜର ସାମ୍ୟର୍ଥ ବଳରେ ହିଁ ଏହି ସ୍ଥାନରେ ପହଂଚିଛି ” ।

ବାଗୀ ୩ ଥିଲା ଶେଷ ଫିଲ୍ମ :-

newstrend

ଟାଇଗର ଶ୍ରୋଫଙ୍କର ଆଗାମୀ ଫିଲ୍ମ କଥା ଯଦି କହିବୁ ତେବେ ସେ ଫିଲ୍ମ “ରେମ୍ବ” ସହିତ “ହିରୋପନ୍ତି ୨”ର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଖବର ଅନୁସାରେ ଉଭୟ ଫିଲ୍ମର ଶୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏବଂ ଟାଇଗର ଶ୍ରୋଫ ମଧ୍ୟ ଏଥିପାଇଁ ନିଜକୁ ପ୍ରସ୍ତୁତ କରି ସାରିଛନ୍ତି । ଟାଇଗର ଶ୍ରୋଫ ଗତ କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ “ବାଗୀ”ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ସହିତ ଶ୍ରଦ୍ଧା କପୂର କାମ କରିଥିଲେ । ଫିଲ୍ମ ବୋକ୍ସ ଅଫିସରେ ଖୁବ୍ ଭଲ ବ୍ୟବସାୟ କରିଥିଲା । ପ୍ରଥମ ତିନି ଦିନରେ ହିଁ ଫିଲ୍ମ ୫୦ କୋଟି ଟଙ୍କା ଠାରୁ ଅଧିକ ବ୍ୟବସାୟ କରିଥିଲା ।

ଦିଶା ପଟାନୀଙ୍କ ସହିତ ସମ୍ପର୍କ :-

newstrend

ଯଦି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବୁ ତେବେ ଟାଇଗର ଶ୍ରୋଫଙ୍କ ନାମ ବଲିଉଡ଼ ଅଭିନେତ୍ରୀ ଦିଶା ପଟାନୀଙ୍କ ସହିତ ଯୋଡ଼ା ଯାଇଥିଲା । କହିବାକୁ ଗଲେ ଦୁହେଁ ବର୍ତ୍ତମାନ ରିଲେସନସିପରେ ଅଛନ୍ତି । କିନ୍ତୁ ଦୁହେଁ କେବେ ମଧ୍ୟ ଏହି କଥାକୁ ସ୍ଵୀକାର କରି ନାହାନ୍ତି । କିନ୍ତୁ ଦିଶା ପ୍ରାୟତଃ ଟାଇଗରଙ୍କ ପରିବାର ସହିତ ଦେଖା ଯାଇଥାନ୍ତି । ଟାଇଗରଙ୍କ ମାଆ ଏବଂ ଭଉଣୀଙ୍କ ସହିତ ଦିଶାଙ୍କର ଖୁବ୍ ଭଲ ପଡ଼ିଥାଏ ଏବଂ ସେମାନଙ୍କର ଅନେକ ଫୋଟ ପ୍ରାୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

Leave a Reply

Your email address will not be published. Required fields are marked *