ପୁଅଙ୍କ ମୃତ୍ୟୁ ଦୁଃଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁକ୍ତି ପାଇ ପାରି ନାହାଁନ୍ତି ଅନୁରାଧା ପୌଡୱାଲ୍ ! କିପରି ନିଜକୁ ସମ୍ଭାଳୁଛନ୍ତି ସେହି ବିଷୟରେ କହିଛନ୍ତି…

ପୁଅଙ୍କ ମୃତ୍ୟୁ ଦୁଃଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁକ୍ତି ପାଇ ପାରି ନାହାଁନ୍ତି ଅନୁରାଧା ପୌଡୱାଲ୍ ! କିପରି ନିଜକୁ ସମ୍ଭାଳୁଛନ୍ତି ସେହି ବିଷୟରେ କହିଛନ୍ତି…

ବଲିଉଡର ଦିଗଜ୍ଜ ଗାୟିକା ଅନୁରାଧା ପୌଡୱାଲ୍ ନିଜର ସୁନ୍ଦର ସ୍ୱର ଏବଂ ଭଲ ଭଲ ଗୀତ ପାଇଁ ବେଶ୍ ଜଣାଶୁଣା ଅଟନ୍ତି । ୯୦ ଦଶକରେ ଅନୁରାଧାଙ୍କ ସ୍ୱରର ଯାଦୁ ଲୋକ ମାନଙ୍କ ହୃଦୟକୁ ସ୍ପର୍ଶ କରି ପାରିଥିଲା । କିନ୍ତୁ ଗତ ବର୍ଷ ଅନୁରାଧାଙ୍କ ଜୀବନରେ ଦୁଃଖର କଳା ବାଦଲ ଖେଳି ଯାଇଥିଲା । ତାଙ୍କ ପୁତ୍ର ଆଦିତ୍ୟ ପୌଡୱାଲ୍ ମାତ୍ର ୩୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିଲା । ଯୁବା ପୁଅଙ୍କ ମୃତ୍ୟୁରେ ଅନୁରାଧା ବର୍ତ୍ତମାନ ମଧ୍ୟ ବିଷାଦ ଗ୍ରସ୍ତ ହୋଇ ରହିଛନ୍ତି । କିନ୍ତୁ ବର୍ତ୍ତମାନ ସେ ତାଙ୍କ ପୁଅଙ୍କ ବିୟୋଗ ପରେ ତାଙ୍କ ନାମରେ ଅନେକ ଚାରିଟୀ ଟ୍ରଷ୍ଟ ଆରମ୍ଭ କରିଛନ୍ତି ।

ବାସ୍ତବରେ ଅନୁରାଧା ପୌଡୱାଲ୍ ନିଜ ପୁଅଙ୍କ ଦୁଃଖରୁ ମୁକ୍ତି ପାଇ ନାହାଁନ୍ତି । ବର୍ତ୍ତମାନ ଦିନ ମାନଙ୍କରେ ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ କିଛି ନା କିଛି ପୋଷ୍ଟ ସେୟାର୍ କରି ତାଙ୍କୁ ମନେ ପକାଇଥାନ୍ତି । ନିକଟ ଅତୀତରେ ଏକ ସାକ୍ଷାତକାରରେ ସେ କହିଥିଲେ କି- ମୁଁ କେବଳ ଏତିକି କହିପାରିବି କି ମୋ ପୁଅ ଆଦିତ୍ୟ ମୋ ଠାରୁ ଅଲଗା ହୋଇ ନାହିଁ । ଆଜି ମଧ୍ୟ ସେ ମୋ ଅନ୍ତରରେ ରହିଛନ୍ତି । ସେ ମୋର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି । ସେ ଆଜି ମଧ୍ୟ ମୋ ଭିତରେ କୌଣସି ନା କୌଣସି ସ୍ଥାନରେ ଯୋଡି ହୋଇ ରହିଛନ୍ତି ।

କହିରଖୁଛୁ କି ଅନୁରାଧାଙ୍କ ପୁଅ ଆଦିତ୍ୟ ପୌଡ଼ୱାଲ୍ ପେଷାରେ ଜଣେ ଗାୟକ ଥିଲେ । ଅନେକ ଭଜନ ଏବଂ ଚଳଚ୍ଚିତ୍ର ଗୀତରେ ନିଜର ଚମତ୍କାରିତା ଦେଖାଇ ଥିଲେ । ତାଙ୍କର ମାତ୍ର ୩୫ ବର୍ଷ ବୟସରେ କିଡନୀ ଫେଲ୍ କାରଣ ହେତୁ ମୃତ୍ୟୁ ହୋଇଥିଲା । ସେ ଗତ ଏକ ବର୍ଷ ଧରି ବିଷାଦଗ୍ରସ୍ତ ଅବସ୍ଥାରେ ଅଛନ୍ତି । ଅନୁରାଧାଙ୍କ ସ୍ୱାମୀ ଅରୁଣ ପୌଡ଼ୱାଲ୍ ମଧ୍ୟ ସଙ୍ଗୀତ ଜଗତ ସହିତ ଜଡିତ ଥିଲେ । ୧୯୯୧ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ।

ସ୍ୱାମୀଙ୍କ ମୃତ୍ୟୁ ପରେ ସେ ନିଜ ପିଲାମାନଙ୍କୁ ନିଜର ଦୁନିଆ ବୋଲି ସ୍ଥିର କରିଥିଲେ । ଅନୁରାଧାଙ୍କ ପରିବାରରେ ବର୍ତ୍ତମାନ କେବଳ ତାଙ୍କ ଝିଅ କବିତା ଏବଂ ସେ ନିଜେ ଅଛନ୍ତି । କବିତା ମଧ୍ୟ ପେଷାରେ ଜଣେ ଗାୟିକା ଅଟନ୍ତି । ଅନୁରାଧା ପୌଡୱାଲଙ୍କ ଝିଅ କବିତା ମଧ୍ୟ ଜଣେ ଗାୟିକା ଅଟନ୍ତି । ପୁଅ ଓ ସ୍ୱାମୀଙ୍କ ମୃତ୍ୟୁପରେ ବର୍ତ୍ତମାନ ତାଙ୍କ ଝିଅ ତାଙ୍କର ଏକମାତ୍ର ସାହାରା ରହିଛନ୍ତି ।

ଆପଣଙ୍କୁ କହିରଖୁଛୁ କି ବର୍ତ୍ତମାନ ଅନୁରାଧା କରୋନା ଅବସ୍ଥାରେ ଅଭାବୀ ଲୋକମାନଙ୍କୁ ସାହାଯ୍ୟ କରିବାରେ ନିଜକୁ ନିୟୋଜିତ କରିଛନ୍ତି । ଅନୁରାଧା ମହାରାଷ୍ଟ୍ରର ସହିତ ଉତ୍ତରପ୍ରଦେଶର ଦୁଇଟି ସହରର କିଛି ଡାକ୍ତରଖାନାରେ ଅମ୍ଳଜାନ କଂସେନଟ୍ରେଟର ଏବଂ ଭେଣ୍ଟିଲେଟର୍ ସହାୟତା ଯୋଗାଇ ଦେଇଛନ୍ତି । ସେ କହିଛନ୍ତି କି ବର୍ତ୍ତମାନର ପରିସ୍ଥିତିରେ ସେ ତାଙ୍କ ତରଫରୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ।

ଜ୍ଞାତ ଥାଉ କି ନିକଟ ଅତୀତରେ ଅନୁରାଧା ଇଣ୍ଡିଆନ୍ ଆଇଡଲ୍-୧୨ରେ ନଜର ଆସିଥିଲେ । ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍-୧୨ରେ ପ୍ରସିଦ୍ଧ ଗାୟକ ଅନୁରାଧା ପୌଡୱାଲ୍ ଏବଂ କୁମାର୍ ସାନୁ କିଛି ଦିନ ପୂର୍ବରୁ ଆସିଥିଲେ । ଶୋ’ରେ ପ୍ରତିଯୋଗୀ ମାନେ ୯୦ ଦଶକର ରୋମାଣ୍ଟିକ୍ ଗୀତ ଗାଇଥିଲେ । ଅନୁରାଧା ପୌଡ଼ୱାଲ୍ ଏହି ସବୁ ଗୀତ ଶୁଣିବାପରେ କହିଥିଲେ କି, ମୁଁ ବିଗତ ଦେଢ଼ ବର୍ଷ ଧରି ଦୁଃଖିତ ଥିଲି କିନ୍ତୁ ତାଙ୍କ ଗୀତ ଗୁଡ଼ିକ ସେହି ଦୁଃଖକୁ କିଛି କ୍ଷଣ ପାଇଁ ଭୁଲାଇ ଦେଇଥିଲା । ଅନୁରାଧା ଶୋ’ରେ ପୁଅର ଦେହାନ୍ତ ବିଷୟରେ କହୁଥିଲେ ।

ଅନୁରାଧା ପୌଡୱାଲ୍ ୮୦ ଏବଂ ୯୦ ଦଶକରେ ଅନେକ ସୁପରହିଟ୍ ଗୀତରେ ନିଜ ସ୍ୱର ଦେଇଥିଲେ । ସେ ସେହି ସମୟର ଜଣେ ପ୍ରସିଦ୍ଧ ଗାୟିକା ଥିଲେ । ୯୦ ଦଶକରେ ତାଙ୍କୁ ଲଗାତାର ଭାବରେ ତିନି ବର୍ଷ ଚଳଚ୍ଚିତ୍ରରେ ଗୀତ ଗାଇବା ନିମନ୍ତେ ଫିଲ୍ମଫେୟାର୍ ପୁରସ୍କାର ମିଳିଥିଲା । ଗୁଲଶନ୍ କୁମାରଙ୍କ ଦେହାନ୍ତ ପରେ ଅନୁରାଧା ପୌଡୱାଲଙ୍କୁ ବଲିଉଡରେ ଗୀତ ମିଳିବା ବନ୍ଦ ହୋଇଯାଇଥିଲା । ଏହାପରେ ଅନୁରାଧା ପୌଡୱାଲ୍ ଷ୍ଟେଜ୍ ଶୋ’ ଏବଂ ଭଜନ ଗାୟିକା ଭାବରେ ଯୋଡି ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *