“ଆସିବେ ତ କେବଳ ମୋଦି” ମନ୍ତବ୍ୟ ଦେଇ ଟ୍ରୋଲ୍ ହୋଇଛନ୍ତି ଅନୁପମ୍ ଖେର୍ ! ଟ୍ରୋଲର୍ କହିଲେ ଆପଣ ଆଞ୍ଜୁଳାଏ ପାଣିରେ ବୁଡି ମରିଯାଆନ୍ତୁ…

“ଆସିବେ ତ କେବଳ ମୋଦି” ମନ୍ତବ୍ୟ ଦେଇ ଟ୍ରୋଲ୍ ହୋଇଛନ୍ତି ଅନୁପମ୍ ଖେର୍ ! ଟ୍ରୋଲର୍ କହିଲେ ଆପଣ ଆଞ୍ଜୁଳାଏ ପାଣିରେ ବୁଡି ମରିଯାଆନ୍ତୁ…

ଅନୁପମ୍ ଖେର୍ ଜଣେ ସତ୍ତାର ଭକ୍ତ ଏହା ସେ ନିଜେ ପ୍ରମାଣ କରିଦେଇଛନ୍ତି । ଲକଡାଉନ୍ ଭିତରେ ସେ କରିଥିବା ଅନେକ ଟ୍ୱିଟର୍ ୟୁଜରଙ୍କୁ ପସନ୍ଦ ଆସିନାହିଁ ଏବଂ ଏହି କାରଣରୁ ତାଙ୍କୁ ଟ୍ରୋଲ୍ ହେବାକୁ ପଡିଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରଠାରୁ ସୋସିଆଲ୍ ମିଡିଆରେ ମୋଦୀ ସରକାରଙ୍କ ସମାଲୋଚନା ଆରମ୍ଭ ହୋଇଯାଇଛି ।

ଗତ ରବିବାରରେ ମଧ୍ୟ କିଛି ଏହିପରି ଘଟଣା ଘଟିଛି । କିନ୍ତୁ ଏଥର ଅନୁପମ୍ ଖେର୍ ଚୁପ୍ ନରହି ସେହି ଟ୍ୱିଟର ଜବାବ ଦେଇଛନ୍ତି । ଅନୁପମ୍ ଖେର୍ ଶେଖର୍ ଗୁପ୍ତାଙ୍କ ଏକ ପୋଷ୍ଟରେ ରିଟ୍ୱିଟ୍ କରି ଲେଖିଛନ୍ତି,

“ଆଦରଣୀୟ ଶେଖର୍ ଗୁପ୍ତା ମହାଶୟ, ଏହା ଆପଣଙ୍କ ଷ୍ଟାଣ୍ଡର୍ଡ ଠାରୁ ଟିକେ ଅଧିକ ହୋଇଯାଉଛି । କରୋନା ପରି ଏକ ବିପର୍ଯ୍ୟୟ ସମଗ୍ର ବିଶ୍ୱ ପାଇଁ ନୂତନ ଅଟେ । ଆମ ମଧ୍ୟରୁ କେହି ମଧ୍ୟ ପୂର୍ବରୁ ଏପରି ମହାମାରୀର ସମ୍ମୁଖୀନ ହୋଇନାହାଁନ୍ତି । ସରକାରଙ୍କୁ ସମାଲୋଚନା କରନ୍ତୁ କିନ୍ତୁ ତାଙ୍କ ଉପରେ ଅଯଥା ଆରୋପ ଲଗାନ୍ତୁ ନାହିଁ । ଏହାର ମୁକାବିଲା କରିବା ଆମ ସମସ୍ତଙ୍କର ଦାଇତ୍ୱ ଅଟେ । ଚିନ୍ତା କରନ୍ତୁ ନାହିଁ ଜିତିବେ ତ କେବଳ ମୋଦି ! ଜୟ ହୋ”

ଏହା ପରେ ଆପଣ ବୁଝିପାରୁଥିବେ ଯେ ଜନସାଧାରଣ କିପରି ତାଙ୍କ ଖବର ବୁଝିଲେ ।

ଅନୁପମଙ୍କୁ ପସନ୍ଦ ଆସିଲା ନାହିଁ ସରକାରଙ୍କ ସମାଲୋଚନା

କଥାବାର୍ତ୍ତା ଆରମ୍ଭ ହୋଇଥିଲା ଶେଖର୍ ଗୁପ୍ତାଙ୍କ ଟ୍ୱିଟରୁ ଯେଉଁଠାରେ ସେ ଲେଖିଥିଲେ,

“ଷାଠିଏ ଦଶକର ପିଲା ହିସାବରେ ମୁଁ ଅନେକ ସଙ୍କଟ ଦେଖିଛି, ତିନୋଟି ଯୁଦ୍ଧ, ଖାଦ୍ୟ ଶସ୍ୟର ଅଭାବ, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି । ଭାରତ ବିଭାଜନ ପରେ ଏହା ହେଉଛି ସବୁଠାରୁ ବଡ ସଙ୍କଟ ଏବଂ ଏପରି ପରିସ୍ଥିତିରେ ସରକାରଙ୍କର ଦାଇତ୍ୱହୀନତା ପୂର୍ବରୁ କେବେ କେହି ଦେଖିନାହାଁନ୍ତି । କଲ୍ କରିବାକୁ କୌଣସି କଣ୍ଟ୍ରୋଲ୍ ରୁମ୍ ନାହିଁ, କେହି ଦାଇତ୍ୱବାନ୍ ଅଧିକାରୀ ନାହାନ୍ତି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏହା ସରକାରଙ୍କ ଭୁଲ୍ ଅଟେ ।”

ଅନୁପମଙ୍କ ଉପରେ ବର୍ଷିଲେ ଟ୍ରଲର୍

ଅନୁପମ୍ ଖେରଙ୍କୁ ଶେଖରଙ୍କର ଏହି ଟ୍ୱିଟ୍ ଭଲଲାଗିଲା ନାହିଁ କିନ୍ତୁ ସେ ଯେପରି ପ୍ରତ୍ୟୁତ୍ତର ଦେଲେ ତାହା ଦେଶବାସୀ ଏବଂ ତାଙ୍କ ଫ୍ୟାନମାନଙ୍କୁ ପସନ୍ଦ ହେଲା ନାହିଁ । ଏହାପରେ #ANUPAMKHER ହ୍ୟାସଟ୍ୟାଗ୍ ଟ୍ୱିଟରରେ ଟପ୍ ଟ୍ରେଣ୍ଡିଂରେ ରହିଲା ଏବଂ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା ।

ଏହାପୂର୍ବରୁ ଅନୁପମ୍ ଖେର୍ ଅନେକ ଥର ପ୍ରଧାନମନ୍ତ୍ରୀଙ୍କୁ ସପୋର୍ଟ କରୁଥିବାର ଦେଖିବାକୁ ମିଳିଛି । ଅନୁପମ୍ ଖେର୍ ସୋସିଆଲ୍ ମିଡିଆରେ ଖୋଲାଖୋଲି ଭାବେ ବିଜେପିକୁ ସମର୍ଥନ କରୁଛନ୍ତି । ତାଙ୍କ ପତ୍ନୀ କିରଣ ଖେର୍ ବିଜେପି ପାର୍ଟିର ସାଂସଦ ଅଟନ୍ତି ।

Leave a Reply

Your email address will not be published. Required fields are marked *